ପିଏଫଆଇ ରାଲିରେ ବିବାଦୀୟ ନାରାବାଜି କରାଯିବା ପ୍ରସଙ୍ଗରେ ବିରୋଧି କଂଗ୍ରେସ ଏବଂ ବାମମୋର୍ଚ୍ଚା ସରକାର ବିରୋଧରେ ବର୍ଷିଛି ବିଜେପି।
Trending Photos
PFI Rally against RSS: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ବିରୋଧରେ କେରଳ ଆଲାପୁଝା ଜିଲ୍ଲାରେ ଏକ ରାଲି ଆୟୋଜନ କରିଛି ବିବାଦୀୟ ମୌଳବାଦୀ ସଙ୍ଗଠନ ପପୁଲାର୍ ଫ୍ରଣ୍ଟ ଅଫ୍ ଇଣ୍ଡିଆ। ଏହି ରାଲିରେ ହିନ୍ଦୁ-ଖ୍ରୀଷ୍ଟିଆନ ସମ୍ପ୍ରଦାୟ ବିରୋଧରେ ବିବାଦୀୟ ନାରାବାଜି କରାଯାଇଥିବାର ଅଭିଯୋଗ ହୋଇଛି। ଏହାର ଭିଡ଼ିଓ ଭାଇରାଲ ହେବା ପରେ ପୋଲିସ ମାମଲା ରୁଜୁ କରିଛି। ରାଲି ବେଳେ ବିବାଦୀୟ ନାରାବାଜି କରାଯାଇଥିବା ଘଟଣାରୁ ନିଜକୁ ଦୂରେଇ ନେଇଛି ଏହି ଚରମପନ୍ଥୀ ଇସଲାମୀୟ ସଙ୍ଗଠନ।
ଏହି ଘଟଣାରେ ପ୍ରତିକ୍ରିୟା ରଖି କେରଳ ପୋଲିସ ପକ୍ଷରୁ କୁହାଯାଇଛି ରାଜ୍ୟର ଆଲାପୁଝା ଜିଲ୍ଲାରେ ଏଭଲି ରାଲି ଆୟୋଜନ କରିଥିବା ଆୟୋଜକଙ୍କ ବିରୋଧରେ ଆଇପିସି ଧାରା ୧୫୩-ଏ ଆଧାରରେ ମାମଲା ରୁଜୁ କରାଯାଇଛି।
Also Read: ହିଜାବ ବିବାଦ ମଧ୍ୟରେ PFI ସଙ୍ଗଠନ ଉପରେ ପ୍ରତିବନ୍ଧକ ଲଗାଇବାକୁ ଏହି ରାଜ୍ୟରେ ଉଠିଲା ଦାବି
ମେ ୨୧ ତାରିଖ ଶନିବାର କେରଳ (Kerala) ଆଲାପୁଝା ଜିଲ୍ଲାରେ (Alappuzha District) "ସେଭ ଦି ରିପବ୍ଲିକ" (Save the Republic) ନାମରେ ପପୁଲାର୍ ଫ୍ରଣ୍ଟ ଅଫ୍ ଇଣ୍ଡିଆ (Popular Front of India) ପିଏଫଆଇ (PFI) ପକ୍ଷରୁ ଏକ ରାଲି ଆୟୋଜନ କରାଯାଇଥିଲା। ଯାହାର ଭିଡ଼ିଓ ଭାଇରାଲ ହୋଇଥିଲା। ଯେଉଁଥିରେ ଜଣେ ହିନ୍ଦୁ-ଖ୍ରୀଷ୍ଟିଆନ ସମ୍ପ୍ରଦାୟ ବିରୋଧରେ ବିବାଦୀୟ ନାରାବାଜି କରାଯାଇଥିଲା। ପ୍ରଥମେ ପୋଲିସ ଏହି ଘଟଣାକୁ ଗୁରୁତର ସହ ନେଇ ନ ଥିଲା। ମାତ୍ର ପରେ ଯେତେବେଳେ ଏହି ରାଲି ଭିଡିଓ ସୋସିଆଲ ମଡି଼ଆ ଯୋଗେ ଭାଇରାଲ ହେବାରେ ଲାଗିଲା ସେତେବେଳେ ରାଲି ଆୟୋଜକଙ୍କ ବିରୋଧରେ ମାମଲା ରୁଜୁ କରିଥିଲା।
ରାଲିରେ କୌଣସି ପ୍ରକାର ବିବାଦୀୟ ନାରାବାଜି କରାଯାଇଥିବା କଥାକୁ ଅସ୍ୱୀକାର କରିଛି ପିଏଫଆଇ। ଏନେଇ ପିଏଫଆଇ ରାଜ୍ୟ ସଚିବ ସିଏ ରଉଫ୍ କହିଛନ୍ତି ବିବାଦୀୟ ନାରାବାଜି କରିବା ହେଉଛି ଆମ ସଙ୍ଗଠନ ବିରୋଧି। ଆଲାପୁଝା ଜିଲ୍ଲାରେ ଆୟୋଜିତ ହୋଇଥିବା ରାଲିରେ କେଉଁ ନାରା ଦିଆଯିବ ତାହା ଆମେ ପୂର୍ବରୁ ସ୍ଥିର କରି ରଖିଥିଲୁ। ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (Rashtriya Swayamsevak Sangh) ଆରଏସଏସ (RSS) ବିରୋଧରେ ଆୟୋଜିତ ହୋଇଥିବା ରାଲିରେ ସଙ୍ଗଠନର ହଜାର ହଜାର ଲୋକ ଯୋଗ ଦେଇଥିଲେ। ରାଲି ଆୟୋଜକ ଏଭଳି ବିବାଦୀୟ ନାରାବାଜି କରିବାକୁ ଅନୁମତି ଦେଇନଥିଲେ। ବିବାଦୀୟ ନାରାବାଜି କରିବା ଆମ ସଙ୍ଗଠନର ନୀତି ନୁହେଁ। ଆଗକୁ ଏଭଳି କାର୍ଯ୍ୟ ବିରୋଧରେ କଠୋର ପଦକ୍ଷେପ ନିଆଯିବ।
Also Read: ହିଜାବ ସମର୍ଥନରେ ରାଲି କରି ବିବାଦରେ ମୌଳବାଦୀ ସଙ୍ଗଠନ PFI; ଜାଣନ୍ତୁ କାରଣ
ଆଲାପୁଝା ଜିଲ୍ଲାରେ ପିଏଫଆଇ ପକ୍ଷରୁ ଆୟୋଜିତ ହୋଇଥିବା ରାଲି ପୂର୍ବରୁ ବଜରଙ୍ଗ ଦଳ ପକ୍ଷରୁ ଶୌର୍ଯ୍ୟ ରାଲି ଆୟୋଜିତ କରାଯାଇଥିଲା। ଯେଉଁଥିରେ ସ୍ଲୋଗାନ ଦିଆଯାଇ କୁହାଯାଇଥିଲ ଦେଶକୁ ରାଷ୍ଟ୍ର ବିରୋଧୀ ତଥା ସାମ୍ପ୍ରଦାୟିକ ଚିନ୍ତାଧାରା ରଖୁଥିବା ଲୋକଙ୍କୁ ହସ୍ତାନ୍ତର କରାଯାଇପାରିବ ନାହିଁ।
Also Read: Charitable Organization ମାନ୍ୟତା ହରାଇଲା PFI; କାର୍ଯ୍ୟକଳାପ ଉପରେ ରହିବ ସତର୍କ ନଜର
ପିଏଫଆଇ ରାଲିରେ ବିବାଦୀୟ ନାରାବାଜି କରାଯିବା ପ୍ରସଙ୍ଗରେ ବିରୋଧି କଂଗ୍ରେସ ଏବଂ ବାମମୋର୍ଚ୍ଚା ସରକାର ବିରୋଧରେ ବର୍ଷିଛି ବିଜେପି। ଏନେଇ ପ୍ରତିକ୍ରିୟା ରଖି ବିଜେପି ମୁଖପାତ୍ର ଟମ ବଡକନ (BJP Spokeperson Tom Vadakkan) କହିଛନ୍ତି କେରଳ ଅତୀତର କାଶ୍ମୀର ହେବା ରାସ୍ତାରେ ଅଗ୍ରସର ହେଉଛି। ରାଜ୍ୟର ଉଭୟ ବିରୋଧି-ଶାସକ ଦଳ ପିଏଫଆଇ ସହ ଗଠବନ୍ଧନ କରିଛନ୍ତି। ଉଭୟଙ୍କୁ ପଞ୍ଚାୟତ ସ୍ତରରୁ ପିଏଫଆଇ ପକ୍ଷରୁ ସମର୍ଥନ ମିଳୁଛି। ହିନ୍ଦୁ-ଖ୍ରୀଷ୍ଟିଆନ ସମ୍ପ୍ରଦାୟର ଅନ୍ତିମ ସଂସ୍କାର କରିବା କଥା କୁହାଯାଉଛି। କାଶ୍ମୀର ଘାଟିରେ କାଶ୍ମୀର ପଣ୍ଡିତଙ୍କ ମୃତ୍ୟୁ ପୂର୍ବରୁ ଆମେ ଏକଥା ଅନେକ ଥର ଶୁଣିସାରିଛୁ। ଜାତୀୟ ବିରୋଧୀ ପ୍ରକୃତିର ଅନେକ ପ୍ରଦର୍ଶନରେ ଏହା ମଧ୍ୟ କୁହାଯାଇଛି। ଏହା ଅତ୍ୟନ୍ତ ଦୁଃଖଦାୟକ କିନ୍ତୁ ସତ୍ୟ ଯେ କେରଳ ଅତୀତର କାଶ୍ମୀର ହେବାକୁ ଯାଉଛି।
What kind of a democracy is this? PFI openly threatening Hindus/ Christians to be ready for their funerals.Kerala-govt not moving a finger against radicals..Kerala down the radical path..reminds of pre 2014 kashmir@narendramodi @AmitShah @JPNadda @blsanthosh @amitmalviya pic.twitter.com/iH8lF0dIZV
— Tom Vadakkan (@TomVadakkan2) May 23, 2022
What kind of a democracy is this? PFI openly threatening Hindus/ Christians to be ready for their funerals.Kerala-govt not moving a finger against radicals..Kerala down the radical path..reminds of pre 2014 kashmir@narendramodi @AmitShah @JPNadda @blsanthosh @amitmalviya pic.twitter.com/h0oAR0Nh8Z
— Tom Vadakkan (@TomVadakkan2) May 23, 2022