ଗଣତି କରିବାକୁ ମୋଟ ୬୨ ସରକାରୀ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି।
Trending Photos
ଭୁବନେଶ୍ୱର: ଆସନ୍ତାକାଲି ହେବ ପିପିଲି ଉପନିର୍ବାଚନର ଭୋଟ୍ ଗଣତି। ରବିବାର ସକାଳ ୮ଟାରୁ ଗଣତି ଆରମ୍ଭ ହେବା ପରେ ପ୍ରଥମେ ପୋଷ୍ଟାଲ ବାଲାଟ ଭୋଟ ଗଣାଯିବ। ଏହା ୮ଟା ୩୦ ମିନିଟରୁ ଇଭିଏମ୍ ଭୋଟ ଗଣତି ଆରମ୍ଭ ହେବ। ୱେର ହାଉସର ୨ଟି ହଲ୍ରେ ଇଭିଏମ୍ ଏବଂ ଗୋଟିଏ ହଲ୍ରେ ପୋଷ୍ଟାଲ ବାଲାଟ ଗଣତି କରାଯିବ। ଇଭିଏମ୍ ପାଇଁ ଗୋଟିଏ ହଲ୍ରେ ୭ଟି ଲେଖାଏ ଟେବୁଲକୁ ମିଶାଇ ମୋଟ୍ ୧୪ ଟେବୁଲ ରହିବ।
ଗଣତି କରିବାକୁ ମୋଟ ୬୨ ସରକାରୀ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ଗଣତି ଟେବୁଲରେ ପ୍ରାର୍ଥୀଙ୍କ ଏଜେଣ୍ଟ ରହିପାରିବେ। କୋଭିଡ କଟକଣା ଥିବାରୁ କାଉଣ୍ଟିଂ ସେଣ୍ଟର ଠାରେ ରହୁଥିବା ସମସ୍ତ ଅଧିକାରୀ ଡବଲ ଡୋଜ ଟିକା ନେଇଥିବା ଆବଶ୍ୟକ ବୋଲି କହିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ। କାଉଣ୍ଟିଂ ରେଜଲ୍ଟର ଭିଡିଓ କରି ବଡ଼ ସ୍କ୍ରିନରେ ଏହାକୁ ପ୍ରଦର୍ଶନ କରାଯିବ। କାଉଣ୍ଟିଂ ସରିବା ପରେ ୫ଟି VVPAT ଏବଂ EVM ରେଜଲ୍ଟ ମ୍ୟାଚ କରାଯିବ। ଗଣତି କେନ୍ଦ୍ରରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ।
Also Read: ରାତି ପାହିଲେ ପିପିଲି ଫାଇଟ୍ ରେଜଲ୍ଟ, ପଞ୍ଚାୟତ ନିର୍ବାଚନ ପୂର୍ବରୁ ରାଜ୍ୟବାସୀଙ୍କୁ ମିଳିବକି ବଡ଼ ସଙ୍କେତ?
ଗଣତି କେନ୍ଦ୍ର ବାହାରେ ରାଜ୍ୟ ପୋଲିସ ଅଧିକାରୀ ମୁତୟନ ହୋଇଥିବା ବେଳେ ଦ୍ବିତୀୟ ସ୍ତରରେ ସଶସ୍ତ୍ର ବାହିନୀଙ୍କୁ ନିୟୋଜିତ କରାଯାଇଛି। ଆଭ୍ୟନ୍ତରୀଣ ପ୍ରକୋଷ୍ଠରେ ଅର୍ଦ୍ଧ ସାମରିକ ବଳ ଅଧିକାରୀଙ୍କୁ ନିୟୋଜିତ କରାଯିବ। ଏଥର ଉପନିର୍ବାଚନ ପାଇଁ ୩୪୮ଟି ବୁଥ୍ କରାଯାଇଥିବା ବେଳେ ସେଥିରୁ ୨୦୧ଟି ସମ୍ବେଦନଶୀଳ ବୁଥ୍ରେ କୌଣସି ପ୍ରକାର ଗଡ଼ବଡ଼କୁ ଏଡ଼ାଇବାକୁ ଅତିରିକ୍ତ ଦୃଢ଼ ବ୍ୟବସ୍ଥା ହୋଇଥିଲା। ପିପିଲି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ଦେହାନ୍ତ ପରେ ଏହି ଆସନରେ ଉପନିର୍ବାଚନର ଆବଶ୍ୟକତା ପଡ଼ିଥିଲା।
Also Read: ପିପିଲି ପ୍ରସ୍ତୁତି ଶେଷ; ଅର୍ଦ୍ଧାଧିତ ବୁଥ ସମ୍ବେଦନଶୀଳ, ସୁରକ୍ଷା ଦେବେ ସେଣ୍ଟ୍ରାଲ ଫୋର୍ସ
କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଦେହାନ୍ତ ପରେ ପ୍ରଥମେ ଏବଂ କୋରୋନା ମହମାରୀର ଦ୍ୱିତୀୟ ଲହର ଯୋଗୁ ଦ୍ୱିତୀୟ ଥର ଲାଗି ଉପନିର୍ବାଚନକୁ ସ୍ଥଗିତ ରଖାଯାଇଥିଲା। ପିପିଲି ନିର୍ବାଚନ ମଣ୍ଡଳୀର ୨ଲକ୍ଷ ୨୯ ହଜାର ୯୯୮ ଭୋଟର ମତାଧିକାର ସାବ୍ୟସ୍ତ କରିଛନ୍ତି। ସେମାନଙ୍କ ମଧ୍ୟରୁ ୭୮.୨୫ % ସେମାନଙ୍କ ମତ ସାବ୍ୟସ୍ତ କରିଥିଲେ। ୧୯୯୫ ମସିହା ପରେ ପିପିଲି ନିର୍ବାଚନମଣ୍ଡଳୀରେ ଏହା ସର୍ବାଧିକ ମତଦାନ ବୋଲି କୁହାଯାଉଛି। ୧୯୯୫ ମସିହାରେ ଅନୁଷ୍ଠିତ ହୋଇଥିବା ନିର୍ବାଚନରେ ଏଠାରେ ୮୨.୩% ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିଥିଲେ।