ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦି ପ୍ରଥମ ପସନ୍ଦ, ସର୍ଭେରେ ଆଖପାଖରେ ବି ନାହାଁନ୍ତି ରାହୁଲ ଗାନ୍ଧୀ
Advertisement
Article Detail0/zeeodisha/odisha1195068

ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦି ପ୍ରଥମ ପସନ୍ଦ, ସର୍ଭେରେ ଆଖପାଖରେ ବି ନାହାଁନ୍ତି ରାହୁଲ ଗାନ୍ଧୀ

ସେହିଭଳି ତାମିଲନାଡୁରେ ଯେଉଁଠାରେ କଂଗ୍ରେସ ସହଯୋଗୀ ଡିଏମକେ ସହ କ୍ଷମତାରେ ଅଛି, ସେଠାକାର ୨୯.୫୬ ପ୍ରତିଶତ ଉତ୍ତରଦାତା ମୋଦିଙ୍କୁ ପ୍ରଧାନମନ୍ତ୍ରୀ ପଦ ପାଇଁ ପସନ୍ଦ କରିଛନ୍ତି । ଏହା ପରେ ରାହୁଲ ଗାନ୍ଧୀ (୨୪.୬୫ ପ୍ରତିଶତ) ରହିଥିବାବେଳେ ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀ ୫.୨୩ ପ୍ରତିଶତ ସହ ତୃତୀୟ ସ୍ଥାନରେ ରହିଛନ୍ତି । ପଶ୍ଚିମବଙ୍ଗରେ ପିଏମ ପଦ ପାଇଁ ମୋଦି ୪୨.୩୭ ପ୍ରତିଶତ ଉତ୍ତରଦାତା ସମର୍ଥନ କରିଛନ୍ତି । ଅନ୍ୟପଟେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ (୨୬.୦୮ ପ୍ରତିଶତ) ଏବଂ ରାହୁଲ ଗାନ୍ଧୀଙ୍କୁ (୧୪.୪ ପ୍ରତିଶତ) ଉତ୍ତରଦାତା ସମର୍ଥନ କରିଛନ୍ତି ।

ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦି ପ୍ରଥମ ପସନ୍ଦ, ସର୍ଭେରେ ଆଖପାଖରେ ବି ନାହାଁନ୍ତି ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ପଦ ପାଇଁ ନରେନ୍ଦ୍ର ମୋଦି (Narendra Modi) ଜନସାଧାରଣଙ୍କ ପ୍ରଥମ ପସନ୍ଦର ଚେହେରା ହୋଇ ରହିଆସିଛନ୍ତି । ଅନ୍ୟପକ୍ଷରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ (Congress Leader Rahul Gandhi) ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ (Delhi CM Arvind Kejriwal)  ପ୍ରଧାନମନ୍ତ୍ରୀ ମୋଦି (PM Modi) ଙ୍କଠାରୁ ବହୁ ପଛରେ ଅଛନ୍ତି । ଚାରିଟି ରାଜ୍ୟ-ଆସାମ, ପଶ୍ଚିମବଙ୍ଗ, ତାମିଲନାଡୁ, କେରଳ ଏବଂ ପୁଡୁଚେରୀରେ IANS ତରଫରୁ ସି ଭୋଟର (IANS C Voter Survey) ଦ୍ୱାରା କରାଯାଇଥିବା ଏକ ବିଶେଷ ସର୍ଭେରେ ଏହା ସାମ୍ନାକୁ ଆସିଛି । ଏସବୁ ସ୍ଥାନରେ ୨୦୨୧ରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା ।

ଗତ ବର୍ଷ ନିର୍ବାଚନ ଅନୁଷ୍ଠିତ ହୋଇଥିବା ସମସ୍ତ ରାଜ୍ୟ / କେନ୍ଦ୍ର ଶାସିତ ପ୍ରଦେଶରେ ପ୍ରଧାନମନ୍ତ୍ରୀ ପଦ ପାଇଁ ମୋଦି ପ୍ରଥମ ପସନ୍ଦ । ତେବେ ତାମିଲନାଡୁ ଓ କେରଳରେ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ପଦ ପାଇଁ ପ୍ରିୟ ଚେହେରା ଭାବରେ ମୋଦିଙ୍କ ଠାରୁ ପଛରେ ନାହାଁନ୍ତି । ଏହି ପାଞ୍ଚଟି ରାଜ୍ୟ /କେନ୍ଦ୍ର ଶାସିତ ଅଞ୍ଚଳରେ ପାଖାପାଖି ୧୨୦ଟି ଲୋକସଭା ଆସନ ରହିଛି ଓ ଆସାମ, ପୁଡୁଚେରୀ ଏବଂ ପଶ୍ଚିମବଙ୍ଗରେ ବିଜେପି (BJP) କ୍ଷମତା ବୃଦ୍ଧି କରୁଥିବାବେଳେ କଂଗ୍ରେସ (Congress) ତାମିଲନାଡୁର ସହଯୋଗୀ ଦଳ ଓ କେରଳରେ ବିରୋଧୀ ଦଳ ଭୂମିକାରେ ଅଛି ।

ଯେତେବେଳେ ପଚାରାଯାଇଥିଲା ଯେ ଆପଣଙ୍କୁ ପ୍ରଧାନମନ୍ତ୍ରୀ ପଦ ପାଇଁ କିଏ ସବୁଠାରୁ ଉପଯୁକ୍ତ ପ୍ରାର୍ଥୀ ଲାଗନ୍ତି, ସେଥିରୁ ଆସାମର ୪୩ ପ୍ରତିଶତ ମତଦାତା ମୋଦିଙ୍କୁ ସମର୍ଥନ କରିଛନ୍ତି । ତାଙ୍କ ପରେ କେଜ୍ରିୱାଲ (୧୧.୬୨ ପ୍ରତିଶତ) ଏବଂ ରାହୁଲ ଗାନ୍ଧୀ (୧୦.୭ ପ୍ରତିଶତ) ରହିଛନ୍ତି । କେରଳରେ ଯେଉଁଠାରେ ରାହୁଲ ଗାନ୍ଧୀ ୨୦୧୯ ଲୋକସଭା ନିର୍ବାଚନରେ ​​ଜିତିଛନ୍ତି, ସେଠାକାର ୨୮ ପ୍ରତିଶତ ମତ ପ୍ରଦାନ କରିଥିବା ଲୋକ କହିଛନ୍ତି ଯେ ମୋଦି ସେମାନଙ୍କର ପ୍ରଥମ ପସନ୍ଦ । ଏହା ପରେ ରାହୁଲ ଗାନ୍ଧୀ (୨୦.୩୮ ପ୍ରତିଶତ) ଏବଂ କେଜ୍ରିୱାଲ (୮.୨୮ ପ୍ରତିଶତ) ରହିଛନ୍ତି ।

ଏହା ବି ପଢ଼ନ୍ତୁ:-NATO କୁ କାହିଁକି ଏତେ ଚିଡ଼େ ଋଷ, ଜାଣନ୍ତୁ ଉଭୟଙ୍କ ମଧ୍ୟରେ କିଏ କେତେ ଶକ୍ତିଶାଳୀ?

ଏହା ବି ପଢ଼ନ୍ତୁ:-ରାଜ୍ୟସଭା ନିର୍ବାଚନ ପୂର୍ବରୁ କଂଗ୍ରେସର ଟେନସନ୍ ବଢ଼ାଇଲା ୧୦ ବିଧାୟକ, ୩ଟି ଆସନ ଜିତିବା ପାଇଁ ଆବଶ୍ୟକ ପ୍ରତ୍ୟେକ ବିଧାୟକଙ୍କ ଭୋଟ୍

ଏହା ବି ପଢ଼ନ୍ତୁ:-'ଶିବଲିଙ୍ଗ ନୁହେଁ ଭିତରେ ଅଛି ଫୱାରା, ପିଲାଦିନରୁ ଦେଖି ଆସୁଛି', ମସଜିଦ ପଛରେ ଥିବା ମନ୍ଦିରର ପୂଜାରୀଙ୍କ ବଡ଼ ଦାବି

ସେହିଭଳି ତାମିଲନାଡୁରେ ଯେଉଁଠାରେ କଂଗ୍ରେସ ସହଯୋଗୀ ଡିଏମକେ ସହ କ୍ଷମତାରେ ଅଛି, ସେଠାକାର ୨୯.୫୬ ପ୍ରତିଶତ ଉତ୍ତରଦାତା ମୋଦିଙ୍କୁ ପ୍ରଧାନମନ୍ତ୍ରୀ ପଦ ପାଇଁ ପସନ୍ଦ କରିଛନ୍ତି । ଏହା ପରେ ରାହୁଲ ଗାନ୍ଧୀ (୨୪.୬୫ ପ୍ରତିଶତ) ରହିଥିବାବେଳେ ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀ ୫.୨୩ ପ୍ରତିଶତ ସହ ତୃତୀୟ ସ୍ଥାନରେ ରହିଛନ୍ତି । ପଶ୍ଚିମବଙ୍ଗରେ ପିଏମ ପଦ ପାଇଁ ମୋଦି ୪୨.୩୭ ପ୍ରତିଶତ ଉତ୍ତରଦାତା ସମର୍ଥନ କରିଛନ୍ତି । ଅନ୍ୟପଟେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ (୨୬.୦୮ ପ୍ରତିଶତ) ଏବଂ ରାହୁଲ ଗାନ୍ଧୀଙ୍କୁ (୧୪.୪ ପ୍ରତିଶତ) ଉତ୍ତରଦାତା ସମର୍ଥନ କରିଛନ୍ତି ।

ପୁଡୁଚେରୀରେ ୪୯.୬୯ ପ୍ରତିଶତ ଉତ୍ତରଦାତା ମୋଦିଙ୍କୁ ପସନ୍ଦ କରୁଥିବାବେଳେ ୧୧.୮ ପ୍ରତିଶତ ଲୋକ ଅନ୍ୟ କଂଗ୍ରେସ ନେତାଙ୍କୁ ପସନ୍ଦ କରୁଥିବା କହିଛନ୍ତି । ରାହୁଲ ଗାନ୍ଧୀଙ୍କ ସ୍ୱୀକୃତି ରେଟିଂ ୩.୨୨ ପ୍ରତିଶତ ରହିଛି । ଏହି ପାଞ୍ଚଟି ରାଜ୍ୟ / କେନ୍ଦ୍ର ଶାସିତକୁ ଏକାଠି କରି ମୋଦିଙ୍କୁ ୪୯.୯୧ ପ୍ରତିଶତ ଉତ୍ତରଦାତାଙ୍କ ସମର୍ଥନ ମିଳିଛି । ଅନ୍ୟପଟେ ରାହୁଲ ଗାନ୍ଧୀଙ୍କୁ (୧୦.୧ ପ୍ରତିଶତ), କେଜ୍ରିୱାଲଙ୍କୁ (୭.୬୨ ପ୍ରତିଶତ), ଅନ୍ୟ କଂଗ୍ରେସ ନେତାଙ୍କୁ (୫.୪୬ ପ୍ରତିଶତ) ଏବଂ ମମତା ବାନାର୍ଜୀଙ୍କୁ (୩.୨୩ ପ୍ରତିଶତ) ସମର୍ଥନ ରହିଛି ।