ମେଣ୍ଟ ଗଠନ ନେଇ Akhilesh Yadav ଙ୍କୁ ଅନ୍ତିମ ଚେତାବନୀ ଦେଲେ Shivpal Yadav
Advertisement
Article Detail0/zeeodisha/odisha1033609

ମେଣ୍ଟ ଗଠନ ନେଇ Akhilesh Yadav ଙ୍କୁ ଅନ୍ତିମ ଚେତାବନୀ ଦେଲେ Shivpal Yadav

ମେଣ୍ଟ ଗଠନ କିମ୍ବା ଦଳର ବିଲୟ କରିବାକୁ ନେଇ ସପ୍ତାହେ ମଧ୍ୟରେ କୌଣସି ନିଷ୍ପତ୍ତି ନିଆଯିବା ଆବଶ୍ୟକ। 

ମେଣ୍ଟ ଗଠନ ନେଇ Akhilesh Yadav ଙ୍କୁ ଅନ୍ତିମ ଚେତାବନୀ ଦେଲେ Shivpal  Yadav

ଲକ୍ଷ୍ନୌ: ଆସନ୍ତାବର୍ଷ ହେବାକୁ ଯାଉଥିବା ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ମେଣ୍ଟ ଗଠନ କରିବା ପ୍ରସଙ୍ଗରେ ସମାଜବାଦୀ ପାର୍ଟି ସୁପ୍ରିମୋ ତଥା ପୁତୁରା ଅଖିଲେଶ ଯାଦବଙ୍କୁ ଅନ୍ତିମ ଚେତାବନୀ ଦେଇଛନ୍ତି ପ୍ରଗତିଶୀଳ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ତଥା ଚାଚା ଶିବପାଲ ଯାଦବ। ଏନେଇ ଯଥାଶୀଘ୍ର ସ୍ଥିତି ସ୍ପଷ୍ଟ କରିବାକୁ ପୁତୁରାଙ୍କ ଉଦ୍ଦେଶ୍ୟରେ ସନ୍ଦେଶ ଦେଇଛନ୍ତି ଚାଚା। ମେଣ୍ଟ କରିବା ନେଇ ଡେରି କରିବା ଠିକ ନୁହେଁ। ଏ ବାବଦରେ ସପ୍ତାହେ ମଧ୍ୟରେ ନିଷ୍ପତ୍ତି ନିଆଯିବା ଆବଶ୍ୟକ।

ଇଟାୱା ଠାରେ ଏକ ଭାଷଣ ଦେବା ଅବସରରେ ପ୍ରଗତିଶୀଳ ସମାଜବାଦୀ ପାର୍ଟି (Pragatisheel Samajwadi Party) ଅଧ୍ୟକ୍ଷ ଶିବପାଲ ଯାଦବ (Shivpal Singh Yadav) କହିଛନ୍ତି ଆମେ ଦୁଇ ବର୍ଷ ପୂର୍ବେ ନଇଁ ଯାଇଥିଲୁ ଆଉ ସେ ମୁଖ୍ୟମନ୍ତ୍ରୀ ହୋଇଥିଲେ। ସେବେଠାରୁ କିଛି ପରିବର୍ତ୍ତନ ହୋଇନାହିଁ। ଅଲଗା ରହିଲେ କେହି ଶକ୍ତିଶାଳୀ ହୋଇପାରିବ ନାହିଁ।   

Also Read: UP Poll 2022: Samajwadi Party ସହ ହେବ ମେଣ୍ଟ ନା ବିଲୟ? ଜବାବ ରଖିଲେ Shivpal Yadav

ମେଣ୍ଟ ଗଠନ କିମ୍ବା ଦଳର ବିଲୟ କରିବାକୁ ନେଇ ସପ୍ତାହେ ମଧ୍ୟରେ କୌଣସି ନିଷ୍ପତ୍ତି ନିଆଯିବା ଆବଶ୍ୟକ। ଆମେ ଏନେଇ ପ୍ରସ୍ତୁତ ରହିଛୁ। ଆଗାମୀ ନିର୍ବାଚନ ପାଇଁ ସମସ୍ତେ ଏକାଠି ହୋଇଯାନ୍ତୁ। ଆସନ୍ତାବର୍ଷ ହେବାକୁ ଥିବା ନିର୍ବାଚନରେ ଆମ ଦଳ ସରକାର ଗଠନ କରୁ ଏହା ହେଉଛି ଆମର ଲକ୍ଷ୍ୟ। ମେଣ୍ଟ କିମ୍ବା ବିଲୟକୁ ନେଇ ଯଦି କୌଣସି ନିଷ୍ପତ୍ତି ନିଆନଯାଏ ତାହେଲେ ନିଜ ଲୋକଙ୍କ ମତାମତ ନେଇ ଆମେ ପରବର୍ତ୍ତୀ କାର୍ଯ୍ୟପନ୍ଥା ସ୍ଥିର କରିବୁ ବୋଲି କହିଛନ୍ତି ଶିବପାଲ ଯାଦବ।  

Also Read: UP Poll 2022: ସମାଜବାଦୀ ପାର୍ଟିରେ ବିଲୟ ହେଲା କିସାନ କ୍ରାନ୍ତି ମଞ୍ଚ ସଙ୍ଗଠନ

ଆମ ଦଳ ଲାଗି ଆମେ ୧୦୦ ଆସନ ଦାବି କରୁଥିଲୁ। ବର୍ତ୍ତମାନ ଆମେ ଏହି ଦାବିରୁ ପଛକୁ ହଟିଯାଉଛି। ଗତ ୨ ବର୍ଷ ଧରି ଆମେ ଏ ବାବଦରେ ବିଭିନ୍ନ ସମୟରେ କହିସାରିଛୁ। ଆମେ ସବୁବେଳେ ତ୍ୟାଗ କରିଛୁ। ଗତ ୨୦୦୩ ବର୍ଷରେ ମୁଁ ଚାହିଁଥିଲେ ମୁଖ୍ୟମନ୍ତ୍ରୀ ହୋଇପାରିଥାନ୍ତି। ସେତେବେଳେ ଅନ୍ୟ ଦଳର ୪୦ ବିଧାୟକ ଆମ ସହ ଯୋଗାଯୋଗରେ ଥିଲେ। ସେତେବେଳେ ୨୫ ଜଣ ବିଜେପି ବିଧାୟକଙ୍କ ସମେତ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂହ ଏବଂ ଅଜିତ ସିଂହ ଆମ ସହିତ ଥିଲେ। ସେତେବେଳେ ମୁଁ ମୁଖ୍ୟମନ୍ତ୍ରୀ ହୋଇ ପାରିଥାନ୍ତି। 

Also Read: ଆଜମଗଡ଼ ବନାମ ଆର୍ଯ୍ୟମଗଡ଼: ଦଳ ସରକାର ଗଢିଲେ କରିବ ଜିଲ୍ଲାର ନାମ ପରିବର୍ତ୍ତନ

ଯେତେବେଳେ ରାଜ୍ୟରେ ମାୟାବତୀ ସରକାର ଶାସନ କରୁଥିଲା ସେତେବେଳେ ଆମ ଲୋକଙ୍କ ଉପରେ ଅତ୍ୟାଚାର କରାଯାଉଥିଲା। ସେତେବେଳେ ଆମେ ବିରୋଧି ଦଳ ଆସନରେ ବସିଥିଲୁ। ଆମେ ସେମାନଙ୍କୁ ବିରୋଧ କରି ଆମେ ଅନେକ ଆନ୍ଦୋଳନ ଏବଂ ସଂଘର୍ଷ କରିଥିଲୁ। ଯାହାର ଫଳସ୍ୱରୂପ ଗତ ଗତ ୨୦୧୨ ବର୍ଷରେ ରାଜ୍ୟରେ ସମାଜବାଦୀ ପାର୍ଟି ସରକାର ଗଠିତ ହୋଇଥିଲା। ରାଜ୍ୟରେ ପୁନର୍ବାର ସରକାର ଗଠନ କରିବା ପାଇଁ ଆମେ ୨ ବର୍ଷ ଧରି ଚେଷ୍ଟା କରିଆସୁଛି। ଯଦି ଆପଣ ଚାହାଁନ୍ତି ତାହେଲେ ମେଣ୍ଟ କିମ୍ବା ଦଳର ବିଲୟ କରିପାରନ୍ତି। ପୂର୍ବରୁ ଲୋକେ ଆମ ଦଳକୁ ଏକ ଛୋଟ ପାର୍ଟି ବୋଲି କହୁଥିଲେ। ଯେତେବେଳେ ଦଲ ପକ୍ଷରୁ ଆୟୋଜିତ ରଥଯାତ୍ରା ମଥୁରା ଠାରୁ ବାହାରିଥିଲା ସେତେବେଳେ ସମସ୍ତ ଆମ ଶକ୍ତି ବାବଦରେ ଜାଣିବାକୁ ପାଇଥିଲେ। ବର୍ତ୍ତମାନ ସମୟରେ ମଧ୍ୟ ଆମର ପ୍ରାଥମିକତା ହେଉଛି ସମାଜବାଦୀ ପାର୍ଟି।