Bihar Politics: 'ଯଦି ବିଜେପି ସହ କିଛି ସମ୍ପର୍କ ନାହିଁ, ତାହେଲେ ଛାଡ଼ି ଦିଅ ରାଜ୍ୟସଭା ଉପାଧ୍ୟକ୍ଷ ପଦ'
Advertisement
Article Detail0/zeeodisha/odisha1406408

Bihar Politics: 'ଯଦି ବିଜେପି ସହ କିଛି ସମ୍ପର୍କ ନାହିଁ, ତାହେଲେ ଛାଡ଼ି ଦିଅ ରାଜ୍ୟସଭା ଉପାଧ୍ୟକ୍ଷ ପଦ'

Rajya Sabha Deputy Chairman: ବିଜେପି ସହ ସମ୍ପର୍କ ଶେଷ ହେବା ପରେ ମଧ୍ୟ ଜେଡିୟୁ ପାଖରେ ରାଜ୍ୟସଭା ଉପାଧ୍ୟକ୍ଷ ପଦ ରହିବାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ପ୍ରଶାନ୍ତ କିଶୋର। 

 Bihar Politics: 'ଯଦି ବିଜେପି ସହ କିଛି ସମ୍ପର୍କ ନାହିଁ, ତାହେଲେ ଛାଡ଼ି ଦିଅ ରାଜ୍ୟସଭା ଉପାଧ୍ୟକ୍ଷ ପଦ'

Prashant Kishor on Nitish Kumar: ବିଜେପି ସହ ସମ୍ପର୍କକୁ ନେଇ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଟାର୍ଗେଟ କରିଛନ୍ତି ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋର। ବିଜେପିକୁ ସହଯୋଗ କରୁଥିବା ନେଇ ପୂର୍ବରୁ ନୀତିଶ କୁମାରଙ୍କ ବିରୋଧରେ  ଅଭିଯୋଗ ଆଣିଛନ୍ତି ପ୍ରଶାନ୍ତ କିଶୋର। ଏନେଇ ସେ କହିଛନ୍ତି ଯେ ଯଦି ସେ ବିଜେପି ସହ କୌଣସି ସମ୍ପର୍କ ନାହିଁ, ତାହେଲେ ଜେଡିୟୁ ସାଂସଦ ରାଜ୍ୟସଭା ଉପାଧ୍ୟକ୍ଷ ପଦ କାହିଁକି ଛାଡୁ ନାହାଁନ୍ତି?  ବିହାର ମୁଖ୍ୟମନ୍ତ୍ରୀଙ୍କ ଠାରୁ ଅଲଗା ହେବା ପରେ ପ୍ରଶାନ୍ତ କିଶୋର ବିହାର ରାଜନୀତିରେ ନିଜ ସ୍ଥିତ ମଜବୁତ କରୁଛନ୍ତି ଏହି ନିର୍ବାଚନ ରଣନୀତିକାର। ଏପରିକି ସେ ଲଗାତାର ଭାବେ ବିଭିନ୍ନ ପ୍ରସଙ୍ଗରେ ବିହାର ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରୁଛନ୍ତି। ଏହି ସମୟରେ ପ୍ରଶାନ୍ତ କିଶୋର ନୀତୀଶ କୁମାରଙ୍କ ଦଳ ଜେଡିୟୁ ପାଖରେ  ରାଜ୍ୟସଭା ଉପାଧ୍ୟକ୍ଷ ପଦ ରଖିବା ନେଇ ପ୍ରଶ୍ନ ଉଠାଇଛନ୍ତି।

ଟ୍ୱିଟ କରି ପ୍ରଶାନ୍ତ କିଶୋର (Prashant Kishor) କହିଛନ୍ତି, "ନୀତୀଶ କୁମାର, ଯଦି ଆପଣଙ୍କର ବିଜେପି କିମ୍ବା ଏନଡିଏ ମେଣ୍ଟ ସହିତ କୌଣସି ସମ୍ପର୍କ ନାହିଁ, ତାହେଲେ ଆପଣ ଆପଣଙ୍କ ଦଳର ସାଂସଦଙ୍କୁ ରାଜ୍ୟସଭା ଉପାଧ୍ୟକ୍ଷ ପଦ ଛାଡିବାକୁ କୁହନ୍ତୁ। ସେ ଆହୁରି ମଧ୍ୟ ପରାମର୍ଶ ଦେଇଛନ୍ତି ଯେ ଆପଣଙ୍କ ପାଖରେ ସବୁବେଳେ ଦୁଇଟି  ଉପାୟ ହୋଇପାରିବ ନାହିଁ। "

ପୂର୍ବରୁ ପ୍ରଶାନ୍ତ କିଶୋର ଦାବି କରିଥିଲେ ଯେ ନୀତୀଶ କୁମାର (Bihar CM Nitish Kumar) ପୁଣି ଥରେ ପଟ୍ଟ ପରିବର୍ତ୍ତନ କରିପାରନ୍ତି। ପୁନର୍ବାର ବିଜେପି (BJP) ସହ ଯିବା ପାଇଁ ସେ ନିଜର ଜଣେ ଖାସ ନେତାଙ୍କୁ ସଂରକ୍ଷିତ କରି ରଖିଛନ୍ତି। ଯାହାର କାମ ହେଉଛି ପୁଣି ଥରେ ବିଜେପି ହାତ ଧରିବା ପାଇଁ ପଥ ପରିଷ୍କାର କରିବା। ଗୋଟିଏ ପଟେ ନୀତିଶ କୁମାର ତାଙ୍କ ଦଳର ନେତାଙ୍କୁ ରାଜ୍ୟସଭାରେ ବିଲ୍ ପାସ କରାଇବା କାମରେ ଲଗାଇ ଦେଇଛନ୍ତି। ଅନ୍ୟପଟେ ବିହାରରେ ମହାମେଣ୍ଟ (Bihar Grand Alliance) ଗଠନ କରି ବିହାରବାସୀଙ୍କୁ ଠକିବାକୁ ଚେଷ୍ଟା କରୁଛନ୍ତି।

ଶୁକ୍ରବାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ପ୍ରଶାନ୍ତ କିଶୋରଙ୍କ ଦାବିକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଏନେଇ ସେ କହିଛନ୍ତି ନିଜର ପ୍ରଚାର ପାଇଁ ପ୍ରଶାନ୍ତ କିଶୋର ଏଭଳି ବିବୃତ୍ତି ଦେବା ଜାରି ରଖିଛନ୍ତି। ପ୍ରଚାର ପାଇଁ ସେ କିଛି ମଧ୍ୟ କହିପାରନ୍ତି। ଆମେ ଏହି କଥା ଉପରେ କୌଣସି ଫରକ ପଡ଼ିବ ନାହିଁ। ଏପରି ଏକ ସମୟ ଥିଲା ଯେତେବେଳେ ସେ ପ୍ରଶାନ୍ତ କିଶୋରଙ୍କୁ ମାନୁଥିଲି। ହେଲେ ଯେଉଁ ଲୋକଙ୍କୁ ମୁଁ ସମ୍ମାନ ଦେଇଛି, ସେମାନେ ଆଜି କ'ଣ କ'ଣ କହିଯାଉଛନ୍ତି?

ବିଜେପି ସହ ସମ୍ପର୍କ ଶେଷ ହେବା ପରେ ମଧ୍ୟ ଜେଡିୟୁ ସାଂସଦ ହରିବଂଶ ନାରାୟଣ ସିଂହ (JDU MP Harivansh Narayan Singh) ରାଜ୍ୟସଭା ଉପାଧ୍ୟକ୍ଷ (Rajya Sabha Deputy Chairman) ପଦ ରହିବାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ପ୍ରଶାନ୍ତ କିଶୋର। ଏହି ସମୟରେ ବିଜେପି ନେତା ଦାବି କରିଛନ୍ତି ଯେ ଦଳ ଆଉ କେବେ ନୀତୀଶ କୁମାରଙ୍କୁ ଗ୍ରହଣ କରିବ ନାହିଁ।

ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ବିହାର ବିଜେପି ଅଧ୍ୟକ୍ଷ ଡ.ସଞ୍ଜୟ ଜୈସ୍ୱାଲ (Bihar BJP President Dr. Sanjay Jaiswal) ଏବଂ ଦଳର ରାଜ୍ୟସଭା ସାଂସଦ (BJP Rajya Sabha MP) ତଥା ପୂର୍ବତନ ବିହାର ଉପମୁଖ୍ୟମନ୍ତ୍ରୀ (Former Bihar Deputy Chief Minister) ସୁଶୀଲ ମୋଦି (Sushil Modi)। ଏନେଇ ଉଭୟ ବିଜେପି ନେତା କହିଛନ୍ତି ଦଳ କେବେ ମଧ୍ୟ ନୀତୀଶ କୁମାରଙ୍କୁ ସାଥିରେ ରଖିବ ନାହିଁ। ବିହାର ବିଜେପି ଅଧ୍ୟକ୍ଷ କହିଛନ୍ତି ଯେ ବର୍ତ୍ତମାନ ନୀତୀଶ କୁମାରଙ୍କ ସହ ଦଳ ଯିବ ନାହିଁ। କୌଣସି ପରିସ୍ଥିତିରେ ଆମେ ତାଙ୍କୁ ଆମ ପାଖରେ ରଖିବୁ ନାହିଁ। କଟାକ୍ଷ କରି ସେ କରିଛନ୍ତି ଯେ ପ୍ରଶାନ୍ତ କିଶୋର ରାତିରେ ନୀତୀଶ କୁମାରଙ୍କୁ ଭେଟିଥାନ୍ତି।