ରାଷ୍ଟ୍ରପତି ନିର୍ବାଚନରେ ​​ବିଜେପି ସାଂସଦ ସନ୍ନି ଦେଓଲ ସମେତ ୯ ଜଣ ସାଂସଦ ଦେଇପାରିଲେନି ଭୋଟ୍, ଜାଣନ୍ତୁ ଏହାର କାରଣ
Advertisement

ରାଷ୍ଟ୍ରପତି ନିର୍ବାଚନରେ ​​ବିଜେପି ସାଂସଦ ସନ୍ନି ଦେଓଲ ସମେତ ୯ ଜଣ ସାଂସଦ ଦେଇପାରିଲେନି ଭୋଟ୍, ଜାଣନ୍ତୁ ଏହାର କାରଣ

Presidential Election 2022: କିନ୍ତୁ ଏହି ନିର୍ବାଚନ ସମୟରେ ୯ ଜଣ ସାଂସଦ ମତଦାନ କରି ନଥିଲେ । ଏହି ତାଲିକାରେ ​​ବିଜେପି ସାଂସଦ ସନ୍ନି ଦେଓଲ (Sunny Deol) ଙ୍କ ନାମ ମଧ୍ୟ ସାମିଲ ରହିଛି । ପଞ୍ଜାବର ଗୁରୁଦାସପୁରର ବିଜେପି ସାଂସଦ ସନ୍ନି ଦେଓଲ ବିଦେଶରେ ଅଛନ୍ତି ଓ ଏଥିପାଇଁ ସେ ଏହି ନିର୍ବାଚନରେ ​​ଭୋଟ୍ ଦେଇପାରି ନାହାଁନ୍ତି ।

ରାଷ୍ଟ୍ରପତି ନିର୍ବାଚନରେ ​​ବିଜେପି ସାଂସଦ ସନ୍ନି ଦେଓଲ ସମେତ ୯ ଜଣ ସାଂସଦ ଦେଇପାରିଲେନି ଭୋଟ୍, ଜାଣନ୍ତୁ ଏହାର କାରଣ

ନୂଆଦିଲ୍ଲୀ: Presidential Election 2022: ୧୬ ତମ ରାଷ୍ଟ୍ରପତି ନିର୍ବାଚନ ପାଇଁ ମତଦାନ ଅପରାହ୍ନ ୫ଟାରେ ଶେଷ ହୋଇଯାଇଛି । ଏହି ମତଦାନରେ ମୋଟ ୪,୮୦୦ ନିର୍ବାଚିତ ସାଂସଦ ଓ ବିଧାୟକ ଅଂଶଗ୍ରହଣ କରିଛନ୍ତି । ନିର୍ବାଚନରେ ​​ଏନଡିଏର ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ (Draupadi Murmu) ଙ୍କ ବିଜୟ ତଥା ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦରେ ପ୍ରଥମ ଥର ପାଇଁ ଜଣେ ଆଦିବାସୀ ମହିଳାଙ୍କ ବସିବା ପ୍ରାୟ ନିଶ୍ଚିତ ହୋଇସାରିଛି । ୨୭ଟି ଦଳର ସମର୍ଥନ ସହିତ ଦ୍ରୌପଦୀ ମୁର୍ମୁଙ୍କ ପଲା ଭାରି ରହିଛି । ସେପଟେ କେବଳ ୧୪ଟି ଦଳର ସମର୍ଥନରେ ଯଶୱନ୍ତ ସିହ୍ନା (Yashwant Sinha) ଙ୍କୁ ପ୍ରାୟ ୩.୬୨ ଲକ୍ଷ ଭୋଟ୍ ମିଳିବ ବୋଲି ଆଶା କରାଯାଉଛି । ଜୁଲାଇ ୨୧ରେ ଫଳାଫଳ ଘୋଷଣା କରାଯିବ ।

କିନ୍ତୁ ଏହି ନିର୍ବାଚନ ସମୟରେ ୯ ଜଣ ସାଂସଦ ମତଦାନ କରି ନଥିଲେ । ଏହି ତାଲିକାରେ ​​ବିଜେପି ସାଂସଦ ସନ୍ନି ଦେଓଲ (Sunny Deol) ଙ୍କ ନାମ ମଧ୍ୟ ସାମିଲ ରହିଛି । ପଞ୍ଜାବର ଗୁରୁଦାସପୁରର ବିଜେପି ସାଂସଦ ସନ୍ନି ଦେଓଲ ବିଦେଶରେ ଅଛନ୍ତି ଓ ଏଥିପାଇଁ ସେ ଏହି ନିର୍ବାଚନରେ ​​ଭୋଟ୍ ଦେଇପାରି ନାହାଁନ୍ତି ।

ଏହା ବ୍ୟତୀତ ବିଏସପି ସାଂସଦ ଅତୁଲ ରାୟ ମଧ୍ୟ ରାଷ୍ଟ୍ରପତି ନିର୍ବାଚନରେ ​​ଭୋଟ୍ ଦେଇନାହାଁନ୍ତି । ଅତୁଲ ରାୟ ଜେଲରେ ଅଛନ୍ତି ତେଣୁ ସେ ଭୋଟ୍ ଦେବାକୁ ଆସିପାରିନଥିଲେ । ଅନ୍ୟପକ୍ଷରେ ଶିବସେନାର ଗଜାନନ କୀର୍ତ୍ତିକାର, ଶିବସେନା ସାଂସଦ ହେମନ୍ତ ଗୋଡସେ, ବିଏସପି ସାଂସଦ ହାଜି ଫଜଲୁର ରେହମାନ, ସାଦିକ ରେହମାନ ଏବଂ ସୟଦ ଇମତିଆଜ ମଧ୍ୟ ରାଷ୍ଟ୍ରପତି ନିର୍ବାଚନରେ ​​ଭୋଟ୍ ଦେଇପାରି ନାହାଁନ୍ତି । ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ୍ ଦେବା ପରେ ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି ଯେ ମୋଟ ଭୋଟରଙ୍କ ସଂଖ୍ୟା ୯୯.୧୮ ପ୍ରତିଶତ ରହିଛି । ଏହି ନିର୍ବାଚନ ଶାନ୍ତିପୂର୍ଣ୍ଣ ଭାବରେ ଶେଷ ହୋଇଛି । 

ଏହା ବି ପଢ଼ନ୍ତୁ:-ଶେଷ ହେବ ସରକାରୀ କର୍ମଚାରୀଙ୍କ ଅପେକ୍ଷା, ମହଙ୍ଗା ଭତ୍ତା ବୃଦ୍ଧିକୁ ନେଇ ଆସିଲା ବଡ଼ ଅପଡେଟ୍!

ଏହା ବି ପଢ଼ନ୍ତୁ:-କେଉଁଠି ମଟନ୍ ବିରିୟାନୀ ତ କେଉଁଠି ଚିକେନ୍, ଭାରତର ଏସବୁ ମନ୍ଦିରରେ ମିଳିଥାଏ ଆମିଷ ଭୋଗ

ଏହା ବି ପଢ଼ନ୍ତୁ:-ଉଦ୍ଧବ ଠାକରେଙ୍କୁ ପୁଣି ଲାଗିଲା ଜୋରଦାର ଝଟକା, ଶିବସେନାରୁ ଇସ୍ତଫା ଦେଲେ ଏହି ବଡ଼ ନେତା

ଦେଶର ୧୫ତମ ରାଷ୍ଟ୍ରପତି ନିର୍ବାଚନ ପାଇଁ ସଂସଦ ଭବନରେ ହୋଇଥିବା ନିର୍ବାଚନରେ ​​ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ବ୍ୟତୀତ ବହୁ ସାଂସଦ ଏବଂ କେନ୍ଦ୍ର ମନ୍ତ୍ରୀ ଭୋଟ୍ ଦେଇଛନ୍ତି । ଏହା ବ୍ୟତୀତ ଦେଶର ଅନେକ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ବିଧାୟକମାନେ ମଧ୍ୟ ଭୋଟ୍ ଦେଇଛନ୍ତି । ଭୋଟ୍ ଦେବା ପରେ ସମସ୍ତ ରାଜ୍ୟରୁ ବାଲାଟ୍ ବାକ୍ସ ଦିଲ୍ଲୀ ଅଣାଯିବ ଓ ଜୁଲାଇ ୨୧ରେ ଭୋଟ୍ ଗଣିବା ପରେ ଦେଶର ନୂତନ ରାଷ୍ଟ୍ରପତିଙ୍କ ନାମ ଘୋଷଣା କରାଯିବ । ରାଷ୍ଟ୍ରପତି ନିର୍ବାଚନ ପାଇଁ ଏନଡିଏ ଦ୍ରୌପଦୀ ମୁର୍ମୁଙ୍କୁ ପ୍ରାର୍ଥୀ କରିଛି ଓ ବିରୋଧୀ ଦଳ ମିଳିତ ଭାବେ ଯଶୱନ୍ତ ସିହ୍ନାଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରିଛନ୍ତି ।