ସଫେଇ ପାଇଁ ସ୍ୟାମ୍ପେନ୍; ନାଇଟ୍ କ୍ଲବରେ ରାହୁଲ, ବୋତଲ ଖୋଲିଲେ ଜାଭଡେକର
Advertisement
Article Detail0/zeeodisha/odisha1173379

ସଫେଇ ପାଇଁ ସ୍ୟାମ୍ପେନ୍; ନାଇଟ୍ କ୍ଲବରେ ରାହୁଲ, ବୋତଲ ଖୋଲିଲେ ଜାଭଡେକର

ନିଜ ବନ୍ଧୁଙ୍କ ବିବାହ ଉତ୍ସବରେ ଯୋଗ ଦେବା ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ (Rahul Gandhi) ୫ ଦିନିଆ ନେପାଳ ଗସ୍ତରେ ଅଛନ୍ତି। ପ୍ରଥମ ଦିନରେ ହିଁ ତାଙ୍କର ଏକ ନାଇଟ କ୍ଲବ ଭିଡିଓ ଭାଇରାଲ ହୋଇଥିଲା। ସୋସଲିଆଲ ମିଡିଆରେ ସୋମାଲୋଚନାର ଶିକାର ହେବା ପରେ କଂଗ୍ରେସ (Congress), ବିଜେପି ନେତାଙ୍କୁ ଟେର୍ଗେଟ କରିଛି।

ସୌ- ସୋସିଆଲ ମିଡିଆ

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନାଇଟ କ୍ଲବ ଭିଡିଓ ଭାଇରାଲ ହେବା ପରେ ଜାତୀୟ ରାଜନୀତିରେ ହଇଚଇ ସୃଷ୍ଟି ହୋଇଛି। ଦଳ ଅସ୍ତିତ୍ୱ ହରାଇବାକୁ ବସିଥିବା ବେଳେ ଟପ୍ ଲିଡର୍ ମସ୍ତିରେ ଚୂର ଥିବା ନେଇ ଆଲୋଚନା ହେଉଛି। ଶାସକ ବିଜେପି ନୂହଁ ସାଧାରଣ ଜନତା ମଧ୍ୟ କଂଗ୍ରେସକୁ କଟାକ୍ଷ କରୁଛନ୍ତି। ଶେଷରେ ସଫେଇ ଦେବାକୁ ଯାଇ ବିଜେପି ନେତା ପ୍ରକାଶ ଜାଭଡେକରଙ୍କ ଏକ ପୁରୁଣା ଫଟୋ ପୋଷ୍ଟ କରିଛି।

ନିଜ ବନ୍ଧୁଙ୍କ ବିବାହ ଉତ୍ସବରେ ଯୋଗ ଦେବା ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ (Rahul Gandhi) ୫ ଦିନିଆ ନେପାଳ ଗସ୍ତରେ ଅଛନ୍ତି। ପ୍ରଥମ ଦିନରେ ହିଁ ତାଙ୍କର ଏକ ନାଇଟ କ୍ଲବ ଭିଡିଓ ଭାଇରାଲ ହୋଇଥିଲା। ସୋସଲିଆଲ ମିଡିଆରେ ସୋମାଲୋଚନାର ଶିକାର ହେବା ପରେ କଂଗ୍ରେସ (Congress), ବିଜେପି ନେତାଙ୍କୁ ଟେର୍ଗେଟ କରିଛି। ଦଳର ବରିଷ୍ଠ ନେତା ଓ କର୍ମୀମାନେ ରାହୁଲଙ୍କ ନାଇଟ କ୍ଲବ ଭିଡିଓର ସଫେଇ ଦେବାକୁ ଯାଇ ବିଜେପି ନେତାଙ୍କ ପାର୍ଟି ଫଟୋ ସେୟାର କରୁଛନ୍ତି। କଂଗ୍ରେସ ସେୟାର କରିଥିବା ଫଟୋ ଗୁଡିକରେ ମଦ ଗ୍ଲାସ ସହ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀ, ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ରମନ୍ତ୍ରୀ ପ୍ରାକାଶ ଜାଭଡେକରଙ୍କୁ ଦେଖିବାକୁ ମିଳୁଛି।

Also Read: ମସ୍ତି ମୁଡରେ Rahul Gandhi: ବିଦେଶ ନାଇଟ୍ କ୍ଲବରେ ଏମିତି କରୁଥିଲେ ପାର୍ଟି, ଭିଡିଓ ଭାଇରାଲ

ଜାତୀୟ ଯୁବ କଂଗ୍ରେସର ସଭାପତି ଶ୍ରୀନିବାସ ବିଭି (Shrinivas BV) ମଙ୍ଗଳବାର ତାଙ୍କ ଟ୍ୱିଟରରେ ହ୍ୟାଣ୍ଡେଲରେ ଏକ ଫଟୋ ପୋଷ୍ଟ କରିଛନ୍ତି। ଆଉ ଏହି ଫଟୋରେ କିଏ ଅଛନ୍ତି ଚିହ୍ନନ୍ତୁ ବୋଲି ଲେଖିଛନ୍ତି। ଶ୍ରୀନିବାସ ପୋଷ୍ଟ କରିଥିବା ଫଟୋରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ରାଜ୍ୟସଭା ସାଂସଦ ପ୍ରକାଶ ଜାଭଡେକର ଏକ ସାମ୍ପେନ ବୋତଲ ଖୋଲୁଛନ୍ତି। ବିଜେପି ସାଂସଦଙ୍କ ଚାରି ପାଖରେ ଅନେକ ଲୋକଙ୍କ ଭିଡ ଜମିଛି। ତେବେ ଏହା ବିଜେପି ନେତାଙ୍କ କୌଣସି ଏକ ପାର୍ଟିର ପୁରୁଣା ଫଟୋ ଭଳି ଲାଗୁଛି। କିଛି କଂଗ୍ରେସ ସମର୍ଥକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ୱଗତ ଅଟଳ ବିହାରୀ ବାଜପେୟୀଙ୍କ ଫଟୋ ସେୟାର କରୁଛନ୍ତି। ଯେଉଁଥିରେ ସେମାନେ ୱାଇନ ଗ୍ଲାସ ଧରିଥିବା ଦେଖିହବାକୁ ମିଳିଛି। 

 

ରାହୁଲ ଗାନ୍ଧୀଙ୍କ ନାଇଟ କ୍ଲବ ପ୍ରସଙ୍ଗରେ ରଣଦୀପ ସୂର୍ଯେୱାଲା (Randeep Surjewala) କଂଗ୍ରେସର ରକ୍ଷାକବଚ ପାଲଟିଛନ୍ତି। ସେ କହିଛନ୍ତି ଯେ, ତତ୍କାଳୀନ ପାକିସ୍ତାନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ଜନ୍ମଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PM Modi) ଙ୍କ କେକ୍ କାଟିବା ଭଳି ରାହୁଲ ଗାନ୍ଧୀ ନିମନ୍ତ୍ରିତ ହୋଇନଥିବା ଅତିଥି ଭାବରେ ଯାଇ ନାହାଁନ୍ତି। ରାହୁଲ ଗାନ୍ଧୀ ଏକ ବନ୍ଧୁତ୍ୱପୂର୍ଣ୍ଣ ଦେଶ ନେପାଳକୁ ଯାଇ ଜଣେ ବନ୍ଧୁଙ୍କ ବ୍ୟକ୍ତିଗତ ବିବାହ କାର୍ଯ୍ୟରେ ଯୋଗ ଦେଇଛନ୍ତି। ଏହା ତାଙ୍କର ବ୍ୟକ୍ତିଗତ ମାମଲା ବୋଲି କଂଗ୍ରେସ ମୁଖପାତ୍ର ସଫେଇ ଦେଇଛନ୍ତି।

Also Read: କିଏ ଏହି ମହିଳା ଯାହା ସହ ଏବେ ଭାଇରାଲ ହେଉଛି ରାହୁଲ ଗାନ୍ଧୀଙ୍କ ଭିଡିଓ ?

ଅନ୍ୟପଟେ ରାହୁଲ ଗାନ୍ଧୀଙ୍କ ନେପାଳ ବାନ୍ଧବୀଙ୍କୁ ନେଇ ଅନେକ ପ୍ରଶ୍ନ ଉଠୁଛି। ରାହୁଲ ଗାନ୍ଧୀ ତାଙ୍କର ମହିଳା ବନ୍ଧୁ ସମିନା ଉଦାସଙ୍କ ବିବାହରେ ସାମିଲ ହେବା ପାଇଁ କାଠମାଣ୍ଡୁ ଯାଇଛନ୍ତି। ସମିନା ସିଏନଏନ (CNN)ନ୍ୟୁଜ୍ ଚ୍ୟାନେଲର ଜଣେ କରେସପଣ୍ଡେଣ୍ଟ ଅଟନ୍ତି। ସମିନା ଅନେକ ସମୟରେ ଭାରତ ବିରୋଧରେ ପ୍ରଚାର କରନ୍ତି। ନେପାଳରେ ଜନ୍ମୀତ ସମିନା ସିଏଏ ବିରୋଧି ଦଙ୍ଗାକାରୀଙ୍କୁ ସମର୍ଥନ କରିଥିଲେ। ଭାରତର ସାର୍ବଭୌମତ୍ୱ ଉପରେ ସେ ଆପତ୍ତିଜନକ ମନ୍ତବ୍ୟ ଦେଇଛନ୍ତି। ୨୦୨୦ରେ ନେପାଳ ସରକାରଙ୍କ ବିବାଦୀୟ ମାନଚିତ୍ରକୁ ମଧ୍ୟ ସମିନା ସମର୍ଥନ କରିଥିଲେ।