କିଏ ଏହି ମହିଳା ଯାହା ସହ ଏବେ ଭାଇରାଲ ହେଉଛି ରାହୁଲ ଗାନ୍ଧୀଙ୍କ ଭିଡିଓ ?
Advertisement
Article Detail0/zeeodisha/odisha1172950

କିଏ ଏହି ମହିଳା ଯାହା ସହ ଏବେ ଭାଇରାଲ ହେଉଛି ରାହୁଲ ଗାନ୍ଧୀଙ୍କ ଭିଡିଓ ?

କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କାଠମାଣ୍ଡୁର ଏକ ନାଇଟ୍ କ୍ଲବରେ ନଜର ଆସିଛନ୍ତି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

କିଏ ଏହି ମହିଳା ଯାହା ସହ ଏବେ ଭାଇରାଲ ହେଉଛି ରାହୁଲ ଗାନ୍ଧୀଙ୍କ ଭିଡିଓ ?

ନୂଆଦିଲ୍ଲୀ: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ନାଇଟ୍ କ୍ଲବରେରେ ଥିବା ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ(Viral Video) ହେବାରେ ଲାଗିଛି । ଯେଉଁ ଭିଡିଓ ଏବେ ଗଣମାଧ୍ୟମଠୁ ନେଇ ସୋସିଆଲ ମିଡିଆ ସବୁଠି ଆଲୋଚନାର କେନ୍ଦ୍ରବିନ୍ଦୁ ପାଲଟିଛି । ଏହି ଭିଡିଓକୁ ନେଇ ଏବେ ସମାଲୋଚନାର ଶିକାର ହେବାରେ ଲାଗିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଭାଇରାଲ ହୋଇଥିବା ଏହି ଭିଡିଓରେ ରାହୁଲ ଗାନ୍ଧୀଙ୍କୁ ଏକ ନାଇଟ କ୍ଲବରେ ଦେଖିବାକୁ ମିଳିଛି ।

 ଏଥିରେ ରାହୁଲ(Rahul Gandhi) ଜଣେ ମହିଳାଙ୍କ ସହ ନଜର ଆସିଛନ୍ତି , ସେ ସେହି ମହିଳାଙ୍କ ସହ କିଛି କଥା ହେଉଥିବା ବେଳେ ମହିଳା ଜଣକ ଏକ ବୋତଲରେ ମାଦକ ଦ୍ରବ୍ୟ ପିଉଥିବା ଦେଖିବାକୁ ମିଳିଛି । କେବଳ ସେହି ମହିଳା ଜଣଙ୍କ ନୁହେଁ ଆଖପାଖରେ ଥିବା ସମସ୍ତ ବ୍ୟକ୍ତି ବିଶେଷ ଏହିପରି ବୋତଲଗୁଡ଼ିକୁ ହାତରେ ଧରିଥିବା ଓ ପିଉଥିବା ଦେଖିବାକୁ ମିଳୁଛି ।ସେସିଆଲ ମିଡିଆରେ ପ୍ରକାଶ ପାଇଥିବା ଏକ ରିପୋର୍ଟ ଅନୁସାରେ ରାହୁଲଙ୍କ ସହ ନଜର ଆସିଥିବା ଏହି ମହିଳା  ହେଉଛନ୍ତି ନେପାଳରେ ଅବସ୍ଥାପିତ ଚୀନ୍ ରାଷ୍ଟ୍ରଦୂତ 'ହୋଉ ୟାନକି' । ମାତ୍ର ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ତଥ୍ୟ ସାମ୍ନାକୁ ଆସି ପାରିନାହିଁ ।

fallback

Also Read: ମସ୍ତି ମୁଡରେ Rahul Gandhi: ବିଦେଶ ନାଇଟ୍ କ୍ଲବରେ ଏମିତି କରୁଥିଲେ ପାର୍ଟି, ଭିଡିଓ ଭାଇରାଲ

ରାହୁଲଙ୍କ ଏହି ପାର୍ଟି ଭିଡିଓ ସାମ୍ନାକୁ ଆସିବା ପରେ ବିଜେପିର ଅନେକ ବରିଷ୍ଠ ନେତା ଏହାକୁ ସମାଲୋଚନା କରିଛନ୍ତି । କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁ(Kiran Rijiju) ରାହୁଲଙ୍କ ଭିଡିଓ ସେୟାର କରିବା ସହ ଲେଖିଛନ୍ତି ' ଭେକେସନ୍, ପାର୍ଟି, ହଲି-ଡେ, ପ୍ରାଇଭେଟ୍ ଫ୍ରାନ୍ସ ଭିଜିଟ୍ ଏବେ ଦେଶ ପାଇଁ କିଛି ନୂଆ କଥା ନୁହେଁ' ।ସେହି ବିଜେପି ନେତା କପିଲ ମିଶ୍ରା(Kapil Mishra) ଟ୍ୱିଟ୍ ଜରିଆରେ ଲେଖିଛନ୍ତି 'ଏହା ରାହୁଲ ଗାନ୍ଧୀଙ୍କ ବ୍ୟକ୍ତିଗତ ମାମଲା ନୁହେଁ' ସେ ପଚାରିଛନ୍ତି ରାହୁଲ ଗାନ୍ଧୀ କାହା ସହିତ ଅଛନ୍ତି ? ସେ ଚୀନ୍ ଏଜେଣ୍ଟଙ୍କ ସହ ଅଛନ୍ତି କି? ଭାରତୀୟ ସେନା ବିରୋଧରେ ରାହୁଲ ଯେଉଁ ଟ୍ୱିଟ୍ କରନ୍ତି ତାହା କ'ଣ ଚୀନ୍ ର ଚାପରେ କରନ୍ତି ? ପ୍ରଶ୍ନ ତ ପଚରା ଯିବ । କାରଣ ପ୍ରଶ୍ନ ରାହୁଲ ଗାନ୍ଧୀଙ୍କର ନୁହେଁ ପୂରା ଦେଶର ।

Also Read: କଂଗ୍ରେସକୁ ଲାଗିବ ବଡ଼ ଝଟକା! ହାର୍ଦ୍ଦିକ ପଟେଲ ଟ୍ୱିଟର ବାୟୋରୁ ହଟାଇଲେ ଦଳର ନାମ

ତେବେ ଆମେ ଏଠାରେ ଆପଣଙ୍କୁ ଜଣାଇ ଦେଉଛୁ ଯେ, ରାହୁଲ ଗାନ୍ଧୀ ତାଙ୍କର ଜଣେ ମହିଳା ବନ୍ଧୁ ସମିନା ଉଦାସଙ୍କ ବିବାହରେ ସାମିଲ ହେବା ପାଇଁ କାଠମାଣ୍ଡୁ ଯାଇଛନ୍ତି । ସମିନା ସିଏନଏନ(CNN)ନ୍ୟୁଜ୍ ଚ୍ୟାନେଲର ଜଣେ କରେସପଣ୍ଡେଣ୍ଟ ଅଟନ୍ତି । ରାହୁଲ୍ ସମିନାଙ୍କ ବାପା ତଥା ନେପାଳର ରାଷ୍ଟ୍ରଦୂତ ଭିମ୍ ଉଦାସଙ୍କ ନିମନ୍ତ୍ରଣ କ୍ରମେ ବିବାହରେ ସାମିଲ ହେବା ପାଇଁ କାଠମାଣ୍ଡୁରେ ପହଞ୍ଚିଥିଲେ । ଏ ନେଇ ସୂଚନା ଦେଇଛନ୍ତି ଭିମ୍ ଉଦାସ ।