ରାଜସ୍ଥାନରେ ପୁଣି ବିଦ୍ରୋହ କରିବେ ସଚିନ ପାଇଲଟ?
Advertisement
Article Detail0/zeeodisha/odisha825612

ରାଜସ୍ଥାନରେ ପୁଣି ବିଦ୍ରୋହ କରିବେ ସଚିନ ପାଇଲଟ?

ବହୁଦିନ ଶାନ୍ତ ରହିବା ପରେ ପୁଣି ରାଜସ୍ଥାନ ରାଜନୀତ (Rajasthan Politics) ରେ ପାରା ବଢ଼ିବାରେ ଲାଗିଛି । ସଚିନ ପାଇଲଟ (Sachin pilot) ରାଜସ୍ଥାନ କଂଗ୍ରେସ (Congress) ରେ ପୁଣି ଥରେ ବିଦ୍ରୋହର ମୁଡରେ ଅଛନ୍ତି । ପାଇଲଟ ରବିବାର ରାଜସ୍ଥାନର ଟଙ୍କୋରେ ସିଏମ ଅଶୋକ ଗେହଲଟ (Ashok Gehlot) ଙ୍କ ଉପରେ ଜୋରଦାର ବର୍ଷିଛନ୍ତି । ସଚିନ ପାଇଲଟ ଟୋଙ୍କରେ କହ

ରାଜସ୍ଥାନରେ ପୁଣି ବିଦ୍ରୋହ କରିବେ ସଚିନ ପାଇଲଟ?

ଜୟପୁର: ଦୀର୍ଘ ଦିନ ଶାନ୍ତ ରହିବା ପରେ ପୁଣି ରାଜସ୍ଥାନ ରାଜନୀତ (Rajasthan Politics) ରେ ପାରା ବଢ଼ିବାରେ ଲାଗିଛି । ସଚିନ ପାଇଲଟ (Sachin pilot) ରାଜସ୍ଥାନ କଂଗ୍ରେସ (Congress) ରେ ପୁଣି ଥରେ ବିଦ୍ରୋହର ମୁଡରେ ଅଛନ୍ତି । ପାଇଲଟ ରବିବାର ରାଜସ୍ଥାନର ଟଙ୍କୋରେ ସିଏମ ଅଶୋକ ଗେହଲଟ (Ashok Gehlot) ଙ୍କ ଉପରେ ଜୋରଦାର ବର୍ଷିଛନ୍ତି । ସଚିନ ପାଇଲଟ ଟୋଙ୍କରେ କହିଛନ୍ତି ଯେ ମୋତେ ସତ କହିବାର ମୂଲ୍ୟ ଦେବାକୁ ପଡୁଛି । ବୁଝାମଣା ପରେ ଗେହଲଟଙ୍କ ଉପରେ ଏହା ପାଇଲଟଙ୍କର ପ୍ରଥମ ସିଧା ଆକ୍ରମଣ ଥିଲା ।

ଅଧିକ ପଢ଼ନ୍ତୁ:-ନୀତିଶ କୁମାରଙ୍କ ଦୁଃଖ, ବଦଳିଲା ମାଞ୍ଝୀଙ୍କ ମୁଡ୍, ଏନଡିଏରେ ନାହିଁ ସବୁକିଛି ଠିକ୍!

ଟୋଙ୍କରେ ଗଣମାଧ୍ୟମ ସହ କଥାବାର୍ତ୍ତା କରି ରାଜସ୍ଥାନର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ୍ ପାଇଲଟ କହିଛନ୍ତି ଯେ, "ମୋତେ ସତ କହିବାକୁ କେହି ଅଟକାଇ ପାରିବେ ନାହିଁ । ମୁଁ ସର୍ବଦା ସତ୍ୟ ସହିତ ଅଧିକାର ପାଇଁ ଲଢ଼ିବି, ଏହାର ମୂଲ୍ୟ ଯେତେ ହେଉନା କାହିଁକି, ଜନସାଧାରଣଙ୍କ ପ୍ରେମ ଏବଂ ସମର୍ଥନ ମୋତେ ଶକ୍ତି ପ୍ରଦାନ କରେ, ମୁଁ ସର୍ବଦା  ଆଗକୁ ବଢୁଥିବି ।"

ଅଧିକ ପଢ଼ନ୍ତୁ:-ରେଲୱେ ପୁଣି ଦେଲା ଗୁଡ୍ ନ୍ୟୁଜ୍!

ସଚିନ ପାଇଲଟ ରାଜସ୍ଥାନ କଂଗ୍ରେସର କାର୍ଯ୍ୟକାରିଣୀ ବୈଠକରେ ଯୋଗ ଦେଇନଥିଲେ । ପାଇଲଟ ବୈଠକ ପୂର୍ବରୁ ନିଜ କ୍ଷେତ୍ର ଟୋଙ୍କ ଗସ୍ତକୁ ଯାଇଥିଲେ । ସେପଟେ କାର୍ଯ୍ୟକାରିଣୀ ବୈଠକରେ ପାଇଲଟ୍ ସମର୍ଥିତ ପଦାଧିକାରୀମାନେ ସରକାରଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରିଛନ୍ତି ।

ଅଧିକ ପଢ଼ନ୍ତୁ:-ନିର୍ବାଚନ ପୂର୍ବରୁ ଓୱେସୀଙ୍କୁ ବଡ଼ ଝଟକା ଦେଲେ ମମତା, ଟିଏମସିରେ ସାମିଲ ହେଲେ AIMIM ର ବଙ୍ଗଳା ମୁଖ୍ୟ

ସୂଚନାଯୋଗ୍ୟ, ସଚିନ ପାଇଲଟ ଗତ ବର୍ଷ ଜୁଲାଇରେ କଂଗ୍ରେସରୁ ବିଦ୍ରୋହ କରିସାରିଛନ୍ତି । ସଚିନ ପାଇଲଟ ତାଙ୍କର ୧୯ ଜଣ ବିଧାୟକଙ୍କ ସହ ରାଜ୍ୟ ବାହାରକୁ ଯାଇଥିଲେ । ତେବେ କଂଗ୍ରେସ ହାଇକମାଣ୍ଡର ହସ୍ତକ୍ଷେପ ପରେ ରାଜ୍ୟରେ କଂଗ୍ରେସ ମଧ୍ୟରେ ଶାନ୍ତି ଫେରି ଆସିଥିଲା । ଏହି ମାମଲାକୁ ଶାନ୍ତ କରିବା ପାଇଁ ଦଳ ତତ୍କାଳୀନ ମହାସଚିବଙ୍କୁ ହଟାଇ ଦେଇଥିଲା ।