Rajasthan Politics: ଭାରୀ ପଡିଗଲେ ଅଶୋକ ଗେହୋଲତ, ପଛରେ ପଡି଼ଗଲେ ସଚିନ ପାଇଲଟ
Advertisement

Rajasthan Politics: ଭାରୀ ପଡିଗଲେ ଅଶୋକ ଗେହୋଲତ, ପଛରେ ପଡି଼ଗଲେ ସଚିନ ପାଇଲଟ

Rajasthan Political Crisisଛ  ରାଜସ୍ଥାନ ରାଜନୀତିରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହୋଲତ ଏବଂ ସଚିନ ପାଇଲଟଙ୍କ  ମଧ୍ୟରେ ଚାଲିଥିବା ଛକାପଞ୍ଝା ଗତ ୨୦୧୮ ରାଜସ୍ଥାନ ବିଧାନସଭା ନିର୍ବାଚନ ଶେଷ ହେବା ପର ଠାରୁ ଆରମ୍ଭ ହୋଇଥିଲା। 

Rajasthan Politics: ଭାରୀ ପଡିଗଲେ ଅଶୋକ ଗେହୋଲତ, ପଛରେ ପଡି଼ଗଲେ ସଚିନ ପାଇଲଟ

Sachin Pilot: କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନକୁ ନେଇ ରାଜସ୍ଥାନ ରାଜନୀତିରେ ସୃଷ୍ଟି ହୋଇଛି ରାଜନୈତିକ ସଂକଟ। ଏହାର ପ୍ରଭାବ ରାଜ୍ୟରେ କ୍ଷମତାସୀନ ଦଳୀୟ ସରକାର ଉପରେ ଅନୁଭୂତ ହୋଇଛି। ବର୍ତ୍ତମାନ ସରକାରର ନେତୃତ୍ୱ କିଏ ନେବ ତାହାକୁ ନେଇ ଚାଲିଥିବା ବିବାଦ ଥମିବାର ନାଁ ଧରୁନାହିଁ। ଯଦି ଅଶୋକ ଗେହୋଲତ କଂଗ୍ରେସ ହାଇକମାଣ୍ଡ ନିର୍ଦ୍ଦେଶକ୍ରମେ ଦଳର ଅଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କରନ୍ତି ତାହେଲେ ତାଙ୍କୁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ପଦ ଛାଡିବାକୁ ହେବ। ଆଉ ତାଙ୍କ ସ୍ଥାନରେ ସଚିନ ପାଇଲଟଙ୍କୁ ମିଳିପାରେ ମୁଖ୍ୟମନ୍ତ୍ରୀ ଗାଦି।   
 
ହେଲେ ସଚିନ ପାଇଲଟଙ୍କୁ ନିଜର ଉତ୍ତରାଧିକାରୀ ଭାବେ ଗ୍ରହଣ କରିବାକୁ ପ୍ରସ୍ତୁତ ନାହାଁନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହୋଲତ। ରାଜ୍ୟ ରାଜନୀତିରେ ଉଭୟଙ୍କ ମଧ୍ୟରେ ଚାଲିଥିବା ଛକାପଞ୍ଝା ଗତ ୨୦୧୮ ରାଜସ୍ଥାନ ବିଧାନସଭା ନିର୍ବାଚନ ଶେଷ ହେବା ପର ଠାରୁ ଆରମ୍ଭ ହୋଇଥିଲା। 

ଦଳର ପୂର୍ବତନ ରାଜ୍ୟ ଶାଖା ସଭାପତି ସଚିନ ପାଇଲଟଙ୍କ ନେତୃତ୍ୱରେ ୨୦୧୮ ରାଜସ୍ଥାନ ବିଧାନସଭା ନିର୍ବାଚନ ଲଢିଥିଲା କଂଗ୍ରେସ। ଏହି ନିର୍ବାଚନରେ ଦଳକୁ ବିଜୟ ସ୍ୱାଦ ଚଖାଇବାର ଶ୍ରେୟ ନିଃସନ୍ଦେହରେ ପାଇଲଟଙ୍କୁ ଦିଆଯାଏ। ଏହା ପରେ ତାଙ୍କୁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ କରାଯିବା ନେଇ ରାଜସ୍ଥାନ ରାଜନୀତିରେ ଆରମ୍ଭ ହୋଇଯାଏ ଚର୍ଚ୍ଚା। ଯାହା ବର୍ତ୍ତମାନ ମଧ୍ୟ ଜାରି ରହିଛି। ହେଲେ ବିଧାନସଭା ନିର୍ବାଚନ ଫଳାଫଳ ଆସିବା ପରେ ନିଜର ରାଜନୈତିକ ଗୋଟି ଚାଳନା ବଳରେ ମୁଖ୍ୟମନ୍ତ୍ରୀ ଗାଦି ହାତେଇନେଲେ ରାଜସ୍ଥାନ ରାଜନୀତିରେ ଯାଦୁଗର ଭାବେ ଜଣାଶୁଣା ବରିଷ୍ଠ କଂଗ୍ରେସ ନେତା ଅଶୋକ ଗେହୋଲତ। ଅନ୍ୟପଟେ ପାଇଲଟଙ୍କୁ ଉପମୁଖ୍ୟମନ୍ତ୍ରୀ ପଦରେ ସନ୍ତୁଷ୍ଟ ହେବାକୁ ପଡି଼ଲା।  

ସମୟ ଚକ ଆଗକୁ ଗଡ଼ିବା ସହ ନିଜ ନିଜର ଦାୟିତ୍ୱ ନିର୍ବାହ କରିବା ଜାରି ରଖିଥିଲେ ଉଭୟ ଅଶୋକ ଗେହୋଲତ ଏବଂ ସଚିନ ପାଇଲଟ। ହେଲେ ସେତେବେଳେ ପାଇଲଟଙ୍କ ପ୍ରତି ଅନ୍ୟାୟ କରାଯାଇଛି ବୋଲି ରାଜନୀତିରେ ଆରମ୍ଭ ହୋଇଗଲା ଚର୍ଚ୍ଚା। ଏପରିକି ଏଅହି କାରଣରୁ ତାଙ୍କର ଗେହୋଲତଙ୍କ ମଧ୍ୟରେ ରହିଥବା ସମ୍ପର୍କରେ ଫାଟ ବଢିବାରେ ଲାଗିଲା। ଅନ୍ୟପଟେ କଂଗ୍ରେସ କେନ୍ଦ୍ରୀୟ ନେତୃତ୍ୱ ମଧ୍ୟ ଏହି ଘଟଣା ଉପରେ ଗୁରୁତ୍ୱ ଦେବା ବଦଳରେ ଆଖି ବୁଜି ଦେଇଥିଲେ। ଯାହାର ଫଳ ସ୍ୱରୂପ ଦଳରେ ହୋଇଥିଲା ବିଦ୍ରୋହ।  ଗତ ୨୦୨୦ ଅଗଷ୍ଟରେ ଦଳୀୟ ସରକାର ବିରୋଧରେ ସେତେବେଳେର ରାଜସ୍ଥାନ କଂଗ୍ରେସ କମିଟି ସଭାପତି ସଚିନ ପାଇଲଟଙ୍କ ନେତୃତ୍ୱରେ ବିଦ୍ରୋହ କରିଥିଲେ କଂଗ୍ରେସ ବିଧାୟକ। 

Also Read: Rajasthan Political Crisis: କ'ଣ ଚାହୁଁଛନ୍ତି ଯାଦୁଗର? ବୁଝନ୍ତୁ ପୁରା ଗଣିତ

ହେଲେ ଏହାର କୌଣସି ଫାଇଦା ଦଳରେ ପାଇଲେ ନାହିଁ ସଚିନ ପାଇଲଟ। ଏପରିକି ତାଙ୍କୁ ରାଜସ୍ଥାନ କଂଗ୍ରେସ କମିଟି ସଭାପତି ଏବଂ ରାଜ୍ୟର ଉପ ମୁଖ୍ୟମନ୍ତ୍ରୀ ପଦ ଛାଡି଼ବାକୁ ପଡ଼ିଲା। ଏହି ଘଟଣା ପରେ ଦଳୀୟ ନେତୃତ୍ୱ ତାଙ୍କୁ ବୁଝାଇବାରେ ସଫଳ ହୋଇଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ଅଶୋକ ଗେହୋଲତଙ୍କ ସହ ରହିଥିବା ସମ୍ପର୍କରେ ଫାଟ ଆହୁରି ବଢିବାରେ ଲାଗିଲା। ଏହା ପରେ ପାଇଲଟ୍ ଅନେକ ଥର ବିଦ୍ରୋହୀ ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ ମଧ୍ୟ ଏହାର କୌଣସି ଫାଇଦା ତାଙ୍କୁ ମିଳି ନଥିଲା। ତାଙ୍କୁ ଦଳୀୟ ନେତୃତ୍ୱଙ୍କ ବ୍ୟତୀତ ଦଳର ବରିଷ୍ଠ ନେତା ଗୋଟିଏ କଥା ବୁଝାଇବାରେ ଲାଗିଥିଲେ ଯେ  ଭବିଷ୍ୟତରେ ତାଙ୍କ ପାଖରେ ସୁଯୋଗ ରହିଛି। 

ଶେଷରେ ଦଳର ବରିଷ୍ଠ ନେତାଙ୍କ ପରାମର୍ଶର ସହମତ ହୋଇ ଯାଇଥିଲେ ସଚିନ ପାଇଲଟ। ହେଲେ ୨ ବର୍ଷ ପରେ ଯେତେବେଳେ ବର୍ତ୍ତମାନ ସମୟରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହୋଲତଙ୍କ ନାଁ କଂଗ୍ରେସ ଅଧ୍ୟକ୍ଷ ଦୌଡରେ ସାମିଲ ହୋଇଥିବାର ଖଭର ମିଳିଲା ସେତେବେଳେ ଏହା ଚର୍ଚ୍ଚା ଆରମ୍ଭ ହୋଇଗଲା ଯେ ଏଥର ପାଇଲଟଙ୍କ ଲାଗି ସୁଯୋଗ ଆସିଗଲା। ହେଲେ ମୁଖ୍ୟମନ୍ତ୍ରୀ ପଦକୁ ପୁଣି ଥରେ ସରଗରମ ହୋଇଉଠିଲା ରାଜସ୍ଥାନ ରାଜନୀତି। 

କୁହାଯାଏ  ଇତିହାସ ପୁଣି ଥରେ ନିଜକୁ ଦୋହରାଇ ଥାଏ। ହେଲେ ବର୍ତ୍ତମାନ ରାଜସ୍ଥାନ  ରାଜନୀତିରେ ସୃଷ୍ଟି ହୋଇଥିବା ରାଜନୈତିକ ଘଟଣାକ୍ରମ ପୂର୍ବରୁ ୧୯୯୮ ମସିହାରେ ଘଟିସାରିଛି। ସେତେବେଳେ ରାଜସ୍ଥାନ କଂଗ୍ରେସ ଦାୟିତ୍ୱ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋତଙ୍କ ହାତରେ ରହିଥିଲା। ତାଙ୍କ ନେତୃତ୍ୱରେ ଦଳ ୧୯୯୮ ରାଜସ୍ଥାନ ବିଧାନସଭା ନିର୍ବାଚନରେ ବିଜେପିକୁ ପରାସ୍ତ କରିବାରେ ସଫଳ ହୋଇଥିଲା। ଏହା ପରେ ତାଙ୍କୁ ପ୍ରଥମ ଥର ଲାଗି ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇଥିଲେ ରାଜ୍ୟ ରାଜନୀତିରେ ଯାଦୁଗର ଭାବେ ଜଣାଶୁଣା ଅଶୋକ ଗେହୋଲତ। ସେ ଦ୍ୱିତୀୟ ଥର ପାଇଁ ରାଜ୍ୟ ସଭାପତି ହୋଇଥିଲେ। 

Also Read: Rajasthan: ଗୃହଯୁଦ୍ଧ ଆଡକୁ ମୁହାଁଇଲା କଂଗ୍ରେସ, ସଚିନ ପାଇଲଟଙ୍କୁ ପାଲଟା ଜବାବ ଦେଲେ ଅଶୋକ ଚାନ୍ଦନା

ହେଲେ ୨୦୧୮ ନିର୍ବାଚନରେ ବାଜିମାତ କରିବା ପରେ କଂଗ୍ରେସ ଏହି ନିୟମ ପାଳନ କରିନଥିଲା। ସେତେବେଳେ ସଚିନ ପାଇଲଟଙ୍କ ନେତୃତ୍ୱରେ କଂଗ୍ରେସ ରାଜସ୍ଥାନ ବିଧାନସଭା ନିର୍ବାଚନରେ ବାଜିମାତ କରିଥିଲା। ହେଲେ ଦଳ ତାଙ୍କ ଉପରେ ବିଶ୍ୱାସ କରିନଥିଲା। ସେତେବେଳେ କଂଗ୍ରେସ ଦଳର ବରିଷ୍ଠ ନେତା ଅଶୋକ ଗେହଲୋତଙ୍କୁ ତୃତୀୟ ଥର ଲାଗି ମୁଖ୍ୟମନ୍ତ୍ରୀ କରିଥିଲା।

ସେତେବେଳେ  ରାଜନୀତିରେ ଯୁବ କଂଗ୍ରେସ ନେତା ସଚିନ ପାଇଲଟଙ୍କ ନେତୃତ୍ୱକୁ ନେଇ ଆରମ୍ଭ ହୋଇଗଲା ଚର୍ଚ୍ଚା। ରାଜନୈତିକ ବିଶେଷଜ୍ଞଙ୍କ ମତ ଅନୁସାରେ କଂଗ୍ରେସ ନେତୃତ୍ୱ ନେଉଥିବା ଗାନ୍ଧୀ ପରିବାର ଦଳରେ ସର୍ବଦା ଯୁବ ନେତୃତ୍ୱକୁ ଭୟ କରିଆସୁଛି। ଯଦିଓ ଏହାର କୌଣସି ବାସ୍ତବତା ନାହିଁ, ହେଲେ  ଅନେକ ସମୟରେ ଏଭଳି ଘଟଣା ଦେଖିବାକୁ ମିଳିଛି। 

ସଚିନ୍ ପାଇଲଟଙ୍କୁ ମୁଖ୍ୟମନ୍ତ୍ରୀ ହେବାକୁ ଅଟକାଇଥିବା ନେତା ସର୍ବଦା କହିଥିଲେ ଯେ ତାଙ୍କ ପାଖରେ ଏକ ସୁଯୋଗ ରହିଛି। ଯଦିଓ ଏହି କଥା ୨୦୧୮ ନିର୍ବାଚନ ବେଳେ ଠିକ୍ ମନେହୁଏ, ହେଲେ ବର୍ତ୍ତମାନ ଏହା ଟିକେ ଖରାପ ଲାଗୁଛି। ଏହି ସମୟରେ କଂଗ୍ରେସର ମଧ୍ୟ ଏକ ସୁଯୋଗ ରହିଛି। ତଥାପି ଅଶୋକ ଗେହଲୋଟ୍ ମୁଖ୍ୟମନ୍ତ୍ରୀ ଗାଦି ଛାଡିବାକୁ ରାଜି ନୁହଁନ୍ତି। ସେ ମୁଖ୍ୟମନ୍ତ୍ରୀ ଗାଦି ପାଇଁ କିଛି ସର୍ତ୍ତ ରଖିଛନ୍ତି। ଏଭଳି ପରିସ୍ଥିତିରେ ପୁନର୍ବାର କୁହାଯାଉଛି ଯେ ପାଇଲଟଙ୍କ ପ୍ରତି ଅନ୍ୟାୟ କରାଯାଇଥିଲା ଏବଂ ବର୍ତ୍ତମାନ ଏହା ପୁଣି ଥରେ ଘଟୁଛି।

Also Read: Rajasthan Politics: ଜୋତା ଚପଲ ମାଡ଼ ହେବା ପରେ ସଚିନ ପାଇଲଟଙ୍କ ଉପରେ ତାତି ଉଠିଲେ ମନ୍ତ୍ରୀ ଅଶୋକ ଚାନ୍ଦନା

କିଛି ଦିନ ପୂର୍ବରୁ ସଚିନ ପାଇଲଟ ଗୋଟିଏ ପ୍ରଶ୍ନର ଉତ୍ତର ରଖି କହିଥିଲେ ଯେ ରାଜସ୍ଥାନରେ ଆମେ ବିଗତ ୩୦ ବର୍ଷ ପର୍ଯ୍ୟନ୍ତ ପୁନର୍ବାର ସରକାର ଗଠନ କରିବାକୁ ସକ୍ଷମ ହୋଇନାହୁଁ। ଆମ ସମସ୍ତଙ୍କର ଉଦ୍ଦେଶ୍ୟ ଅଛି ଯେ ଆମେ ଦୃଢ ଭାବରେ ବାହାରକୁ ଆସିବା ଆବଶ୍ୟକ। ରାଜସ୍ଥାନ ରେ ଆମେ ୩୦ ବର୍ଷ ଧରି ରାଜ୍ୟରେ  ପୁନର୍ବାର ସରକାର ଗଠନ କରିପାରି ନାହିଁ। ଆମକୁ ଏହି ପରମ୍ପରାକୁ ଭାଙ୍ଗିବାକୁ ହେବ। ରାଜସ୍ଥାନରେ ପୁନର୍ବାର ସରକାର ଗଠନ ପାଇଁ ଆମକୁ ଯାହା କରିବାକୁ ପଡିବ ତାହା କରିବୁ। ଆଗାମୀ ସମୟରେ ଏହା ଦେଖାଯିବ ଯେ କେବଳ କଂଗ୍ରେସ ଚ୍ୟାଲେଞ୍ଜ କରି ବିଜେପିକୁ ପରାସ୍ତ କରିପାରିବ।