UP Poll 2022: Jinnah ଙ୍କୁ ପ୍ରଂଶସା କରି BJP ଜାଲରେ ଫସିଯିବକି Samajwadi Party?
Advertisement
Article Detail0/zeeodisha/odisha1025392

UP Poll 2022: Jinnah ଙ୍କୁ ପ୍ରଂଶସା କରି BJP ଜାଲରେ ଫସିଯିବକି Samajwadi Party?

ପାକିସ୍ତାନର ପ୍ରତିଷ୍ଠାତା ମହମ୍ମଦ ଅଲ୍ଲୀ ଜିନ୍ନାଙ୍କ କାରଣରୁ ରାଜ୍ୟରେ ସାମ୍ପ୍ରଦାୟିକ ଧ୍ରୂବୀକରଣ ମାହୋଲ ସୃଷ୍ଟି ହୋଇପାରେ। 

UP Poll 2022: Jinnah ଙ୍କୁ ପ୍ରଂଶସା କରି BJP ଜାଲରେ ଫସିଯିବକି Samajwadi Party?

ଲକ୍ଷ୍ନୌ: ଆଗାମୀ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନକୁ ନେଇ ବିଭିନ୍ନ ଦଳ ପକ୍ଷରୁ ଆରମ୍ଭ ହୋଇଗଲାଣି ପ୍ରସ୍ତୁତି। ନିର୍ବାଚନ ପାଖେଇ ଆସୁଥିବା ବିଭିନ୍ନ ଦଳ ପକ୍ଷରୁ ଆରମ୍ଭ ହୋଇଗଲାଣି ରାଜନୈତିକ କାର୍ଯ୍ୟକ୍ରମ। ଏହିକ୍ରମରେ ସଦ୍ୟ ସମାଜବାଦ ପାର୍ଟି ସୁପ୍ରିମୋ ଏବଂ ତାଙ୍କର ମେଣ୍ଟ ସହଯୋଗୀ ସୁହଲଦେବ ଭାରତୀୟ ସମାଜ ପାର୍ଟି ଅଧ୍ୟକ୍ଷ ଓମ ପ୍ରକାଶ ରାଜଭର ପାକିସ୍ତାନର ପ୍ରତିଷ୍ଠାତା ମହମ୍ମଦ ଅଲ୍ଲୀ ଜିନ୍ନାଙ୍କ ଗୁଣଗାନ କରିଛନ୍ତି। ଯାହାକୁ ନେଇ ସରଗରମ ହୋଇଉଠିଛି 

ନିକଟରେ ଦଳ ପକ୍ଷରୁ ଆୟୋଜିତ ହୋଇଥିବା ସମାଜବାଦୀ ରଥ ଯାତ୍ରା ନେଇ ରାଜ୍ୟର ହରଦୋଇ ଜିଲ୍ଲା ଠାରେ ପହଞ୍ଚିଥିଲେ ସମାଜବାଦୀ ପାର୍ଟି (Samajwadi Party) ଏସପି ସୁପ୍ରିମୋ (SP Supremo) ଅଖିଲେଶ ଯାଦବ। ଏହି ଅବସରରେ ସେ ଦେଶର ଲୌହ ମାନବ (Iron Man of India) ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ (Sardar Vallabh Bhai Patel) ଜୟନ୍ତୀ ଅବସରରେ ପାକିସ୍ତାନର ପ୍ରତିଷ୍ଠାତା (Founder of Pakistan) ମହମ୍ମଦ ଅଲ୍ଲୀ ଜିନ୍ନାଙ୍କୁ (Muhammad Ali Jinnah) ସ୍ମରଣ କରି କରିଥିଲେ। 

ଏନେଇ ସେ କହିଥଲେ ସର୍ଦ୍ଦାର ପଟେଲ, ମହାତ୍ମା ଗାନ୍ଧୀ, ଜବାହାର ଲାଲ ନେହେରୁ, ମହମ୍ମଦ ଅଲ୍ଲୀ ଜିନ୍ନା ଗୋଟିଏ ଶିକ୍ଷାନୁଷ୍ଠାନରେ ପାଠ ପଢି ବାରିଷ୍ଟର ହୋଇଥିଲେ। ବାରିଷ୍ଟର ହେବା ପରେ ସେମାନେ ଦେଶକୁ ସ୍ୱାଧିନ କରିବା ପାଇଁ ସେମାନେ ସଂଘର୍ଷ କରିବାରୁ କେବେ ପଛକୁ ହଟିନଥିଲେ। 

ଏହା ପରେ ତାଙ୍କର ମେଣ୍ଟ ସହଯୋଗୀ ସୁହଲଦେବ ଭାରତୀୟ ସମାଜ ପାର୍ଟି (Suheldev Bharatiya Samaj Party) ଏସବିଏସପି (SBSP) ଅଧ୍ୟକ୍ଷ ଓମ ପ୍ରକାଶ ରାଜଭର (Om Prakash Rajbhar)  ପାକିସ୍ତାନର ପ୍ରତିଷ୍ଠାତା ମହମ୍ମଦ ଅଲ୍ଲୀ ଜିନ୍ନାଙ୍କ ଗୁଣଗାନ କରିଛନ୍ତି। ଏନେଇ ଏସବିଏସପି ଅଧ୍ୟକ୍ଷ କହିଥିଲେ ଯଦି ଜିନ୍ନାଙ୍କୁ ଅଖଣ୍ଡ ଭାରତ ବର୍ଷର ପ୍ରଥମ ପ୍ରଧାନମନ୍ତ୍ରୀ କରାଯାଇଥାନ୍ତା ତାହେଲେ ଦେଶ ବିଭାଜନ ହୋଇନଥାନ୍ତା।

Also Read: ଜିନ୍ନା ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ହୋଇଥିଲେ ହୋଇନଥାନ୍ତା ବିଭାଜନ: OP Rajbhar

ଯାହାକୁ ନେଇ ସରଗରମ ହୋଇଉଠିଛି ଉତ୍ତର ପ୍ରଦେଶ ରାଜନୀତି। ଏ ପ୍ରସଙ୍ଗରେ ଉଭୟ ଏସପି-ଏସବିଏସପି ଦଳକୁ ଟାର୍ଗେଟ କରି ଏହାକୁ ତାଲିବାନୀ ମାନସିକତା ବୋଲି ଦର୍ଶାଇଛି ଶାସକ ବିଜେପି (BJP)। ବିରୋଧି ଦଳର ନେତାଙ୍କ ପକ୍ଷରୁ ଜିନ୍ନାଙ୍କ ଗୁଣଗାନ କରାଯିବା ଉପରେ ଜବାବ ରଖି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ଜିନ୍ନାଙ୍କ ଚିନ୍ତାଧାରା ଭାରତ ବର୍ଷରେ ଚଳି ପାରିବ ନାହିଁ।

ପାକିସ୍ତାନର ପ୍ରତିଷ୍ଠାତା ମହମ୍ମଦ ଅଲ୍ଲୀ ଜିନ୍ନାଙ୍କ ବାବଦରେ ଏପରି ବୟାନ ରଖି ସମାଜବାଦ ପାର୍ଟି, ରାଜ୍ୟରେ ସାମ୍ପ୍ରଦାୟିକ ଧ୍ରୂବୀକରଣ (Communal Polarization) କରିବା ଲାଗି ବିଜେପି ହାତରେ ଏକ ପ୍ରସଙ୍ଗ ଛାଡି଼ଯାଇଛି। ଭୋଟ ପାଇବା ଲାଗି ସମାଜବାଦ ପାର୍ଟି ଏବଂ ଏସବିଏସପି ଏପରି କହିଥାଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି।

Also Read: ଦେଶକୁ ଏକଜୁଟ କରିଥିବା ଏବଂ ଦେଶକୁ ବିଭାଜିତ କରିଥିବା ଲୋକ ଏକ ହୋଇପାରିବେ ନାହିଁ: UP CM Yogi

ବିରୋଧି ପକ୍ଷ ଜିନ୍ନାଙ୍କ ନାଁ ନେବା ଦ୍ୱାରା ଏହାର ଫାଇଦା ବିଜେପି ଉଠାଇପାରେ ବୋଲି ଚର୍ଚ୍ଚା ହେଉଛି ହେଲେ ସାମ୍ପ୍ରଦାୟିକ ଧ୍ରୂବୀକରଣ ଘଟଣାରେ ସମାଜବାଦ ପାର୍ଟି ପଛରେ ରହିନପାରେ। ଏହାର କାରଣ ହେଉଛି ଯଦିଓ ଜିନ୍ନାଙ୍କ ନାମ ଭାରତୀୟ ମୁସଲମାନଙ୍କ (Indian Muslim) ପାଇଁ କିଛି ନୁହେଁ ହେଲେ ଯଦି ତାଙ୍କ ନାଁରେ ଧ୍ରୂବୀକର ତାହେଲେ ଏହାର ପ୍ରଭାବ ନିଶ୍ଚିତ ଭାବେ ବିରୋଧ ଆକାରରେ ଦେଖାଯାଇପାରେ। 

ଏଭଳି ପରିସ୍ଥିତିରେ ମୁସଲମାନଙ୍କ ସର୍ବାଧିକ ଭୋଟ୍ (Muslim Vote) ପାଇବା ପାଇଁ ବୋଧହୁଏ ସମାଜବାଦୀ ପାର୍ଟି ଏହି ରଣନୀତି ପ୍ରସ୍ତୁତ କରିଛି ବୋଲି କୁହାଯାଉଛି। ଉତ୍ତର ପ୍ରଦେଶରେ ପ୍ରାୟ ଏପରି ୧୦୦ ବିଧାନସଭା ଆସନ ରହିଛି ଯେଉଁଠାରେ ମୁସଲମାନ ମତଦାତା (Muslim Voter) ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥାନ୍ତି। ଏହି କାରଣରୁ ଜିନ୍ନାଙ୍କ ଉପରେ ଅଖିଳେଶ ଯାଦବଙ୍କ ବୟାନ ବିଜେପି ବିଛାଇଥିବା ଜାଲରେ ପଡ଼ିବା ପରିବର୍ତ୍ତେ ରଣନୀତି ଆକାରରେ ଦେଖାଯାଉଛି।

Also Read: ରାଷ୍ଟ୍ରନାୟକ-ଦେଶଦୋହୀ ପ୍ରସଙ୍ଗକୁ ନେଇ ମୁହାଁମୁହିଁ UP CM Yogi-Akhilesh Yadav

ଜିନ୍ନାଙ୍କ ଉପରେ ରଖିଥିବା ବୟାନ ଉପରେ ସଫେଇ ଦେବେ ନା ନାହିଁ ବୋଲି ପଚରା ଯାଇଥିବା ପ୍ରଶ୍ନର ଉତ୍ତର ରଖି ଅଖିଳେଶ ଯାଦବ କହିଛନ୍ତି ମୁଁ ଏହା ଉପରେ କାହିଁକି ସ୍ପଷ୍ଟୀକରଣ ରଖିବି। ମୁଁ ଚାହେଁ ଲୋକେ ପୁନର୍ବାର ଇତିହାସ ଜାଣନ୍ତୁ। ତାଙ୍କ ଏହି ବିବୃତ୍ତିରୁ ଏହା ସ୍ପଷ୍ଟ ହୋଇଛି ଯେ ସେ ଜିନ୍ନାଙ୍କ ଉପରେ ଦେଇଥିବା ବୟାନକୁ ନେଇ ପଛକୁ ହଟିବାକୁ ଚାହୁଁନାହାଁନ୍ତି। ଏହାର କାରଣ ହେଉଛି ଯଦି  ସାମ୍ପ୍ରଦାୟିକ ଧ୍ରୂବୀକରଣ ଭଳି ପରିସ୍ଥିତି ଉପୁଜେ ତାହେଲେ  ଏହା ଦ୍ୱାରା ଦଳକୁ ମୁସଲମାନ ଭୋଟ୍ ମିଳିପାରିବ। ମୁସଲିମ ଭୋଟ ବ୍ୟାଙ୍କ ପାଇଁ ସମାଜବାଦ ପାର୍ଟି ସମେତ ବିଏସପି ଏବଂ କଂଗ୍ରେସ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱୀ ଚାଲିଛି। ଏଭଳି ପରିସ୍ଥିତିରେ ଯଦି ମୁସଲିମ ଭୋଟର ଏକ ପ୍ରମୁଖ ଅଂଶ ସମାଜବାଦ ପାର୍ଟି ଆଡକୁ ଯାଏ ତାହେଲେ ଏହା ନିଶ୍ଚିତ ଭାବେ ବିଜେପି ଲାଗି ଚ୍ୟାଲେଞ୍ଜ ସଦୃଶ୍ୟ ହୋଇପାରେ।