ଶେଷ ହେଲା ସପ୍ତଦଶ ବିଧାନସଭା ପ୍ରଥମ ଅଧିବେଶନ
Advertisement
Article Detail0/zeeodisha/odisha2425755

ଶେଷ ହେଲା ସପ୍ତଦଶ ବିଧାନସଭା ପ୍ରଥମ ଅଧିବେଶନ

ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନରେ ଗୃହରେ ଶୋକ ପ୍ରସ୍ତାବ ସଂଖ୍ୟା ଥିଲା ମୋଟ ୧୦ଟି । ସେମଧ୍ୟରୁ ୮ଟି ପୂର୍ବତନ ରାଜ୍ୟପାଳ/ପୂର୍ବତନ ସଦସ୍ୟଙ୍କର ହୋଇଥିବା ସମୟରେ ବିଶିଷ୍ଟ ସମାଜସେବୀ ୧ଟି ଏବଂ ପୂର୍ବତନ ଓଡ଼ିଶା ପୋଲିସ ପାଇଁ ୧ଟି ରହିଥିଲା ।

ଶେଷ ହେଲା ସପ୍ତଦଶ ବିଧାନସଭା ପ୍ରଥମ ଅଧିବେଶନ

ଭୁବନେଶ୍ୱର ; ୨୦୨୪ ଜୁଲାଇ ୨୨ରୁ ଆରମ୍ଭ ହୋଇଥିବା ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ ଆଜି ୧୧ ସେପ୍ଟେମ୍ୱରରେ ଶେଷ ହୋଇଛି ।  ଅଧିବେଶନ ସମୟରେ ମୋଟ ୨୫ଟି ବୈଠକ ଦିବସ ଏବଂ ୨ଟି ସରକାରୀ କାର୍ଯ୍ୟ ଦିବସ ରହିଥିଲା । 

ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନରେ ଗୃହରେ ଶୋକ ପ୍ରସ୍ତାବ ସଂଖ୍ୟା ଥିଲା ମୋଟ ୧୦ଟି । ସେମଧ୍ୟରୁ ୮ଟି ପୂର୍ବତନ ରାଜ୍ୟପାଳ/ପୂର୍ବତନ ସଦସ୍ୟଙ୍କର ହୋଇଥିବା ସମୟରେ ବିଶିଷ୍ଟ ସମାଜସେବୀ ୧ଟି ଏବଂ ପୂର୍ବତନ ଓଡ଼ିଶା ପୋଲିସ ପାଇଁ ୧ଟି ରହିଥିଲା । ମୋଟ ତାରକା ଚିହ୍ନିତ ପ୍ରଶ୍ନ ନୋଟିସ ଗ୍ରହଣ ସଂଖ୍ୟା ଥିଲା ୨୮୭୪ ଏବଂ ଅଣତାରକା ଚିହ୍ନିତ ପ୍ରଶ୍ନ ନୋଟିସ ଗ୍ରହଣ ସଂଖ୍ୟା ଥିଲା ୩୫୩୪ । ଅଣତାରକା ଚିହ୍ନିତ ପ୍ରଶ୍ନର ଉତ୍ତର ଉପସ୍ଥାପକ ସଂଖ୍ୟା ଥିଲା ୪୯୨୧ । ୧୯ଟି ମୁଲତବି ପ୍ରସ୍ତାବ ବିଷୟରେ ଆଲୋଚନା ହୋଇଥିଲା । କାଗଜ ଉପସ୍ଥାପକ/ପୁନଃ ଉପସ୍ଥାପକ ସଂଖ୍ୟା ଥିଲା ୮୩ଟି । ବାର୍ଷିତ ରିପୋର୍ଟ ଉପସ୍ଥାପନ ସଂଖ୍ୟା ୧୧, କମିଟି ରିପୋର୍ଟ ଉପସ୍ଥାପନ ୪୨, ନିବେଦନ ଉପସ୍ଥାପନ ୮୩+,  ବିବୃତ୍ତି ଉପସ୍ଥାପନ ୦୫ଟି, ଦୃଷ୍ଟି ଆକର୍ଷଣ ଉପସ୍ଥାପନ ୦୧ଟି, ସରକାରୀ ବିଧେୟକ ପ୍ରସ୍ଥାପନ ୨ଟି, ସରକାରୀ ବିଧେୟକ ପାରିତ ୨ଟି,  ଖର୍ଚ୍ଚ ଦାବି ଆଲୋଚନା ୨୧ଟି, ସିଏଜି ରିପୋର୍ଟ ଉପସ୍ଥାପନ ସଂଖ୍ୟା ୦୬ଟି ଥିଲା ।

Also Read- କ୍ଷେପଣାସ୍ତ୍ର ପରୀକ୍ଷଣ ପାଇଁ ୩ ହଜାରରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯିବ

Also Read- ଯାଜପୁର ବାଲିଚନ୍ଦ୍ରପୁରରେ ଅଘଟଣ, ନଦୀରେ ଭାସିଗଲେ ୨ଜଣ