ରାଜ ଠାକରେଙ୍କ ଅଯୋଧ୍ୟା ଗସ୍ତକୁ ନେଇ ମୁହାଁମୁହିଁ ୨ ବିଜେପି ସାଂସଦ
Advertisement

ରାଜ ଠାକରେଙ୍କ ଅଯୋଧ୍ୟା ଗସ୍ତକୁ ନେଇ ମୁହାଁମୁହିଁ ୨ ବିଜେପି ସାଂସଦ

ମହାରାଷ୍ଟ୍ର ନବନିର୍ମାଣ ସେନା ମୁଖ୍ୟ ରାଜ ଠାକରେଙ୍କ ଅଯୋଧ୍ୟା ଗସ୍ତକୁ ନେଇ ମୁହାଁମୁହିଁ ହୋଇଛନ୍ତି ୨ ବିଜେପି ସାଂସଦ।  

ରାଜ ଠାକରେଙ୍କ ଅଯୋଧ୍ୟା ଗସ୍ତକୁ ନେଇ ମୁହାଁମୁହିଁ ୨ ବିଜେପି ସାଂସଦ

BJP  MP on  Raj  Thackeray: ଆସନ୍ତା ଜୁନ ୫ ତାରିଖରେ  ଧର୍ମ ନଗରୀ  ଅଯୋଧ୍ୟା ଗସ୍ତରେ ଆସୁଛନ୍ତି   ମହାରାଷ୍ଟ୍ର  ନବନିର୍ମାଣ  ସେନା  ମୁଖ୍ୟ  ରାଜ ଠାକରେ। ମାତ୍ର ତାଙ୍କର ଅଯୋଧ୍ୟା ଗସ୍ତକୁ ନେଇ ମୁହାଁମୁହିଁ ହୋଇଛନ୍ତି  ୨ ବିଜେପି ସାଂସଦ। 

ଅଯୋଧ୍ୟା ଠାରେ ନିର୍ମାଣ ହେଉଥିବା  ରାମ ମନ୍ଦିର (Ayodhya  Ram Temple)  ଦଳ ଲାଗି ରାଜନୀତି ନୁହେଁ ବରଂ  ଆସ୍ଥାର ପ୍ରସଙ୍ଗ ବୋଲି ବିଜେପି (BJP)  ପକ୍ଷରୁ  କୁହଯାଉଛି।  ମାତ୍ର  ସମଗ୍ର ଦେଶରେ ବିଜେପି  ଏହି ପ୍ରସଙ୍ଗକୁ ଧରି ରଖିଛି।  ସେହିପରି ମହାରାଷ୍ଟ୍ର ରାଜନୀତିରେ (Maharashtra Politics)  ବଡ ଭାଇ  ଭୂମିକାରେ  ରହିଥିବା ଠାକରେ ପରିବାର (Thackeray  Family)  ହାତରେ  ହିନ୍ଦୁତ୍ୱ  (Hindutva)  ଏବଂ  ରାମ ମନ୍ଦିର (Ram  Mandir) ପ୍ରସଙ୍ଗ ରହିଥିଲା।  ମାତ୍ର ଏବେ ପରିସ୍ଥିତି  ବଦଳିଯାଇଛି।  ଠାକରେ ପରିବାର ମଧ୍ୟ ବିଭାଜିତ ହେବା ସହ ଉଦ୍ଧବ ଠାକରେଙ୍କ (Uddhav  Thackeray)  ପାଖରେ ଶିବସେନା (Shiv  Sena)  ଏବଂ ରାଜ ଠାକରେଙ୍କ (Raj  Thackeray) ହାତରେ ମହାରାଷ୍ଟ୍ର ନବନିର୍ମାଣ ସେନା (Maharashtra  Navnirman  Sena) ଏମଏନଏସ  (MNS)  ନେତୃତ୍ୱ  ରହିଛି। 

ହନୁମାନ  ଚାଲିଶା ଏବଂ ଲାଉଡ ସ୍ପୀକର  ପ୍ରସଙ୍ଗରେ ଶିବସେନା ନେତୃତ୍ୱାଧିନ ମହାବିକାଶ ଅଘାଡି ସରକାରକୁ (Maha  Vikas   Aghadi Govt) ଟାର୍ଗେଟ କରି ଚର୍ଚ୍ଚାରେ ରହିଛି ମହାରାଷ୍ଟ୍ର ନବନିର୍ମାଣ ସେନା।   ସଦ୍ୟ ଏମଏନଏସ  ମୁଖ୍ୟଙ୍କ  ଅଯୋଧ୍ୟା ଗସ୍ତକୁ ନେଇ ମୁହାଁମୁହିଁ ହୋଇଛନ୍ତି  ୨ ବିଜେପି  ଲୋକସଭା ସାଂସଦ (BJP Lok Sabha  MP)।   

Also Read: 'ସେମାନେ ପଥର ପିଙ୍ଗୁଛନ୍ତି ହେଲେ ଆମ ହାତ ବନ୍ଧା ହୋଇନାହିଁ'

ରାଜ ଠାକରେଙ୍କ ଉଦ୍ଦେଶ୍ୟରେ ଆହ୍ୱାନ ଦେଇ ଜଣେ ବିଜେପି ସାଂସଦ କହିଛନ୍ତି କୌଣସି ପରିସ୍ଥିତିରେ ତାଙ୍କୁ  ଅଯୋଧ୍ୟାରେ ପ୍ରବେଶ କରିବାକୁ ଅନୁମତି ଦିଆଯିବ ନାହିଁ ବୋଲି ଘୋଷଣା। ସେହିପରି  ଅନ୍ୟଜଣେ ସାଂସଦ ତାଙ୍କର ଅଯୋଧ୍ୟା ଗସ୍ତକୁ ସ୍ୱାଗତ କରିଛନ୍ତି। 

ଉତ୍ତର ପ୍ରଦେଶ  କୈସରଗଞ୍ଜ  ଲୋକସଭା ଆସନର (Kaiserganj  Parliamentary   Constituency) ବିଜେପି  ସାଂସଦ ବୃଜଭୂଷଣ ସିଂହ (Brij  Bhushan  Sharan  Singh)  କହିଛନ୍ତି  ଏମଏନଏସ  ମୁଖ୍ୟ  ରାଜ  ଠାକରେଙ୍କୁ କୌଣସି ପରିସ୍ଥିତିରେ ଅଯୋଧ୍ୟାରେ ପ୍ରବେଶ କରିବାକୁ ଦିଆଯିବ ନାହିଁ।  ଏନେଇ ପ୍ରତିକ୍ରିୟା ରଖି ସାଂସଦ  କହିଛନ୍ତି  ଭଗବାନ ରାମ  (Lord  Ram) ଉତ୍ତର ଭାରତୀୟ (North  Indian) ଥିଲେ।  ରାଜ ଠାକେର  ଭଗବାନ ରାମଙ୍କ  ବଂଶଜ  (Descendants  of  Lord  Ram)  ଉତ୍ତର ଭାରତୀୟଙ୍କ ସହ ଦୁର୍ବ୍ୟବହାର କରିଛନ୍ତି।  ଯେ ପର୍ଯ୍ୟନ୍ତ  ଏମଏନଏସ ମୁଖ୍ୟ  ତାଙ୍କର ଏହି  କାମ  ପାଇଁ  କ୍ଷମା  ମାଗି ନାହାଁନ୍ତି   ସେ ପର୍ଯ୍ୟନ୍ତ ତାଙ୍କୁ ଅଯୋଧ୍ୟା ଠାରେ ପ୍ରବେଶ କରିବାକୁ ଦିଆଯିବ ନାହିଁ।  

କେବଳ ଏତିକି ନୁହେଁ ଏମଏନଏସ ମୁଖ୍ୟ  ରାଜ  ଠାକରେଙ୍କୁ  ସାକ୍ଷତ  ନ  କରିବ ଲାଗି  ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ  ଆଦିତ୍ୟନାଥଙ୍କୁ  (UP CM  Yogi   Adityanath)  ପରାମର୍ଶ  ଦେଇଛନ୍ତି  ବିଜେପି  ସାଂସଦ  ବୃଜଭୂଷଣ  ସିଂହ।  ଅନ୍ୟପଟେ ରାଜ୍ୟର ଅଯୋଧ୍ୟା ଲୋକସଭା ଆସନର (Ayodhya   Lok   Sabha)  ବିଜେପି ସାଂସଦ  ଲାଲୁ  ସିଂହ  (Lallu   Singh)  ଏମଏନଏସ  ମୁଖ୍ୟ  ରାଜ  ଠାକରେଙ୍କ ଅଯୋଧ୍ୟ ଗସ୍ତକୁ ସ୍ୱାଗତ  କରିଛନ୍ତି।

Also Read: ଲାଉଡ ସ୍ପୀକର ବିବାଦ ମଧ୍ୟରେ ହନୁମାନ ଚାଳିସା ପାଠ କରିବାକୁ ନିଷ୍ପତ୍ତି ନେଲେ ରାଜ ଠାକରେ

ଏନେଇ ପ୍ରତିକ୍ରିୟା ରଖି  ଅଯୋଧ୍ୟା ସାଂସଦ କହିଛନ୍ତି  ରାଜ  ଠାକରେଙ୍କ ଉପରେ ପ୍ରଭୁ ହନୁମାନଙ୍କ କୃପା ହୋଇଛି।  ସେ ପ୍ରଭୁ ଶ୍ରୀରାମଙ୍କ ଶରଣରେ ଆସିଛନ୍ତି କିମ୍ବା ଆସୁଛନ୍ତି ତାହେଲେ ଆମେ ଅଯୋଧ୍ୟାର ରାମ ଭକ୍ତଙ୍କ ସେବକ ହୋଇଥିବାରୁ ତାଙ୍କୁ ସ୍ୱାଗତ କରିବୁ।  ମହାରାଷ୍ଟ୍ରର କଲ୍ୟାଣ ଲାଗି ପ୍ରଧାନମନ୍ତ୍ରୀଙ୍କ ହାତ ଧରିବାକୁ  ଏମଏନଏସ ମୁଖ୍ୟ  ଙ୍କୁ ପରାମର୍ଶ ଦେଇଛନ୍ତି  ଅଯୋଧ୍ୟା ସାଂସଦ। ମାତ୍ର  ସହଯୋଗୀ  କୈସରଗଞ୍ଜ  ସାଂସଦଙ୍କ ପକ୍ଷରୁ କରାଯାଇଥିବା ଘୋଷଣା ଉପରେ କୌଣସି ପ୍ରତିକ୍ରିୟା  ରଖିବାକୁ ମନା କରିଛନ୍ତି ସେ।