Sanjay Raut Arrest: ଗିରଫଦାରୀ ବେଳେ କାହିଁକି ପୁଷ୍ପା ଫିଲ୍ମ କଥା ଉଠାଇଲେ ଉଦ୍ଧବ ଠାକରେ?
Advertisement
Article Detail0/zeeodisha/odisha1283904

Sanjay Raut Arrest: ଗିରଫଦାରୀ ବେଳେ କାହିଁକି ପୁଷ୍ପା ଫିଲ୍ମ କଥା ଉଠାଇଲେ ଉଦ୍ଧବ ଠାକରେ?

ED Action against Sanjay Raut: ପାତ୍ରାଚଲ ଜମି ଦୁର୍ନୀତି ମାମଲାରେ ଦଳୀୟ ସାଂସଦ ସାଂସଦ ସଞ୍ଜୟ ରାଉତଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଗ୍ରହଣ କରାଯାଇଥିବା କାର୍ଯ୍ୟାନୁଷ୍ଠାନକୁ ନେଇ ବିଜେପି ବିରୋଧରେ ବର୍ଷିଥିଲେ ଶିବସେନା ଅଧ୍ୟକ୍ଷ ଉଦ୍ଧବ ଠାକରେ।

Sanjay Raut Arrest: ଗିରଫଦାରୀ ବେଳେ କାହିଁକି  ପୁଷ୍ପା ଫିଲ୍ମ କଥା ଉଠାଇଲେ ଉଦ୍ଧବ ଠାକରେ?

Uddhav Thackeray backs Sanjay Raut: ପାତ୍ରାଚଲ ଜମି ଦୁର୍ନୀତି ମାମଲାରେ ଜୁଲାଇ ୩୧ ତାରିଖ ରବିବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଶିବସେନା ସାଂସଦ ସଞ୍ଜୟ ରାଉତଙ୍କୁ ୯ ଘଣ୍ଟା ଧରି ଜେରା କରିବା ପରେ ତାଙ୍କୁ ଗତକାଲି ମଧ୍ୟ ରାତ୍ରୀରେ ଗିରଫ କରାଯାଇଥିଲା। ଅର୍ଥ ହେରଫେର ମାମଲାରେ ଶିବସେନା ସାଂସଦଙ୍କ ଗିରଫଦାରୀକୁ ନେଇ ସଂସଦର ଉଭୟ ଗୃହରେ ହୋଇଥିଲା ହଙ୍ଗାମା। ବିରୋଧୀ ସାଂସଦଙ୍କ ବିରୋଧ କାରଣରୁ ଗୃହ କାର୍ଯ୍ୟ ବ୍ୟାହତ ହୋଇଥିଲା। 

ପାତ୍ରାଚଲ ଜମି ଦୁର୍ନୀତି ମାମଲାରେ ଦଳୀୟ ସାଂସଦ ସଞ୍ଜୟ ରାଉତଙ୍କ (Shiv Sena MP Sanjay Raut) ଗିରଫଦାରୀକୁ ନେଇ ପୂର୍ବତନ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ତଥା ଶିବସେନା ଅଧ୍ୟକ୍ଷ ଉଦ୍ଧବ ଠାକରେ ବିଜେପି ବିରୋଧରେ ବର୍ଷିଛନ୍ତି। ଏହି ଘଟଣାର ପ୍ରତିକ୍ରିୟା ରଖି ସେ କହିଛନ୍ତି ବର୍ତ୍ତମାନ ଯେଉଁମାନେ ସରକାରଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରୁଛନ୍ତି ସେମାନଙ୍କୁ ଜେଲ ପଠାଯାଉଛି। ହେଲେ ସମୟ ସବୁବେଳେ ସମାନ ରହେ ନାହିଁ। ଥରେ ଭାବନ୍ତୁ ଆମ ସମୟ ଆସିଲେ କଣ ହେବ? ସଞ୍ଜୟ ରାଉତଙ୍କୁ ସମର୍ଥନ ଜଣାଇ ଉଦ୍ଧବ ଠାକରେ ତାଙ୍କୁ ତାଙ୍କ ସାନ ଭାଇ ବୋଲି କହିଥିଲେ। ସେ ଅନ୍ୟ ସାମ୍ନାରେ ମୁଣ୍ଡ ନୂଆଁଉ ନଥିବା ଶିବ ସୈନିକ (Shiv Sainik) ବୋଲି କହିଥିଲେ। ଆମେ ମରିବାକୁ ପ୍ରସ୍ତୁତ ଅଛୁ ହେଲେ କେବେ ବିଜେପି ଶରଣକୁ ଯିବୁ ନାହିଁ। ସଞ୍ଜୟ ରାଉତ ହେଉଛନ୍ତି ମୋର ଗର୍ବ। ମୁଁ ତାଙ୍କ ପରିବାର ସହିତ ସମ୍ପୂର୍ଣ୍ଣ ଛିଡା ହୋଇଛନ୍ତି।

ପାତ୍ରାଚଲ ଜମି ଦୁର୍ନୀତି ମାମଲାରେ ଦଳୀୟ ସାଂସଦ ସାଂସଦ ସଞ୍ଜୟ ରାଉତଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଗ୍ରହଣ କରାଯାଇଥିବା କାର୍ଯ୍ୟାନୁଷ୍ଠାନକୁ ନେଇ ବିଜେପି ବିରୋଧରେ ବର୍ଷିଥିଲେ ଶିବସେନା ଅଧ୍ୟକ୍ଷ ଉଦ୍ଧବ ଠାକରେ। ରବିବାର ନିଜ ବାସଭବନ ମାତୋଶ୍ରୀ ଠାରେ ଦଳୀୟ କର୍ମକର୍ତ୍ତାଙ୍କୁ ସମ୍ବୋଧିତ କରି ଶିବସେନା ଅଧ୍ୟକ୍ଷ ଉଦ୍ଧବ ଠାକରେ (Shiv Sena Chief Uddhav Thackeray) କହିଛନ୍ତି ସଞ୍ଜୟ ରାଉତଙ୍କୁ ଗିରଫ ମଧ୍ୟ କରାଯାଇପାରେ। ଶିବସେନା ମୁଖପତ୍ର ସାମନା (Shiv Sena Mouthpiece Saamana) ଜରିଆରେ ସେ ରୋକ-ଠୋକ ନାମରେ ଯେଉଁ ସ୍ତମ୍ଭ ଲେଖିଛନ୍ତି ତାହା ଅନେକ ପ୍ରଶ୍ନ ଉଠାଉଛି​। କେନ୍ଦ୍ର ଆଡକୁ ସୂଚାଇ ସେ କହିଛନ୍ତି ଯେ ଲାଜ ସରମ ଛାଡି ଏଭଳି କାମ କରାଯାଉଛି। ଏହା ହେଉଛି ଦମନକାରୀ ରାଜକୀୟ ନୀତି। ଆମେ ଯେତେବେଳେ କଥା ହେଉଛେ ସେତେ ବେଳେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅତିଥି ହୋଇ ସଞ୍ଜୟ ରାଉତଙ୍କ ଘରେ ବସିଯାଇଛି। ଏସବୁ କଣ ​​ଚାଲିଛି। 

ବହୁଚର୍ଚ୍ଚିତ ପାତ୍ରାଚଲ ଜମି ଦୁର୍ନୀତି ମାମଲାରେ ଶିବସେନା ସାଂସଦ ସଞ୍ଜୟ ରାଉତଙ୍କୁ ଲାଗି ବଢିଛି ଅସୁବିଧା। ସୋମବାର ଦିନ ପିଏମଏଲଏ କୋର୍ଟ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ୱାରା ସଞ୍ଜୟ ରାଉତଙ୍କୁ ରିମାଣ୍ଡରେ ନେବା ଲାଗି ଆବେଦନ ଉପରେ ଶୁଣାଣି କରି ଏହାର ରାୟ ଶୁଣାଇଛନ୍ତି। ଅଗଷ୍ଟ ୪ ପର୍ଯ୍ୟନ୍ତ କୋର୍ଟ ସଞ୍ଜୟ ରାଉତଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ରିମାଣ୍ଡକୁ ପଠାଇଛନ୍ତି। ହେଲେ ଇଡି ଶିବସେନା ସାଂସଦଙ୍କୁ ୮ ଦିନିଆ ହେପାଜତକୁ ନେବା ଲାଗି ଅବେଦନ କରିଥିଲା। ଏହି ଦୁର୍ନୀତି ମାମଲାରେ ୪ ଥର ସମନ ଜାରି କରାଯିବା ପରେ ଶିବସେନା ସାଂସଦ ସଞ୍ଜୟ ରାଉତ କେବଳ ଥରେ ହାଜର ହୋଇଥିଲେ ବୋଲି କହିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଏହି ମାମଲା ସହ ଜଡିତ ଦସ୍ତାବିଜ ସହ ସଞ୍ଜୟ ରାଉତ ହେରଫେର କରିବା ନେଇ ଅଭିଯୋଗ କରିଛି ଇଡି।

ପାତ୍ରାଚଲ ଜମି ଦୁର୍ନୀତି ମାମଲାରେ (Patra Chawl Land Scam) ଜୁଲାଇ ୩୧ ତାରିଖ ରବିବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (Enforcement Directorate) ଇଡ଼ି (ED) ଶିବସେନା ସାଂସଦ ସଞ୍ଜୟ ରାଉତଙ୍କୁ (Shiv Sena MP Sanjay Raut) ୯ ଘଣ୍ଟା ଧରି ଜେରା କରିବା ପରେ ତାଙ୍କୁ ଗତକାଲି ମଧ୍ୟ ରାତ୍ରୀରେ ଗିରଫ କରାଯାଇଥିଲା। ଏହି ଘଟଣାରେ ହେଉଥିବା ତଦନ୍ତରେ ସଞ୍ଜୟ ରାଉତ ସହଯୋଗ କରୁନାହାଁନ୍ତି ବୋଲି ଅଭିଯୋଗ କରିଛି ଇଡ଼ି।

Also Read: Sanjay Raut: ED କାର୍ଯ୍ୟାନୁଷ୍ଠାକୁ ନେଇ ବିଜେପି ବିରୋଧରେ ବର୍ଷିଲେ ଉଦ୍ଧବ ଠାକରେ