Citizenship Amendment Act: ଦେଶରେ କେବେ ଲାଗୁ ହେବ CAA? ଜବାବ ରଖିଲେ କେନ୍ଦ୍ର ଗୃହମନ୍ତ୍ରୀ
Advertisement
Article Detail0/zeeodisha/odisha1287002

Citizenship Amendment Act: ଦେଶରେ କେବେ ଲାଗୁ ହେବ CAA? ଜବାବ ରଖିଲେ କେନ୍ଦ୍ର ଗୃହମନ୍ତ୍ରୀ

Citizenship Amendment Act:  ଦେଶରେ କେବେ ଲାଗୁ ହେବ ନାଗରିକତା ସଂଶୋଧନ ଆଇନ ତାହାର ଜବାବ ରଖିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। 

Citizenship Amendment Act: ଦେଶରେ କେବେ ଲାଗୁ ହେବ CAA? ଜବାବ ରଖିଲେ କେନ୍ଦ୍ର ଗୃହମନ୍ତ୍ରୀ

CAA Implementation in India: ଦେଶରେ କେବେ ଲାଗୁ ହେବ ନାଗରିକତା ସଂଶୋଧନ ଆଇନ ତାହାର ଜବାବ ରଖିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। କେନ୍ଦ୍ର ସରକାର ଯଥାଶୀଘ୍ର ଦେଶରେ ସିଏଏ କାର୍ଯ୍ୟକାରୀ କରିପାବେ। କୋରୋନା ମହମାରୀର ମୁକାବିଲା ଲାଗି ସମଗ୍ର ଦେଶରେ ଚାଲିଥିବା ବୁଷ୍ଟର୍ ଡୋଜ୍ ଟିକାକରଣ ଅଭିଯାନ ଶେଷ ହେବା ମାତ୍ରେ କେନ୍ଦ୍ର ସରକାର ସମଗ୍ର ଦେଶରେ ସଂଶୋଧିତ ନାଗରିକତା ଆଇନ କାର୍ଯ୍ୟକାରୀ କରିବେ। 

ନିକଟରେ ପଶ୍ଚିମବଙ୍ଗ ବିରୋଧି ଦଳ ନେତା (West Bengal Opposition Leader) ଶୁଭେନ୍ଦୁ ଅଧିକାରୀଙ୍କୁ (Suvendu Adhikari) ଭେଟିବା ପରେ କେନ୍ଦ୍ର ଗୃହମନ୍ତ୍ରୀ (Union Home Minister) ଅମିତ ଶାହ (Amit Shah) ଦେଶରେ ନାଗରିକତା ସଂଶୋଧନ ଆଇନ (Citizenship Amendment Act 2019) ସିଏଏ (CAA) କାର୍ଯ୍ୟକାରିତା କରିବା ବାବଦରେ ଜଣାଇଛନ୍ତି। ମଙ୍ଗଳବାର ଦିନ ଶୁଭେନ୍ଦୁ ଅଧିକାରୀ ସଂସଦରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ (PM Modi) ଭେଟିଥିଲେ। ଏହି ସମୟରେ ସେ ପ୍ରଧାନମନ୍ତ୍ରୀଙ୍କୁ ଯଥାଶୀଘ୍ର ସିଏଏ କାର୍ଯ୍ୟକାରୀ କରିବାକୁ ଅନୁରୋଧ କରିଥିଲେ। ତାଙ୍କ ଅନୁରୋଧ କ୍ରମେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଶ୍ୱାସନା ଦେଇଛନ୍ତି ଯେ କୋରୋନା ମହମାରୀର (Corona Pandemic) ମୁକାବିଲା ଲାଗି ସମଗ୍ର ଦେଶରେ ଚାଲିଥିବା ବୁଷ୍ଟର୍ ଡୋଜ୍ ଟିକାକରଣ (Booster Dose Vaccination) ଅଭିଯାନ ଶେଷ ହେବା ମାତ୍ରେ କେନ୍ଦ୍ର ସରକାର ସମଗ୍ର ଦେଶରେ ନାଗରିକତା ସଂଶୋଧନ ଆଇନ କାର୍ଯ୍ୟକାରୀ କରିବା ଲାଗି ନିୟମ ସ୍ଥିର କରାଯିବ।

ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ପଶ୍ଚିମବଙ୍ଗ ବିରୋଧି ଦଳ ନେତା ଶୁଭେନ୍ଦୁ ଅଧିକାରୀ କହିଛନ୍ତି ଯେ ରାଜ୍ୟରେ ସିଏଏ କାର୍ଯ୍ୟକାରୀ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହାର କାର୍ଯ୍ୟକାରିତା ଦ୍ୱାରା ପଶ୍ଚିବଙ୍ଗରେ ଅନେକ ଲୋକ ଉପକୃତ ହେବେ। ଗତ ୨୦୧୯ ଡିସେମ୍ବର ୧୧ ତାରିଖରେ ସଂସଦରେ ପାରିତ ହୋଇଥିଲା ନାଗରିକତ୍ୱ ସଂଶୋଧନ ଆଇନ। ମାତ୍ର କୋରୋନା ମହାମାରୀ ଏବଂ ନିୟମ ପ୍ରସ୍ତୁତ ହୋଇନଥିବାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ କାର୍ଯ୍ୟକାରୀ ହୋଇପାରି ନାହିଁ ସିଏଏ।

ସଂସଦରେ କେନ୍ଦ୍ର ସରକାରଙ୍କ ଦ୍ୱାରା ପାରିତ ହୋଇଥିବା ନାଗରିକତା ସଂଶୋଧନ ଆଇନ ବିରୋଧରେ ସମଗ୍ର ଦେଶରେ ବିରୋଧ ପ୍ରଦର୍ଶନ କରାଯାଇଥିଲା। ଏହି ଆଇନର ସମାଲୋଚକମାନେ ଏହାକୁ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟ ବିରୁଦ୍ଧରେ ମଧ୍ୟ କହିଥିଲେ। ହେଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଦେଶରେ ସିଏଏ କାର୍ଯ୍ୟକାରୀ କରିବାକୁ ଜଣାଇ ଦେଇଛନ୍ତି।

ଗତ ମେ ମାସରେ ପଶ୍ଚିମବଙ୍ଗ ଠାରେ ଏକ ରାଲିକୁ ସମ୍ବୋଧିତ କରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଥିଲେ ଯେ କୋରୋନା ମହାମାରୀ ସମାପ୍ତ ହେବା ପରେ ସିଏଏ କାର୍ଯ୍ୟକାରୀ ହେବ। ଏହି ଆଇନ ପଡୋଶୀ ଦେଶ ବାଂଲାଦେଶ, ପାକିସ୍ଥାନ ଏବଂ ଆଫଗାନିସ୍ତାନର ନିର୍ଯାତିତ ସଂଖ୍ୟାଲଘୁଙ୍କୁ ନାଗରିକତ୍ୱ ପ୍ରଦାନ ବିଷୟରେ କହିଛି। ଯେଉଁମାନେ ୨୦୧୪ ଡିସେମ୍ବର ୩୧ ଭାରତକୁ ଆସିଥିଲେ।

Also Read: କୃଷି ଆଇନ ଭଳି ହେଉ CAA ରଦ୍ଦ; ବିରୋଧିଙ୍କ ପରେ ଦାବି ଉଠାଇଲେ ସହଯୋଗୀ

Also Read: 'ଜନସଂଖ୍ୟା ନିୟନ୍ତ୍ରଣ ଆଇନ ବାବଦରେ ଖୁବ ଶୀଘ୍ର ନିଷ୍ପତ୍ତି ନେବେ କେନ୍ଦ୍ର ସରକାର'