ପୁଣି ଉତ୍ତରାଖଣ୍ଡରେ ଗଠନ କରିବୁ ପୂର୍ଣ୍ଣ ବହୁମତ ସରକାର: Amit Shah
Advertisement

ପୁଣି ଉତ୍ତରାଖଣ୍ଡରେ ଗଠନ କରିବୁ ପୂର୍ଣ୍ଣ ବହୁମତ ସରକାର: Amit Shah

ସ୍ୱତନ୍ତ୍ର ଉତ୍ତରାଖଣ୍ଡ ରାଜ୍ୟ ପାଇଁ ଆନ୍ଦୋଳନ କରୁଥିବା ଯୁବକଙ୍କ ଉପରେ କିଏ ଗୁଳି ଚଳାଇଥିଲା ତାହାକୁ ମଧ୍ୟ ମନେ ରଖିବା ଆବଶ୍ୟକ।

ପୁଣି ଉତ୍ତରାଖଣ୍ଡରେ ଗଠନ କରିବୁ ପୂର୍ଣ୍ଣ ବହୁମତ ସରକାର: Amit Shah

ଡ଼େରାଡୁନ୍: ଆସନ୍ତାବର୍ଷ ହେବାକୁ ଯାଉଥିବା ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ବିଭିନ୍ନ ଦଳ ପକ୍ଷରୁ ଆରମ୍ଭ ହୋଇଗଲାଣି ପ୍ରସ୍ତୁତି। ଏହି କ୍ରମରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଶନିବାର ଉତ୍ତରାଖଣ୍ଡ ରାଜଧାନୀ ଡେରାଡୁନ ଠାରେ   ଆୟୋଜିତ ହୋଇଥିବା ଏକ ରାଲିକୁ ସମ୍ବୋଧିତ କରିଛନ୍ତି। ଏହି ଅବସରରେ କହିଛନ୍ତି ରାଜ୍ୟରେ ଆହୁରି ବିକାଶମୂଳକ କାର୍ଯ୍ୟ କରାଯିବ। ଉତ୍ତରାଖଣ୍ଡରେ ଦଳ ପୁଣି ଥରେ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତାର ସହ ସରକାର ଗଠନ କରିବ। ଉତ୍ତରାଖଣ୍ଡ ମଡେଲ ଦେଶ ପାଇଁ ଏକ ପ୍ରେରଣା। 

ଏହି ରାଲିକୁ ସମ୍ବୋଧିତ କରି କେନ୍ଦ୍ର ଗୃହମନ୍ତ୍ରୀ (Union Home Minister) ଅମିତ ଶାହା (Amit Shah) କହିଛନ୍ତି ଦେବଭୂମୀ ସୃଷ୍ଟି କରିବାର କାର୍ଯ୍ୟ ଅଟଳ ବିହାରୀ ବାଜପେୟୀଙ୍କ (Atal Bihari Vajpayee) ଦ୍ୱାରା କରାଯାଇଛି। ସ୍ୱତନ୍ତ୍ର ରାଜ୍ୟ ପାହ୍ୟ ଦାବି କରି ଅନେକ ଯୁବକ ଶହୀଦ ହୋଇଥିଲେ। ଯୁବ ବର୍ଗଙ୍କ ଦ୍ୱାରା କରାଯାଉଥିବା ଏହି ଦାବିକୁ ବିଜେପି ସମର୍ଥନ କରିଥିଲା। ସ୍ୱତନ୍ତ୍ର ଉତ୍ତରାଖଣ୍ଡ ରାଜ୍ୟ ପାଇଁ ଆନ୍ଦୋଳନ କରୁଥିବା ଯୁବକଙ୍କ ଉପରେ କିଏ ଗୁଳି ଚଳାଇଥିଲା ତାହାକୁ ମଧ୍ୟ ମନେ ରଖିବା ଆବଶ୍ୟକ।

Also Read: UP Election 2022 ପୂର୍ବରୁ ବଳ ଗୋଟାଉଛି SP; ଦଳରେ ସାମିଲ ହେଲେ ୬ BSP ଜଣେ BJP ବିଧାୟକ

ଏହା ସହିତ ଗୃହମନ୍ତ୍ରୀ ରାଜ୍ୟର ଦ୍ୱିତୀୟ ବଡ କାର୍ଯ୍ୟ ହେଉଛି ମୁଖମନ୍ତ୍ରୀ ଘସ୍ୟାରୀ କଲ୍ୟାଣ ଯୋଜନାର ଶୁଭାରମ୍ଭ। ଉତ୍ତରାଖଣ୍ଡରେ ପ୍ରାୟ ୨ ହଜାର କୃଷକ ମକା ଚାଷ କରିବେ ଏବଂ ବୈଜ୍ଞାନିକ ଉପାୟରେ ପୁଷ୍ଟିକର ପଶୁ ଖାଦ୍ୟ ପ୍ରସ୍ତୁତ କରିବାର ଯୋଜନା ଆରମ୍ଭ ହୋଇଛି। ରାଜ୍ୟରେ କଂଗ୍ରେସ ସରକାର କ୍ଷମତାସୀନ ଥିବା ସମବାୟ ଆନ୍ଦୋଳନ ଦୁର୍ବଳ ହୋଇଯାଇଥିଲା। ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ପୃଥକ ସମବାୟ ମନ୍ତ୍ରଣାଳୟ ଗଠନ କରି ସମବାୟ ସମିତି ସହ ଜଡିତ ଦେଶର କୋଟି କୋଟି କୃଷକ, ମହିଳା, ଶ୍ରମିକ, ମହିଳାଙ୍କ କଲ୍ୟାଣ ପାଇଁ ଏକ ମହତ୍ କାର୍ଯ୍ୟ କରିଛନ୍ତି।

ମୁଖମନ୍ତ୍ରୀ ଘସ୍ୟାରୀ କଲ୍ୟାଣ ଯୋଜନା ଅଧିନରେ କୃଷକଙ୍କୁ କିଲୋଗ୍ରାମ ପିଛା ୨ ଟଙ୍କା ହାରରେ ୩୦ ପ୍ରତିଶତ ସବସିଡି ଦିଆଯିବ। ବୈଜ୍ଞାନିକ ପଦ୍ଧତିରେ ପ୍ରସ୍ତୁତ ହୋଇଥିବା ଏହି ଚାରା ଖାଇବା ଦ୍ୱାରା ପଶୁଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆସିବା ସହ ସେମାନଙ୍କର କ୍ଷୀର ଦେବାର କ୍ଷମତା ମଧ୍ୟ ବୃଦ୍ଧି ପାଇବ। 

Also Read: ଚର୍ଚ୍ଚାରେ SBSP ଅଧ୍ୟକ୍ଷ OP Rajbhar; ମଦ୍ୟପାନ ଉପରେ ରଖିଲେ ଏପରି ବୟାନ

ଯେତେବେଳେ ନିର୍ବାଚନ ଆସେ କଂଗ୍ରେସ ନେତା କର୍ମୀ ତୁରନ୍ତ ନୂତନ ପୋଷାକ ସିଲେଇ କରନ୍ତି, ୫ ବର୍ଷ ସେମାନେ କେଉଁଠାରେ ଥିଲା ତାହାର ହିସାବ ନାହିଁ। ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାୱତଙ୍କୁ ଟାର୍ଗେଟ କରି କହିଛନ୍ତି ରାୱତ ସାହେବ ନକଲି ମଦ ଦୁର୍ନୀତିର ହିସାବ ଦିଅନ୍ତୁ। କାରଣ ଆପଣ ରାଜ୍ୟ ବିଧାନସଭା ନିର୍ବାଚନ ଲଢୁଛନ୍ତି। ରାଜ୍ୟରେ କଂଗ୍ରେସ ସରକାର କ୍ଷମତାସୀନ ଥିବା ବେଳେ କେବଳ ଦୁର୍ନୀତି କରିପାରେ। ଆମର ନିର୍ବଚନ ଇସ୍ତାହାରକୁ ଦେଖନ୍ତୁ ଆମେ ଦେଇଥିବା ପ୍ରତିଶୃତିରୁ ୮୫ ପ୍ରତିଶତ କାର୍ଯ୍ୟ ସମାପ୍ତ କରିଛୁ। 

Also Read: ହିନ୍ଦୁ ଧର୍ମ ଉପରେ ବିବାଦୀୟ ବୟାନ ଦେଇ ବନ୍ଧାହେଲେ ସମାଜବାଦୀ ପାର୍ଟି ନେତା ଅନଦାନ ଖାନ

ମୁଁ ରାୱତ ସାହେବଙ୍କୁ ଚ୍ୟାଲେଞ୍ଜ କରି କହୁଛି ଆପଣ ଆପଣଙ୍କ ଦଳର ନିର୍ବାଚନୀ ଇସ୍ତାହାରର ହିସାବ ଦିଅନ୍ତୁ। ଏହାକୁ ଜନସାଧାରଣଙ୍କ ସମ୍ମୁଖରେ ରଖି ଉଭୟ ଦଳର ନିର୍ବାଚନୀ ଘୋଷଣାପତ୍ର ଉପରେ ହୋଇଯାଉ ବିତର୍କ। ଏଠାରେ ଜଣେ ବ୍ୟକ୍ତି କହିଛନ୍ତି ଯେ ଏଠାରେ ଅବସ୍ଥିତ ଜାତୀୟ ରାଜପଥ ବନ୍ଦ କରି ଶୁକ୍ରବାର ନମାଜ ପଢିବାକୁ ଅନୁମତି ଦେଇଛନ୍ତି। ତୁଷ୍ଟିକରଣ କରୁଥିବା ଲୋକ କେବେ ଦେବଭୂମୀର ଉନ୍ନତି ପାଇଁ କାର୍ଯ୍ୟ କରିପାରିବେ ନାହିଁ। ରାୱତ ସାହେବ ଆପଣ ଆରଣଙ୍କ ଷ୍ଟିଙ୍ଗ୍ ଅପରେସନ୍ ଭିଡି଼ଓ ଦେଖନ୍ତୁ ଏହା ପରେ ଯାଇ କିଛି କହିବେ। ଏଭଳି ଲୋକ କେବେହେଲେ ଉତ୍ତରାଖଣ୍ଡ ପାଇଁ ବିକାଶମୂଳକ କାର୍ଯ୍ୟ କରିପାରିବେ ନାହିଁ।