UP Election Result 2022: ମୁସଲିମ ବହୁଳ ନିର୍ବାଚନମଣ୍ଡଳୀରେ କିଏ ମାରିଲା ବାଜି?
Advertisement

UP Election Result 2022: ମୁସଲିମ ବହୁଳ ନିର୍ବାଚନମଣ୍ଡଳୀରେ କିଏ ମାରିଲା ବାଜି?

ଉତ୍ତର ପ୍ରଦେଶ ବିଧାନସଭାର ମୋଟ ୪୦୩ ଆସନ ମଧ୍ୟରୁ ଏପରି ୧୪୩ ନିର୍ବାଚନମଣ୍ଡଲୀ ରହିଛି ଯେଉଁଠି ମୁସଲିମ ମତଦାତାଙ୍କ ଦବଦବା ରହିଛି। 

UP Election Result 2022: ମୁସଲିମ ବହୁଳ ନିର୍ବାଚନମଣ୍ଡଳୀରେ କିଏ ମାରିଲା ବାଜି?

ଲକ୍ଷ୍ନୌ: ଆସିଯାଇଛି ୨୦୨୨ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ଫଳାଫଳା। ଏଥର ପୁଣି ଥରେ ଆବଶ୍ୟକୀୟ ସଂଖ୍ୟା ଗରିଷ୍ଠତା ହାସଲ କରି କ୍ରମାଗତ ଭାବେ ଦ୍ୱିତୀୟ ଥର ଲାଗି ସରକାର ଗଠନ କରିବାକୁ ଯାଉଛି ବିଜେପି। ହେଲେ ଏଥର ଏପରି ନିର୍ବାଚନଣ୍ଡଳୀ ଉପରେ ରହିଥିଲା ନଜର ଯେଉଁଠାରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥାନ୍ତି ମୁସଲିମ ମତଦାତା।

ଉତ୍ତର ପ୍ରଦେଶ ବିଧାନସଭାର ମୋଟ ୪୦୩ ଆସନ ମଧ୍ୟରୁ ଏପରି ୧୪୩ ନିର୍ବାଚନମଣ୍ଡଲୀ ରହିଛି ଯେଉଁଠି ମୁସଲିମ ମତଦାତାଙ୍କ ଦବଦବା ରହିଛି। ଏହି ଆସନ ମଧ୍ୟରୁ ଏପରି ୭୦ ସିଟ୍ ରହିଛି ଯେଉଁ ମୁସଲିମ ଜନସଂଖ୍ୟା ହେଉଛି ୨୫%। ବାକି ୭୩ ଆସନ ଏପରି ରହିଛି ଯେଉଁ ୩୦% ମୁସଲମାନ ଜନସଂଖ୍ୟା ବସବାସ କରିଥାନ୍ତି। ରାଜ୍ୟରେ ଏପରି ୩୦-୩୫ ଆସନ ରହିଛି ଯେଉଁଠି ମୁସଲିମ୍ ପ୍ରାର୍ଥୀମାନେ ନିଜେ ଦମ୍ ବଳରେ ଜିତିପାରିବେ। ଅନ୍ୟପଟେ ଏପରି ୧୦୭ ଆସନ ଅଛି ଯେଉଁଠାରେ ସଂଖ୍ୟାଲଘୁ ବିଶେଷ କରି ମୁସଲିମ ମତଦାତା ନିର୍ବାଚନ ଫଳାଫଳ ବଦଳାଇବାର କ୍ଷମତା ରଖିଛନ୍ତି। 

Also Read: UP Election 2022: ମୁସଲିମ ମତଦାତାଙ୍କ ହାତରେ ରହିଛି ଦ୍ୱିତୀୟ ପର୍ଯ୍ୟାୟ ଚାବି; କିଏ ମାରିବ ବାଜି?

ଉତ୍ତର ପ୍ରଦେଶରେ ଅବସ୍ଥିତ ଥିବା ମୁସଲିମ ବହୁଳ ନିର୍ବାଚନମଣ୍ଡଳୀ ମଧ୍ୟରୁ ଅଧିକାଂଶ ରାଜ୍ୟର ପଶ୍ଚିମାଞ୍ଚଳରେ ଅବସ୍ଥିତ। ରାଜ୍ୟର ମୁସଲମାନ ବହୁଳ ଜିଲ୍ଲା ହେଉଛି ଶାମଲି, ସାହାରନପୁର, ମୁଜାଫରନଗର, ବିଜନୋର, ମେରଟ, ବରେଲି, ଆମରୋହା, ମୁରାଦାବାଦ, ରାମପୁର, ସମ୍ଭଲ। 

Also Read: UP Election 2022 Result: ମୁସଲିମ ବହୁଳ ଅଞ୍ଚଳରେ SP ତୁଳନାରେ BJP ପଲ୍ଲା ଭାରୀ

ମୁସଲିମ ବହୁଳ ନିର୍ବାଚନମଣ୍ଡଳୀରେ କେଉଁ ଦଳର ରହିଛି କିଭଳି ପ୍ରଦର୍ଶନ? 

  • ବେହଟ ଆସନରୁ ସମାଜବାଦୀ ପାର୍ଟି ଗଠବନ୍ଧନ ପ୍ରାର୍ଥୀ ଉମର ଅଲ୍ଲୀ ଖାନ୍ ୩୭, ୮୮୦ ଭୋଟ ବ୍ୟବଧାନରେ ଜିତିଛନ୍ତି। 
  • ସହାରନପୁର ଗ୍ରାମୀଣ ଆସନରୁ ସମାଜବାଦୀ ପାର୍ଟି ପ୍ରାର୍ଥୀ ଆଶୁ ମଲିକ ୩୦,୭୪୫ ଭୋଟ ବ୍ୟବଧାନରେ ଜିତିଛନ୍ତି। 
  • କୈରାନା ଆସନରୁ ସମାଜବାଦୀ ପାର୍ଟି ପ୍ରାର୍ଥୀ ନାହିଦ ହାସନ ୨୫, ୮୮୭ ଭୋଟ ବ୍ୟବଧାନରେ ଜିତିଛନ୍ତି। 
  • ଥାନ ଭବନ ଆସନରୁ ରାଷ୍ଟ୍ରୀୟ ଲୋକ ଦଳ ପ୍ରାର୍ଥୀ ଅଶରଫ ଅଲ୍ଲୀ ଖାନ ୧୦, ୮୦୬ ଭୋଟ ବ୍ୟବଧାନରେ ଜିତିଛନ୍ତି। 
  • ନଜିବାବାଦ ଆସନରୁ ସମାଜବାଦୀ ପାର୍ଟି ପ୍ରାର୍ଥୀ ତସଲିମ ଅହମ୍ମଦ ୨୩, ୭୭୦ ଭୋଟ ବ୍ୟବଧାନରେ ଜିତିଛନ୍ତି।  
  • ଧାମପୁର ଆସନରୁ ସମାଜବାଦୀ ପାର୍ଟି ପ୍ରାର୍ଥୀ ନଇମୁଲହସନ ୨୦୩ ଭୋଟ ବ୍ୟବଧାନରେ ପରାସ୍ତ ହୋଇଛନ୍ତି। 
  • କାଣ୍ଠ ଆସନରୁ ସମାଜବାଦୀ ପାର୍ଟି ପ୍ରାର୍ଥୀ କମାଲ ଅଖତର ୪୩, ୧୭୮ ଭୋଟ ବ୍ୟବଧାନରେ ଜିତିଛନ୍ତି। 
  • ଠାକୁରଦ୍ୱାର ଆସନରୁ ସମାଜବାଦୀ ପାର୍ଟି ପ୍ରାର୍ଥୀ ନବାବ ଜାନ ୧୯୬୮୪ ଭୋଟ ବ୍ୟବଧାନରେ ଜିତିଛନ୍ତି। 
  • ମୁରାଦାବାଦ ଗ୍ରାମୀଣ ଆସନରୁ ସମାଜବାଦୀ ପାର୍ଟି ପ୍ରାର୍ଥୀ ନାସିର କ୍ୟୁରେଶୀ ୫୬, ୮୨୦ ଭୋଟ ବ୍ୟବଧାନରେ ଜିତିଛନ୍ତି।
  • ମୁରାଦାବାଦ ନଗର ଆସନରୁ ସମାଜବାଦୀ ପାର୍ଟି ପ୍ରାର୍ଥୀ ୟୁସୁଫ୍ ଅନସାରୀ ୭୮୨ ଭୋଟ ବ୍ୟବଧାନରେ ପରାସ୍ତ ହୋଇଛନ୍ତି।
  • କୁନ୍ଦରକି ଆସନରୁ ସମାଜବାଦୀ ପାର୍ଟି ପ୍ରାର୍ଥୀ ଜିୟା ଉର୍ର ରେହମାନ ୪୩୧୬୨ ଭୋଟ ବ୍ୟବଧାନରେ ଜିତିଛନ୍ତି। 
  • ବିଲାରୀ ଆସନରୁ ସମାଜବାଦୀ ପାର୍ଟି ପ୍ରାର୍ଥୀ ଫହୀମ ଇରଫାନ ୭୬୧୦ ଭୋଟ ବ୍ୟବଧାନରେ ଜିତିଛନ୍ତି। 
  • ସମ୍ଭଲ ଆସନରୁ ସମାଜବାଦୀ ପାର୍ଟି ପ୍ରାର୍ଥୀ ଇକବାଲ ମହମୁଦ ୪୧, ୬୯୭ ଭୋଟ ବ୍ୟବଧାନରେ ଜିତିଛନ୍ତି। 
  • ସ୍ୱାର ଆସନରୁ ସମାଜବାଦୀ ପାର୍ଟି ପ୍ରାର୍ଥୀ ଅବଦୁଲ୍ଲା ଆଜମ ଖାନ ୬୧, ୧୦୩ ଭୋଟ ବ୍ୟବଧାନରେ ଜିତିଛନ୍ତି।
  • ଚମରୌଆ ଆସନରୁ ସମାଜବାଦୀ ପାର୍ଟି ପ୍ରାର୍ଥୀ ନାସିର ଖାନ ୩୪, ୨୯୦ ଭୋଟ ବ୍ୟବଧାନରେ ଜିତିଛନ୍ତି।  
  • ରାମପୁର ଆସନରୁ ସମାଜବାଦୀ ପାର୍ଟି ପ୍ରାର୍ଥୀ ଆଜମ ଖାନ ୫୫,୧୪୧ ଭୋଟ ବ୍ୟବଧାନରେ ଜିତିଛନ୍ତି।  
  • ଅମରୋହା ଆସନରୁ ସମାଜବାଦୀ ପାର୍ଟି ପ୍ରାର୍ଥୀ  ମହବୁବ ଅଲୀ ୭୧,୦୩୬ ଭୋଟ ବ୍ୟବଧାନରେ ଜିତିଛନ୍ତି।  
  • ସିୱାଲଖାନସ ଆସନରୁ ସମାଜବାଦୀ ପାର୍ଟି ପ୍ରାର୍ଥୀ ଗୁଲାମ ମୋହମ୍ମଦ ୯୧୮୨ ଭୋଟ ବ୍ୟବଧାନରେ ଜିତିଛନ୍ତି।  
  • କିଠୌର ଆସନରୁ ସମାଜବାଦୀ ପାର୍ଟି ପ୍ରାର୍ଥୀ ଶାହିଦ ମଞ୍ଜୁର ୨୧୮୦ ଭୋଟ ବ୍ୟବଧାନରେ ଜିତିଛନ୍ତି।  
  • ମେରଠ ଆସନରୁ ସମାଜବାଦୀ ପାର୍ଟି ପ୍ରାର୍ଥୀ ରଫିକ ଅନସାରୀ ୨୬, ୦୬୫ ଭୋଟ ବ୍ୟବଧାନରେ ଜିତିଛନ୍ତି।  
  • ମେରଠ ଦକ୍ଷିଣ ଆସନରୁ ସମାଜବାଦୀ ପାର୍ଟି ପ୍ରାର୍ଥୀ ଆଦିଲ ଚୌଧୁରୀ ୭୯୪୨ ଭୋଟ ବ୍ୟବଧାନରେ ପରାସ୍ତ ହୋଇଛନ୍ତି।  
  • ବାଗପତ ଆସନରୁ ସମାଜବାଦୀ ପାର୍ଟି ପ୍ରାର୍ଥୀ ଅହମ୍ମଦ ହମୀଦ ୬୭୩୩ ଭୋଟ ବ୍ୟବଧାନରେ ପରାସ୍ତ ହୋଇଛନ୍ତି।  
  • ଧୌଲାନା ଆସନରୁ ସମାଜବାଦୀ ପାର୍ଟି ପ୍ରାର୍ଥୀ ଅସଲମ ଚୌଧୁରୀ ୧୨, ୬୨୮ ଭୋଟ ବ୍ୟବଧାନରେ ଜିତିଛନ୍ତି।  
  • ବୁଲନ୍ଦଶହର ଆସନରୁ ରାଷ୍ଟ୍ରୀୟ ଲୋକ ଦଳ ପ୍ରାର୍ଥୀ ହାଜୀ ୟୁନୁସ ୨୫, ୮୩୦ ଭୋଟ ବ୍ୟବଧାନରେ ପରାସ୍ତ ହୋଇଛନ୍ତି।  
  • ସ୍ୟାନା ଆସନରୁ ଆସନରୁ ରାଷ୍ଟ୍ରୀୟ ଲୋକ ଦଳ ପ୍ରାର୍ଥୀ ଦିଲନୱାଜ ଖାନ ୮୯୬୫୭ ଭୋଟ ବ୍ୟବଧାନରେ ଜିତିଛନ୍ତି।  
  • କୋଲ ଆସନରୁ ସମାଜବାଦୀ ପାର୍ଟି ପ୍ରାର୍ଥୀ ଇସହାକ ଅଜୁ ୫୦୨୮ ଭୋଟ ବ୍ୟବଧାନରେ ପରାସ୍ତ ହୋଇଛନ୍ତି।  
  • ଆଲିଗଡ଼ ଆସନରୁ ସମାଜବାଦୀ ପାର୍ଟି ପ୍ରାର୍ଥୀ ଜଫର ଆଲମ ୧୨, ୭୮୬ ଭୋଟ ବ୍ୟବଧାନରେ ପରାସ୍ତ ହୋଇଛନ୍ତି।  
  • ଫିରୋଜବାଦ ଆସନରୁ ସମାଜବାଦୀ ପାର୍ଟି ପ୍ରାର୍ଥୀ ସୈଫୁ ର୍ରହମାନ ୩୨, ୯୫୫ ଭୋଟ ବ୍ୟବଧାନରେ ପରାସ୍ତ ହୋଇଛନ୍ତି।  
  • ବହେଡି ଆସନରୁ ସମାଜବାଦୀ ପାର୍ଟି ପ୍ରାର୍ଥୀ ଅତାଉର ରେହମାନ ୩୩୫୫ ଭୋଟ ବ୍ୟବଧାନରେ ଜିତିଛନ୍ତି।  
  • ମୀରଗଞ୍ଜ ଆସନରୁ ସମାଜବାଦୀ ପାର୍ଟି ପ୍ରାର୍ଥୀ ସୁଲତାନ ବେଗ ୩୨, ୪୮୦ ଭୋଟ ବ୍ୟବଧାନରେ ପରାସ୍ତ ହୋଇଛନ୍ତି।  
  • ଭୋଜିପୁରା ଆସନରୁ ସମାଜବାଦୀ ପାର୍ଟି ପ୍ରାର୍ଥୀ ଶହଜିଲ ଇସଲାମ ଅନସାରୀ ୯୪୦୯ ଭୋଟ ବ୍ୟବଧାନରେ ଜିତିଛନ୍ତି।
  • ଶାହଜହାଁପୁର ଆସନରୁ ସମାଜବାଦୀ ପାର୍ଟି ପ୍ରାର୍ଥୀ ତନବୀର ଖାନ ୯୩୧୩ ଭୋଟ ବ୍ୟବଧାନରେ ପରାସ୍ତ ହୋଇଛନ୍ତି।    
  • ବିସୱାନ ଆସନରୁ ସମାଜବାଦୀ ପାର୍ଟି ପ୍ରାର୍ଥୀ ଅଫଜଲ କୌଶର ୧୦, ୪୭୮ ଭୋଟ ବ୍ୟବଧାନରେ ଜିତିଛନ୍ତି।  
  • ଶାହାବଦ ଆସନରୁ ସମାଜବାଦୀ ପାର୍ଟି ପ୍ରାର୍ଥୀ ଆସିଫ୍ ଖାନ ବବ୍ବୁ ୬୪୭୯ ଭୋଟ ବ୍ୟବଧାନରେ ଜିତିଛନ୍ତି।  
  • ଭୋଜପୁର ଆସନରୁ ସମାଜବାଦୀ ପାର୍ଟି ପ୍ରାର୍ଥୀ ଅରଶଦ ଜମାଲ ୨୭, ୪୫୮ ଭୋଟ ବ୍ୟବଧାନରେ ଜିତିଛନ୍ତି।  
  • ସିସାମଉ ଆସନରୁ ସମାଜବାଦୀ ପାର୍ଟି ପ୍ରାର୍ଥୀ ଇରଫାନ ସୋଲାଙ୍କି ୧୨, ୨୨୬ ଭୋଟ ବ୍ୟବଧାନରେ ଜିତିଛନ୍ତି।   
  • ଦେୱବନ୍ଦ ଆସନରୁ କଂଗ୍ରେସ ପ୍ରାର୍ଥୀ ରାହଲ ଖଲୀଲ ୯୨, ୭୯୪ ଭୋଟ ବ୍ୟବଧାନରେ ଜିତିଛନ୍ତି।  
  • ତିଲାଇ ଆସନରୁ ସମାଜବାଦୀ ପାର୍ଟି ପ୍ରାର୍ଥୀ ନଇମ ଗୁର୍ଜର ୨୭, ୮୨୯ ଭୋଟ ବ୍ୟବଧାନରେ ପରାସ୍ତ ହୋଇଛନ୍ତି।