ECI Notice: ନିର୍ବାଚନ ଆୟୋଗ ନୋଟିସ ଉପରେ ଏହି ପଦକ୍ଷେପ ନେଲା ସମାଜବାଦୀ ପାର୍ଟି
Advertisement
Article Detail0/zeeodisha/odisha1425529

ECI Notice: ନିର୍ବାଚନ ଆୟୋଗ ନୋଟିସ ଉପରେ ଏହି ପଦକ୍ଷେପ ନେଲା ସମାଜବାଦୀ ପାର୍ଟି

SP Response to ECI: ନିର୍ବାଚନ ଆୟୋଗ ନୋଟିସ ପାଇବା ପରେ ଏବେ ଜବାବ ଦାଖଲ କରିବାକୁ ପ୍ରସ୍ତୁତ ହେଉଛି ସମାଜବାଦୀ ପାର୍ଟି।

ECI Notice: ନିର୍ବାଚନ ଆୟୋଗ ନୋଟିସ ଉପରେ ଏହି ପଦକ୍ଷେପ ନେଲା ସମାଜବାଦୀ ପାର୍ଟି

Samajwadi Party: ଗତ ୨୭ ଅକ୍ଟୋବରରେ ସମାଜବାଦୀ ପାର୍ଟି ଉଦ୍ଦେଶ୍ୟରେ ଏକ ନୋଟିସ ଜାରି କରିଥିଲେ ନିର୍ବାଚନ ଆୟୋଗ। ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କ ଏକ ବୟାନ ପାଇଁ ଏହି ନୋଟିସ ଜାରି କରିଥିଲେ ନିର୍ବାଚନ ଆୟୋଗ। ଭୋଟର ତାଲିକା ସହ ଜଡ଼ିତ ଏକ ମାମଲାରେ ଦେଇଥିବା ନିର୍ବାଚନ ଆୟୋଗ ଅଖିଲେଶ ଯାଦବଙ୍କୁ ନୋଟିସ ଜାରି କରିଥିଲେ। ଏହି ମାମଲାରେ ଆସନ୍ତା ୧୦ ତାରିଖ ସୁଦ୍ଧା ପ୍ରମାଣ ଏବଂ ଦଲିଲ ସହିତ ଅଭିଯୋଗ ଉପରେ ଜବାବ ରଖିବାକୁ ସମାଜବାଦୀ ପାର୍ଟି ଅଧ୍ୟକ୍ଷଙ୍କୁ  ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ ଆୟୋଗ। 

କିଛି ଦିନ ପୂର୍ବେ ସମାଜବାଦୀ ପାର୍ଟି (Samajwadi Party) ଏସପି ଅଧ୍ୟକ୍ଷ ଅଖିଳେଶ ଯାଦବ (SP President Akhilesh Yadav) ଏକ ବଡ଼ ବୟାନ ଦେଇଥିଲେ। ଏନେଇ ସେ କହିଥିଲେ ୨୦୨୨ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ (Uttar Pradesh Assembly Election 2022) ​​ଯାଦବ ଏବଂ ମୁସଲମାନଙ୍କ ୨୦ ହଜାର ଭୋଟ (Yadav and Muslim Vote) ପ୍ରତ୍ୟେକ ଆସନରୁ କାଟି ଦିଆଯାଇଥିଲା। ଯାହାକୁ ବିଜେପି (BJP) ସହିତ ମିଶି ନିର୍ବାଚନ ଆୟୋଗ (Election Commission of India) ହଟାଇ ଦେଇଥିଲେ। ମୁଁ ପୂର୍ବରୁ କହିସାରିଛି ଏବଂ ଏବେ ପୁଣି ଥରେ କହୁଛି ଯାଞ୍ଚ କରି ଦେଖିନ୍ତୁ ୨୦-୨୦ ହଜାର ଭୋଟ ଉଡାଇ ଦିଆଯାଇଛି। ଅନେକ ମତଦାତଙ୍କ ନାମ କାଟି ଦିଆଯାଇଥିଲା। ଅନେକ ଲୋକଙ୍କ କମ ପରିବର୍ତ୍ତନ କରାଯାଇଛି। ମତଦାତଙ୍କୁ ଗୋଟିଏ ମତଦାନ କେନ୍ଦ୍ରରୁ ଅନ୍ୟ ଏକ ମତଦାନ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଥିଲା। ଉତ୍ତର ପ୍ରଦେଶରେ ଗଠିତ ହୋଇଥିବା ସରକାର ଲୋକଙ୍କ ଦ୍ୱାରା ଗଠିତ ନୁହେଁ। ଏହି ସରକାରକୁ ଛଡ଼ାଇ ନିଆଯାଇଛି। ରାଜ୍ୟରେ ସରକାରୀ କଳକୁ ଲଗାଇ ଲୋକଙ୍କ ଦ୍ୱାରା ଗଠିତ ସରକାରକୁ ଛଡ଼ାଇ ନିଆଯାଇଛି।

ଏଭଳି ବୟାନ ରଖିବାକୁ ନେଇ ସମାଜବାଦୀ ପାର୍ଟି ଅଧ୍ୟକ୍ଷଙ୍କୁ ନୋଟିସ ଜାରି କରିଥିଲେ ନିର୍ବାଚନ ଆୟୋଗ। ଏହି ମାମଲାରେ ୧୦ ନଭେମ୍ବର ସୁଦ୍ଧା ପ୍ରମାଣ ଦାଖଲ କରିବାକୁ ଅଖିଳେଶ ଯାଦବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ ଆୟୋଗ। କେନ୍ଦ୍ରୀୟ ନିର୍ବାଚନ ଆୟୋଗ (Central Election Commission) କହିଛନ୍ତି ଯେ ଯଦି ଅଖିଳେଶ ଯାଦବଙ୍କ ପାଖରେ ଏପରି କୌଣସି ତଥ୍ୟ ରହିଛି, ତାହେଲେ କେଉଁ ବିଧାନସଭାରୁ (Assembly Constituency) କେତେ ମତଦାତଙ୍କ (Voter)  ଭୋଟ କଟାଯାଇଛି ସେ ସମ୍ପର୍କରେ ସେ ନିର୍ବାଚନ ଆୟୋଗ ପାଖରେ ତଥ୍ୟ ଉପସ୍ଥାପନ କରନ୍ତୁ। 

Also Read: Election Commission: ଅଖିଲେଶ ଯାଦବଙ୍କ ଲାଗି ବଢିଲା ଅଡୁଆ, ନୋଟିସ ଜାରି କଲା ECI

ନିର୍ବାଚନ ଆୟୋଗ ପକ୍ଷରୁ ନୋଟିସ ମିଳିବା ପରେ ବର୍ତ୍ତମାନ ପ୍ରମାଣ ସଂଗ୍ରହ କରିବାରେ ଲାଗିପଡ଼ିଛି ସମାଜବାଦୀ ପାର୍ଟି। ଏନେଇ ଦଳ ପକ୍ଷରୁ ଏକ ବଡ଼ ପଦକ୍ଷେପ ନିଆଯାଇଛି। ଏ ସମ୍ପର୍କରେ ଦଳ ଏହାର ପ୍ରାର୍ଥୀଙ୍କ ଲାଗି ଏକ ଚିଠି ଜାରି କରିଛନ୍ତି। ଯେଉଁଥିରେ କୁହାଯାଇଛି, ପ୍ରମାଣପତ୍ର ଏବଂ ଦଲିଲ ସହିତ ଭୋଟର ତାଲିକାରୁ ଭୁଲ ଭାବେ ହଟା ଯାଇଥିବା ମତଦାତାଙ୍କ ତାଲିକା ପ୍ରସ୍ତୁତ କରାଯାଉ। ଯାହାକୁ ଦଳର ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କ ଦ୍ୱାରା ନିର୍ବାଚନ କମିଶନ ନିକଟରେ ଦାଖଲ କରାଯିବ। 

ଜାରି କରାଯାଇଥିବା ଚିଠିରେ କୁହାଯାଇଛି ଯେ ଭୋଟର ତାଲିକାରେ ରହିଥିବା ଏବଂ ଏଥିରୁ ଭୁଲ ଉପାୟରେ କଟାଯାଇଥିବା ମତଦାତାଙ୍କ ନାମ ସଂଗ୍ରହ କରନ୍ତୁ। ଏ ସମ୍ପର୍କିତ ଦସ୍ତାବିଜ ଏବଂ ପ୍ରମାଣ ପତ୍ର ବାଧ୍ୟତାମୂଳକ ଭାବରେ ୩ ନଭେମ୍ବର ସୁଦ୍ଧା ରାଜ୍ୟ କାର୍ଯ୍ୟାଳୟରେ ଦାଖଲ କରାଯିବା ଆବଶ୍ୟକ। ବର୍ତ୍ତମାନ ଏହି ତଥ୍ୟ ଏବଂ ପ୍ରମାଣ ଆସନ୍ତା ୧୦ ମଧ୍ୟରେ ନିର୍ବାଚନ ଆୟୋଗ ପାଖରେ ଦାଖଲ କରିବ ସମାଜବାଦୀ ପାର୍ଟି।