Viral Video: ମନ୍ଦିରରେ ମୁଖ୍ୟମନ୍ତ୍ରଙ୍କ ସାମ୍ନାରେ ଲାଗିଲା ମୋଦି-ମୋଦି ମୋଦି ନାରା
Advertisement
Article Detail0/zeeodisha/odisha1335441

Viral Video: ମନ୍ଦିରରେ ମୁଖ୍ୟମନ୍ତ୍ରଙ୍କ ସାମ୍ନାରେ ଲାଗିଲା ମୋଦି-ମୋଦି ମୋଦି ନାରା

Modi Modi Slogan in Temple: ମନ୍ଦିରରେ ଉପସ୍ଥିତ ଲୋକ ମୁଖ୍ୟମନ୍ତ୍ରୀ ସାମ୍ନାରେ ମୋଦି-ମୋଦି ସ୍ଲୋଗାନ ଦେଇଥିଲେ। ମାତ୍ର ଏହାକୁ ଶୁଣିବା ପରେ ମୁଖ୍ୟମନ୍ତ୍ରୀଙ୍କୁ ହସୁଥିବାର ଦେଖିବାକୁ ମିଳିଥିଲା। ହେଲେ କୌଣସି ପ୍ରକାର ଅସନ୍ତୋଷ ନ ଦେଖାଇ ଲୋକଙ୍କୁ ଅଭିବାଦନ ଜଣାଇ ଆଗକୁ ବଢିଥିଲେ ମୁଖ୍ୟମନ୍ତ୍ରୀ।

Viral Video: ମନ୍ଦିରରେ ମୁଖ୍ୟମନ୍ତ୍ରଙ୍କ ସାମ୍ନାରେ ଲାଗିଲା ମୋଦି-ମୋଦି ମୋଦି ନାରା

Modi Modi Slogan in Temple: ମନ୍ଦିରରେ ମୁଖ୍ୟମନ୍ତ୍ରୀଙ୍କ ସାମ୍ନାରେ ମୋଦି-ମୋଦି ସ୍ଲୋଗାନ ଦେଇଛନ୍ତି ଲୋକେ। ଯାହାର ଭିଡି଼ଓ ଏବେ ଭାଇରାଲ ହେବାରେ ଲାଗିଛି। ଜୈସାଲମେର ନିକଟସ୍ଥ ରାମଦେବରା ଲୋକ ଦେବତା ବାବା ରାମଦେବ ମନ୍ଦିରରେ ଘଟିଛି ଏହି ଘଟଣା। ଏହି ଭାଇରାଲ ଭିଡ଼ିଓକୁ କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖୱାତ ଟ୍ୱିଟ କରିଛନ୍ତି।

ଶୁକ୍ରବାର ରାଜ୍ୟର ଜୈସାଲମେର (Jaisalmer) ନିକଟସ୍ଥ ରାମଦେବରା ଲୋକ ଦେବତା ବାବା ରାମଦେବ ମନ୍ଦିରରେ (Ramdevra Lok Devta Baba Ram Mandir) ପହଞ୍ଚିଥିଲେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋତ (Rajasthan Chief Minister Ashok Gehlot)। ମାତ୍ର ସେଠାରେ ପହଞ୍ଚିବା ପରେ ମନ୍ଦିରରେ ଉପସ୍ଥିତ ଲୋକ ମୁଖ୍ୟମନ୍ତ୍ରୀ ସାମ୍ନାରେ ମୋଦି-ମୋଦି ସ୍ଲୋଗାନ (Modi Modi Slogan) ଦେଇଥିଲେ। ମାତ୍ର ଏହାକୁ ଶୁଣିବା ପରେ ମୁଖ୍ୟମନ୍ତ୍ରୀଙ୍କୁ ହସୁଥିବାର ଦେଖିବାକୁ ମିଳିଥିଲା। ହେଲେ କୌଣସି ପ୍ରକାର ଅସନ୍ତୋଷ ନ ଦେଖାଇ ଲୋକଙ୍କୁ ଅଭିବାଦନ ଜଣାଇ ଆଗକୁ ବଢିଥିଲେ ମୁଖ୍ୟମନ୍ତ୍ରୀ। ଏହି ଭିଡିଓକୁ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖୱତ (Union Jal Shakti Minister Gajendra Singh Shekhawat) ଟ୍ୱିଟ କରିଛନ୍ତି। ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। 

ଏହି ଭିଡିଓ ଟ୍ୱିଟ କରି କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖୱାତ ଟ୍ୱିଟ କହିଛନ୍ତି ଯେ, ରାମଦେବରା ଠାରେ ପହଞ୍ଚିଥିବା ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋତଙ୍କୁ ଆମ ପ୍ରଧାନମନ୍ତ୍ରୀଙ୍କ ନାମର ନାରାରେ ସ୍ୱାଗତ କରାଯାଇଛି। ଲୋକ ଦେବତା ବାବା ରାମଦେବ ମନ୍ଦିରକୁ ଆସିଥିବା ଭକ୍ତ ସ୍ଲୋଗାନ ଦେଇ ନିଜର ପସନ୍ଦ ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ଏହାକୁ ଶୁଣିବା ପରେ ହାତ ହଲାଇ ଅଭିବାଦନ ଗ୍ରହଣ କରୁଥିଲେ। ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ମହୋଦୟନ କହିବେ, "ମୁଁ ଲୋକପ୍ରିୟ, ଲୋକେ ମୋତେ ଦେଖିବା ପରେ ସ୍ଲୋଗାନ ଦେଉଛନ୍ତି। "  ଏହି ଘଟଣା ଉପରେ ଶାସକ କଂଗ୍ରେସ କିମ୍ବା ବିରୋଧି ପକ୍ଷରୁ କୌଣସି ପ୍ରତିକ୍ରିୟା ରଖାଯାଇନାହିଁ।

 

ଅନ୍ୟପଟେ ଏହି ଘଟଣାର ଜଣେ ପ୍ରତ୍ୟେକ୍ଷଦର୍ଶୀ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋତ 'ଭିଆଇପି' ବର୍ଗ ଲାଗି ଉଦ୍ଦିଷ୍ଟ ରାସ୍ତା ଦେଇ ମନ୍ଦିର ପରିସରରେ ପ୍ରବେଶ କରିଥିଲେ। ଯେତେବେଳେ ସେ ବାବା ରାମଦେବଙ୍କ ସମାଧି ଅଭିମୁଖେ ଯାଉଥିଲେ ସେତେବେଲେ ଧାଡିରେ ଛାଡା ହୋଇଥିବା କେତେକ ଭକ୍ତ ରାଜନୈତିକ ନାରା ଲଗାଇଇଥିଲେ।

ହେଲେ ଯେତେବେଳେ ମନ୍ଦିରରେ ଉପସ୍ଥିତ ରହିଥିବା ଭକ୍ତଙ୍କ ସହ କଥାବାର୍ତ୍ତା ହୋଇଥିଲେ ସେତେବେଳେ ସେମାନଙ୍କ ମଧ୍ୟରୁ କେତେକ ଅଶୋକ ଗେହଲୋତ ଜିନ୍ଦବାଦ ସ୍ଲୋଗାନ ଦେଇଥିଲେ। ଏହାର ଜବାବରେ ପଛରେ ଛିଡ଼ା ହୋଇଥିବା ଅନ୍ୟ ଏକ ଭକ୍ତ ଦଳ ମୋଦି-ମୋଦି ସ୍ଲୋଗାନ ଦେଇଥିଲେ। ଏହା ପରେ ମୁଖ୍ୟମନ୍ତ୍ରୀ ଆଗକୁ ଯାଇ ହାତ ହଲାଇଥିଲେ।

Also Read: Gujarat Election 2022: ଦଳୀୟ ନିର୍ବାଚନ ପ୍ରସ୍ତୁତି ବାବଦରେ କ'ଣ କହିଲେ ଅଶୋକ ଗେହୋଲତ?

ଜଣେ ଅଧିକାରୀ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋତ ରାଜ୍ୟର ସମୃଦ୍ଧତା ପାଇଁ ବାବା ରାମଦେବଙ୍କ ମନ୍ଦିରରେ ପ୍ରାର୍ଥନା କରିଥିଲେ। ରାମଦେବରା ପରେ ମୁଖ୍ୟମନ୍ତ୍ରୀ ଜୈସାଲମେର ଜିଲ୍ଲାର ଭଣିୟାଣା ସବଡିଭିଜନ୍ ମୁଖ୍ୟାଳୟରେ ପହଞ୍ଚି ସେଠାରେ ୫୯ କୋଟି ଟଙ୍କା ବ୍ୟୟ ଅଟକଳ ବିଭିନ୍ନ ବିକାଶମୂଳକ ଯୋଜନାର ଶିଳାନ୍ୟାସ କରିଥିଲେ।