ପଶ୍ଚିମବଙ୍ଗରେ ମମତା-ବିଜେପିକୁ ଟକ୍କର ଦେବ କଂଗ୍ରେସ-ବାମ ଦଳର ମେଣ୍ଟ
Advertisement

ପଶ୍ଚିମବଙ୍ଗରେ ମମତା-ବିଜେପିକୁ ଟକ୍କର ଦେବ କଂଗ୍ରେସ-ବାମ ଦଳର ମେଣ୍ଟ

ପଶ୍ଚିମବଙ୍ଗ କଂଗ୍ରେସ ଅଧ୍ୟକ୍ଷ ଅଧୀର ରଂଜନ ଚୌଧୁରୀ କହିଛନ୍ତି ଯେ, "ବଙ୍ଗଳାରେ ଉଭୟ ମମତା ବାନାର୍ଜୀ (Mamamta Banerjee) ଏବଂ ବିଜେପି (BJP) କୁ ରୋକିବା ପାଇଁ ବାମ ଓ କଂଗ୍ରେସ ମଧ୍ୟରେ ମେଣ୍ଟ ହେବା ଆବଶ୍ୟକ । 

ପଶ୍ଚିମବଙ୍ଗରେ ମମତା-ବିଜେପିକୁ ଟକ୍କର ଦେବ କଂଗ୍ରେସ-ବାମ ଦଳର ମେଣ୍ଟ

କୋଲକାତା: ଆସନ୍ତା ବର୍ଷ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ (West Bengal Assembly Polls) ହେବାର ଅଛି । ଏହାକୁ ଦୃଷ୍ଟିରେ ରଖି ​​କଂଗ୍ରେସ (Congress) ଓ ବାମ ଦଳ (Left) ଏକାଠି ମିଶି ନିର୍ବାଚନ ଲଢ଼ିବାର ନିଷ୍ପତ୍ତି ନେଇଛନ୍ତି । କଂଗ୍ରେସର ବରିଷ୍ଠ ନେତା ତଥା ପଶ୍ଚିମବଙ୍ଗ ୟୁନିଟର ଅଧ୍ୟକ୍ଷ ଅଧୀର ରଂଜନ ଚୌଧୁରୀ (Adhir Ranjan Chowdhury) ଗୁରୁବାର ଏହା ଘୋଷଣା କରିଛନ୍ତି । ସେ ଟ୍ୱିଟ୍ କରି କହିଛନ୍ତି ଯେ, "ଆଜି କଂଗ୍ରେସ ହାଇକମାଣ୍ଡ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ​​ବାମ ଦଳ ସହ ନିର୍ବାଚନ ମେଣ୍ଟକୁ ଆନୁଷ୍ଠାନିକ ଭାବେ ଅନୁମୋଦନ କରିଛି ।"

ଅଧିକ ପଢ଼ନ୍ତୁ:-ପ୍ରଶାନ୍ତ କିଶୋରଙ୍କୁ କଡ଼ା ଚେତାବନୀ ଦେଲେ 'ଦିଦି'!

ପଶ୍ଚିମବଙ୍ଗ କଂଗ୍ରେସ ଅଧ୍ୟକ୍ଷ ଅଧୀର ରଂଜନ ଚୌଧୁରୀ କହିଛନ୍ତି ଯେ, "ବଙ୍ଗଳାରେ ଉଭୟ ମମତା ବାନାର୍ଜୀ (Mamamta Banerjee) ଏବଂ ବିଜେପି (BJP) କୁ ରୋକିବା ପାଇଁ ବାମ ଓ କଂଗ୍ରେସ ମଧ୍ୟରେ ମେଣ୍ଟ ହେବା ଆବଶ୍ୟକ । ଏଭଳି ପରିସ୍ଥିତିରେ ଗୁରୁବାର ଦିନ କଂଗ୍ରେସ ହାଇକମାଣ୍ଡ ବାମ ଦଳ ସହ ନିର୍ବାଚନ ମେଣ୍ଟକୁ ଆନୁଷ୍ଠାନିକ ଅନୁମୋଦନ ଦେଇଛନ୍ତି ।"

ଅଧିକ ପଢ଼ନ୍ତୁ:-ଲକଡାଉନରେ ଲୋକଙ୍କୁ ସାହାଯ୍ୟ କରିଥିବା ଶ୍ରେଷ୍ଠ-୧୦ ସାଂସଦଙ୍କ ମଧ୍ୟରେ ତୃତୀୟ ସ୍ଥାନରେ ରାହୁଲ, ଜାଣନ୍ତୁ କିଏ ଅଛନ୍ତି ପ୍ରଥମ ସ୍ଥାନରେ

ଆପଣଙ୍କୁ କହି ରଖୁଛୁ ଯେ, ୨୦୧୬ରେ ବାମ ଦଳ ଏବଂ କଂଗ୍ରେସ ଏକାଠି ବିଧାନସଭା ନିର୍ବାଚନ ଲଢିଥିଲେ, ସେତେବେଳେ ଅଧୀର ରଂଜନ ଚୌଧୁରୀ ଦଳର ଅଧ୍ୟକ୍ଷ ଥିଲେ । ପ୍ରକାଶ ଥାଉକି, ୨୦୧୯ ଲୋକସଭା ନିର୍ବାଚନରେ ​​ବହୁ ଉଦ୍ୟମ ସତ୍ତ୍ୱେ ଦୁଇ ଦଳ ମଧ୍ୟରେ ମେଣ୍ଟ ହୋଇପାରି ନଥିଲା । ଆସନ୍ତା ବର୍ଷ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ହେବ । ଏଠାରେ ନିର୍ବାଚନ ପାଇଁ ବିଜେପି ମଧ୍ୟ ସମ୍ପୂର୍ଣ୍ଣ ବଳ ପ୍ରୟୋଗ କରୁଛି । 

ଅଧିକ ପଢ଼ନ୍ତୁ:-ଡରାଉଛି କୋରୋନାର ଆଉ ଏକ ନୂଆ ରୂପ, ବ୍ରିଟେନରେ ମିଳିଥିବା ନୂତନ ଷ୍ଟ୍ରେନ୍ ଅପେକ୍ଷା ଏହା ଅଧିକ ବିପଜ୍ଜନକ

୨୦୧୯ ଲୋକସଭା ନିର୍ବାଚନରେ ​​ପ୍ରଥମ ଥର ପାଇଁ ବିଜେପି (BJP) ରାଜ୍ୟରେ ମୁଖ୍ୟ ବିରୋଧୀ ଦଳର ମାନ୍ୟତା ହାସଲ କରିଛି । ଐତିହାସିକ ପ୍ରଦର୍ଶନ କରି ଦଳ ୪୨ଟି ଲୋକସଭା ଆସନ ମଧ୍ୟରୁ ୧୮ଟି ଆସନ ଜିତିଥିଲା । ୨୦୧୪ ଲୋକସଭା ନିର୍ବାଚନରେ ​​ବିଜେପି ମାତ୍ର ୨୮ଟି ବିଧାନସଭା ବିଭାଗରେ ଅଗ୍ରଣୀ ଥିବାବେଳେ ୨୦୧୯ରେ ଦଳ ୧୨୮ଟି ବିଧାନସଭା ଆସନରେ ଆଗରେ ଥିଲା ।