ଉତ୍ତରାଖଣ୍ଡରେ ୨୦୦୭ ଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ୫ ଜଣ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ ହୋଇସାରିଛନ୍ତି। ସବୁଠାରୁ ବଡ କଥା ଏମାନଙ୍କ ମଧ୍ୟରୁ କେହି ମଧ୍ୟ ୫ ବର୍ଷ ପୂରଣ କରିନାହାନ୍ତି।
Trending Photos
ଲିପନ ହୋତା, ନୂଆଦିଲ୍ଲୀ: ଶେଷରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତାଫା ଦେଇଛନ୍ତି ତ୍ରିବେନ୍ଦ୍ର ସିଂ ରାୱତ। ଏବେ ତାଙ୍କର ଖାଲି ପଡିଥିବା ଆସନକୁ କିଏ ପୂରଣ କରିବ ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଉତ୍ତରାଖଣ୍ଡରେ ୨୦୦୭ ଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ୫ ଜଣ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ ହୋଇସାରିଛନ୍ତି। ସବୁଠାରୁ ବଡ କଥା ଏମାନଙ୍କ ମଧ୍ୟରୁ କେହି ମଧ୍ୟ ୫ ବର୍ଷ ପୂରଣ କରିନାହାନ୍ତି। କେବଳ ଜଣେ କଂଗ୍ରେସର ନାରାୟଣ ଦତ୍ତ ତିୱାରୀ ପୂର୍ଣ୍ଣ କାର୍ଯ୍ୟକାଳ ପୁରା କରିଛନ୍ତି। ସେ ୨ ମାର୍ଚ୍ଚ ୨୦୦୨ରୁ ୭ ମାର୍ଚ୍ଚ ୨୦୦୭ ପର୍ଯ୍ୟନ୍ତ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ଥିଲେ।
୨୦୦୦ ମସିହା ନଭେମ୍ବର ୯ରେ ଦେଶର ୨୭ତମ ରାଜ୍ୟ ଭାବେ ଉତ୍ତରାଖଣ୍ଡ (Uttarakhand) ଗଠନ ହୋଇଥିଲା। ଏହା ପୂର୍ବରୁ ଏହି ରାଜ୍ୟ ଉତ୍ତର ପ୍ରଦେଶ (Uttar Pradesh) ର ଅଂଶ ବିଶେଷ ଥିଲା। ୨୦୦୦ ମସିହା ନଭେମ୍ବରରେ ଉତ୍ତରାଖଣ୍ଡ ବ୍ୟତୀତ ଆଉ ୨ଟି ରାଜ୍ୟ ମଧ୍ୟ ଗଠିତ ହୋଇଥିଲା। ନଭେମ୍ବର ୧ରେ ମଧ୍ୟପ୍ରଦେଶଠୁ ଅଲଗା ହୋଇ ଛତିଶଗଡ ଓ ବିହାର ଭୁଖଣ୍ଡରୁ ଅଲଗା ହୋଇ ୧୫ ତାରିଖରେ ଝାଡଖଣ୍ତ (Jharkhand) ଗଠିତ ହେଲା। ଏହି ଦୁଇଟି ରାଜ୍ୟର ରାଜନୀତି ବେଶ ସନ୍ତୁଳିତ ରିହିଥିବା ବେଳେ ଉତ୍ତରାଖଣ୍ତରେ ଠିକ ଏହାର ବିପରିତ ଦେଖିବାକୁ ମିଳିଛି।
Also Read: ରାହୁଲଙ୍କୁ ମହାରାଜଙ୍କ ମୁହଁତୋଡ଼ ଜବାବ
ଉତ୍ତରାଖଣ୍ତରେ ବିଧାନସଭା (Uttarakhand Assembly) ଆସନ ସଂଖ୍ୟା ଯୋଗୁଁ ହେଉ କି ଦଳିୟ କନ୍ଦଳ, ରାଜନୈତିକ ବିବାଦ କିମ୍ବା ସୁପ୍ରିମୋଙ୍କ ଆସ୍ଥା ଜିତିବାରେ ବିଫଳ। ଏସବୁ କାରଣ ପାଇଁ ୨୦୦୭ରୁ କୌଣସି ମୁଖ୍ୟମନ୍ତ୍ରୀ ୫ ବର୍ଷ ଶାସନ କାଳ (Full Term) ପୁରା କରିପାରି ନାହାନ୍ତି। ୨୦୦୨ରୁ ୨୦୦୭ ପର୍ଯ୍ୟନ୍ତ ୫ବର୍ଷ ପାଇଁ କଂଗ୍ରେସ ସରକାରରେ ଥିବା ବେଳେ ୨୦୦୭ ନିର୍ବାଚନରେ BJP କ୍ଷମତାକୁ ଆସିଲା। କିନ୍ତୁ ରାଜନୈତିକ ଅସ୍ଥିରତା (Political Crisis) ପାଇଁ ସେହି ୫ ବର୍ଷ ମଧ୍ୟରେ ଦଳ ୨ ଥର ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ କଲା।
ସେହିପରି ୨୦୧୨ରେ BJPକୁ ମାତ ଦେଇ ଉତ୍ତରାଖଣ୍ଡରେ ପୁଣି ଥରେ କଂଗ୍ରେସ (Congress) ସରକାରକୁ ଫରିଲା। କିନ୍ତୁ ନିଜର ଦ୍ୱତୀୟ ପାଳିରେ BJP ଭଳି କଂଗ୍ରେସର ମଧ୍ୟ ୫ ବର୍ଷ ମଧ୍ୟରେ ୨ ଜଣ ମୁଖ୍ୟମନ୍ତ୍ରୀ ଆସନରେ ବସିଲେ। ଆଉ ଏବେ ତ୍ରିବେନ୍ଦ୍ର ସିଂ ରାୱତ (Trivendra Singh Rawat) ଏହି ତାଲିକାରେ ସାମିଲ ହୋଇଛନ୍ତି। ଦଳରେ ବିଶ୍ବାସ ସଂକଟ ଯୋଗୁଁ ତ୍ରିବେନ୍ଦ୍ରଙ୍କୁ ଇସ୍ତଫା ଦେବାକୁ ପଡି଼ଛି। ଆଜି ରାଜ୍ୟପାଳଙ୍କୁ ଭେଟି ସେ ତାଙ୍କ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ତାଙ୍କ ଉପରେ ଦଳର ଅନେକ ବିଧାୟକ ନାରାଜ ଥିବାରୁ ତାଙ୍କୁ ଗତକାଲି ଦିଲ୍ଲୀ ହେଡକ୍ୱାଟରକୁ ମଧ୍ୟ ଡକାଯାଇଥିଲା। ସେ ଦିର୍ଘ ସମୟ BJP ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ସହ ଆଲୋଚନା କରିଥିଲେ। ଆଉ ଆଜି ରାଜ୍ୟପାଳ ବେବି ରାଣୀ ମୌର୍ଯ୍ୟ (Baby Rani Maurya) ଙ୍କୁ ତାଙ୍କ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି।
Also Read: ଗାଦି ଛାଡିଲେ Uttrakhand CM, ସମର୍ଥନରେ ବାହାରିଲେ ଦଳୀୟ ବିଧାୟକ
ତେବେ ବର୍ତ୍ତମାନ ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ (Urrarakhand CM) କିଏ ହେବ ସେନେଇ ଆଲୋଚନା ଚାଲିଛି। ଆଉ ଏଥିରେ ଧନ ସିଂ ରାୱତଙ୍କ ନାଁ ସବୁଠାରୁ ଆଗରେ ରହିଛି। ଯଦି ଧନ ସିଂ ରାୱତଙ୍କୁ ମୁଖ୍ୟମନ୍ତ୍ରୀ କରାଯାଏ ତାହେଲେ ତ୍ରିବେନ୍ଦ୍ରଙ୍କୁ କେଉଁ ଦାୟିତ୍ୱ ଦିଆଯିବ ଏହା ଏକ ବଡ ପ୍ରଶ୍ନ। ସେପଟେ ଗୋଟିଏ ବର୍ଷ ପରେ ଉତ୍ତରାଖଣ୍ଡରେ ବିଧାନସଭା ନିର୍ବାଚନ (Uttarakhand Election) ହେବ। ଗତ ନିର୍ବାଚନରେ BJP ମୋଟ ୭୦ରୁ ୫୭ ଆସନ ଜିତି ଏକ ବୃହତ୍ତ ବିଜୟ ପାଇଥିଲା । କିନ୍ତୁ ଆଗାମୀ ନିର୍ବାଚନରେ ଦଳିୟ କନ୍ଦଳ ଏବଂ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ ବିଜେପିକୁ ସଂଙ୍କଟରେ ପକାଇପାରେ ବୋଲି ଚର୍ଚ୍ଚା ଚାଲିଛି।