ରକ୍ଷାବନ୍ଧନ ଅବସରରେ ମହାପ୍ରଭୁଙ୍କ ପାଇଁ ପ୍ରସ୍ତୁତ ହେଲା ସ୍ୱତନ୍ତ୍ର ରାକ୍ଷୀ
Advertisement

ରକ୍ଷାବନ୍ଧନ ଅବସରରେ ମହାପ୍ରଭୁଙ୍କ ପାଇଁ ପ୍ରସ୍ତୁତ ହେଲା ସ୍ୱତନ୍ତ୍ର ରାକ୍ଷୀ

ଭାଇ ଭଉଣୀର ପବିତ୍ର ସମ୍ପର୍କକୁ ଆହୁରି ଅଧିକ ମଜବୁତ କରିବା ପାଇଁ ପୁର ପଲ୍ଲୀରେ ପାଳିତ ହେଉଛି ରକ୍ଷାବନ୍ଧନ।

ରକ୍ଷାବନ୍ଧନ ଅବସରରେ ମହାପ୍ରଭୁଙ୍କ ପାଇଁ ପ୍ରସ୍ତୁତ ହେଲା ସ୍ୱତନ୍ତ୍ର ରାକ୍ଷୀ

ପୁରୀ: ଆଜି ହେଉଛି ରକ୍ଷାବନ୍ଧନ ସହିତ ବଡ ଠାକୁର ଶ୍ରୀବଳଭଦ୍ରଙ୍କ ଜନ୍ମ। ଏହି ପବିତ୍ର ତିଥିରେ ମହାପ୍ରଭୁ ପରିଧାନ କରିଛନ୍ତି ବିଶ୍ୱର ସର୍ବଶ୍ରେଷ୍ଠ ରାକ୍ଷୀ। ଭାଇ ଭଉଣୀର ପବିତ୍ର ସମ୍ପର୍କକୁ ଆହୁରି ଅଧିକ ମଜବୁତ କରିବା ପାଇଁ ପୁର ପଲ୍ଲୀରେ ପାଳିତ ହେଉଛି ରକ୍ଷାବନ୍ଧନ। ଏହି ଅବସରରେ ଦିଆସିଲି କାଠିରେ ରାକ୍ଷୀ ପ୍ରସ୍ତୁତ କରିଛନ୍ତି ପୁରୀର ଜଣେ ଯୁବ ଶିଳ୍ପୀ ଶାଶ୍ୱତ ରଞ୍ଜନ ସାହୁ। 

ଯେଉଁଥିରେ ରହିଛି ସୂକ୍ଷ୍ମ କାରୁକାର୍ଯ୍ୟ। ପ୍ରାୟ ୧୫୫୦ ଖଣ୍ଡ ଦିଆସିଲି କାଠିରେ ପ୍ରସ୍ତୁତ କରିଛନ୍ତି ରାକ୍ଷୀକୁ ନେଇ ନିଖୁଣ କଳାକୃତି। ଏଥିରେ ବଡଠାକୁର ଶ୍ରୀବଳଭଦ୍ରଙ୍କ ପ୍ରତିକୃତି ରହିଛି। ଯାହା ସମସ୍ତଙ୍କୁ ବେଶ୍ ଆକୃଷ୍ଟ କରିଛି। ପ୍ରତିକୃତିକୁ ଗଢିବାକୁ ତାଙ୍କୁ ଲାଗିଥିଲା ୧୦ଘଣ୍ଟା।

ସେପଟେ ପୁରୀର ଜଣେ ଯୁବ ଇଞ୍ଜିନିୟର ବିଶ୍ୱଜିତ ନାୟକ ଆଇସକ୍ରିମ କାଠିରେ ଗଢିଛନ୍ତି ଆଉ ଏକ ହୃଦୟ ଛୁଇଁବା ଭଳି କଳାକୃତି। ରକ୍ଷାବନ୍ଧନ ଅବସରରେ ୧୦ ଘଣ୍ଟା ପରିଶ୍ରମ କରି ୭୫ ଖଣ୍ଡ ଆଇସକ୍ରିମ କାଠିରେ ପ୍ରସ୍ତୁତ କରିଛନ୍ତି ସୁନ୍ଦର ରାଖି। ରାକ୍ଷୀରେ ରହିଛି ମହାପ୍ରଭୁ କାଳିଆ ସାଆନ୍ତଙ୍କ ପ୍ରତିକୃତି। ଯାହା ସମସ୍ତଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି।