Jagannath Temple: ହେ କୋଟିକୋଟି ଓଡ଼ିଆଙ୍କ ମଉଡ଼ମଣି, 'ଏ ନିର୍ବୋଦ୍ଧର ସବୁ ପାପକୁ କ୍ଷମା କର'
Advertisement

Jagannath Temple: ହେ କୋଟିକୋଟି ଓଡ଼ିଆଙ୍କ ମଉଡ଼ମଣି, 'ଏ ନିର୍ବୋଦ୍ଧର ସବୁ ପାପକୁ କ୍ଷମା କର'

Drone Flew Over Jagannath Temple: ନୋ ଫ୍ଲାଇଂ ଜୋନ ଥିବା ଜାଣିନଥିଲେ ସେଥିପାଇଁ ଶ୍ରୀମନ୍ଦିର ଉପରେ ଡ୍ରୋନ ଉଡ଼ାଇଥିଲେ । ହେଲେ ବିବାଦକୁ ଆସିବା ପରେ ନିଜ ୟ୍ୟୁଟ୍ୟୁବ ଚ୍ୟାନେଲରେ ଭିଡିଓ ଜରିଆରେ କ୍ଷମା ପ୍ରାର୍ଥନା କଲେ। ଏହାସହ ଓଡ଼ିଶାବାସୀଙ୍କ ମନରେ ଦେଇଥିବା ଆଘାତ ଯୋଗୁଁ ସେ ଅତ୍ୟନ୍ତ ମର୍ମାହତ ବୋଲି କହିଛନ୍ତି। ତେବେ ଶ୍ରୀମନ୍ଦିର ପାର୍ଶ୍ୱବର୍ତ୍ତୀ ଅଞ୍ଚଳ ନୋ ଫ୍ଲାଇଂ ଜୋନ ଥିବା କଥା ସେ ଜାଣିନଥିବା ଏହି ଭିଡିଓରେ କହିଛନ୍ତି। 

Jagannath Temple: ହେ କୋଟିକୋଟି ଓଡ଼ିଆଙ୍କ ମଉଡ଼ମଣି, 'ଏ ନିର୍ବୋଦ୍ଧର ସବୁ ପାପକୁ କ୍ଷମା କର'

Jagannath Temple: ପୁରୀର ଶ୍ରୀଜଗନ୍ନାଥଙ୍କ ମନ୍ଦିର ତଥା ଶ୍ରୀମନ୍ଦିରର ଭିତର ଫଟୋ ଭାଇରାଲ ହେବା କଥା କୁହନ୍ତୁ ବା ମନ୍ଦିର ଉପରେ ଡ୍ରୋନ ଉଡିବା କଥା ଆଉ ନୂଆ କଥା ହୋଇନାହିଁ। ଏତେ ସୁରକ୍ଷା ବ୍ୟବସ୍ଥା କଡାକଡି ଥାଇ ମଧ୍ୟ କାହିଁକି ଏପରି ଭୁଲ ଦେଖିବାକୁ ମିଳୁଛି ତାକୁ ନେଇ ବି ବହୁତ ଚର୍ଚ୍ଚା ଚାଲିଛି। ଏମିତି ଶ୍ରୀମନ୍ଦିର ଉପରେ ବାରମ୍ବାର ଡ୍ରୋନ ଉଡାଇ ଅନେକ ବ୍ଲଗର ବିବାଦକୁ ଆସିଛନ୍ତି । କିନ୍ତୁ କାହାରି ଉପରେ କଡା କାର୍ଯ୍ୟାନୁଷ୍ଠାନ ହୋଇ ପାରୁନାହିଁ । ହେଲେ ବାରମ୍ବାର ଏପରି ଘଟଣା ଜଗନ୍ନାଥପ୍ରେମୀଙ୍କ ଭାବାବେଗକୁ ଆଘାତ କରିଛି । ଏହାକୁ ନେଇ ଅନେକ ମାମଲା ମଧ୍ୟ ରୁଜୁ ହୋଇଛି । 

ତେବେ ଦିନକ ତଳେ ଶ୍ରୀମନ୍ଦିର ଉପରେ ଡ୍ରୋନ (Sri Mandira Drone) ଉଡାଇ ବିବାଦକୁ ଆସିବା ପରେ କ୍ଷମା ପ୍ରାର୍ଥନା କରିଛନ୍ତି ୟୁଟ୍ୟୁବ ବ୍ଲଗର ଅନିମେସ। ନିଜ ୟୁଟ୍ୟୁବ ଚ୍ୟାନେଲରେ ସେ ଏକ ଭିଡିଓ ପୋଷ୍ଟ କରି ପ୍ରଭୁ ଜଗନ୍ନାଥଙ୍କୁ କ୍ଷମା ପ୍ରାର୍ଥନା କରିଛନ୍ତି । ଏହାସହ ଓଡ଼ିଶାବାସୀଙ୍କ ମନରେ ଦେଇଥିବା ଆଘାତ ଯୋଗୁଁ ସେ ଅତ୍ୟନ୍ତ ମର୍ମାହତ ବୋଲି କହିଛନ୍ତି। ତେବେ ଶ୍ରୀମନ୍ଦିର ପାର୍ଶ୍ୱବର୍ତ୍ତୀ ଅଞ୍ଚଳ ନୋ ଫ୍ଲାଇଂ ଜୋନ ଥିବା କଥା ସେ ଜାଣିନଥିବା ଏହି ଭିଡିଓରେ କହିଛନ୍ତି। 

Also Read: Wrestling Champion Arrest: ଯୋଗ ଶିକ୍ଷୟିତ୍ରୀଙ୍କୁ ଅସଦାଚରଣ କରି ଗିରଫ ମଲ୍ଲଯୋଦ୍ଧାର ବଡ଼ ଖୁଲାସା, ପୂର୍ବରୁ ଶତାଧିକ ମହିଳାଙ୍କୁ...

ଅନିମେସଙ୍କ କହିବା କଥା, ଶ୍ରୀମନ୍ଦିର ନୋ ଫ୍ଲାଇଂ ଜୋନ (No Flying Zone) ଥିବା କଥା ମୁଁ ଆଦୌ ଜାଣିନଥିଲି । ବହୁବାର ୟୁଟ୍ୟୁବରେ ଭିଡିଓ ଦେଖିଥିଲି ପରେ ଏହାକୁ ନେଇ କୌଣସି ଆଇନଗତ ପ୍ରସଙ୍ଗ ନଥିବା ଭାବୁ ମୁଁ ବି ଡ୍ରୋନ ଉଡାଇଥିଲି।  ତେବେ ଏହି ଭିଡିଓ ଏବେର ନୁହେଁ ବରଂ ଗତ ତିନିମାସ ତଳର ବୋଲି ସେ କହିଛନ୍ତି। ତିନିମାସ ତଳେ ସେ ପୁରୀ ଆସିଥିଲେ ଆଉ ଏହି ଭିଡିଓ ସେହି ସମୟରେ ଉତ୍ତୋଳନ କରିଥିଲେ ବୋଲି ସେ କହିଛନ୍ତି। 

Also Read: Beheaded Body Recover: ରାଜଧାନୀରେ ଚାଞ୍ଚଲ୍ୟ, ଥାନା ପଛପଟୁ ମିଳିଲା ମୁଣ୍ଡ ବିହୀନ ମୃତଦେହ

ଏହାସହ ସେ କାହାକୁ ଦୋଷୀ କରିନାହାଁନ୍ତି। ଏବଂ ଏଥିରେ କୌଣସି ପୋଲିସ କର୍ମୀ ତାଙ୍କୁ ସାହାଯ୍ୟ କରିନଥିବା କଥା ମଧ୍ୟ କହିଛନ୍ତି । ମୋର ଭୁଲ ଯେ, ମୁଁ ନୋ ଫ୍ଲାଇଂ ଜୋନ ବିଷୟରେ ଜାଣିନଥିଲି କିମ୍ବା ଡ୍ରୋନ ଉଡାଇବା ସମୟରେ ପୋଲିସ ଠାରୁ କୌଣସି ଅନୁମତି ନେଇ ନଥିଲି। ମୁଁ ଶ୍ରୀମନ୍ଦିର ଉପରୁ ଉତ୍ତୋଳନ କରିଥିବା ଭିଡିଓକୁ ମୋର ସବୁ ସୋସିଆଲ ମିଡିଆ (Social Media) ଆକାଉଣ୍ଟରୁ ଡିଲିଟ୍ କରିଦେଇଛି। ମୁଁ ହାତ ଯୋଡି କ୍ଷମା ମାଗୁଛି । ଶ୍ରୀମନ୍ଦିର ସୁରକ୍ଷା ନେଇ ପ୍ରଶ୍ନବାଚୀ ଉଠିଥିବାରୁ ମୁଁ ଲ୍ଲଜିତ ହେବା ସହ କ୍ଷମାପ୍ରାର୍ଥନା କରୁଛି ବୋଲି କହିଛନ୍ତି ୟୁଟ୍ୟୁବ ବ୍ଲଗର (Youtube Blogger) ଅନିମେସ। 

Also Read: Blackout Challenge Game: Video ପାଇଁ ଦେବାକୁ ପଡ଼ୁଛି ଶିଶୁଙ୍କ ଜୀବନ !

୨୦୧୪ ମସିହାରେ ପ୍ରଥମ ଥର ଋଷିଆର ଜଣେ ବିଦେଶୀ ଯୁବକ ଡ୍ରୋନ୍ ଯୋଗେ ଶ୍ରୀମନ୍ଦିର (Sri Mandira) ଉପର ଭାଗର ଭିଡିଓ କରିଥିଲେ । ଯାହା ଭାଇରାଲ ହେବା ପରେ ବିବାଦ ମଧ୍ୟକୁ ଆସିଥିଲା । ଏହା ପରେ ଏହି ମାମଲାକୁ ନେଇ କୋର୍ଟ ପର୍ଯ୍ୟନ୍ତ ଯାଇଥିଲେ କିଛି ଜଗନ୍ନାଥ ପ୍ରେମୀ ଅନୁଷ୍ଠାନ । ଜଣାପଡିଥିଲା ଯେ, ଶ୍ରୀମନ୍ଦିର ଉପରେ ଡ୍ରୋନ ଉଡିପାରିବ କି ନାହିଁ ଏହାର ଅନୁମତି ଡିଜିସିଏ ହିଁ ଦେଇପାରିବ । ସେହିପରି ୨୬/୧୧ ଘଟଣା (26/11 Attack) ପରେ ଶ୍ରୀମନ୍ଦିରର ମଧ୍ୟ ସୁରକ୍ଷା ଦୃଷ୍ଟିରୁ ସମ୍ବେଦନଶୀଳ ବୋଲି ଘୋଷଣା କରାଯାଇଥିଲା।