ନାଗାର୍ଜୁନ ପରେ ତ୍ରିବିକ୍ରମ ବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ ଲୀଳାମୟ ଜଗନ୍ନାଥ
Advertisement
Article Detail0/zeeodisha/odisha795286

ନାଗାର୍ଜୁନ ପରେ ତ୍ରିବିକ୍ରମ ବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ ଲୀଳାମୟ ଜଗନ୍ନାଥ

ଗତକାଲି ନାଗାର୍ଜୁନ ବେଶ ଅନୁଷ୍ଠିତ ହୋଇଥିବା ବେଳେ ଆଜି ତ୍ରିବିକ୍ରମ ବେଶ ଅନୁଷ୍ଠିତ ହୋଇଛି।

ନାଗାର୍ଜୁନ ପରେ ତ୍ରିବିକ୍ରମ ବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ ଲୀଳାମୟ ଜଗନ୍ନାଥ

ସଞ୍ଜୟ ମହାପାତ୍ର,ପୁରୀ: ଆଜି ହେଉଛି ମହାପ୍ରଭୁଙ୍କ ତ୍ରିବିକ୍ରମ ବେଶ (Tribikram Besha)। ଧର୍ମ ମାସ କାର୍ତ୍ତିକ (Kartik)ଶୁକ୍ଳପକ୍ଷ ତ୍ରୟୋଦଶୀ ତିଥିରେ ଶ୍ରୀମନ୍ଦିରରେ ମହାପ୍ରଭୁ ଆଡକିଆ ବା ତ୍ରିବିକ୍ରମ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି। ଏହି ତିଥିରେ ଶ୍ରୀମନ୍ଦିରରେ (Srimandir)ଅବକାଶ ନୀତି ସମ୍ପର୍ଣ୍ଣ ହେବାପରେ ମହାପ୍ରଭୁ ତ୍ରିବିକ୍ରମ ବେଶରେ ଶୃଙ୍ଗାର ହୋଇ ଦର୍ଶନ ଦେଇଛନ୍ତି। 

କୋଭିଡ୍ ଯୋଗୁଁ ଶ୍ରୀମନ୍ଦିରକୁ ଭକ୍ତଙ୍କ ପ୍ରବେଶ ଉପରେ କଟକଣା ରହିଛି। ଭକ୍ତ ସିଂହଦ୍ଵାର ନିକଟରୁ ଥାଇ ପତିତପାବନଙ୍କୁ ଦର୍ଶନ କରି କୃପାଲାଭ କରିଛନ୍ତି। ଏହି ଚିତ୍ତାକର୍ଷକ ବେଶକୁ ପୁଷ୍ପାଳକ ସେବକ ସମ୍ପାଦନ କରିଥାନ୍ତି। ପବିତ୍ର କାର୍ତ୍ତିକ ମାସ ଶୁକ୍ଳ ଏକାଦଶୀ ତିଥିରେ ମହାପ୍ରଭୁ ଲକ୍ଷ୍ମୀ ନାରାୟଣ ବେଶରେ ଦର୍ଶନ ଦେଇଥିଲେ। ଦ୍ୱାଦଶୀ ତିଥିରେ ବାଙ୍କଚୁଡା ଅର୍ଥାତ ଠିଆକିଆ ବେଶ, ଦ୍ୱାଦଶୀ ମଳ ତିଥିରେ ଦୁର୍ଲ୍ଲଭ ନାଗାର୍ଜୁନ ବେଶରେ ଶୃଙ୍ଗାର ହୋଇ ଭକ୍ତଜନଙ୍କୁ ଦର୍ଶନ ଦେଇଥିଲେ ମହାପ୍ରଭୁ। 

ଆଜି ତ୍ରୟୋଦଶ ତିଥିରେ ତ୍ରିବିକ୍ରମ ବେଶରେ ମହାପ୍ରଭୁ ଦର୍ଶନ ଦେଇଛନ୍ତି। ପାବନପୁରୁଷ ପ୍ରଭୁ ଶ୍ରୀଜଗନ୍ନାଥଙ୍କ କ୍ଷେତ୍ରରେ ନିଷ୍ଠାର ସହ ପୂଣ୍ଣୀମା ପର୍ଯ୍ୟନ୍ତ ରତ୍ନବେଦୀରେ ବେଶ ପାଳନ କରାଯାଉଛି। ଶ୍ରୀକ୍ଷେତ୍ରରେ ପଞ୍ଚୁକ ବ୍ରତ (Panchak Vrat),ବକ ପଞ୍ଚକ (Baka Panchak),ଭୀଷ୍ମ ପଞ୍ଚକ (Bhishma Panchak)ରୂପେ ପାଳନ କରାଯାଉଛି। ଯେଉଁମାନେ କାର୍ତ୍ତିକ ମାସରେ ବ୍ରତ ପାଳନ କରି ନଥାନ୍ତି ସେମାନେ ଏହି ୫ ଦିନ ବ୍ରତ କରି ମହାପୁଣ୍ୟ ଅର୍ଜନ କରିଥାନ୍ତି। 

Also Read:ସେବାୟତଙ୍କ ଦବଙ୍ଗଗିରି! ଘରକୁ ନେଇଗଲେ ଦୁର୍ଲଭ ନାଗାର୍ଜୁନ ବେଶର ସୂର୍ଯ୍ୟ ଚନ୍ଦ୍ର

ଆଡକିଆ ବେଶରେ ଜଗନ୍ନାଥ, ବଳଭଦ୍ରଙ୍କ ମସ୍ତକରେ ଚୂଳ ଲଗାଯାଏ। ଚୂଳ ଦୁଇଟି ସୋଲ, କନା, ବେତ, ଜମ୍ବୁରା, କଇଁଥ ଅଠା ଇତ୍ୟାଦିରେ ନିର୍ମିତ ହୋଇଥାଏ। ଏହି ଚୂଳରେ ସ୍ୱର୍ଣ୍ଣ ନିର୍ମିତ କିଆ ଆଡବାଗରେ ଖୋସା ଯାଇଥାଏ। ସୁଭଦ୍ରା ଓ ଅନ୍ୟ ଦୁଇ ଠାକୁରଙ୍କ ମସ୍ତକର ଶୀର୍ଷ ଭାଗରେ ସ୍ୱର୍ଣ୍ଣ ଚନ୍ଦ୍ରିକା ମଧ୍ୟ ଖଞ୍ଜା ଯାଇଥାଏ। ଏହା ସହିତ ପୂର୍ବ ଦିନ ପରି ଅନ୍ୟାନ୍ୟ ସ୍ୱର୍ଣ୍ଣ ଅଳଙ୍କାର ଓ ହଳ, ମୂଷଳ, ଶଙ୍ଖ, ଚକ୍ର ଏବଂ ପାଟ ବସ୍ତ୍ର ଇତ୍ୟାଦିରେ ଠାକୁରଙ୍କୁ ଆଡକିଆ ବା ତ୍ରିବିକ୍ରମ ବେଶରେ ଭୂଷିତ କରାଯାଇଥାଏ।  

ଆଡକିଆ ଓ ଠିଆକିଆ ବେଶ ମଧ୍ୟରେ ପ୍ରଭେଦ ଏହା ଯେ ଠିଆକିଆ ବେଶରେ ସୁନାକିଆ ଲମ୍ବ ଭାବରେ ଖୋସା ନଯାଇ ଆଡବାଗରେ ଖୋସା ଯାଏ ଏବଂ ଡାଳିକିଆ ବେଶରେ ସୋଲର ଡାଳପତ୍ରରେ ସୁନାର କିଆପତ୍ର ଖଞ୍ଜାଯାଏ। ଏହି ସୁନାକିଆକୁ ଶ୍ରୀଜଗନ୍ନାଥ ଓ ଶ୍ରୀବଳଭଦ୍ରଙ୍କ ମସ୍ତକରେ ପିନ୍ଧାଯାଇଥିବା ସୋଲ, କନା, ବେତ , ଜମ୍ବୁରା, କଇଁଥ ଅଠାରେ ନିର୍ମିତ ଚୂଳରେ ଖୋସାଯାଏ। ଚୂଳର ଶେଷରେ ଲଗାଯାଏ ସୁନାର ଚନ୍ଦ୍ରିକା। ସୁଭଦ୍ରାଙ୍କୁ ମଧ୍ୟ ଏହି ବେଶରେ ଗୋଟିଏ ସୁନା ଚନ୍ଦ୍ରିକା ଦ୍ୱାରା ଶୋଭିତ କରାଯାଏ। ମାତ୍ର ତାଙ୍କ ମସ୍ତକରେ ଚୂଳ ଲାଗି କରାନଯାଇ ସୁନା କିରୀଟ ଲଗାଯାଏ। ସବୁ ଠାକୁରଙ୍କ ମୂଖର ଉପର ପାର୍ଶ୍ୱରେ ଦୁଇଟି ଲେଖାଏଁ କାଡକାନି ଲଗାଯାଏ। ଏହି ବେଶରେ ଘାଗଡା ମାଳି, ବରକୋଳି ମାଳି, ପଦ୍ମମାଳି, ଗିନିମାଳି, ପଦକ ମାଳି ପିନ୍ଧାଯାଏ। ଏହା ବ୍ୟତୀତ ମହାପ୍ରଭୁଙ୍କ ଅନ୍ୟାନ୍ୟ ଅଳଙ୍କାର, ମାଳି, ଶ୍ରୀପୟର, ଶ୍ରୀହସ୍ତ, ଆୟୁଧ ମଧ୍ୟ ଲାଗି କରାଯ।ଏ।

Also Read: ସରିଲା ଦୁର୍ଲଭ ଦର୍ଶନ, ଏବେ ନୀତି ବିଳମ୍ବର କାରଣ ଖୋଜା

 

ସେହିପରି ଆସନ୍ତାକାଲି ଡାଳିକିଆ ବେଶ ଏବଂ ଏହା ପର ଦିନ ଅର୍ଥାତ ପଞ୍ଚୁକ ପୂର୍ଣ୍ଣମୀରେ ମହାପ୍ରଭୁଙ୍କ ଚିତ୍ତାକର୍ଷକ ବେଶ ରାଜାଧିରାଜ ଅର୍ଥାତ ସୁନାବେଶ ଅନୁଷ୍ଠିତ ହେବ। କୋଭିଡ୍ କଟକଣା କାରଣରୁ ଭକ୍ତ ମହାପ୍ରଭୁଙ୍କ ଦୁର୍ଲ୍ଲଭ ନାଗାର୍ଜୁନ ବେଶ ସହିତ କୌଣସି ବେଶ ଦର୍ଶନ କରିପାରୁନାହାଁନ୍ତି। କେବଳ ମହାପ୍ରସାଦ ବଣ୍ଟନକୁ ଶୃଙ୍ଖଳିତ କରାଯାଇ ପାରିଛି। ଫଳରେ ଭକ୍ତ ମହାପ୍ରଭୁଙ୍କ ଦର୍ଶନ ନପାଇଲେ ମଧ୍ୟ ମହାପ୍ରସାଦ ପାଇ ତୃପ୍ତି ଲାଭ କରୁଛନ୍ତି। ବ୍ରତୀ ନିଷ୍ଠାର ସହ ପ୍ରତ୍ୟେହ ଶ୍ରୀକ୍ଷେତ୍ରର ତୀର୍ଥ ପୁଷ୍କରିଣୀ ଓ ମହୋଦଧୀରେ ସ୍ନାନ କରି ଉପବାସ ରହି ୫ ଦିନ ଯାଏଁ ଲକ୍ଷ୍ନୀନାରାୟଣ ଉପାସନା କରିଥାନ୍ତି। ସେପଟେ ମହାପ୍ରଭୁଙ୍କର ତ୍ରିବିକମ ବେଶ ରୀତି ଅନୁସାରେ ଅନୁଷ୍ଠିତ ହୋଇଅଛି ବୋଲି କହିଛନ୍ତି।

ଏହି ତିଥି ଅନୁଯାୟୀ ଶ୍ରୀଜିଉଙ୍କର ଆଜି କାର୍ତିକ ଶୁକ୍ଲ ତ୍ରୟୋଦଶୀ ଆଡକୀୟା ତିଥିରେ ତ୍ରୀବିକ୍ରମ ବେଶ ବା ଆଡକୀୟା ବେଶରେ ଦର୍ଶନ ଦେଉଥିଲେ ମଧ୍ୟ କୋଭିଡ କଟକଣା ପାଇଁ ମନ୍ଦିର ପ୍ରବେଶ ଉପରେ କଟକଣା ଲାଗି ରହିଥିବାରୁ ଭକ୍ତ କେବଳ ପତିତପାବନଙ୍କୁ ଦର୍ଶନ କରି ଫେରିଛନ୍ତି।