ସୁରକ୍ଷା ବଳୟରେ ଆରମ୍ଭ ହେଲା ମଙ୍ଗୁ ମଠର ଉଚ୍ଛେଦ ପକ୍ରିୟା
Advertisement

ସୁରକ୍ଷା ବଳୟରେ ଆରମ୍ଭ ହେଲା ମଙ୍ଗୁ ମଠର ଉଚ୍ଛେଦ ପକ୍ରିୟା

ଶ୍ରୀମନ୍ଦିର ସମ୍ମୁଖରେ ଥିବା ମଙ୍ଗୁ ମଠର ବ୍ୟବସାୟିକ ପ୍ରତିଷ୍ଠାନର ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି । 

ସୁରକ୍ଷା ବଳୟରେ ଆରମ୍ଭ ହେଲା ମଙ୍ଗୁ ମଠର ଉଚ୍ଛେଦ ପକ୍ରିୟା

ସଞ୍ଜୟ ମହାପାତ୍ର, ପୁରୀ: ଶ୍ରୀମନ୍ଦିର ସୁରକ୍ଷା ବଳୟ ୭୫ ମିଟର ପରିଧି ଭିତରୁ ଜାରି ରହିଛି  ଉଚ୍ଛେଦ ପ୍ରକ୍ରିୟା । ଶ୍ରୀମନ୍ଦିର ସମ୍ମୁଖରେ ଥିବା ମଙ୍ଗୁ ମଠର ବ୍ୟବସାୟିକ ପ୍ରତିଷ୍ଠାନର ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି । ଏମାର ମଠର ଜମିରେ ଥିବା ଶ୍ୟାମାକାଳୀ କ୍ଲବ ଭଙ୍ଗାଯିବା ପରେ ମଙ୍ଗୁ ମଠର ଉଚ୍ଛେଦ ଆରମ୍ଭ ହୋଇଛି । କିନ୍ତୁ ଏହି ସ୍ଥାନରେ ଥିବା ୨୧ଟି ପ୍ରତିଷ୍ଠାନର ବ୍ୟବସାୟୀଙ୍କ ଅନୁରୋଧ ପରେ ଗୋଟିଏ ଦିନ ପାଇଁ ଉଚ୍ଛେଦକୁ ସାମୟିକ ସ୍ଥଗିତ ରଖାଯାଇଛି । ସେପଟେ କ୍ଷତିପୂରଣ ପାଇନଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ବ୍ୟବସାୟୀ । 

 ମଠର ମୁଖ୍ୟ ମନ୍ଦିର, ରୋଷଘର, ମହନ୍ତଙ୍କ ଗାଦି ଆଦିକୁ ସୁରକ୍ଷିତ ରଖାଯାଇ ମଠରେ ଥିବା ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନକୁ ଭାଙ୍ଗିବାକୁ ନିଷ୍ପତ୍ତି ନିଆଯାଇଛି । ରବିବାର ସକାଳୁ ମଙ୍ଗୁମଠକୁ ଲାଗିରହିଥିବା ଏମାର ମଠ ଯାଗାରେ ଥିବା ଶ୍ୟାମାକାଳୀ କ୍ଲବକୁ ସମ୍ପୂର୍ଣ ଭଙ୍ଗା ଯାଇଛି । ପ୍ରଥମ ଭାଗରେ ଯୋଶୀ ଭୋଜନାଳୟ ଓ ସିଂହଦ୍ୱାର ଭକ୍ତ ନିବାସ ଭଙ୍ଗାଯାଇଛି । ୨୧ ଟି ବ୍ୟବସାୟିକ ପ୍ରତିଷ୍ଠାନ ପକ୍ଷରୁ ଦୋକାନ ଖାଲି କରିବାକୁ ଗୋଟିଏ ଦିନ ପାଇଁ ସମୟ ମାଗିଥିବାରୁ ଉଚ୍ଛେଦକୁ ସାମୟିକ ସ୍ଥଗିତ ରଖାଯାଇଛି ସୋମବାର ସକାଳୁ ପୁଣି ଉଚ୍ଛେଦ କରାଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି । 

ଶୁକ୍ରବାରଠାରୁ ଦୁଇଦିନ ଧରି ଶ୍ରୀମନ୍ଦିର ଦକ୍ଷିଣ ଦ୍ୱାର ନିକଟ ମଣିକର୍ଣ୍ଣିକା ସାହି ମୌଜାର ୪ଟି ପ୍ଲଟ ଉଚ୍ଛେଦ କରାଯାଇଥିଲା । ସିଂହଦ୍ୱାର ଭକ୍ତ ନିବାସକୁ ରବିବାର ଭଙ୍ଗାଯିବା ପାଇଁ କୁହାଯାଇଥିଲେ ସୁଦ୍ଧା ହୋଟେଲ ପକ୍ଷରୁ ତିନି ଦିନ ପାଇଁ ପର୍ଯ୍ୟଟକଙ୍କୁ ରୁମ ଦିଆଯାଇଥିବା ପର୍ଯ୍ୟଟକମାନେ ଅଭିଯୋଗ କରିଛନ୍ତି । ଉଚ୍ଛେଦ ଆରମ୍ଭ ପରେ ପର୍ଯ୍ୟଟକଙ୍କୁ ଅବଗତ ନ କରି ହୋଟେଲ କର୍ତ୍ତୃପକ୍ଷ ଫେରାର ହୋଇଯାଇଛନ୍ତି ।

ମଙ୍ଗୁମଠ ଓ ପଞ୍ଜାବୀ ମଠ ଉଚ୍ଛେଦକୁ ନେଇ ପୂର୍ବରୁ ଲାଗିଥିଲା ବିବାଦ । ଏମିତିକି ମଠ ଉଚ୍ଛେଦ ନକରିବା ପାଇଁ ପଞ୍ଜାବ ମୁଖ୍ୟମନ୍ତ୍ରୀ ଓଡିଶାର ମୂଖ୍ୟମନ୍ତ୍ରୀଙ୍କୁ ଟୁଇଟ୍ କରି ଜଣାଇଥିଲେ । ଏମିତିକି ହାଇକୋର୍ଟରେ ମଧ୍ୟ ମାମଲା ପହଞ୍ଚିଥିଲା । ତେବେ ସବୁ ବିବାଦରେ ପୂର୍ଣ୍ଣଛେଦ ପଡିବା ପରେ ଉଚ୍ଛେଦ କରିବା ପାଇଁ ପ୍ରଶାସନ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି ।