ଶ୍ରୀମନ୍ଦିରରେ ପହିଲି ଭୋଗ ନୀତି ଆରମ୍ଭ
Advertisement
Article Detail0/zeeodisha/odisha610656

ଶ୍ରୀମନ୍ଦିରରେ ପହିଲି ଭୋଗ ନୀତି ଆରମ୍ଭ

ଆଜିଠୁ ଶ୍ରୀମନ୍ଦିରରେ ପହିଲି ଭୋଗ ନୀତି ଆରମ୍ଭ ହୋଇଛି। ସକାଳ ବଲ୍ଲଭ ଭୋଗ ବସିବା ପରେ ପହିଲି ଭୋଗ ଅନୁଷ୍ଠିତ ହୋଇଛି। ମହାପ୍ରଭୁ ନିଜ ମାଆଙ୍କ ହାତ ପରଷା ଖାଇଛନ୍ତି । 

ଫାଇଲ ଫଟୋ

ପୁରୀ: ଆଜିଠୁ ଶ୍ରୀମନ୍ଦିରରେ ପହିଲି ଭୋଗ ନୀତି ଆରମ୍ଭ ହୋଇଛି। ସକାଳ ବଲ୍ଲଭ ଭୋଗ ବସିବା ପରେ ପହିଲି ଭୋଗ ଅନୁଷ୍ଠିତ ହୋଇଛି। ମହାପ୍ରଭୁ ନିଜ ମାଆଙ୍କ ହାତ ପରଷା ଖାଇଛନ୍ତି । 

ଲକ୍ଷ୍ମୀ ଠାକୁରାଣୀ ଏକମାସ ପାଇଁ ପିତ୍ରୁଳୟ ଚାଲିଯିବା ପରେ ମାଆ ଯଶୋମତିଙ୍କ ହାତ ପରଷା ଖାଉଛନ୍ତି ମହାପ୍ରଭୁ। ଶୀତ ବଢିଛି । ମହାପ୍ରଭୁ ଘୋଡଲାଗି ହୋଇ ରତ୍ନସିଂହାସନରେ ବସିଛନ୍ତି । ଏପଟେ ବଡିଭୋରରୁ ମାଆ ଯଶୋମତି ନିଜ ହାତରେ ସ୍ୱତନ୍ତ୍ର ପିଠା ପ୍ରସ୍ତୁତ କରିଛନ୍ତି । 

ଗହମ ଓ ବିରି ଘୃତପାକ ହୋଇ ପ୍ରାୟ ବତିଶ ପ୍ରକାର ପିଠା ପ୍ରସ୍ତୁତ କରି ବେଶ ସରିବା ପରେ ମହାପ୍ରଭୁଙ୍କ ପାଖରେ ଲାଗି କରିଥାନ୍ତି ବୋଲି ଶ୍ରୀଜଗନ୍ନାଥ ସଂସ୍କୃତି ବିଶାରଦମାନେ ମତ ଦେଇଛନ୍ତି। ନୀତି ନିର୍ଘଣ୍ଟ ଅନୁଯାୟୀ ଠାକୁରଙ୍କୁ ପହିଲି ଭୋଗ ସମର୍ପଣ କରାଯାଇଛି । ଧନୁସଂକ୍ରାନ୍ତିରେ ମଧ୍ୟ ଧନୁମୁଆଁ ଲାଗି କରିବାର ପରମ୍ପରା ରହିଛି ।

ଆହୁରି ପଢନ୍ତୁ; ଶ୍ରୀସେତୁ ପାଇଁ ସାମାଜିକ ପ୍ରଭାବ ସର୍ବେକ୍ଷଣ ଆରମ୍ଭ