ପୁରୀରେ ବଟି ଆଦାୟକୁ କେନ୍ଦ୍ରକରି ବିଚ୍ ରାସ୍ତାରେ ହଣାହଣି
Advertisement

ପୁରୀରେ ବଟି ଆଦାୟକୁ କେନ୍ଦ୍ରକରି ବିଚ୍ ରାସ୍ତାରେ ହଣାହଣି

ଜଣେ ଯୁବକଙ୍କୁ ୪ ଜଣ ଦୁର୍ବୃତ୍ତ ଗୋଡ଼େଇ ଗୋଡ଼େଇ ମରଣାନ୍ତକ ଆକ୍ରମଣ କରିଛନ୍ତି। ଗୁରୁତର ଅବସ୍ଥାରେ ଯବକଙ୍କୁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ କଟକ ସ୍ଥାନାନ୍ତର କରାଯାଇଛି। 

ପୁରୀରେ ବଟି ଆଦାୟକୁ କେନ୍ଦ୍ରକରି ବିଚ୍ ରାସ୍ତାରେ ହଣାହଣି

ସଞ୍ଜୟ ମହାପାତ୍ର, ପୁରୀ: କିଛିଦିନର ନିରବତା ପରେ  ପୁଣିଥରେ ପୁରୀରେ ସକ୍ରିୟ ହୋଇଛନ୍ତି ଅପରାଧି। ବଟି ପାଇଁ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ନେଇ ହୋଇଛି ଅଭିଯୋଗ । ପୁରୀ ବାସେଳି ସାହି ଥାନା ଅନ୍ତର୍ଗତ ମିଶ୍ର ସାହିରେ ଘଟିଛି ଏଭଳି ଅଭାବନୀୟ ଘଟଣା। ଜଣେ ଯୁବକଙ୍କୁ ୪ ଜଣ ଦୁର୍ବୃତ୍ତ ଗୋଡ଼େଇ ଗୋଡ଼େଇ ମରଣାନ୍ତକ ଆକ୍ରମଣ କରିଛନ୍ତି। ଗୁରୁତର ଅବସ୍ଥାରେ ଯବକଙ୍କୁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ କଟକ ସ୍ଥାନାନ୍ତର କରାଯାଇଛି। 

ଗୁରୁତର ଯୁବକ ହେଉଛନ୍ତି ମିଶ୍ର ସାହି ଅଲେଇ ଗଳିର ପ୍ରଦୀପ ତ୍ରିପାଠୀ ଓରଫ ଟିମ । ଗତ କିଛିଦିନ ଧରି ଟିମକୁ ଏହି ଦୁର୍ବୃତ୍ତ ମାନେ ଡରାଇ ଧମକାଇ ବଟି (Extortion) ବା ଚାନ୍ଦା ଦେବା ପାଇଁ ଧମକ ଦେଉଥିଲେ।  ଭବାନି କ୍ଳବ ନିକଟରେ ଟିମ ଏକ ଘର ତିଆରି କରିଥିବାରୁ ତା ଠାରୁ ଚାନ୍ଦା ଆଦାୟ କରିବା ପାଇଁ ଧମକ ମଧ୍ୟ ଦେଉଥିଲେ। ତେବେ ଆଜି ସକାଳୁ ଟିମ ମାର୍କଣ୍ଡେୟ ପୁଷ୍କରିଣୀକୁ ଯାଉଥିବା ସମୟରେ ଦୁବୃର୍ତ୍ତ ମାନେ ଭୁଜାଲି ଏବଂ ମାରଣାସ୍ତ୍ର ରେ ତାକୁ ମରଣାନ୍ତକ ଆକ୍ରମଣ କରିଥିଲେ। 

Also Read: ଅପେକ୍ଷାର ଅନ୍ତ: ପିପିଲି ଉପନିର୍ବାଚନ ପାଇଁ ତାରିଖ ଘୋଷଣା

ପୁରୀ ବାସେଳି ସାହି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ସଦରମୁଖ୍ୟ ଚିକିତ୍ସାଳୟରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଦୁର୍ବୃତ୍ତ ମାନେ ଫେରାର ଅଛନ୍ତି। ସେପଟେ ଗୁରୁତର ପ୍ରଦୀପଙ୍କୁ କଟକ (Cuttack) ସ୍ଥାନାନ୍ତର କରାଯାଇଛି। ବଟି ଆଦାୟକୁ କେନ୍ଦ୍ର କରି ଟିମକୁ ୪ଜଣ ଦୁର୍ବୃତ୍ତ ହାଣିଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ। ସେପଟେ ଘଟଣାକୁ ଗୁରୁତର ସହ ନେଇଛି ପୁରୀ ପୋଲିସ। ଆଇଆଇସି (Puri IIC) ଙ୍କ ନେତୃତ୍ୱରେ ଏକ ଟିମ୍ ଗଠନ କରାଯାଇଛି। ଖୁବଶୀଘ୍ର ଦୁର୍ବୃତ୍ତଙ୍କୁ ଗିରଫ କରାଯିବ ବୋଲି କହିଛନ୍ତି ପୁରୀ ଏସପି (Puri Sp) 

Also Read: ବାଚସ୍ପତିଙ୍କୁ ରୁଚିଲା ନାହିଁ ବିଧାୟକଙ୍କ ପୋଷାକ

ସେପଟେ ଅପରାଧ ନିୟନ୍ତ୍ରଣରେ ପୁରୀ ପୋଲିସ (Puri Police) ସଫଳ ହୋଇଛି। ପ୍ରତି ଥାନା ଅଞ୍ଚଳରେ ଥିବା ହାର୍ଡକୋର ଅପରାଧିଙ୍କର ତାଲିକା ପ୍ରସ୍ତୁତ ହୋଇଛି। ସେମାନଙ୍କୁ ପର୍ଯ୍ଯାୟକ୍ରମେ ଗିରଫ କରାଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ପୁରୀ ଏସପି । ଦିନକୁ ଦିନ ବଢିଚାଲିଛି ପୁରୀରେ ଅପରାଧ ସଂଖ୍ୟା। ପୋଲିସକୁ ଚ୍ଯାଲେଞ୍ଜ ଦେଇ ହତ୍ଯା, ଲୁଟ ଆଉ ରାହାଜାନି ଘଟାଇ ଚାଲିଛନ୍ତି ଅପରାଧି।,,,

Edited: Zee Odisha Desk