ଚଳିତ ମାସ ୩୦-୩୧ ତାରିଖ ମଧ୍ୟରେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ କର୍ମଜୀବି ଓ ଭଡାଟିଆ। ହେଲେ ସେମାନଙ୍କ ପାଇଁ ଟୋକନ ବଣ୍ଟନ ହୋଇନାହିଁ।
Trending Photos
ସଞ୍ଜୟ ମହାପାତ୍ର,ପୁରୀ: ଶ୍ରୀମନ୍ଦିରରେ ଚାଲିଛି ମହାପ୍ରଭୁଙ୍କ ସାଧାରଣ ଦର୍ଶନ। ଶୃଙ୍ଖଳିତ ଭାବେ ଦର୍ଶନ କରୁଛନ୍ତି ପୁରୀ ପୌରସଂସ୍ଥାର ୫ଟି ୱାର୍ଡର ହଜାର ହଜାର ଭକ୍ତ। ସେପଟେ ଚଳିତ ମାସ ୩୦-୩୧ ତାରିଖ ମଧ୍ୟରେ ପୁରୀବାସୀଙ୍କ ସହ ଦର୍ଶନ କରିବେ ଏଠାରେ ରହୁଥିବା କର୍ମଜୀବିଙ୍କ ସହ ଭଡାଟିଆ। ନିଯୁକ୍ତିଦାତାଙ୍କ ପ୍ରମାଣପତ୍ର ଥିଲେ କରିପାରିବେ ଦର୍ଶନ। ଭଡାଟିଆ ମଧ୍ୟ ଘରମାଲିକଙ୍କ ଠାରୁ ସ୍ୱୀକୃତି ପତ୍ର ନେଇ କରିବେ ଦର୍ଶନ।
ଏନେଇ ସୂଚନା ଦେଲେ ଜିଲ୍ଲାପାଳ। ଭକ୍ତ ଦିବ୍ଯ ମୂହୁର୍ତ୍ତରେ ଦିବ୍ଯ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିଛନ୍ତି। ମାସ୍କ ପିନ୍ଧିବା, ହାତ ସାନିଟାଇଜିଂ କରିବା ସହ ସାମାଜିକ ଦୂରତା ରକ୍ଷା ଉପରେ ଦିଆଯାଇଛି ଗୁରୁତ୍ୱ। ସେପଟେ ମହାପ୍ରଭୁଙ୍କ ଦର୍ଶନରୁ ବାଦ ପଡିଥିବା ଭଡାଟିଆଙ୍କ ସହ କର୍ମଜୀବିଙ୍କ ପାଇଁ ଆସିଛି ଖୁସି ଖବର। ସେମାନେ ମଧ୍ୟ ଆବଶ୍ଯକୀୟ ଡକ୍ଯୁମେଣ୍ଟ ଦେଖାଇ କରିପାରିବେ ମହାପ୍ରଭୁଙ୍କ ଦର୍ଶନ।
Also Read: ଟୋକନ କରାଇବା କାଳିଆ ଦର୍ଶନ, ପରିଚୟ ପତ୍ର ଦେଖାଇବେ ଶ୍ରଦ୍ଧାଳୁ
ଚଳିତ ମାସ ୩୦-୩୧ ତାରିଖ ମଧ୍ୟରେ ସେମାନେ ଦର୍ଶନ କରିପାରିବେ। ହେଲେ ସେମାନଙ୍କ ପାଇଁ ଟୋକନ ବଣ୍ଟନ ହୋଇନଥିବା ବେଳେ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜ୍ୟୋର-ଏସଓପି (Standard Operating Procedure-SOP) ଉଲଂଘନ କରି ଖୋଦ୍ ଜଣେ ପ୍ରଶାସନିକ ଅଧିକାରୀ ସପତ୍ନୀଙ୍କ ମନ୍ଦିର ଯାଇ ଦର୍ଶନ କରିଥିଲେ। ଯାହାକୁ ନେଇ ସୁରକ୍ଷା ବ୍ୟବସ୍ଥା ଉପରେ ଉଠିଥିଲା ପ୍ରଶ୍ନ। ହେଲେ ଏହା ଉପରେ ମୁହଁ ଖୋଲିନାହାଁନ୍ତି ଜିଲ୍ଲାପାଳ।