କୋଭିଡ୍ ନେଗେଟିଭ ପ୍ରମାଣପତ୍ର ବିନା କାଳିଆ ଦର୍ଶନ ମନା। ଅନ୍ୟପଟେ ଏନେଇ କ'ଣ ରହିବ ଏସଓପି ତାହା ଉପରେ ରହିଛି ନଜର।
Trending Photos
ସଞ୍ଜୟ ମହାପାତ୍ର,ପୁରୀ: ଶ୍ରୀମନ୍ଦିର (Srimandir) ଖୋଲିବାକୁ ନେଇ ତାରିଖ ଧାର୍ଯ୍ଯ ହେବା ପରେ ଭକ୍ତଙ୍କ ମହଲରେ ଖେଳିଯାଇଛି ଉତ୍ସାହ। ଆଗାମୀ ୨୩ ତାରିଖକୁ ଅପେକ୍ଷା କରିଛନ୍ତି ଭକ୍ତ। ପ୍ରଶାସନିକ କୋଭିଡ୍୧୯ (Covid19) କଟକଣା ମାନି ମହାପ୍ରଭୁଙ୍କ ଶ୍ରୀମୁଖ ଦର୍ଶନ କରିବାକୁ ପ୍ରସ୍ତୁତ ହୋଇ ଉଠିଛନ୍ତି ଭକ୍ତ। ଗୋଟିଏ ଦିନ ମହାପଭୁଙ୍କୁ ଦର୍ଶନ ନକଲେ ରହିପାରୁ ନଥିବାବେଳେ ଦୀର୍ଘ ୯ମାସ ହେଲା ଦର୍ଶନ ପାଇଁ ଅପେକ୍ଷା କରିବା ବେଶ କଷ୍ଟକର ଥିଲା ବୋଲି ଭାବ ବିହ୍ୱଳ କଣ୍ଠରେ କହିଛନ୍ତି ଭକ୍ତ।
ସେପଟେ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଫୁଲ,ତୁଳସୀ ଆଉ ଦୀପଦାନ ଉପରେ ରହିଛି କଟକଣା। ଦର୍ଶନ ପାଇଁ କ'ଣ ରହିବ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜ୍ୟୋର-ଏସଓପି (Standard Operating Procedure-SOP)। କିଭଳି ଶୃଙ୍ଖଳିତ ଭାବେ ଭକ୍ତ ମନ୍ଦିର ଭିତରେ ମହାପ୍ରଭୁଙ୍କ ଦର୍ଶନ ଲାଭ କରିବେ ସେନେଇ ସରକାରଙ୍କୁ ଚିଠି ଲେଖିଛି ଶ୍ରୀମନ୍ଦିର ପ୍ରଶାସନ। ଭକ୍ତଙ୍କ ଲାଗି ଶ୍ରୀମନ୍ଦିର ଖୋଲିବା ନିଷ୍ପତ୍ତି ସ୍ୱାଗତଯୋଗ୍ଯ। କୋରୋନା ମହାମାରୀ ସାଂଘାତିକ ରୋଗ। ଏଣୁ ସରକାରଙ୍କ ସମସ୍ତ ନିୟମକୁ ମାନି ଦର୍ଶନ କରିବାକୁ ଭକ୍ତଙ୍କ ଉଦ୍ଦେଶ୍ୟରେ ପରାମର୍ଶ ଦେଇଛନ୍ତି ପୁରୀ ବିଧାୟକ (Puri MLA) ଜୟନ୍ତ ଷଡଙ୍ଗୀ।
ଶ୍ରୀମନ୍ଦିର ଖୋଲିବାକୁ ବାକି ରହିଛି ଆଉ ମାତ୍ର ୧୦ ଦିନ। ୨୧-୨୨ ତାରିଖରେ ରତ୍ନବେଦୀରେ ମହାପ୍ରଭୁଙ୍କୁ ଦର୍ଶନ କରିବେ ସେବାୟତଙ୍କ ପରିବାର। ୨୩-୩୧ ପର୍ଯ୍ୟନ୍ତ ଦର୍ଶନ କରିବେ ପୁରୀବାସୀ। ଜାନୁଆରୀ ୩ ତାରିଖରୁ ଆରମ୍ଭ ହେବ ସର୍ବସାଧାରଣଙ୍କ ଦର୍ଶନ। ଏଥିପାଇଁ ଉତ୍ସବମୁଖର ଶ୍ରୀକ୍ଷେତ୍ର। କଡା କଟକଣା ମଧ୍ୟରେ ହେବ ଦର୍ଶନ ବ୍ଯବସ୍ଥା। ଭକ୍ତଙ୍କ ମହଲରେ ଦେଖାଦେଇଛି ଉତ୍ସାହ। ସମ୍ପୂର୍ଣ୍ଣ ଭାବେ କୋଭିଡ୍ କଟକଣାକୁ ମାନିବେ ଭକ୍ତ। ଶ୍ରୀମନ୍ଦିରକୁ ପ୍ରବେଶ ଠାରୁ ପ୍ରସ୍ଥାନ ପର୍ଯ୍ୟନ୍ତ ନିୟମ କଡାକଡି କରାଯିବ ନିୟମ।
Also Read: ଖୋଲିବ ବଡ ଦେଉଳ; ଦର୍ଶନ ପାଇଁ ପୁରୀବାସୀଙ୍କୁ ଅଗ୍ରାଧିକାର
ମାସ୍କ (Mask), ସାନିଟାଇଜର (Sanitizer) ବ୍ଯବହାର ରହିଛି ବାଧ୍ୟତାମୂଳକ। ପୁରୀ ବାହାର ଭକ୍ତଙ୍କ ପାଇଁ କୋଭିଡ୍ ନେଗେଟିଭ ପ୍ରମାଣପତ୍ର (Corona Negative Certificate) ବିନା କାଳିଆ ଦର୍ଶନ ମନା। ସମସ୍ତଙ୍କ ଲାଗି ଫୁଲ, ତୁଳସୀ ଆଉ ଦୀପ ସମର୍ପଣକୁ କରାଯାଇଛି ସମ୍ପୂର୍ଣ୍ଣ ବାରଣ। ସେବାୟତ, ଭକ୍ତଙ୍କ ମଧ୍ୟରେ ରହିବ ସାମାଜିକ ଦୂରତା (Social Distance)। ଶ୍ରୀମନ୍ଦିର ବାହାରେ ଓ ଭିତରେ ଭକ୍ତଙ୍କ ଲାଗି ହେବ ଧାଡି ବ୍ଯବସ୍ଥା। ସିସିଟିଭି ସର୍ଭେଲାନ୍ସ (CCTV Surveillance) ମାଧ୍ୟମରେ ରଖାଯିବ ନଜର। ସ୍ୱତନ୍ତ୍ର ଏସଓପି ପାଇଁ ସରକାରଙ୍କୁ ଚିଠି ଲେଖିଛି ଶ୍ରୀମନ୍ଦିର ପ୍ରଶାସନ। ସେପଟେ ସମସ୍ତ ଗାଇଡ ଲାଇନ ମାନିବାକୁ ପ୍ରସ୍ତୁତ ହେଉଛନ୍ତି ଭକ୍ତ-ସେବାୟତ।
Also Read: ନଅ ମାସ ପରେ ଖୋଲିବ ଶ୍ରୀମନ୍ଦିର, ପ୍ରଥମରୁ ପାତର ଅନ୍ତର
ସେପଟେ ଶ୍ରୀମନ୍ଦିର ଖୋଲିବା ନେଇ ଚାଲିଛି ସଜବାଜ। ଶ୍ରୀମନ୍ଦିର ସମ୍ମୁଖରେ ଥିବା ଅତ୍ଯାଧୁନିକ ବ୍ଯାରିକେଡକୁ ପ୍ରସ୍ତୁତ କରାଯାଉଛି। ଲାଇଟ୍ ଲାଗିବା ସହ ଭକ୍ତଙ୍କ ଲାଗି ହେଉଛି ସ୍ୱତନ୍ତ୍ର ଲାଇନ। ସୌନ୍ଦର୍ଯ୍ୟ କରଣ ଉପରେ ଦିଆଯାଇଛି ଗୁରୁତ୍ୱ। ଶ୍ରୀମନ୍ଦିର ୪ ଦ୍ୱାରରେ ରହିବ ପୁଲିସ କ୍ଯାମ୍ପ। ରହିବ ସାନିଟାଇଜର ସହ ଥର୍ମାଲ ସ୍କ୍ରିନିଂ (Thermal Screening) ବ୍ଯବସ୍ଥା। ଏନେଇ ପୁଲିସ ବ୍ଯବସ୍ଥା ମଧ୍ଯ କଡାକଡି କରାଯିବ। ରାଜ୍ଯ ସରକାରଙ୍କ ଏଭଳି ପଦକ୍ଷେପକୁ ସ୍ୱାଗତ କରିଛନ୍ତି ପୁରୀ ବିଧାୟକ। କୋରୋନା ଭୟାବହତା ପାଇଁ ସରକାର ଉଚିତ ପଦକ୍ଷେପ ନେଇଛନ୍ତି ବୋଲି କହିଛନ୍ତି। ଦର୍ଶନ କରିବାକୁ ନେଇ ଭକ୍ତଙ୍କ ମହଲରେ ଉତ୍କଣ୍ଠା ପ୍ରକାଶ ପାଉଥିବା ବେଳେ ସରକାରଙ୍କ ଏସଓପି କଣ ରହିବ ତାହା ଉପରେ ଏବେ ରହିଛି ସମସ୍ତଙ୍କ ନଜର।