ଟୋକନ କରାଇବା କାଳିଆ ଦର୍ଶନ, ପରିଚୟ ପତ୍ର ଦେଖାଇବେ ଶ୍ରଦ୍ଧାଳୁ
Advertisement
Article Detail0/zeeodisha/odisha809751

ଟୋକନ କରାଇବା କାଳିଆ ଦର୍ଶନ, ପରିଚୟ ପତ୍ର ଦେଖାଇବେ ଶ୍ରଦ୍ଧାଳୁ

ଟୋକନ ବ୍ୟବସ୍ଥା ମାଧ୍ୟମରେ ଜଗନ୍ନାଥଙ୍କୁ ଦର୍ଶନ କରିବେ ପୁରୀବାସୀ। ଏଥିଲାଗି ସେମାନଙ୍କୁ ନିଜର ଆଧାରକାର୍ଡ କିମ୍ବା ଯେକୌଣସି ପରିଚୟପତ୍ର ଦେଖାଇବାକୁ ହେବ। 

ଟୋକନ କରାଇବା କାଳିଆ ଦର୍ଶନ, ପରିଚୟ ପତ୍ର ଦେଖାଇବେ ଶ୍ରଦ୍ଧାଳୁ

ସଞ୍ଜୟ ମହାପାତ୍ର,ପୁରୀ: ଚଳିତ ମାସ ୨୩ ତାରିଖରୁ ଶ୍ରୀମନ୍ଦିର (Srimandir) ଖୋଲିବା ନେଇ ପ୍ରସ୍ତୁତ ହେଉଛି ସ୍ୱତନ୍ତ୍ର ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜ୍ୟୋର-ଏସଓପି (Standard Operating Procedure-SOP)। ଶ୍ରଦ୍ଧାଳୁଙ୍କ ଲାଗି ମାର୍କେଟ ଛକରୁ ଆରମ୍ଭ ହେବ ବ୍ଯାରିକେଡ ବ୍ୟବସ୍ଥା। ଏଥର କାଳିଆ ଦର୍ଶନ କେଉଁ ଭକ୍ତ କରିବେ ତାହାର ତାଲିକା କରିବେ 'ମୋ ଧାମ ମୋ ଗର୍ବ' ଠାରେ କାର୍ଯ୍ଯରତ ସ୍ୱଚ୍ଛସାଥୀ।

ଏହା ସହିତ କାଳିଆ ଦର୍ଶନକୁ ନେଇ ପ୍ରସ୍ତୁତ ହୋଇଥିବା ତାଲିକାରେ ଥିବା ଭକ୍ତଙ୍କୁ ବାଣ୍ଟିବେ ଟୋକନ (Tokon)। ଶୃଙ୍ଖଳିତ ଦର୍ଶନ ପାଇଁ ପୋଲିସ ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବ ବୋଲି କହିଛନ୍ତି ପୁରୀ ଏସପି। ଆଉ ମାତ୍ର ୪ ଦିନ ପରେ ଭକ୍ତଙ୍କ ଲାଗି ଖୋଲିବ ଶ୍ରୀମନ୍ଦିର ସମେତ ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନ। କୋଭିଡ୍ ପାଇଁ ଜାରି ହୋଇଥିବା କଟକଣା ମଧ୍ୟରେ ହେବ ଦର୍ଶନ। ଅନ୍ଯପଟେ ୨୩-୨୪ ତାରିଖ ୨ ଦିନ ସେବାୟତ ପରିବାର ଦର୍ଶନ କରିବେ। ୨୫-୩୧ ତାରିଖରହେ ସହରବାସୀ ଦର୍ଶନ କରିବେ ବୋଲି କହିଛନ୍ତି ପୁରୀ ଜିଲ୍ଲାପାଳ।

ଆସନ୍ତା ୨୩ ତାରିଖରୁ ଖୋଲିବ ଶ୍ରୀମନ୍ଦିର। ଏହା ସହ ପୁରୀ ଜିଲ୍ଲାରେ ଥିବା ଖୋଲିବ ସମସ୍ତ ଧର୍ମାନୁଷ୍ଠାନ। ସ୍ଥାନୀୟ ତହସିଲଦାର, ବିଡିଓ, ଥାନା ଅଧିକାରୀ, ପଞ୍ଚାୟତ ଅଧିକାରୀ, ଧର୍ମାନୁଷ୍ଠାନ ପ୍ରତିନିଧିଙ୍କ ସହ ଯୋଗାଯୋଗ ରକ୍ଷା କରି ଶୃଙ୍ଖଳିତ ଦର୍ଶନ ପାଇଁ ବ୍ଯବସ୍ଥା କରିବେ। କୋଭିଡ୍୧୯ ଗାଇଡଲାଇନ (Covid-19 Guidelines) ଅନୁସାରେ ସାମାଜିକ ଦୂରତା (Social Distance), ମାସ୍କ (Mask) ପରିଧାନ, ସାନିଟାଇଜ (Sanitizer) ବ୍ଯବହାରକୁ ବାଧ୍ୟତାମୂଳକ କରାଯାଇଛି। 

Also Read: ନଅ ମାସ ପରେ ଖୋଲିବ ଶ୍ରୀମନ୍ଦିର, ପ୍ରଥମରୁ ପାତର ଅନ୍ତର

କେନ୍ଦ୍ର ସରକାରଙ୍କ କୋଭିଡ୍ ନିୟମରେ ୬୫ ବର୍ଷରୁ ଉର୍ଦ୍ଧ୍ବ ବ୍ୟକ୍ତି ଏବଂ ୧୦ ବର୍ଷରୁ କମ୍ ବୟସର ପିଲାଙ୍କ ଦର୍ଶନ ଉପରେ କଟକଣା ଜାରିହୋଇଛି। ସେମାନଙ୍କ ସ୍ୱାସ୍ଥ୍ୟବସ୍ଥାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ନଆସିବା ଲାଗି ଅନୁରୋଧ କରାଯାଇଛି। ବିଗତ ଦିନରେ ରଥଯାତ୍ରା, ନାଗାର୍ଜୁନ ବେଶ ସମୟରେ କୋରୋନା କଟକଣାକୁ ମାନି ପୁରୀବାସୀ ଅଦ୍ଭୂତପୂର୍ବ ସହଯୋଗ ଦେଖାଇଥିଲେ। ପ୍ରଥମେ ପୁରୀବାସୀଙ୍କୁ ଦର୍ଶନ ପାଇଁ ସୁଯୋଗ ଦିଆଯାଉଛି। 

ପୁରୀ ପୌରପାଳିକା (Puri Municpality) ଅଧିନସ୍ଥ ୱାର୍ଡ ଅନୁସାରେ କରାଯିବ ଦର୍ଶନ ବ୍ଯବସ୍ଥା। କେଉଁ ତାରିଖରେ କେଉଁ ୱାର୍ଡବାସୀ ଦର୍ଶନ କରିବେ ତାହା ସ୍ଥିର କରାଯିବ। ୱାର୍ଡ ଅନୁସାରେ କରାଯିବ ବ୍ଯବସ୍ଥା। ସ୍ୱଚ୍ଛସାଥି ପ୍ରତି ୱାର୍ଡ ବୁଲି ଭକ୍ତଙ୍କ ତାଲିକା କରିବା ସହ ଟୋକନ ସେମାନଙ୍କୁ ଟୋକନ ବାଣ୍ଟିବେ। କୋଭିଡ୍ ୧୯ କଟକଣାକୁ ପାଳନ କରି ସହରବାସୀ କରିବେ ଦର୍ଶନ। ଏହା ସହିତ ନିଜର ଯେକୌଣସି ପରିଚୟ ପତ୍ର ଦେଖାଇ କରିପାରିବେ ଦର୍ଶନ। 

ଏକ ନମ୍ବର ୱାର୍ଡ ସକାଳ ୭ଟାରୁ ୧୦ଟା ମଧ୍ୟରେ କରିବେ ଦର୍ଶନ। ଏହି ଆଧାରରେ ଅନ୍ୟ ୱାର୍ଡବାସୀ କରିବେ ଦର୍ଶନ। ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଚାଲିବ ଦର୍ଶନ ବ୍ଯବସ୍ଥା। ନିଜର ଆଧାରକାର୍ଡ କିମ୍ବା ଯେକୌଣସି ପରିଚୟପତ୍ର (Identity Card) ଦେଖାଇ ଦର୍ଶନ କରିପାରିବେ ବୋଲି କହିଛନ୍ତି ପୁରୀ ପୁରୀ ଜିଲ୍ଲାପାଳ ବଳୱନ୍ତ ସିଂହ

Also Read: କେବେ ଖୋଲିବ ଶ୍ରୀମନ୍ଦିର, ଛତିଶା ନିଯୋଗ ବୈଠକରେ ହେବ ଧାର୍ଯ୍ୟ

କୋରୋନା ପ୍ରକୋପ କାରଣରୁ ୯ ମାସ ଶ୍ରୀମନ୍ଦିର ବନ୍ଦ ରହିବା କାରଣରୁ କାଳିଆ ଦର୍ଶନରୁ ବଞ୍ଚିତ ହୋଇଥିଲେ ଭକ୍ତ। ହେଲେ ଆଉ ମାତ୍ର ୪ ଦିନ ପରେ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ ଶ୍ରୀଜଗନ୍ନାଥ। ସେଥିପାଇଁ ପ୍ରଶାସନ ପକ୍ଷରୁ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ବ୍ଯାରିକେଡିଂ ବ୍ଯବସ୍ଥା ଆଉ ଲଗାଯାଉଛି ସିସିଟିଭି। ଶୃଙ୍ଖଳିତ ଦର୍ଶନ ପାଇଁ ଭିତର-ବାହାର ବେଢାରେ ରହିବ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା। ଶ୍ରୀମନ୍ଦିର ଖୋଲିବା ନେଇ ତାରିଖ ଧାର୍ଯ୍ଯ ହେବା ପରେ ଭକ୍ତଙ୍କ ମହଲରେ ଉତ୍ସାହ ଖେଳିଯାଇଛି। ଡିସେମ୍ବର ୩୧ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ରହିବ ଦର୍ଶନ ବ୍ଯବସ୍ଥା।ଜାନୁଆରୀ ୧-୨ ତାରିଖରେ ବନ୍ଦ ରହିବ ଦର୍ଶନ। ଏହା ପରେ ଜାନୁଆରୀ ୩ରୁ ଆରମ୍ଭ ହେବ ସର୍ବସାଧାରଣ ଦର୍ଶନ।