ମାତିଛନ୍ତି ସାଇବର ଲୁଟେରା; ଅନ ଲାଇନ୍ ଅର୍ଥ କାରବାର ବେଳେ ସତର୍କ ରହିବାକୁ ପରାମର୍ଶ ଦେଲେ SP
Advertisement

ମାତିଛନ୍ତି ସାଇବର ଲୁଟେରା; ଅନ ଲାଇନ୍ ଅର୍ଥ କାରବାର ବେଳେ ସତର୍କ ରହିବାକୁ ପରାମର୍ଶ ଦେଲେ SP

ପଶ୍ଚିମ ଓଡ଼ିଶାର ପ୍ରାଣକେନ୍ଦ୍ର ସମ୍ବଲପୁରରେ ଏବେ ବେଶ ସକ୍ରିୟ ହୋଇ ଉଠିଛନ୍ତି ସାଇବର ଠକ।

ମାତିଛନ୍ତି ସାଇବର ଲୁଟେରା; ଅନ ଲାଇନ୍ ଅର୍ଥ କାରବାର ବେଳେ ସତର୍କ ରହିବାକୁ ପରାମର୍ଶ ଦେଲେ SP

ସମ୍ବଲପୁର: ଜିଲ୍ଲାରେ ଏବେ ସାଇବର ଠକେଇ ଜନିତ ମାମଲା ଦିନକୁ ଦିନ ବୄଦ୍ଧି ପାଇବାରେ ଲାଗିଛି। ଯାହା ଏବେ ଜିଲ୍ଲା ପୋଲିସ ପାଇଁ ଏକ ବଡ ଆହ୍ୱାନ ସୄଷ୍ଟି କରିଛି। ପ୍ରତିଥର ନୂଆ କୌଶଳ ବାହାର କରି ଲୁଟ ପାଇଁ ଯୋଜନା କରିଥାନ୍ତି ସାଇବର ଲୁଟେରା। ଏହାର ମୁକାବିଲା କରିବା ପାଇଁ ସମ୍ବଲପୁର ପୋଲିସ ମଧ୍ୟ ପ୍ରୟାସ ଜାରି ରଖିବା ସହ ଏନେଇ ସାଇବର ଠକଙ୍କ ଠାରୁ ଲୋକଙ୍କୁ ସଚେତନ ରହିବା ପାଇଁ ଏସପି ସାଧାରଣରେ ନିବେଦନ କରିଛନ୍ତି।

ପଶ୍ଚିମ ଓଡ଼ିଶାର ପ୍ରାଣକେନ୍ଦ୍ର ସମ୍ବଲପୁରରେ ଏବେ ବେଶ ସକ୍ରିୟ ହୋଇ ଉଠିଛନ୍ତି ସାଇବର ଠକ। ଲୋକଙ୍କୁ ନିଜ ସାଇବର ମାୟା ଜାଲରେ ଭୂଆଁ ବୁଲାଇ କରୁଛନ୍ତି ଲୁଟପାଟ। ଜିଲ୍ଲାରେ ନିୟମିତ ବ୍ୟବଧାନରେ ସାଇବର ଠକେଇ ଶିକାର ହେଉଛନ୍ତି ସାଧାରଣ ଜନତା। ଜିଲ୍ଲାରେ ଏକ ସାଇବର ଥାନା ରହିଥିବା ସତ୍ତ୍ୱେ ସାଇବର ଠକେଇ ଭଳି ଘଟଣାରୁ ସାଧାରଣ ଜନତା କିଭଳି ରକ୍ଷା ପାଇପାରିବେ ସେନେଇ ଜନ ସଚେତନତାର ଅଭାବ ପାଇଁ ଜିଲ୍ଲାରେ ନିୟମିତ ବ୍ୟବଧାନରେ ସାଇବର ଲୁଟେରାଙ୍କ ଶିକାର ହେଉଛନ୍ତି ନିରୀହ ଜନତା। 

Also Read: ବଢିଚାଲିଛି ଅନଲାଇନ ଠକେଇ, ଆଇଟି ପ୍ରଫେସନାଲଙ୍କୁ ଚୂନ ଲଗାଇଲେ ସାଇବର ଲୁଟେରା

ସାଧାରଣ ଲୋକଙ୍କ ଠାରୁ ସାଇବର ଲୁଟେରା ପ୍ରାୟ କୋଟିଏରୁ ଅଧିକ ଟଙ୍କା ଲୁଟିସାରିଥିବା ସାଧାରଣରେ ଅଭିଯୋଗ ହେଉଛି। ଏନେଇ ଜିଲ୍ଲାରେ ରହିଥିବା ଏକମାତ୍ର ସାଇବର ଥାନାକୁ ଅଧିକ ସକ୍ରିୟ ହୋଇ କାଯ୍ୟ କରିବାର ଆବଶ୍ୟକତା ଥିବା ସାଧାରଣ ଲୋକେ କହିଛନ୍ତି।

ଏବେ ସାଇବର ଲୁଟେରା ବିଭିନ୍ନ ବ୍ୟାଙ୍କ ଅଧିକାରୀ ବୋଲି ପରିଚୟ ଦେଇ କେୱାଇସି ନବୀକରଣ (KYC Renewal) ପାଇଁ ବିଭିନ୍ନ ଗ୍ରାହକଙ୍କୁ ଫୋନ କରୁଛନ୍ତି । ଏହା ସହ ନକଲି ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆର ‘ଡି ୟୋନୋ’ ୱେବସାଇଟ ଜରିଆରେ ଗ୍ରାହକର ନିଜସ୍ୱ ଗୁପ୍ତ ତଥ୍ୟ ପ୍ରଦାନ ପାଇଁ ପରାମର୍ଶ ଦେଇ ଏକ ଲିଙ୍କ ସ୍ୱଳ୍ପବାର୍ତ୍ତା ଅଥବା ଇମେଲ ମାଧ୍ୟମରେ ପଠାଉଛନ୍ତି। ଯେ କେହି ସେହ ଲିଙ୍କ ଉପରେ କ୍ଲିକ କଲେ ଗ୍ରାହକଙ୍କୁ ବ୍ୟାଙ୍କ ଜମାଖାତା ସମ୍ପର୍କିତ ଗୁପ୍ତ ତଥ୍ୟ ପ୍ରଦାନ କରବାକୁ ପରାମର୍ଶ ଦଆଯାଉଛି। 

Also Read: ମିଳିଲାନି Refund; ଟିକେଟ ବାତିଲ ହେବା ପରେ ଆକାଉଣ୍ଟରୁ ଗାଏବ ହୋଇଗଲା ଟଙ୍କା

ସେହି ୱେବସାଇଟକୁ ବ୍ୟାଙ୍କର ନକଲି ଲୋଗୋ ଓ ଅନ୍ୟାନ୍ୟ ତଥ୍ୟ ଦେଇ ସାଇବର ଲୁଟେରା ଠକିବା ଉଦ୍ଦେଶ୍ୟରେ ନିର୍ମାଣ କରିଛନ୍ତି। ଯେଉଁଥିରେ ସାଧାରଣ ଜନତା ତଥ୍ୟ ପ୍ରଦାନ କରିବା ମାତ୍ରେ ତାହା ଲୁଟେରାଙ୍କ ନିକଟକୁ ସିଧା ଚାଲିଯାଉଛ ଏବଂ ତାହା ଜରିଆରେ ସେମାନେ ଗ୍ରାହକଙ୍କ ବ୍ୟାଙ୍କ ଜମା ଖାତାରୁ ଲକ୍ଷାଧିକ ଟଙ୍କା ଲୁଟି ନେଉଛନ୍ତି। ବ୍ୟାଙ୍କ କିମ୍ବା ପୁଲିସ ପକ୍ଷରୁ କୌଣସି ମୋବାଇଲ ବାର୍ତ୍ତା କିମ୍ବା ଇମେଲ ଲିଙ୍କ ନଖୋଲିବାକୁ ପରାମର୍ଶ ଦେଇଛନ୍ତି ସମ୍ବଲପୁର ଜିଲ୍ଲା ପୋଲିସ ଏସପି। ଏହାସହ ସବୁ ଜିଲ୍ଲା ବାସିନ୍ଦା ଅନ ଲାଇନ୍ ଅର୍ଥନେଣ ଦେଣ କାରବାର କରିବା ସମୟରେ ସମ୍ପୂର୍ଣ୍ଣ ସର୍ତକତା ଅବଲମ୍ବନ କରବାକୁ ଜିଲ୍ଲା ପୋଲିସ ମୁଖିଆ ଜିଲ୍ଲାର ସବୁ ଜନସାଧାରଣଙ୍କୁ ଅପିଲ କରିଛନ୍ତି।

Also Read: ୨୦ ହଜାର କ୍ୟାସ ପ୍ରାଇଜ ଲୋଭରେ ଆକାଉଣ୍ଟରୁ ଉଡିଗଲା ଅଢେଇ ଲକ୍ଷ

ସମ୍ବଲପୁର ପୋଲିସ ସକ୍ରିୟ ରହିଥିବା ସାଇବର ଲୁଟେରାଙ୍କ ବିରୁଦ୍ଧରେ କେବେ ଆଖିଦୃଶିଆ ପଦକ୍ଷେପ ନେଇ କ୍ରମାଗତ ଭାବରେ ଚାଲିଥିବା ଏଭଳି ଠକେଇ ଉପରେ ନିୟନ୍ତ୍ରଣ ଲଗାଇ ପାରୁଛି ଏବେ ତାହା ଉପରେ ରହିଛି ନଜର।