ସାମାଜିକ ଅନୁଷ୍ଠାନ ପକ୍ଷରୁ ରୋଗୀଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ
Advertisement

ସାମାଜିକ ଅନୁଷ୍ଠାନ ପକ୍ଷରୁ ରୋଗୀଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ

ବୁର୍ଲା ହସ୍ପିଟାଲରେ ଚିକିତ୍ସିତ ହେଉଥିବା କିଛି ରୋଗୀ ଏବଂ ତାଙ୍କ ସମ୍ପର୍କୀୟଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରିଛନ୍ତି ଏମାନେ । 

ପ୍ରତୀକାତ୍ମକ ଫଟୋ

ଅଜୟ କୁମାର ନାଥ, ସମ୍ବଲପୁର: କୋରୋନା ପରିସ୍ଥିତିକୁ ନେଇ ସମଗ୍ର ଦେଶରେ ଲାଗୁ ହୋଇଛି ଲକ୍ ଡାଉନ । ଏଭଳି ପରିସ୍ଥିତିରେ ଯିଏ ଯେଉଁଠି ରହିଥିଲେ ରହିଯାଇଛନ୍ତି । ଘରକୁ ଫେରି ପାରିନାହାନ୍ତି । ବୁର୍ଲା ହସ୍ପିଟାଲରେ ମଧ୍ୟ ବାହାର ଅଞ୍ଚଳର ଲୋକ ଚିକିତ୍ସା ହେବାକୁ ଆସି ରହିଯାଇଛନ୍ତି । 

ତେବେ ବୁର୍ଲାରେ ଫସି ରହିଥିବା କିଛି ରୋଗୀ ଓ ତାଙ୍କ ସହଯୋଗୀଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରିଛନ୍ତି ସମ୍ବଲପୁର ହସ୍ପିଟାଲ ନିକଟରେ ଦୋକାନ କରିଥିବା ବ୍ୟବସାୟୀ ସଂଘ। ବୁର୍ଲା ହସ୍ପିଟାଲରେ ଚିକିତ୍ସିତ ହେଉଥିବା କିଛି ରୋଗୀ ଏବଂ ତାଙ୍କ ସମ୍ପର୍କୀୟଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରିଛନ୍ତି ଏମାନେ । ବିସ୍କୁଟ, କେକ୍ ତଥା ଏଭଳି ପ୍ରକାରର ଶୁଖିଲା ଖାଦ୍ୟ ବଣ୍ଟନ କରି ଲକ୍ ଡାଉନ୍ ସମୟରେ ରୋଗୀଙ୍କ ପାଇଁ ସାହା ହୋଇଛନ୍ତି । 

ସେପଟେ ଲକ୍ ଡାଉନ୍ ଯୋଗୁ ଜିଲ୍ଲାରେ ବହୁ ବାହାଘର ଅଟକି ରହିଥିବା ଜଣାପଡ଼ିଛି । ମ୍ବଲପୁର ଯୁଜୁମୁରା ବ୍ଲକ ଶିକ୍ରାପାଲି ଗାଁର କପିଳେଶ୍ୱର ମାଝୀ । ଏପ୍ରିଲ ୨ ତାରିଖରେ ତାଙ୍କ ଝିଅଙ୍କ ବାହାଘର ନିର୍ଦ୍ଧାରିତ ହୋଇଥିଲା । ଏଥିପାଇଁ ୧୫ ଦିନ ପୂର୍ବରୁ ସେମାନେ ନିଜର ବନ୍ଧୁ ବାନ୍ଧବ ଓ ଗ୍ରାମବାସୀଙ୍କୁ ନିମନ୍ତ୍ରଣ ପତ୍ର ବାଣ୍ଟି ସାରିଥିଲେ । ବିବାହ ପାଇଁ ସମ୍ବଲପୁର ଧନୁପାଲି ସ୍ଥିତ ଏକ କଲ୍ୟାଣ ମଣ୍ଡପ ମଧ୍ୟ ବୁକ ହୋଇ ସାରିଥିଲା । ତେବେ ବର୍ତ୍ତମାନ କୋରୋନା ଜନିତ ଲକ୍ ଡାଉନ ପାଇଁ ଏହି ବିବାହ ଅଟକି ଗଲା । ଏଭଳି ପରିସ୍ଥିତିରେ ଏବେ ବିବାହକୁ ଜୁନ ମାସକୁ ଘୁଞ୍ଚା ଯାଇଛି।

ଏ ଗୋଟିଏ କାହିଁକି, ଲକ୍ ଡାଉନ ଯୋଗୁ ଅଞ୍ଚଳର ପାଖାପାଖି ୨୫ରୁ ୩୦ଟି ବାହାଘର ଅଟକି ଯାଇଛି । ତେବେ ପରିବାର ଲୋକଙ୍କ କହିବା କଥା ହେଲା ବିବାହ ଯେ କୌଣସି ସମୟରେ ହୋଇପାରିବ । ତେବେ ସରକାରୀ ନୀତି ନିୟମକୁ ମାନିବା ଓ ନିଜ ଜୀବନ ବଞ୍ଚାଇବା ଏହି ମୁହୂର୍ତ୍ତର ପ୍ରାଥମିକ କର୍ତ୍ତବ୍ୟ ବୋଲି ସ୍ଥାନୀୟ ଲୋକେ କହିଛନ୍ତି ।