କାଟିଦେଲେ ବିଜୁଳି; ବିଦ୍ୟୁତ କାର୍ଯ୍ୟାଳୟ ଫାଟକ ବନ୍ଦ କରିଦେଲେ ଗ୍ରାମବାସୀ
Advertisement

କାଟିଦେଲେ ବିଜୁଳି; ବିଦ୍ୟୁତ କାର୍ଯ୍ୟାଳୟ ଫାଟକ ବନ୍ଦ କରିଦେଲେ ଗ୍ରାମବାସୀ

ବିଜୁଳି କାଟକୁ ନେଇ ସୃଷ୍ଟି ହୋଇଛି ଉତ୍ତେଜନା। 

କାଟିଦେଲେ ବିଜୁଳି; ବିଦ୍ୟୁତ କାର୍ଯ୍ୟାଳୟ ଫାଟକ ବନ୍ଦ କରିଦେଲେ ଗ୍ରାମବାସୀ

ସମ୍ବଲପୁର: ଶାନ୍ତ ହେବାର ନାଁ ନେଉ ନାହିଁ ଶିକ୍ଷାନଗରୀ ବୁର୍ଲା ସହର। ଗତକାଲି ସ୍ଥାନୀୟ ଥାନା ଅଧିନସ୍ଥ ଗୌଡ଼ପାଲି ଗ୍ରାମରେ ଦେଖାଦେଇଛି ଉତ୍ତେଜନା। ଏହି ଗାଁରେ ଗତ ୨୪ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ଧରି ବିଜୁଳି କାଟ କରିବାକୁ ନେଇ କରାଯାଇଥିବା ବିରୋଧକୁ ନେଇ ସୃଷ୍ଟି ହୋଇଛି ଉତ୍ତେଜନା। କୌଣସି ସୂଚନା କିମ୍ବା ବିନା ନୋଟିସରେ ବିଦ୍ୟୁତ ବିଭାଗ କର୍ମଚାରୀ ଗ୍ରାମର ବିଜୁଳି କାଟ କରିଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ। 

ବିଜୁଳି କାଟ ହେବ ଫଳରେ ସ୍ଥାନୀୟ ଲୋକ ପିଇବା ପାଣି ପାଇଁ ଡହଳବିକଳ ହେଉଥିବା ବେଳେ ବର୍ତ୍ତମାନ ଛାତ୍ରଛାତ୍ରୀ ଅନଲାଇନରେ ପାଠ ମଧ୍ୟ ପଢିପାରୁ ନଥିବା ଅଭିଯୋଗ କରିଛନ୍ତି। ଯେ ପର୍ଯ୍ୟନ୍ତ ପ୍ରତ୍ୟେକ ଗ୍ରାମବାସୀ ୫୦୦୦ ଟଙ୍କା ଲେଖାଏଁ ପଇଠ  କରିନାହାଁନ୍ତି ସେ ପର୍ଯ୍ୟନ୍ତ ଗ୍ରାମକୁ ବିଜୁଳି ପ୍ରଦାନ କରାଯିବ ନାହିଁ ବୋଲି ବିଦ୍ୟୁତ କର୍ମଚାରୀ କହିଥିବା ଅଞ୍ଚଳବାସୀ ପ୍ରକାଶ କରିଛନ୍ତି। 

ଯାହାକୁ ନେଇ ସୃଷ୍ଟି ହୋଇଛି ଉତ୍ତେଜନ। ଗ୍ରାମବାସୀ ବିଦ୍ୟୁତ କାର୍ଯ୍ୟାଳୟର ମୁଖ୍ୟ ଫାଟକ ବନ୍ଦ କରିଦେବା ସହିତ ବିଭାଗୀୟ ଅଧିକାରୀଙ୍କ ନିକଟରେ ତୁରନ୍ତ ବିଦ୍ୟୁତ ପ୍ରଦାନ କରିବାକୁ ଦାବି କରିଛନ୍ତି। ଯେ ପର୍ଯ୍ୟନ୍ତ ବିଦ୍ୟୁତ ସଂଯୋଗ ନହେବ ସେ ପର୍ଯ୍ୟନ୍ତ ଗ୍ରାମବାସୀ ବିଭାଗୀୟ କାର୍ଯ୍ୟାଳୟ ଆହରୁ ହଟିବେ ନାହିଁ ବୋଲି କହିଛନ୍ତି।