ବମ୍ ବରାଡ଼ ବାଲୁଙ୍କେଶ୍ୱର ବାବାଙ୍କ ପତର ପେଣ୍ଡି ସମ୍ପନ୍ନ
Advertisement

ବମ୍ ବରାଡ଼ ବାଲୁଙ୍କେଶ୍ୱର ବାବାଙ୍କ ପତର ପେଣ୍ଡି ସମ୍ପନ୍ନ

ଶୀତଳଷଷ୍ଠୀ ଯାତ୍ରା ପାଇଁ ଦେବ ରୀତିନୀତି ଜାରି ରହିଛି।             

ବମ୍ ବରାଡ଼ ବାଲୁଙ୍କେଶ୍ୱର ବାବାଙ୍କ ପତର ପେଣ୍ଡି ସମ୍ପନ୍ନ

ସମ୍ବଲପୁର: ଆରମ୍ଭ ହୋଇଛି ଦେବ ବିବାହର ଆଦ୍ୟ ପର୍ବ ପତର ପେଣ୍ଡି। ସମ୍ବଲପୁର ସହରର ପ୍ରସିଦ୍ଧ ଶୀତଳ ଷଷ୍ଠୀ ପର୍ବ ପାଇଁ ନନ୍ଦପଡା ଯାତ୍ରା କମିଟି ପକ୍ଷର ବମ ବରାଡ଼ ବାଲୁଙ୍କେଶ୍ୱର ବାବାଙ୍କ ପତର ପେଣ୍ଡି ସମ୍ପନ୍ନ ହୋଇଛି। ଶୁକ୍ରବାର ସନ୍ଧ୍ୟା ପ୍ରାୟ ୬ଟା ସମୟରେ ବାଲୁଙ୍କେଶ୍ୱର ବାବାଙ୍କ ମନ୍ଦିରରୁ ବର ପିତା ସପ୍ତଋଷିଙ୍କ ସହ ବାହାରିଥିଲେ କନ୍ୟା ଅନ୍ୱେଷଣରେ। 

ଏହାପରେ ସପ୍ତଋଷିଙ୍କ ସହ ବରପିତା ପହଞ୍ଚିଥିଲେ କନ୍ୟା ପିତା ମାତା ହୋଇଥିବା ଗୋପାଳ ଚନ୍ଦ୍ର ସାହୁ ଏବଂ ମାତା ପ୍ରମିଳା ସାହଙ୍କ ଘରେ। କନ୍ୟା ଘରକୁ ପହଞ୍ଚିବା ପରେ ବରପକ୍ଷକୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା। ଏହାପରେ ବରପକ୍ଷ ଏଠାକୁ ଆସିଥିବା ଅଭିପ୍ରାୟ କନ୍ୟାପକ୍ଷଙ୍କୁ ଜଣାଇଥିଲେ। କନ୍ୟା ପକ୍ଷ ମଧ୍ୟ ବର ପକ୍ଷର ଅଭିପ୍ରାୟ ଜାଣିଲା ପରେ ତାଙ୍କ ସହ ଆଲୋଚନା କରିଥିଲେ। 

Also Read: ଏଥର ଶୀତଳଷଷ୍ଠୀ ପାଇଁ ନାହିଁ ସରକାରୀ ପାଣ୍ଠି, କ୍ଷୋଭ ପ୍ରକାଶ କଲା କ୍ରିୟାନୁଷ୍ଠାନ କମିଟି

ଏହି ଆଲୋଚନା ଭିତରେ ବରପକ୍ଷ ଦେବ ଦେବ ମହାଦେବଙ୍କ ଗୁଣ ଗାନ କରିଥିଲେ। ମହାଦେବଙ୍କ ଗୁଣଗାନ ଶୁଣି କନ୍ୟାପକ୍ଷ ବେଶ ଖୁସି ହୋଇ ବରପକ୍ଷର ବିବାହ ପ୍ରସ୍ତାବରେ ରାଜି ହୋଇଥିଲେ। ଏହାପରେ ବରପିତା କନ୍ୟାପିତାଙ୍କୁ ଗୋଟିଏ ବିଡା ସରଗି ପତ୍ର ,ବେଲପତ୍ର, ଫୁଲ ଦେଇ ବିବାହ ସ୍ଥିରୀକୃତ ହୋଇଥିଲା। ଆସନ୍ତା କାଲି ହେବ ବାବାଙ୍କ ଦେବ ନିମନ୍ତ୍ରଣ।