• କେନ୍ଦ୍ରାପଡ଼ା ବଳଦେବଜୀଉ ମନ୍ଦିରର ଚାରିପାଖରେ ଓ ରଥଦାଣ୍ଡରେ ୧୪୪ ଧାରା ଲାଗୁ
  • ସ୍ନାନ ପୂର୍ଣ୍ଣିମା ପାଇଁ ଶୁକ୍ରବାର ସକାଳ ୭ ଯାଏ କଟକଣା
  • ସ୍ନାନପୂର୍ଣ୍ଣିମା ଛେରାପହଁରା ନୀତି କରିବାକୁ ଆସିବେନି ଗଜପତି ଦିବ୍ୟସିଂହ ଦେବ
  • ପରମ୍ପରା ଅନୁଯାୟୀ ମୁଦିରସ୍ତ କରିବେ ଛେରାପହଁରା
  • ଚଳିତ ବର୍ଷ ପୁରୀ ବ୍ୟତୀତ ଅନ୍ୟ କେଉଁଠି ହେବନି ରଥଯାତ୍ରା: ହାଇକୋର୍ଟ
  • ହାଇକୋର୍ଟଙ୍କ ଅନିଚ୍ଛା ପ୍ରକାଶ ପରେ ସୁପ୍ରିମକୋର୍ଟ ଯିବ ରଥଯାତ୍ରା ମାମଲା
  • ‘ସବୁ ଜୀବନ ମୂଲ୍ୟବାନ’ : ମୁଖ୍ୟମନ୍ତ୍ରୀ
  • ଟିକା ନେଇଥିଲେ ଇଣ୍ଡିଗୋ ବିମାନ ଯାତ୍ରୀଙ୍କୁ ୧୦% ରିହାତି
  • ରାଜ୍ୟରେ ନକଲି ଔଷଧ ଘଟଣାରେ ୩ ଗିରଫ
  • ଆତଙ୍କବାଦୀ ହାଫିଜ ସୟିଦ ଘର ନିକଟରେ ବିସ୍ଫୋରଣ, ୨ ମୃତ

ସାକ୍ଷୀପଡା ଅଞ୍ଚଳରୁ ସେକ୍ସ ରାକେଟ ଠାବ

ଦୀର୍ଘ ସମୟ ଧରି ଏହି ଅଞ୍ଚଳରେ ଏଭଳି ଆପତ୍ତିଜନକ କାର୍ଯ୍ୟକଳାପ ଚାଲୁଥିବାର ଜଣାପଡିଛି।

ସାକ୍ଷୀପଡା ଅଞ୍ଚଳରୁ ସେକ୍ସ ରାକେଟ ଠାବ

ସମ୍ବଲପୁର: ସହରର ଧନୁପାଲି ଥାନା ଅଧିନସ୍ଥ ସାକ୍ଷୀପଡା ନ୍ୟୁ ବ୍ୟାଙ୍କ କଲୋନୀ ଅଞ୍ଚଳରୁ ଏକ ସେକ୍ସ ରାକେଟକୁ ଠାବ କରିଛି ସମ୍ବଲପୁର ପୋଲିସ। ସୋମବାର ଦ୍ବିପ୍ରହର ସମୟରେ ଏହି ଅଞ୍ଚଳରେ ଥିବା ଏକ ଘରୁ ରାଣୀ ମହୁମାଛି ସହ ୨ ଯୁବତୀ ଏବଂ ୩ ଜଣ ଗ୍ରାହକଙ୍କୁ ଅସଂଯତ ଅବସ୍ଥାରେ ଗିରଫ କରାଯାଇଛି। ଏକ ବିଶ୍ବସ୍ତ ସୁତ୍ରରୁ ଖବର ପାଇ ଏହି ଘର ଉପରେ ଚଢ଼ାଉ କରିଥିଲା ପୋଲିସ। 

ଘର ଭିତରୁ ସେମାନଙ୍କୁ ଅସଂଯତ ଅବସ୍ଥାରେ ଗିରଫ କରିଥିଲା ପୋଲିସ। ସେଠାରୁ ବହୁ ଆପତ୍ତିଜନକ ସାମଗ୍ରୀ ମଧ୍ୟ ଜବତ କରାଯାଇଛି। ଦୀର୍ଘ ସମୟ ଧରି ଏହି ଅଞ୍ଚଳରେ ଏଭଳି ଆପତ୍ତିଜନକ କାର୍ଯ୍ୟକଳାପ ଚାଲୁଥିବାର ଜଣାପଡିଛି। କିଛିଦିନ ଆଗରୁ ପୁଟିବନ୍ଧ ଏବଂ ମୋତିଝରଣସ୍ଥିତ ସୋନାପାଲି ଅଞ୍ଚଳରେ ଅନ୍ୟ ଏକ ସେକ୍ସ ରାକେଟକୁ ଠାବ କରିଥିଲା ଧନୁପାଲି ପୋଲିସ। ସମ୍ବଲପୁର ସହରରେ ଏଭଳି ଘଟଣା ବାରମ୍ବାର ଘଟୁଥିବାରୁ ସାଧାରଣରେ ଚିନ୍ତା ବଢିଯାଇଛି।