ସମ୍ବଲପୁରରେ ସୁବାସଙ୍କୁ ଶ୍ରଦ୍ଧାଞ୍ଜଳି
Advertisement
Article Detail0/zeeodisha/odisha679568

ସମ୍ବଲପୁରରେ ସୁବାସଙ୍କୁ ଶ୍ରଦ୍ଧାଞ୍ଜଳି

ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ସୁବାସ ଚୌହାନଙ୍କ ଶନିବାର ବିଳମ୍ବିତ ରାତିରେ ପରଲୋକ ହୋଇଛି । ଏହି ଖବର ମିଳିବା ପରେ ଅବିଭକ୍ତ ସମ୍ବଲପୁର ଜିଲ୍ଲା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଗତକାଲି ତାଙ୍କ ମର ଶରୀର ବରଗଡକୁ ନିଆଯାଉଥିବା ସମୟରେ ଦଳମତ ନିର୍ବିଶେଷରେ ସମ୍ବଲପୁରରେ ଶ୍ରଦ୍ଧାଞ୍ଜଳି ଦିଆଯାଇଛି।  ତାଙ୍କ ମରଶରୀରକୁ ଜନ୍ମମାଟି ବର

ସମ୍ବଲପୁରରେ ସୁବାସଙ୍କୁ ଶ୍ରଦ୍ଧାଞ୍ଜଳି

ସମ୍ବଲପୁର: ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ସୁବାସ ଚୌହାନଙ୍କ ଶନିବାର ବିଳମ୍ବିତ ରାତିରେ ପରଲୋକ ହୋଇଛି । ଏହି ଖବର ମିଳିବା ପରେ ଅବିଭକ୍ତ ସମ୍ବଲପୁର ଜିଲ୍ଲା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଗତକାଲି ତାଙ୍କ ମର ଶରୀର ବରଗଡକୁ ନିଆଯାଉଥିବା ସମୟରେ ଦଳମତ ନିର୍ବିଶେଷରେ ସମ୍ବଲପୁରରେ ଶ୍ରଦ୍ଧାଞ୍ଜଳି ଦିଆଯାଇଛି। 

ତାଙ୍କ ମରଶରୀରକୁ ଜନ୍ମମାଟି ବରଗଡ ଜିଲ୍ଲା ନିଆଯାଉଥିବା ସମୟରେ ସମ୍ବଲପୁର ଜେଲ ଛକଠାରେ ଉଭୟ ବିଜେଡି ଓ ବିଜେପିର ନେତା ଓ କାର୍ଯ୍ୟକର୍ତାଙ୍କ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ସମ୍ବଲପୁରର ପୂର୍ବତନ ବିଧାୟିକା ଡାକ୍ତର ରାସେଶ୍ୱରୀ ପାଣିଗ୍ରାହୀ, ବରଗଡ ସାଂସଦ ସୁରେଶ ପୂଜାରୀ, ରେଙ୍ଗାଲି ବିଧାୟକ ନାଉରୀ ନାଏକ, ସମ୍ବଲପୁର ଜିଲ୍ଲା ବିଜେପି ସଭାପତି ଗିରିଶ ପଟେଲ, ସମ୍ବଲପୁର ଜିଲ୍ଲା ବିଜେଡି ସଭାପତି ସିଦ୍ଧାର୍ଥ ଦାସ, ବରିଷ୍ଠ ବିଜେପି ନେତା ଗୋବିନ୍ଦ ଅଗ୍ରୱାଲ, ବିଜୁ ଯୁବ ଜନତା ଦଳର କାର୍ଯ୍ୟକାରୀ ସଭାପତି ସଞ୍ଜିତ ମହାନ୍ତି ପ୍ରମୁଖ ଆଜି ଜେଲ ଛକ ଠାରେ ସ୍ବର୍ଗୀୟ ସୁବାସ ଚୌହାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି।

ଗତ ଗୁରୁବାର ତାଙ୍କର ସ୍ବାସ୍ଥ୍ୟାବସ୍ଥା ବିଗିଡିବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା । ୫୪ ବର୍ଷ ବୟସରେ ଶନିବାର ବିଳମ୍ବିତ ରାତି ୩.୦୫ରେ ତାଙ୍କର ଦେହାନ୍ତ ହୋଇଛି. ସ୍ୱର୍ଗୀୟ ସୁବାସ ଚୌହାନ ଲିଭର କ୍ୟାନସରରେ ପୀଡିତ ଥିବାରୁ ତାଙ୍କର ଚିକିତ୍ସା ଚାଲିଥିଲା। ୧୯୬୬ ମସିହାରେ ବରଗଡ ଜିଲ୍ଲାରେ ଜନ୍ମ ଗ୍ରହଣ କରିଥିବା ସ୍ବର୍ଗତ ଚୌହାନ ପାଠପଢା ସମୟରୁ ଆରଏସଏସ ଓ ବଜରଙ୍ଗ ଦଳରେ ଜଡିତ ଥିଲେ । ସେ ବଜରଙ୍ଗ ଦଳର ରାଷ୍ଟ୍ରୀୟ ସଂଯୋଜକ ପଦରେ ମଧ୍ୟ ବହୁ ବର୍ଷ ଧରି କାଯ୍ୟ କରିଥିଲେ ।

ଏଥିସହ ସେ ଆରଏସଏସ ପ୍ରଚାରକ ଭାବରେ କାଯ୍ୟ କରିବା ସହ ପରେ ବିଜେପିରେ ଯୋଗ ଦେଇଥିଲେ। ତେବେ ଗତ ସାଧାରଣ ନିର୍ବାଚନରେ ସେ ବିଜେପି ଛାଡି ବିଜେଡି ଆସିବା ପରେ ତାଙ୍କୁ ୨୦୧୯ ସେପ୍ଟେମ୍ବରରେ ରାଜ୍ୟ ସରକାର ଡବ୍ଲ୍ୟୁଓଡିସିର ଅଧ୍ୟକ୍ଷ ଭାବେ ନିଯୁକ୍ତ କରିଥିଲେ ।