ରତ୍ନଭଣ୍ଡାର ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ
Advertisement
Article Detail0/zeeodisha/odisha2308821

ରତ୍ନଭଣ୍ଡାର ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ଭିତର ରତ୍ନଭଣ୍ଡାର ସ୍ଥିତି ଉଦବେଗଜନକ ଅଛି। ଆଗକୁ ବର୍ଷା ଋତୁ ଆସୁଥିବାରୁ ତୁରନ୍ତ ମରାମତିର ଆବଶ୍ୟକତା ରହିଛି। ରତ୍ନଭଣ୍ଡାର କାନ୍ଥ, ଛାତ, ପୁରା ବେସମେଣ୍ଟରେ ଫାଟ ଦେଖିବାକୁ ମିଳିଛି।

ରତ୍ନଭଣ୍ଡାର ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ଭୁବନେଶ୍ଵର: ରତ୍ନଭଣ୍ଡାର ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଆଜି ଚିଠି ଲେଖିଛନ୍ତି ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ରତ୍ନଭଣ୍ଡାରର ତୁରନ୍ତ ମରାମତି ଏବଂ ରକ୍ଷଣାବେକ୍ଷଣ ପାଇଁ ପତ୍ନତତ୍ତ୍ୱ ବିଭାଗକୁ ନିର୍ଦ୍ଦେଶ ଦେବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଅନୁରୋଧ କରିଛନ୍ତି। 

ଶ୍ରୀ ପଟ୍ଟନାୟକ ଉଲ୍ଲେଖ କରିଛନ୍ତି ଯେ, ଭିତର ରତ୍ନଭଣ୍ଡାର ସ୍ଥିତି ଉଦବେଗଜନକ ଅଛି। ଆଗକୁ ବର୍ଷା ଋତୁ ଆସୁଥିବାରୁ ତୁରନ୍ତ ମରାମତିର ଆବଶ୍ୟକତା ରହିଛି। ରତ୍ନଭଣ୍ଡାର କାନ୍ଥ, ଛାତ, ପୁରା ବେସମେଣ୍ଟରେ ଫାଟ ଦେଖିବାକୁ ମିଳିଛି। ୬ ବର୍ଷ ତଳେ ଏହି ଫାଟ ଦେଖାଯାଉ ଥିବା ଏବେ ସ୍ଥିତି ଆହୁରି ଜଟିଳ ହେବାର ସମ୍ଭାବନା ରହିଛି। କିନ୍ତୁ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏହି ଗୁରୁତ୍ୱପୂର୍ଣ ପ୍ରସଙ୍ଗରେ ଆଲୋଚନା ନହେବା ଦୁଃଖର ବିଷୟ। ତେଣୁ ଘଟଣାକୁ ଗୁରୁତ୍ୱର ସହ ନେଇ ଯଥାଶୀଘ୍ର ମରାମତି କାର୍ଯ୍ୟ କରିବାକୁ ଏଏସଆଇକୁ ନିର୍ଦ୍ଦେଶ ଦେବାକୁ ମୁଖ୍ୟମନ୍ତ୍ରୀଙ୍କୁ କହିଛନ୍ତି ସୁଦର୍ଶନ ପଟ୍ଟନାୟକ ଚିଠିରେ ଉଲ୍ଲେଖ କରିଛନ୍ତି। 

ଅନ୍ୟପଟେ ରତ୍ନଭଣ୍ଡାର ଖୋଲିବା ନେଇ ଆଇନମନ୍ତ୍ରୀ ପୃଥୀରାଜ ହରିଚନ୍ଦନ ୪ଦିନ ପୂର୍ବେ ବଡ଼ ସୂଚନା ଦେଇଥିଲେ । ଆଇନମନ୍ତ୍ରୀ କହିଛନ୍ତି ଯେ, ଖୁବଶୀଘ୍ର ରତ୍ନ ଭଣ୍ଡାର ଖୋଲାଯିବ। ଏହା ପୂର୍ବରୁ ମଧ୍ୟ ବିଜେପି ସରକାର ରତ୍ନ ଭଣ୍ଡାର ଖୋଲିବା ନେଇ ଏକ ତାରିଖ ଧାର୍ଯ୍ୟ କରିଥିଲେ। ହେଲେ କୌଣସି କାରଣରୁ ବାତିଲ କରାଯାଇଥିଲା। ଶ୍ରୀଜୀଉଙ୍କ ଗଜବେଶ ଦର୍ଶନ ପରେ ଆଇନମନ୍ତ୍ରୀ କହିଛନ୍ତି କି ଖୁବଶୀଘ୍ର ରତ୍ନଭଣ୍ଡାର ଖୋଲାହେବ। ଏହା ପୂର୍ବରୁ ଏଏସଆଇ ଅଧ୍ୟକ୍ଷ ମଧ୍ୟ କହିଥିଲେ କି ଜୁଲାଇ ୮ ତାରିଖରେ ରତ୍ନଭଣ୍ଡାର ଖୋଲାହେବ। ପୂର୍ବଥର ରତ୍ନଭଣ୍ଡାର ଗଣତି ୭୦ ଦିନ ଲାଗିଥିଲା। ଏଥର ମଧ୍ୟ ଲମ୍ବା ସମୟ ଲାଗିବ ବୋଲି କହିଛନ୍ତି ଆଇନମନ୍ତ୍ରୀ। ଏନେଇ ପ୍ରାରମ୍ଭିକ ଆଲୋଚନା ସରିଛି କେବେ ଖୋଲିବ ସେ ନେଇ ତାରିଖ ଜଣେଇ ଦିଆଯିବ ବୋଲି ଆଇନମନ୍ତ୍ରୀ କହିଛନ୍ତି। ଏହାସହ ରତ୍ନଭଣ୍ଡାର ସଂପର୍କରେ ସରକାର ଖୁବଶୀଘ୍ର ନିଷ୍ପତ୍ତି ନେବେ ବୋଲି ସେ କହିଛନ୍ତି।