Subarnapur News: କ୍ଷେତକୁ ଆସୁନି ପାଣି, ଚାଷୀଙ୍କ ଠାରୁ ଜଳକର ଆଦାୟ କରୁଛି ପ୍ରଶାସନ
Advertisement
Article Detail0/zeeodisha/odisha1445466

Subarnapur News: କ୍ଷେତକୁ ଆସୁନି ପାଣି, ଚାଷୀଙ୍କ ଠାରୁ ଜଳକର ଆଦାୟ କରୁଛି ପ୍ରଶାସନ

Subarnapur News: ବିନା ଜଳରେ ଜଳକର । ଚାଷ ଜମିକୁ ପା‌ଣି ଆସୁନଥିବା ବେଳେ ଜଳକର ଆଦାୟ କରୁଛି ପ୍ରଶାସନ । ପାଣି ନ ପାଇଁ ଚାଷୀ କ୍ଷତି ହେଉଥିବା ବେଳେ ଜଳକର ଆଦାୟକୁ ବିରୋଧ କରିଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ କୋଟସମଲାଇ ଗାଁର ଚାଷୀ । ମେଣ୍ଡିଲିମୁଣ୍ଡା କ୍ଷୁଦ୍ର ଜଳସେଚନ ପ୍ରକଳ୍ପରୁ ଚାଷ ଜମିକୁ କେନାଲରେ ପାଣି ମାଡୁନାହିଁ ହେଲେ ଜଳକର ପ୍ରତିବର୍ଷ ଆଦୟ କରାଯାଉଛି ।

Subarnapur News: କ୍ଷେତକୁ ଆସୁନି ପାଣି, ଚାଷୀଙ୍କ ଠାରୁ ଜଳକର ଆଦାୟ କରୁଛି ପ୍ରଶାସନ

Subarnapur News: ବିନା ଜଳରେ ଜଳକର । ଚାଷ ଜମିକୁ ପା‌ଣି ଆସୁନଥିବା ବେଳେ ଜଳକର ଆଦାୟ କରୁଛି ପ୍ରଶାସନ । ପାଣି ନ ପାଇଁ ଚାଷୀ କ୍ଷତି ହେଉଥିବା ବେଳେ ଜଳକର ଆଦାୟକୁ ବିରୋଧ କରିଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ କୋଟସମଲାଇ ଗାଁର ଚାଷୀ । ମେଣ୍ଡିଲିମୁଣ୍ଡା କ୍ଷୁଦ୍ର ଜଳସେଚନ ପ୍ରକଳ୍ପରୁ ଚାଷ ଜମିକୁ କେନାଲରେ ପାଣି ମାଡୁନାହିଁ ହେଲେ ଜଳକର ପ୍ରତିବର୍ଷ ଆଦୟ କରାଯାଉଛି । ଜମିକୁ ପାଣି ପାଇଁ ଚାଷୀମାନେ ସ୍ଥାନୀୟ ସରପଂଚଙ୍କ ଠୁ ଆରମ୍ଭ କରି ତହସିଲଦାରଙ୍କ ପର୍ଯ୍ୟନ୍ତ ହାରୀ ଗୁହାରୀ କରି ନିରାଶ ହୋଇଛନ୍ତି ।

ସଙ୍କଟରେ ଚାଷୀ । ଜଳସେଚନ ବିଭାଗର ଅଣଦେଖା ତଥା ବେପାରୁଆ ମନୋବୃତ୍ତି ଯୋଗୁଁ ଶୁଖିଲା ପଡିଛି କେନାଲ । ପ୍ରକଳ୍ପରେ ପାଣି ଭର୍ତ୍ତି ଥିବା ବେଳେ କେନାଲରେ ପାଣି ନାହିଁ ଅଥଚ ଜଳକର ଖଜଣା ଗଣି ଚାଲିଛନ୍ତି ଚାଷୀ । ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ କୋଟସମଲାଇ ଗାଁର ଚାଷୀମାନେ ଏହି ଅଭିଯୋଗ କରିଛନ୍ତି । ଉଭୟ ଖରିଫ ଓ ରବି ଋତୁରେ ମେଣ୍ଡିଲିମୁଣ୍ଡା କ୍ଷୁଦ୍ର ଜଳସେଚନ ପ୍ରକଳ୍ପରୁ କୋଟସମଲାଇ ଗାଁର ଚାଷୀମାନଙ୍କ ଚାଷଜମିରେ ପାଣି ମଡୁଥିଲା । ହେଲେ ଗାଁରେ ନୂତନ ରାସ୍ତା ନିର୍ମାଣ ତଥା ବେଆଇନ ମାଛ ଚାଷ ଯୋଗୁଁ କେନାଲରେ ପାଣି ଆସୁନାହିଁ । ଫଳରେ ଚାଷୀଙ୍କ ଜମିକୁ ପାଣି ମାଡିପାରୁନାହିଁ ।ଯାହା ଫଳରେ ବିଭିନ୍ନ ସମୟରେ ମରୁଡି ର ସମ୍ମୁଖୀନ ହେଉଛନ୍ତି ଚାଷୀ । ମାତ୍ର ଚାଷୀମାନଙ୍କ ଠାରୁ ପ୍ରତିବର୍ଷ ଜଳକର ଆଦାୟ କରାଯାଉଛି। ଚାଷୀମାନେ କେନାଲ ଖୋଳିଵା ତଥା ବେଆଇନ ମାଛ ଚାଷକୁ ବନ୍ଦ କରିବା ପାଇଁ ଗାଁଲୋକ ତହସିଲଦାରଙ୍କୁ ଭେଟି ଅଭିଯୋଗ କରିଥିଲେ ହେଁ କିଛି ସୁଫଳ ମିଳିଲା ନାହିଁ । ବେଆଇନ ଜଳକର ଆଦାୟକୁ ବିରୋଧ କରିଛନ୍ତି ଚାଷୀ । ପାଣି ନାହିଁ ତ ଜଳକର ନାହିଁ ବୋଲି ରୋକଠକ୍ କହିଛନ୍ତି ଚାଷୀ।

ପୂର୍ବରୁ ଗାଁରେ ଥିବା ମେଣ୍ଡିଲିମୁଣ୍ଡା କ୍ଷୁଦ୍ର ଜଳସେଚନ ପ୍ରକଳ୍ପରୁ ୧୦୦ ହେକ୍ଟର ଜମିକୁ ପାଣି ମାଡୁଥିଲା । ହେଲେ ରାସ୍ତା କାମ ତଥା ମାଛ ଚାଷ ପାଇଁ ଅନେକ କେନାଲ ଅଚଳ ହୋଇ ପଡିଛି । ଫଳରେ ଜମିକୁ ପାଣି ମାଡି ପାରୁନାହିଁ । ତଥାପି ୫ ବର୍ଷ ହେବ ଜଳକର ଦେଇଆସୁଛନ୍ତି କୋଟସମଲାଇ ଗାଁର ଚାଷୀ । ବିଗତ କ‌ୋରୋନା ସମୟରେ ମଧ୍ୟ ଜଳକର ଦେଇଛନ୍ତି ।ଏବେ ପୁଣି ସ୍ଥାନୀୟ ପ୍ରଶାସନ ଜଳକର ଦେବାକୁ ଜୁଲମ କରୁଥିବା ଅଭିଯୋଗ ହୋଇଛି। ଜଳକର ପରିଶୋଧ ନ ହେଲେ ବିଭିନ୍ନ ପ୍ରମାଣପତ୍ର ମିଳୁ ନ ଥିବା ସେମାନେ ଅଭିଯୋଗ କରିଛନ୍ତି । ଜଳକର ପ୍ରତ୍ୟାହାର କରାଯିବା ସହ ଗ୍ରାମର କେନାଲ ପୁନରୁଦ୍ଧାର କରି ମାଛଚାଷକୁ ବନ୍ଦ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି । ଏହି ଦାବି ପୂରଣ ନ ହେଲେ ଆଗକୁ ଅନ୍ଦୋଳନ କରାଯିବ ବୋଲି ଚଷୀମାନେ କହିଛନ୍ତି ।ଅନ୍ୟପଟେ ଚାଷୀମାନଙ୍କ ଜମିକୁ ପାଣି ସୁବିଧା ସହିତ ଜଳକର ବିଷୟରେ ତଦନ୍ତ କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ । ସରକାରୀ ବାବୁମାନଙ୍କ ଦୁରଦୃଷ୍ଟିର ଅଭାବ ତଥା ବେପାରୁଆ ମନୋବୃତ୍ତି ଯୋଗୁଁ ଚାଷୀ ପାଣି ନ ପାଇ ଜଳକର ବାନ୍ଧୁଛନ୍ତି । ତେବେ ଏହାର ଏକ ଉଚ୍ଚ ସ୍ତରୀୟ ତଦନ୍ତ କରାଯାଇ ଚାଷୀମାନଙ୍କୁ ପାଣି ଯୋଗାଇବାର ବ୍ୟବସ୍ଥା କରିବା ଜରୁରୀ ହୋଇପଡିଛି ।