Kedarnath Temple: ଆଜିଠୁ ବାବା କେଦାରନାଥଙ୍କ କବାଟ ବନ୍ଦ, ମନ୍ଦିର ଗର୍ଭଗୃହରେ ଲାଗିଲା ୫୫୦ ସୁନା ପରତ
Advertisement

Kedarnath Temple: ଆଜିଠୁ ବାବା କେଦାରନାଥଙ୍କ କବାଟ ବନ୍ଦ, ମନ୍ଦିର ଗର୍ଭଗୃହରେ ଲାଗିଲା ୫୫୦ ସୁନା ପରତ

Kedarnath Temple: ଦେବଭୂମି ଉତ୍ତରାଖଣ୍ଡରେ ଅବସ୍ଥିତ ବିଶ୍ୱ ପ୍ରସିଦ୍ଧ ବାବା କେଦାରନାଥ ମନ୍ଦିରର ଗର୍ଭ ଗୃହକୁ ସୁନାରେ ସଜାଇବା କାର୍ଯ୍ୟ ଶେଷ ହୋଇଛି। ମୁମ୍ବାଇର ବ୍ୟବସାୟୀ ତଥା ଲାଖି ପରିବାର ପକ୍ଷରୁ କେଦାରନାଥ ମନ୍ଦିରର ଗର୍ଭଗୃହରେ ସୁନା ଛାଉଣୀ କରାଯାଇଛି। ଏହା ପୂର୍ବରୁ ୨୦୧୭ରେ କେଦାରନାଥ ମନ୍ଦିରର ଗର୍ଭଗୃହକୁ ରୁପାରେ ସଜା ଯାଇଥିଲା।

 Kedarnath Temple: ଆଜିଠୁ ବାବା କେଦାରନାଥଙ୍କ କବାଟ ବନ୍ଦ, ମନ୍ଦିର ଗର୍ଭଗୃହରେ ଲାଗିଲା ୫୫୦ ସୁନା ପରତ

Kedarnath Temple, ନୂଆଦିଲ୍ଲୀ: ଶୀତଦିନ ପାଇଁ ଅକ୍ଟୋବର ୨୭ ସକାଳ ସାଢେ ଆଠଟାରୁ ବାବା କେଦାରନାଥ ଧାମର କବାଟ ବନ୍ଦ ହୋଇଯାଇଛି। ଏହା ପରେ ଭଗବାନ କେଦାରନାଥଙ୍କର ପଞ୍ଚମୂଖୀ ଦୋଳି ତାଙ୍କ ଶୀତକାଳୀନ ଆସନ ଶ୍ରୀ ଓମକେଶ୍ୱର ମନ୍ଦିରକୁ ଅଣା ଯାଇଛି। ଏହାପୂର୍ବରୁ ବୁଧବାର ବୈଦିକ ଜପ ଓ ରୀତିନୀତି ଅନୁଯାୟୀ ପୂଜାପାଠ ପରେ ରାତି ୧୨ଟା ୧ରେ ଶ୍ରୀ ଗଙ୍ଗୋତ୍ରୀ ଧାମର ଦ୍ୱାର ଶୀତଦିନ ପାଇଁ ବନ୍ଦ କରାଯାଇଥିଲା। ଅନ୍ୟପଟେ କେଦାରନାଥ ମନ୍ଦିରର ଦ୍ୱାର ବନ୍ଦ ହେବାର ଦିନକ ପୂର୍ବରୁ ଅର୍ଥାତ ବୁଧବାର ଗର୍ଭଗୃହର ସୁନା ଛାଉଣି କାର୍ଯ୍ୟମଧ୍ୟ ସମାପ୍ତ ହୋଇଛି।

ଦେବଭୂମି ଉତ୍ତରାଖଣ୍ଡରେ ଅବସ୍ଥିତ ବିଶ୍ୱ ପ୍ରସିଦ୍ଧ ବାବା କେଦାରନାଥ ମନ୍ଦିରର ଗର୍ଭ ଗୃହକୁ ସୁନାରେ ସଜାଇବା କାର୍ଯ୍ୟ ଶେଷ ହୋଇଛି। ମନ୍ଦିରର ଗର୍ଭଗୃହର କାନ୍ଥ ଏବଂ ଛାତଗୁଡିକ ୫୫୦ଟି ସୁନା ପରତରେ ସଜାଯାଇଛି। ଶ୍ରୀ ବଦ୍ରିନାଥ-କେଦାରନାଥ ମନ୍ଦିର କମିଟିର ସଭାପତି କହିଛନ୍ତି ଯେ, ଗତ ତିନି ଦିନ ଧରି କେଦାରନାଥ ମନ୍ଦିରର ଗର୍ଭଗୃହର ସୁବର୍ଣ୍ଣ ସାଜସଜ୍ଜା କାର୍ଯ୍ୟ ଚାଲିଥିଲା। ଏହାର କାନ୍ଥ ଏବଂ ଛାତକୁ ତିନି ଦିନ ମଧ୍ୟରେ ୧୯ ଜଣ କାରିଗରଙ୍କ ଦ୍ୱାରା ୫୫୦ଟି ପରତର ସୁନାରେ ସଜାଯାଇଛି। ଏହା ପୂର୍ବରୁ ଆଇଆଇଟି ରାଉରକେଲା, ସେଣ୍ଟ୍ରାଲ ବିଲଡିଂ ରିସର୍ଚ୍ଚ ରୁର୍କି ଏବଂ ଏଏସଆଇର ଛଅ ଜଣିଆ ଟିମ୍, ମନ୍ଦିର ଯାଞ୍ଚ କରିଥିଲେ।

Also Read: କପାଳରେ କାହିଁକି ଲଗାଯାଏ ତ୍ରିପୁଣ୍ଡ ? ଧାର୍ମିକ ଏବଂ ବୈଜ୍ଞାନିକ ବିଶେଷତ୍ବ ବିଷୟରେ ଜାଣନ୍ତୁ

ବିଶେଷଜ୍ଞଙ୍କ ରିପୋର୍ଟ, ପରେ କେଦାରନାଥ ମନ୍ଦିରର ଗର୍ଭଗୃହରେ ସୁନା ଲଗାଇବା କାମ ଆରମ୍ଭ ହୋଇଥିଲା। ଏଥିପାଇଁ ପ୍ରଥମେ କାନ୍ଥରୁ ରୂପା ବାହାର କରାଯାଇ ସେଥିରେ ତମ୍ବା ଲଗାଇ ମାପ ନିଆଗଲା। ପରେ ସେହି ତମ୍ବାକୁ ମହାରାଷ୍ଟ୍ରକୁ ନିଆଯାଇ ତାହାରି ମାପକୁ ଆଧାର କରି ସୁନା ସ୍ତର ପ୍ରସ୍ତୁତ କରାଯାଇଥିଲା। ତିନି ଦିନ ପୂର୍ବରୁ ୫୫୦ ପରତ ସୁନାକୁ ୧୮ଟି ଗଧ ବା ଖଚର ପିଠିରେ ଲଦି କେଦାରନାଥ ମନ୍ଦିରକୁ ଅଣା ଯାଇଥିଲା। ଦୁଇଜଣ ASI ଅଧିକାରୀଙ୍କ ତତ୍ତ୍ୱାବଧାନରେ ୧୯ ଜଣ କାରିଗର ସୁନା ପରତ ଲଗାଇଥିଲେ। ଏହି ସୁନା ପରତଗୁଡିକ ମନ୍ଦିରର ଗରଭଗୃହ, ଚାରି ସ୍ତମ୍ଭ ଏବଂ ଶିବଲିଙ୍ଗ ଚାରିପାଖରେ ଲଗାଯାଇଛି।

 

ମୁମ୍ବାଇର ବ୍ୟବସାୟୀ ତଥା ଲାଖି ପରିବାର ପକ୍ଷରୁ କେଦାରନାଥ ମନ୍ଦିରର ଗର୍ଭଗୃହରେ ସୁନା ଛାଉଣୀ କରାଯାଇଛି। ଏହି ପରିବାର ସମସ୍ତ ସୁନା ଓ କାରିଗରି ଖର୍ଚ୍ଚ ବହନ କରିଛନ୍ତି। ଗର୍ଭଗୃହ ସଜେଇବା ପାଇଁ ପ୍ରାୟ ୨୩୦ କିଲୋଗ୍ରାମ ସୁନା ଲାଗିଥିବା କୁହାଯାଉଛି। ତେବେ ଏଥିରେ ମୋଟ କେତ ଟଙ୍କା ଖର୍ଚ୍ଚ ହୋଇଛି ତାହା ଗୁପ୍ତ ରହିଛି। ଏହା ପୂର୍ବରୁ ୨୦୧୭ରେ କେଦାରନାଥ ମନ୍ଦିରର ଗର୍ଭଗୃହକୁ ରୁପାରେ ସଜା ଯାଇଥିଲା। ୨୦୧୩ ମହାପ୍ରଳୟରେ ମନ୍ଦିରର ବହୁ କ୍ଷତି ହୋଇଥିଲା। ଆଉ ଏହାର ପୁନଃଉଦ୍ଧାର ପାଇଁ ମୋଦି ସରକାର ୨୦୦ କୋଟି ଟଙ୍କାର ଅନୁଦାନ ଦେଇଥିଲେ।