Ajay Jadeja On Team India: ଜାଡେଜା ରୋହିତଙ୍କ ଅଧିନାୟକତ୍ୱ ଉପରେ ଉଠାଇଲେ ପ୍ରଶ୍ନ, କହିଦେଲେ ଏପରି କିଛି ବାଧିବ ବହୁତ ଅଧିକ
Advertisement

Ajay Jadeja On Team India: ଜାଡେଜା ରୋହିତଙ୍କ ଅଧିନାୟକତ୍ୱ ଉପରେ ଉଠାଇଲେ ପ୍ରଶ୍ନ, କହିଦେଲେ ଏପରି କିଛି ବାଧିବ ବହୁତ ଅଧିକ

Ajay Jadeja On Team India:  ସେମିଫାଇନାଲରେ ଟିମ୍ ଇଣ୍ଡିଆର ପରାଜୟ ପରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ଓ ବାକି ଖେଳାଳିମାନଙ୍କୁ ବହୁ ସମାଲୋଚନାର ଶିକାର ହେବାକୁ ପଡ଼ୁଛି । ଭାରତୀୟ ଦଳରୁ ଅର୍ଶଦୀପଙ୍କ ବ୍ୟତୀତ ସମସ୍ତ ବୋଲରଙ୍କୁ ବାହାର କରିବା ଦାବି କରାଯାଉଛି । ଏହା ବ୍ୟତୀତ ରୋହିତ ଶର୍ମା ଓ କେଏଲ ରାହୁଲଙ୍କ ଓପନିଂ ଯୋଡି ଉପରେ ମଧ୍ୟ ପ୍ରଶ୍ନ ଉଠିଛି । 

Ajay Jadeja On Team India: ଜାଡେଜା ରୋହିତଙ୍କ ଅଧିନାୟକତ୍ୱ ଉପରେ ଉଠାଇଲେ ପ୍ରଶ୍ନ, କହିଦେଲେ ଏପରି କିଛି ବାଧିବ ବହୁତ ଅଧିକ

Ajay Jadeja On Team India: ଚଳିତ ଆଇସିସି ଟି-20 ବିଶ୍ୱକପ ୨୦୨୨ (ICC T20 World Cup 2022) ର ଦ୍ୱିତୀୟ ସେମିଫାଇନାଲରେ ଭାରତୀୟ ଦଳ (Indian Team) କୁ ଅତି ଶୋଚନୀୟ ଭାବେ ପରାସ୍ତ ହେବାକୁ ପଡ଼ିଥିଲା । ଇଂଲଣ୍ଡ ବିପକ୍ଷ ସେମିଫାଇନାଲରେ (India vs England Semi Final) ଟିମ୍ ଇଣ୍ଡିଆ (Team India) ର ପରାଜୟ ପରେ ଭାରତୀୟ ଅଧିନାୟକ (Indian Captain) ରୋହିତ ଶର୍ମା (Rohit Sharma) ଓ ବାକି ଖେଳାଳିମାନଙ୍କୁ ବହୁ ସମାଲୋଚନାର ଶିକାର ହେବାକୁ ପଡ଼ୁଛି । ଭାରତୀୟ ଦଳରୁ ଅର୍ଶଦୀପଙ୍କ ବ୍ୟତୀତ ସମସ୍ତ ବୋଲରଙ୍କୁ ବାହାର କରିବା ଦାବି କରାଯାଉଛି । ଏହା ବ୍ୟତୀତ ରୋହିତ ଶର୍ମା ଓ କେଏଲ ରାହୁଲ (KL Rahul) ଙ୍କ ଓପନିଂ ଯୋଡି ଉପରେ ମଧ୍ୟ ପ୍ରଶ୍ନ ଉଠିଛି । ଏହି ସମୟରେ ପୂର୍ବତନ କ୍ରିକେଟର ଅଜୟ ଜାଡେଜା (Ajay Jadeja) ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଓ ଟିମ୍ ଇଣ୍ଡିଆର ମ୍ୟାନେଜମେଣ୍ଟ (Indian Team Management) ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି । 

ଅଜୟ ଜାଡେଜା (Ajay Jadeja) କହିଛନ୍ତି ଯେ, ଚଳିତ ବର୍ଷ ୭ ଜଣ ଖେଳାଳି ଭାରତୀୟ ଦଳର ଅଧିନାୟକତ୍ୱ କରିସାରିଛନ୍ତି । ଏହି କାରଣରୁ ରୋହିତ ଶର୍ମା କଠିନ ସମୟରେ ତାଙ୍କ ଖେଳାଳିଙ୍କୁ ସର୍ବୋତ୍ତମ ପ୍ରଦର୍ଶନ କରାଇପାରି ନଥିଲେ । ଏପରିକି ବ୍ୟାଟ୍ସ ସହ ଭାରତୀୟ ଅଧିନାୟକ ରୋହିତ ଶର୍ମା ଏହି ଟୁର୍ଣ୍ଣାମେଣ୍ଟରେ କିଛି ବିଶେଷ କରିପାରିନଥିଲେ । ୬ଟି ଇନିଂସରୁ ରୋହିତ ଶର୍ମା (Rohit Sharma) ଙ୍କ ବ୍ୟାଟରୁ ମାତ୍ର ଗୋଟିଏ ଅର୍ଦ୍ଧଶତକ ଆସିଥିଲା । ଟି-20 ବିଶ୍ୱକପ ୨୦୨୨ର ଟୁର୍ଣ୍ଣାମେଣ୍ଟରେ ରୋହିତ ଶର୍ମା ୧୯.୩୩ ଏଭେରେଜରେ ମାତ୍ର ୧୧୬ ରନ୍ ସଂଗ୍ରହ କରିଥିଲେ । ସେମିଫାଇନାଲ ମ୍ୟାଚରେ ଅଧିନାୟକତ୍ୱ ଭାବେ ରୋହିତ ଶର୍ମା ଅନେକ ଭୁଲ କରିଥିଲେ । ପୂର୍ବତନ କ୍ରିକେଟର ଅଜୟ ଜାଡେଜା ମନେ କରନ୍ତି ଯେ, ରୋହିତ ଶର୍ମା ଓ ଟିମ୍ ମ୍ୟାନେଜମେଣ୍ଟ ପୂର୍ବରୁ ଅନେକ ଭୁଲ କରିସାରିଛନ୍ତି, ଯେଉଁଥିପାଇଁ ଭାରତକୁ ସେମିଫାଇନାଲରେ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା ।

ଅଜୟ ଜାଡେଜା ଏକ କ୍ରୀଡା ୱେବସାଇଟ୍ ସହିତ ଆଲୋଚନା କରି କହିଛନ୍ତି ଯେ, "ମୁଁ ଗୋଟିଏ କଥା କହିବି ଯାହା ବାଧିବ ଯଦି ରୋହିତ ଶର୍ମା ଶୁଣନ୍ତି । ଯଦି ଜଣେ ଅଧିନାୟକଙ୍କୁ ଏକ ଦଳ ଗଠନ କରିବାର ଅଛି, ତେବେ ଆମକୁ ବର୍ଷସାରା ଦଳ ସହିତ ରହିବାକୁ ପଡ଼ିଥାଏ । ରୋହିତ ଶର୍ମା ପୂରା ବର୍ଷରେ ଦଳ ସହିତ କେତେ ଦିନ ରହିଥିଲେ? ମୁଁ ବର୍ତ୍ତମାନ ଏହା କହୁ ନାହିଁ, ମୁଁ ଏହା ମଧ୍ୟ ପୂର୍ବରୁ କହିଛି । ଆପଣଙ୍କୁ ଏକ ଦଳ ଗଠନ କରିବାର ଅଛି, ଆଉ ଆପଣ ଏକାଠି ରହିବେ ନାହିଁ । ଏପରିକି କୋଚ୍ ନ୍ୟୁଜିଲାଣ୍ଡ ଯାଉନାହାଁନ୍ତି ।" ଜାଡେଜା ଆହୁରି ମଧ୍ୟ କହିଛନ୍ତି ଯେ, "ଘରେ କେବଳ ଜଣେ ବୟସ୍କ ରହିବା ଆବଶ୍ୟକ, ସାତ ଜଣ ବୟସ୍କ ରହିବ ତ ସମସ୍ୟା ବି ହେବ ।"

ଅଧିକ ପଢ଼ନ୍ତୁ:-ନିର୍ଦ୍ଧାରିତ ସମୟ ପୂର୍ବରୁ କାହିଁକି ହେବ ଟସ୍? ଜାଣନ୍ତୁ କ'ଣ ରହିଛି କାରଣ

ଅଧିକ ପଢ଼ନ୍ତୁ:-ରୋହିତ, କୋହଲିଙ୍କୁ ଫି ଫେରାଇବାକୁ କାହିଁକି କୁହାଗଲା?

ଅଧିକ ପଢ଼ନ୍ତୁ:-ଆଧାର କାର୍ଡର ନିୟମରେ ସରକାର କଲେ ବଡ଼ ପରିବର୍ତ୍ତନ, କରିବାକୁ ପଡ଼ିବ ଏହି କାମ ନଚେତ୍...

ଏଠାରେ କହି ରଖୁଛୁ ଯେ, ଚଳିତ ବର୍ଷ ଅଲଗା ଅଲଗା ଖେଳାଳି ଅଲଗା ଅଲଗା ଟି-20 ସିରିଜରେ ଭାରତୀୟ ଦଳର ଅଧିନାୟକ ଥିଲେ । ଚଳିତ ବର୍ଷ ଜୁନରେ ଦକ୍ଷିଣ ଆଫ୍ରିକା ବିପକ୍ଷ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-20 ସିରିଜରେ ଋଷଭ ପନ୍ତ (Rishabh Pant) ଭାରତୀୟ ଦଳର ନେତୃତ୍ୱ ନେଇଥିଲେ । ଏହା ପରେ ହାର୍ଦ୍ଦିକ ପାଣ୍ଡ୍ୟା (Hardik Pandya) ଆୟର୍ଲାଣ୍ଡ ବିପକ୍ଷରେ ଭାରତର ଅଧିନାୟକତ୍ୱ କରିଥିଲେ । ସମସ୍ତ ତିନୋଟି ଫର୍ମାଟରେ ମୋଟ ୭ ଜଣ ଖେଳାଳି ଚଳିତ ବର୍ଷ ଭାରତର ଅଧିନାୟକତ୍ୱ କରିଛନ୍ତି । ଏଥି ମଧ୍ୟରେ ବିରାଟ କୋହଲି (Virat Kohli), କେ.ଏଲ୍ ରାହୁଲ (KL Rahul), ଋଷଭ ପନ୍ତ (Rishabh Pant), ହାର୍ଦ୍ଦିକ ପାଣ୍ଡ୍ୟା (Hardik Pandya), ରୋହିତ ଶର୍ମା (Rohit Sharma), ଜସପ୍ରୀତ ବୁମ୍ରା (Jasprit Bumrah) ଏବଂ ଶିଖର ଧୱନ (Shikhar Dhawan) ଙ୍କ ନାମ ରହିଛି ।