Asia Cup Final: ମହମ୍ମଦ ସିରାଜ ବଦଳାଇଦେଲେ ୯୧ ବର୍ଷର ଇତିହାସ, ଏକାକୀ ଦହନ କଲେ ଲଙ୍କା
Advertisement
Article Detail0/zeeodisha/odisha1875929

Asia Cup Final: ମହମ୍ମଦ ସିରାଜ ବଦଳାଇଦେଲେ ୯୧ ବର୍ଷର ଇତିହାସ, ଏକାକୀ ଦହନ କଲେ ଲଙ୍କା

Mohammad Siraj: ଶ୍ରଲଙ୍କା ବିପକ୍ଷ ଫାଇନାଲ ମ୍ୟାଚରେ ସିରାଜ ନିଜ ପେସ୍ ବୋଲିଂରେ ହଇଚଇ ସୃଷ୍ଟି କରିଛନ୍ତି । ଟାଇଟଲ ମ୍ୟାଚରେ ଶ୍ରୀଲଙ୍କା ବ୍ୟାଟ୍ସମ୍ୟାନ୍ ସିରାଜଙ୍କ ଆଗରେ ଆତ୍ମସମର୍ପଣ କରିଥିଲେ ।

 

ସୌ: ସୋସିଆଲ ମିଡିଆ

Mohammed Siraj 5 Wickets Against Sri Lanka: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଏକ ଏସିଆକପ୍ ଫାଇନାଲ (Asia cup final) ଆରମ୍ଭ ହୋଇଛି । ଶ୍ରୀଲଙ୍କା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା, ଯାହା ପଡ଼ିଆରେ ପ୍ରବେଶ କରିବା ମାତ୍ରେ ଭୁଲ ପ୍ରମାଣିତ ହୋଇଥିଲା । ଟିମ୍ ଇଣ୍ଡିଆର (Team India) ପେସ୍ ଆକ୍ରମଣ ଲଙ୍କା ଚୁରମାର ହୋଇଯାଇଛି । ଯୁବ ପେସର ମହମ୍ମଦ ସିରାଜ ମାତ୍ର ୧୫ ବଲରେ ୫ ୱିକେଟ୍ ନେଇ ୯୧ ବର୍ଷର ଇତିହାସକୁ ପରିବର୍ତ୍ତନ କରିଛନ୍ତି ।

ମହମ୍ମଦ ସିରାଜଙ୍କ ଘାତକ ବୋଲିଂ ଏଠାରେ ଅଟକି ନଥିଲା, ସେ ନିଜର ତୃତୀୟ ଓଭର ବୋଲିଂ କରିବାକୁ ଆସିଥିଲେ ଓ ଅଧିନାୟକ ଦାସୁନ୍ ଶନାକାଙ୍କୁ ପାଭିଲିୟନର ରାସ୍ତା ଦେଖାଇଥିଲେ । ୧୯୩୨ ମସିହାରେ ଭାରତ କ୍ରିକେଟ୍ ଜଗତରେ ପ୍ରବେଶ କରିଥିଲା । କିନ୍ତୁ, ୯୧ ବର୍ଷ ଇତିହାସରେ ଭାରତୀୟ କ୍ରିକେଟ ଦଳରେ ଏପରି କୌଣସି ବୋଲରଙ୍କୁ ଦେଖିବାକୁ ମିଳି ନାହିଁ, ଯିଏ ଗୋଟିଏ ଓଭରରେ ୪ ୱିକେଟ୍ ନେଇ ବିରୋଧୀ ଦଳକୁ ଧ୍ୱଂସ କରିଦେଇଛି । ଫାଇନାଲରେ ସିରାଜ ନିଜର ପ୍ରଥମ ୧୫ ଟି ବଲ ମଧ୍ୟରେ ଶ୍ରୀଲଙ୍କା ଦଳକୁ ଧ୍ୱଂସ କରିଦେଇଥିଲେ ।

ଶ୍ରୀଲଙ୍କା ମେରୁଦଣ୍ଡ ଭାଙ୍ଗିଦେଇଥିଲେ ସିରାଜ
ଟାଇଟଲ ମ୍ୟାଚରେ ସିରାଜ ମାତ୍ର ୧୬ ବଲରେ ପାଞ୍ଚଟି ୱିକେଟ୍ ନେଇଥିଲେ । ODI କ୍ରିକେଟରେ ସିରାଜ ପ୍ରଥମ ଥର ପାଇଁ ଏହି କୀର୍ତ୍ତିମାନ କରିଛନ୍ତି । ପାଥମ୍ ନିସଙ୍କା, ସାଦିରା ସମରୱିକ୍ରାମା, ଚାରିଥ ଆସାଲଙ୍କା, ଧନଞ୍ଜୟ ଡି ସିଲଭା ଓ ଦାସୁନ୍ ଶାନାକାଙ୍କୁ ସିରାଜ ପାଭିଲିୟନକୁ ରାସ୍ତା ଦେଖାଇଲେ ।

ଗୋଟିଏ ଓଭରରେ ଚାରିଟି ୱିକେଟ୍ ନେଇଥିବା ପ୍ରଥମ ଭାରତୀୟ ହୋଇଛନ୍ତି ସିରାଜ 
ଶ୍ରୀଲଙ୍କା ବିପକ୍ଷରେ ଗୋଟିଏ ଓଭରରେ ୪ଟି ୱିକେଟ୍ ନେଇ ଇତିହାସ ସୃଷ୍ଟି କରିଛନ୍ତି । ସେ ପ୍ରଥମ ଭାରତୀୟ ବୋଲର ଭାବେ ଦିନିକିଆ କ୍ରିକେଟରେ ଗୋଟିଏ ଓଭରରେ ୪ଟି ୱିକେଟ୍ ନେଇଛନ୍ତି । ସେ ଏହା କାରନାମା କରିବାରେ ଦୁନିଆର ଦ୍ୱିତୀୟ ବୋଲର ହୋଇଛନ୍ତି । ତାଙ୍କ ପୂର୍ବରୁ କେବଳ ପୂର୍ବତନ ମହାନ ଶ୍ରୀଲଙ୍କାର ବୋଲର ଲାସିଥ ମାଲିଙ୍ଗା ଦିନିକିଆରେ ଏକ ଓଭରରେ ଚାରିଟି ୱିକେଟ୍ ନେଇ ସଫଳତା ହାସଲ କରିଥିଲେ ।