ଶ୍ରୀଲଙ୍କାକୁ ହରାଇ ଅଷ୍ଟମଥର ପାଇଁ ଏସିଆ କପ୍ ଟାଇଟଲ୍ ଜିତିଲା ଭାରତ
Advertisement
Article Detail0/zeeodisha/odisha1060030

ଶ୍ରୀଲଙ୍କାକୁ ହରାଇ ଅଷ୍ଟମଥର ପାଇଁ ଏସିଆ କପ୍ ଟାଇଟଲ୍ ଜିତିଲା ଭାରତ

Under-19 Asia Cup: ଭାରତୀୟ ଅଣ୍ଡର-19 ଦଳ ଅଷ୍ଟମ ଥର ପାଇଁ ଏସିଆ କପ୍ ଟାଇଟଲ୍ ଜିତିଛି । ଟିମ୍ ଇଣ୍ଡିଆ ଫାଇନାଲ ମ୍ୟାଚରେ ଶ୍ରୀଲଙ୍କାକୁ 9 ୱିକେଟରେ ପରାସ୍ତ କରିଛି । ଶ୍ରୀଲଙ୍କା ପ୍ରଥମ ବ୍ୟାଟିଂ କରି 9 ୱିକେଟ୍ ହରାଇ 106 ରନ୍ ସଂଗ୍ରହ କରିଥିଲା ।

ଶ୍ରୀଲଙ୍କାକୁ ହରାଇ ଅଷ୍ଟମଥର ପାଇଁ ଏସିଆ କପ୍ ଟାଇଟଲ୍ ଜିତିଲା ଭାରତ

ଦୁବାଇ: ଭାରତୀୟ ଅଣ୍ଡର-୧୯ ଟିମ୍ ଅଷ୍ଟମ ଥର ପାଇଁ ଏସିଆ କପ୍ ଟାଇଟଲ୍ ଜିତିଛି । ଶୁକ୍ରବାର ଦିନ ଖେଳାଯାଇଥିବା ଫାଇନାଲ ମ୍ୟାଚରେ ଡକ୍ୱର୍ଥ-ଲୁଇସ୍ ନିୟମ ଦ୍ୱାରା ଶ୍ରୀଲଙ୍କାକୁ 9 ୱିକେଟରେ ପରାସ୍ତ କରିଛି । ଶ୍ରୀଲଙ୍କା ପ୍ରଥମ ବ୍ୟାଟିଂ କରି ନିଜର ୯ ୱିକେଟ୍ ହରାଇ ୧୦୬ ରନ୍ ସଂଗ୍ରହ କରିଥିଲା । କିନ୍ତୁ ଡକୱର୍ଥ-ଲୁଇସ୍ ନିୟମ ଅନୁଯାୟୀ ଭାରତୀୟ ଦଳ ୧୦୨ ରନ୍ କରି ଏହି ଲକ୍ଷ୍ୟ ହାସଲ କରିନେଇଥିଲା । ଭାରତ ଏହି ଲକ୍ଷ୍ୟକୁ ଗୋଟିଏ ୱିକେଟ୍ ପାଇଁ ୨୧.୩ ଓଭରରେ ହାସଲ କରିଛି । ବାମହାତୀ ସ୍ପିନର ବିକି ଓସୱାଲ ମ୍ୟାଚରେ ଚମତ୍କାର ବୋଲିଂ କରିଥିଲେ । ସେ ୮ ଓଭରରେ ମାତ୍ର ୧୧ ରନ୍ ଦେଇ ୩ ୱିକେଟ୍ ନେଇଥିଲେ । ଅଫ୍ ସ୍ପିନର କୌଶଲ ତାମ୍ବେ ମଧ୍ୟ ୨ ଟି ୱିକେଟ୍ ନେଇଥିଲେ । ଏହାପୂର୍ବରୁ ଦଳ ସେମି ଫାଇଲରେ ବାଂଲାଦେଶକୁ ପରାସ୍ତ କରିଥିଲା । ଏଥି ସହିତ ଶ୍ରୀଲଙ୍କା ଦଳ ପାକିସ୍ତାନକୁ ପରାସ୍ତ କରି ଟାଇଟଲ ରାଉଣ୍ଡରେ ପହଞ୍ଚିଥିଲା । ବର୍ଷା ଯୋଗୁଁ ମ୍ୟାଚ୍ ୩୮ ଓଭରକୁ ହ୍ରାସ କରାଯାଇଥିଲା  । 

ଏହି ମ୍ୟାଚରେ ଶ୍ରୀଲଙ୍କା ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । କିନ୍ତୁ ଦଳର ଆରମ୍ଭ ବହୁତ ଖରାପ ଥିଲା । ଶ୍ରୀଲଙ୍କା ଦଳ ମାତ୍ର ୪୭ ରନରେ ନିଜର ୫ ୱିକେଟ୍ ହରାଇଥିଲା । ଶ୍ରୀଲଙ୍କାର ସ୍କୋର ୩୩ ଓଭରରେ ୭୪ ରନ ଥିଲା । ଏହା ପରେ ବର୍ଷା ହୋଇଥିଲା । ଏହି କାରଣରୁ ଖେଳ ଘଣ୍ଟା ଘଣ୍ଟା ଧରି ଅଟକି ରହିଲା । ଏହା ପରେ, ଯେତେବେଳେ ମ୍ୟାଚ୍ ପୁଣି ଆରମ୍ଭ ହେଲା, ଏହାକୁ ୩୮ ଓଭରକୁ ହ୍ରାସ କରାଯାଇଥିଲା ।

fallback

ଫାଇନାଲରେ କେବେ ହାରିନାହିଁ ଟିମ୍ ଇଣ୍ଡିଆ
ଏହା ହେଉଛି ଟୁର୍ଣ୍ଣାମେଣ୍ଟର ନବମ ସିଜନ୍ । ଭାରତୀୟ ଅଣ୍ଡର-୧୯ ଦଳ ଅଷ୍ଟମ ଥର ପାଇଁ ଫାଇନାଲରେ ପ୍ରବେଶ କରିଥିଲା ​​ଏବଂ ପ୍ରତ୍ୟେକ ଥର ଟାଇଟଲ ଜିତିବାରେ ସଫଳ ହୋଇଥିଲା । ଏହାପୂର୍ବରୁ, ଯଦି ଆମେ ଶେଷ ୭ ଟି ଫାଇନାଲ୍ ବିଷୟରେ କଥା ହେବା, ତେବେ ଦଳ ଫାଇନାଲ୍ ୪ ଥର ଶ୍ରୀଲଙ୍କାକୁ ପରାସ୍ତ କରିଛି । ଅର୍ଥାତ୍ ଫାଇନାଲରେ ଇଣ୍ଡିଆ ଶ୍ରୀଲଙ୍କାକୁ ପଞ୍ଚମଥର ପରାସ୍ତ କରିଛି । ଏହାସହ ଥରେ ପାକିସ୍ତାନ ଓ ଥରେ ବାଂଲାଦେଶକୁ ପରାସ୍ତ କରିଛି । ୨୦୧୨ ରେ ହୋଇଥିବା ମ୍ୟାଚ୍ ଟାଇ ହେବା ପରେ ଉଭୟ ଭାରତ ଏବଂ ପାକିସ୍ତାନକୁ ମିଳିତ ବିଜେତା ଘୋଷିତ କରାଯାଇଥିଲା ।

ଏହା ବି ପଢ଼ନ୍ତୁ: ଅଲୁ ଅର୍ଜୁନଙ୍କ ଷ୍ଟାଇଲରେ ପୁଷ୍ପାର ଫେମୋସ ଡାଇଲଗ ମାରିଲେ ୱାର୍ନର; ଦେଖନ୍ତୁ Video

ଏହା ବି ପଢ଼ନ୍ତୁ: AAP ରେ ସାମିଲ ହେଲେ କ୍ରିକେଟର ବୀରେନ୍ଦ୍ର ସେହୱାଗଙ୍କ ଭଉଣୀ