Asian Games 2023: ଏସୀୟାନ ଗେମ୍ସରେ ସିଧାସଳଖ କ୍ୱାର୍ଟର ଫାଇନାଲରେ ଖେଳିବ ଟିମ୍ ଇଣ୍ଡିଆ, ଦେଖନ୍ତୁ ପୂରା ସିଡ୍ୟୁଲ୍
Advertisement
Article Detail0/zeeodisha/odisha1878597

Asian Games 2023: ଏସୀୟାନ ଗେମ୍ସରେ ସିଧାସଳଖ କ୍ୱାର୍ଟର ଫାଇନାଲରେ ଖେଳିବ ଟିମ୍ ଇଣ୍ଡିଆ, ଦେଖନ୍ତୁ ପୂରା ସିଡ୍ୟୁଲ୍

Asian Games Cricket Schedule: ଏସୀୟାନ ଗେମ୍ସ ମହିଳା କ୍ରିକେଟ୍ ଦଳର ପ୍ରଥମ ମ୍ୟାଚ୍ ୨୧ ସେପ୍ଟେମ୍ବରରେ ଖେଳିବ । ସିଧାସଳଖ କ୍ୱାର୍ଟର ଫାଇନାଲରେ ଭାରତର ପୁରୁଷ ଓ ମହିଳା ଦଳ ନିଜର ମ୍ୟାଚ୍ ଖେଳିବେ ।

 

ସୌ: ସୋସିଆଲ ମିଡିଆ

Asian Games 2023 Team India Cricket Schedule: ଏସୀୟ ଗେମ୍ସ ୨୦୨୩ ମଙ୍ଗଳବାର ଦିନ ଠାରୁ ଆରମ୍ଭ ହେଉଛି । ଏଥିରେ ପୁରୁଷ କ୍ରିକେଟ୍ ମ୍ୟାଚ୍ ୨୭ ସେପ୍ଟେମ୍ବରରୁ ଆରମ୍ଭ ହେବ । କ୍ୱାର୍ଟର ଫାଇନାଲରେ ଟିମ୍ ଇଣ୍ଡିଆ (Team India) ସିଧାସଳଖ ଖେଳିବ । ଏହା ପୂର୍ବରୁ ୯ ଟି ମ୍ୟାଚ୍ ଖେଳାଯିବ । ଗ୍ରୁପ୍ ମ୍ୟାଚ୍ ଜିତୁଥିବା ଦଳଗୁଡିକ ପଏଣ୍ଟ ଆଧାରରେ କ୍ୱାର୍ଟର ଫାଇନାଲରେ ସ୍ଥାନ ପାଇବେ । ୩ ଅକ୍ଟୋବରରେ ଭାରତୀୟ ଦଳ କ୍ୱାର୍ଟର ଫାଇନାଲ ମ୍ୟାଚ୍ ଖେଳିବ । ଯେଉଁଠାରେ ପାକିସ୍ତାନର ମ୍ୟାଚ୍ କେବଳ ୩ ଅକ୍ଟୋବରରେ ଅନୁଷ୍ଠିତ ହେବ । ଭାରତୀୟ ମହିଳା ଦଳ (Indian women's team) ୨୧ ସେପ୍ଟେମ୍ବରରେ ନିଜ ମ୍ୟାଚ୍ ଖେଳିବ । ଏହି ମହିଳା ଦଳ ମଧ୍ୟ କ୍ୱାର୍ଟର ଫାଇନାଲ ଖେଳିବା ପାଇଁ ସିଧାସଳଖ ପଡ଼ିଆକୁ ଉହ୍ଲାଇବେ ।

ଏସୀୟାନ ଗେମ୍ସରେ ମହିଳା କ୍ରିକେଟର ପ୍ରଥମ ମ୍ୟାଚ୍ ଇଣ୍ଡୋନେସିଆ ଓ ମୋଙ୍ଗୋଲିଆ ମଧ୍ୟରେ ହେବ । ଯେଉଁଠାରେ ଟିମ୍ ଇଣ୍ଡିଆ ସିଧାସଳଖ କ୍ୱାର୍ଟର ଫାଇନାଲରେ ଖେଳିବ । ଭାରତ ସହିତ ପାକିସ୍ତାନ, ବାଂଲାଦେଶ ଓ ଶ୍ରୀଲଙ୍କାର ଦଳ ମଧ୍ୟ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି । ଭାରତୀୟ ମହିଳା ଦଳର ମ୍ୟାଚ୍ ୨୧ ସେପ୍ଟେମ୍ବରରେ ହେବ । ସେହି ଦିନ ପାକିସ୍ତାନ ବିପକ୍ଷ ମ୍ୟାଚ୍ ମଧ୍ୟ ଅନୁଷ୍ଠିତ ହେବ । ଯଦି ଭାରତୀୟ ମହିଳା ଦଳ ଜିତେ ତେବେ ସେପ୍ଟେମ୍ବର ୨୪ ରେ ସେମିଫାଇନାଲ ମ୍ୟାଚ୍ ଖେଳିବ । ଏହା ପରେ ୨୫ ସେପ୍ଟେମ୍ବରରେ ଫାଇନାଲ ମ୍ୟାଚ୍ ଖେଳାଯିବ ।

ପୁରୁଷ କ୍ରିକେଟ୍ ୨୭ ସେପ୍ଟେମ୍ବରରୁ ଆରମ୍ଭ ହେବ । ଏଥିରେ ନେପାଳ ଓ ମୋଙ୍ଗୋଲିଆ ମଧ୍ୟରେ ପ୍ରଥମ ମ୍ୟାଚ୍ ଖେଳାଯିବ । ଏଥିରେ ଟିମ୍ ଇଣ୍ଡିଆର କ୍ୱାର୍ଟର ଫାଇନାଲ୍ ମ୍ୟାଚ୍ ୩ ଅକ୍ଟୋବରରେ ଅନୁଷ୍ଠିତ ହେବ । ଏଥିରେ ମଧ୍ୟ ଭାରତ ସହିତ ପାକିସ୍ତାନ, ଶ୍ରୀଲଙ୍କା ଓ ବାଂଲାଦେଶର ଦଳ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିସାରିଛନ୍ତି । ପୁରୁଷ କ୍ରିକେଟର ସେମିଫାଇନାଲ ମ୍ୟାଚ୍ ୬ ଅକ୍ଟୋବରରେ ଖେଳାଯିବ । ଏହାର ଫାଇନାଲ ମ୍ୟାଚ୍ ୭ ଅକ୍ଟୋବରରେ ଅନୁଷ୍ଠିତ ହେବ । ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଭାରତର କମାଣ୍ଡ ରିତୁରାଜ ଗାଇକୱାଡଙ୍କୁ ହସ୍ତାନ୍ତର କରାଯାଇଛି ।

ଭାରତୀୟ ପୁରୁଷ କ୍ରିକେଟ୍ ଟିମ୍: ରିତୁରାଜ ଗାଇକୱାଡ, ଯଶସ୍ୱୀ ଜୈସୱାଲ, ରାହୁଲ ତ୍ରିପାଠୀ, ତିଲକ ଭର୍ମା, ରିଙ୍କୁ ସିଂ, ଜିତେଶ ଶର୍ମା, ୱାଶିଂଟନ୍ ସୁନ୍ଦର, ଶାହାବାଜ ଅହମ୍ମଦ, ରବି ବିଷ୍ଣୋଇ, ଆବେଶ ଖାନ, ଅର୍ଶଦୀପ ସିଂ, ମୁକେଶ କୁମାର, ଶିବମ ଦୁବେ, ପ୍ରଭାସୀମନ୍ ସିଂ ।

ଭାରତୀୟ ପୁରୁଷ ଷ୍ଟାଣ୍ଡବାଇ ଖେଳାଳି: ୟଶ ଠାକୁର, ସାଇ କିଶୋର, ଭେଙ୍କଟେଶ ଆୟର, ଦୀପକ ହୁଡା, ସାଇ ସୁଦର୍ଶନ ।

ଭାରତୀୟ ମହିଳା କ୍ରିକେଟ୍ ଦଳ: ହରମାନପ୍ରୀତ କୌର, ସ୍ମୃତି ମନ୍ଦନା, ଶେଫାଳି ବର୍ମା, ଜେମିମା ରୋଡ୍ରିଗୁସ୍, ଦୀପ୍ତି ଶର୍ମା, ରିଚା ଘୋଷ, ଅମାନଜୋତ କୌର, ଦେବିକା ବୌଧ୍ୟ, ପୂଜା ବସ୍ତ୍ରାକର, ତିତାସ ସାଧୁ, ରାଜେଶ୍ୱରୀ ଗାଇକୱାଡ, ମିନ୍ନୁ ମଣି, କନିକା ଆହୁଜା, ଉମା ଛେତ୍ରୀ, ଅନୁଷା ବରେଡି ।

ଭାରତୀୟ ମହିଳା ଷ୍ଟାଣ୍ଡବାଇ ଖେଳାଳି: ହାର୍ଲିନ୍ ଦେଓଲ୍, କାଶ୍ଭି ଗୌତମ, ସ୍ନେହ ରାଣା, ସାଇକା ଇଶାକ ।

ଏହା ବି ପଢ଼ନ୍ତୁ: IND vs AUS: ଅଷ୍ଟ୍ରେଲିଆ ବିପକ୍ଷ ସିରିଜ୍ ପାଇଁ ଘୋଷଣା ହେଲା ଟିମ୍ ଇଣ୍ଡିଆ, ବାଦ ପିଡିଲେ ଅନେକ ବଡ଼ ଖେଳାଳି, ଦଳକୁ ଫେରିଲେ ଅଶ୍ୱିନ୍

ଏହା ବି ପଢ଼ନ୍ତୁ: World Cup 2023: ବିଶ୍ୱକପରେ ଗୋଟିଏ ବି ମ୍ୟାଚ୍ ଖେଳି ପାରିବେ ନାହିଁ ଟିମ୍ ଇଣ୍ଡିଆର ଏହି ଖେଳାଳି, ଗୌତମ ଗମ୍ଭୀର କହିଲେ ନାମ