Asia Cup 2022: ଏସିଆ କପ୍ ପୂର୍ବରୁ ଶ୍ରୀରାମଙ୍କ 'ଶରଣ'ରେ ବାଂଲାଦେଶ; ନେଲା ଏହି ବଡ଼ ନିଷ୍ପତ୍ତି
Advertisement
Article Detail0/zeeodisha/odisha1309868

Asia Cup 2022: ଏସିଆ କପ୍ ପୂର୍ବରୁ ଶ୍ରୀରାମଙ୍କ 'ଶରଣ'ରେ ବାଂଲାଦେଶ; ନେଲା ଏହି ବଡ଼ ନିଷ୍ପତ୍ତି

Asia Cup 2022: ଭାରତର ପୂର୍ବତନ ଅଲରାଉଣ୍ଡର ଶ୍ରୀଧରନ୍ ଶ୍ରୀରାମଙ୍କୁ ଚଳିତ ବର୍ଷ ଅଷ୍ଟ୍ରେଲିଆରେ ଆୟୋଜିତ ହେବାକୁ ଥିବା ଏସିଆ କପ୍ ଠାରୁ ଆରମ୍ଭ କରି ଟି-୨୦ବିଶ୍ୱକପ ପର୍ଯ୍ୟନ୍ତ ବାଂଲାଦେଶର କୋଚ୍ କରାଯାଇଛି । ତେବେ ତାଙ୍କୁ ଟେଷ୍ଟ ଦଳର ଦାୟିତ୍ୱ ଦିଆଯାଇ ନାହିଁ ।

ସୌ: ସୋସିଆଲ ମିଡିଆ

Asia Cup 2022: ବାଂଲାଦେଶ କ୍ରିକେଟ୍ ବୋର୍ଡ (Bangladesh Cricket Board) ପୂର୍ବତନ ଭାରତର ପୂର୍ବତନ ଅଲରାଉଣ୍ଡର ଶ୍ରୀଧରନ୍ ଶ୍ରୀରାମଙ୍କୁ (Sridharan Sriram) ଆଗାମୀ ଏସିଆ କପ୍ (Asia Cup 2022) ଓ ଟି-୨୦ ବିଶ୍ୱକପ (T20 World Cup) ପାଇଁ ଜାତୀୟ ଦଳର କୋଚ୍ ଭାବରେ ନିଯୁକ୍ତ କରିଛି । ଡେଲି ଷ୍ଟାର ରିପୋର୍ଟରେ ବାଙ୍ଗଲାଦେଶ କ୍ରିକେଟ ବୋର୍ଡ (BCB) ନିର୍ଦ୍ଦେଶକଙ୍କୁ ଦର୍ଶାଇ ଶ୍ରୀରାମଙ୍କ ନିଯୁକ୍ତିକୁ ନିଶ୍ଚିତ କରାଯାଇଛି । ଏଥିରେ କୁହାଯାଇଛି, 'ହଁ' ଆମେ ବିଶ୍ୱକପ ପର୍ଯ୍ୟନ୍ତ ଶ୍ରୀରାମଙ୍କୁ କୋଚ୍ ଭାବେ ନିଯୁକ୍ତ କରିଛୁ ।

ଏଥିରେ ଆଗକୁ କୁହାଯାଇଛି, ଆମେ ଏକ ନୂତନ ଚିନ୍ତାଧାରା ସହିତ ଆଗକୁ ବଢ଼ୁଛୁ ଓ ଏସିଆ କପ୍‌ରୁ ନୂତନ କୋଚ୍‌ ନିଯୁକ୍ତ ହୋଇଛନ୍ତି । ଟି-୨୦ ବିଶ୍ୱକପ ଆମର ମୂଳ ଲକ୍ଷ୍ୟ ଓ ସେଥିପାଇଁ ଏସିଆ କପ୍ ପୂର୍ବରୁ ଏହି ନିଯୁକ୍ତି ଜରୁରୀ, ଯାହା ଦ୍ୱାରା ସେ ପୂର୍ଣ୍ଣ ସମୟ ପାଇବେ । ଶ୍ରୀରାମ ୨୦୦୦ ରୁ ୨୦୦୪ ମଧ୍ୟରେ ଭାରତ ପାଇଁ ଆଠଟି ଦିନିକିଆ ଖେଳିଥିଲେ ଓ ଅଷ୍ଟ୍ରେଲିଆର ସହକାରୀ ତଥା ସ୍ପିନ୍ ବୋଲିଂ କୋଚ୍ ମଧ୍ୟ ଥିଲେ । ଅଷ୍ଟ୍ରେଲିଆର ପୂର୍ବତନ କୋଚ୍ ଡାରେନ୍ ଲେହମାନଙ୍କ ନିର୍ଦ୍ଦେଶନାରେ ଶ୍ରୀରାମଙ୍କୁ ୨୦୧୬ ରେ ସ୍ପିନ୍ ବୋଲିଂ କୋଚ୍ ଦାୟିତ୍ୱ ଦିଆଯାଇଥିଲା ।

ଶ୍ରୀରାମଙ୍କୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଆଇପିଏଲ୍ -୨୦୨୨ ପାଇଁ ସେମାନଙ୍କର ସ୍ପିନ୍ ବୋଲିଂ କୋଚ୍ ଭାବରେ ନିଯୁକ୍ତ କରିଥିଲା । ସେ ଅଷ୍ଟ୍ରେଲିଆ ଦଳ ଛାଡି ଆଇପିଏଲରେ କୋଚିଂ କରିବାକୁ ଆସିଥିଲେ । ଆରସିବି ପ୍ରଶିକ୍ଷଣ ଦେବା ପୂର୍ବରୁ ଶ୍ରୀରାମ ମଧ୍ୟ ଏହି ଦଳ ପାଇଁ ଖେଳିଛନ୍ତି । ୨୦୦୮ ରେ ଆଇପିଏଲର ପ୍ରଥମ ସିଜନରେ ସେ ଏହି ଦଳ ସହିତ ଥିଲେ । ଆରସିବି ପରେ ସେ ଦିଲ୍ଲୀ ଡେୟାରଡେଭିଲ୍ସ (ବର୍ତ୍ତମାନ ଦିଲ୍ଲୀ କ୍ୟାପିଟାଲ୍ସ) ପାଇଁ ମଧ୍ୟ ଖେଳିଥିଲେ । ବିରାଟ କୋହଲି ମଧ୍ୟ ୨୦୦୮ ରୁ RCB ର ଏକ ଅଂଶ ରହିଛନ୍ତି ।

ଅଷ୍ଟ୍ରେଲିଆ ସହିତ କାମ କରିବା ସମୟରେ ଶ୍ରୀରାମ ନିଜର କୋଚିଂ ଦକ୍ଷତାକୁ ପ୍ରମାଣ କରିଥିଲେ । ସେ ନାଥନ୍ ଲାୟନ ପରି ଜଣେ ବୋଲରଙ୍କ ସହ କାମ କରି ତାଙ୍କ ଖେଳର ଉନ୍ନତି ଆଣିଥିଲେ । ସେ ୱାନିନ୍ଦୁ ହାସରାଙ୍ଗା ଓ ଶାହବାଜ ଅହମ୍ମଦଙ୍କ ସହ ଆରସିବିରେ ମଧ୍ୟ କାମ କରିଥିଲେ । ବର୍ତ୍ତମାନ ବାଂଲାଦେଶ ଆଶା କରିବ ଯେ ମୁଖ୍ୟ କୋଚ୍ ଭାବରେ ଶ୍ରୀରାମ ଏହି ସୀମିତ ଓଭର ଫର୍ମାଟରେ ଦଳକୁ ଭଲ ସଫଳତା ପ୍ରଦାନ କରିବେ । ଶ୍ରୀରାମଙ୍କ ସାମ୍ନାରେ ପ୍ରଥମ ଚ୍ୟାଲେଞ୍ଜ ହେଉଛି ଅଗଷ୍ଟ ୨୭ ରୁ ଆରମ୍ଭ ହେବାକୁ ଥିବା ଏସିଆ କପ୍ । ଏହି ଏସିଆ କପରେ ବାଂଲାଦେଶ ଭଲ ପ୍ରଦର୍ଶନ କରିବାକୁ ଓ ଟି -୨୦ ବିଶ୍ୱକପ ପାଇଁ ପ୍ରସ୍ତୁତିକୁ ଦୃଢ କରିବାକୁ ଚେଷ୍ଟା କରିବ ।

ଏହା ବି ପଢ଼ନ୍ତୁ: World Photography Day: ଏହି ପାଞ୍ଚଟି ଟିପ୍ସ ଆପଣଙ୍କୁ କରିଦେବ ମୋବାଇଲ୍ ଫଟୋଗ୍ରାଫିରେ ଏକ୍ସପର୍ଟ