Guard of honour to Pujara: ପୂଜାରାଙ୍କୁ ମିଳିଲା ଗାର୍ଡ ଅଫ ଅନର, ହେଲେ କାହିଁକି ପଢନ୍ତୁ
Advertisement
Article Detail0/zeeodisha/odisha1575113

Guard of honour to Pujara: ପୂଜାରାଙ୍କୁ ମିଳିଲା ଗାର୍ଡ ଅଫ ଅନର, ହେଲେ କାହିଁକି ପଢନ୍ତୁ

Guard of honour to Pujara: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ଚେତେଶ୍ୱର ପୂଜାରା ଏକ ବଡ଼ ରେକର୍ଡ ସୃଷ୍ଟି କରିଛନ୍ତି। ଯାହା ପାଇଁ ତାଙ୍କୁ ଭାରତୀୟ ଦଳ ପକ୍ଷରୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଛି। ଏହା ସହିତ ତାଙ୍କୁ ସୁନୀଲ ଗାଭାସ୍କରଙ୍କ ଠାରୁ ଉପହାର ମଧ୍ୟ ମିଳିଛି। ଯାହାଙ୍କୁ ନେଇ ସେ ବେସ ଉତ୍ସାହିତ ରହିଛନ୍ତି। ତେବେ କଣ ସେହି ବଡ଼ ରେକର୍ଡ ଜାଣିବା ପାଇଁ ପଢନ୍ତୁ ପୁରା ରିପୋର୍ଟ...

Guard of honour to Pujara: ପୂଜାରାଙ୍କୁ ମିଳିଲା ଗାର୍ଡ ଅଫ ଅନର, ହେଲେ କାହିଁକି ପଢନ୍ତୁ

Guard of honour to Pujara: ନୂଆଦିଲ୍ଲୀ: ସ୍ଥାନୀୟ ଅରୁଣ ଜେଟଲୀ ଷ୍ଟାଡ଼ିୟମରେ (Arun Jaitley Stadium) ଭାରତ ଓ ଅଷ୍ଟ୍ରେଲିଆ (India vs Australia) ମଧ୍ୟରେ ଚାରି ଟିକିଆ ମ୍ୟାଚ ବିଶିଷ୍ଟ (Test Series) ଟେଷ୍ଟ ସିରିଜର (border gavaskar trophy) ଦ୍ୱିତୀୟ ମ୍ୟାଚ ଖେଳାଯାଉଛି। ତେବେ ଦ୍ୱିତୀୟ ଟେଷ୍ଟରେ ମୈଦାନକୁ ଓହ୍ଲାଇବା କ୍ଷଣି ହିଁ ଏକ ବଡ଼ ରେକର୍ଡ ସୃଷ୍ଟି କରିଛନ୍ତି ଚେତେଶ୍ୱର ପୂଜାରା (Cheteswar Pujara)। ସେ ତାଙ୍କ କ୍ୟାରିୟରର ୧୦୦ତମ ଟେଷ୍ଟ ଖେଳିବା ପାଇଁ ମୈଦାନକୁ ଓହ୍ଲାଇଛନ୍ତି। ତେବେ କରିୟରର ୧୦୦ତମ ଟେଷ୍ଟ ଖେଳିବାରେ ସେ ହେଉଛନ୍ତି ୧୩ତମ ଭାରତୀୟ। ଏହା ପୂର୍ବରୁ ସଚିନ ତେନ୍ଦୁଲକର, ରାହୁଲ ଦ୍ରାବିଡ଼, କପିଳ ଦେବ, ବିରାଟ କୋହଲି ଏହି କ୍ଲବରେ ରହିଛନ୍ତି। ଏହା ସହିତ ପୂଜାରା ନିଜର ୧୦୦ତମ ଟେଷ୍ଟ ଖେଳିବା ସହିତ ଏହି କ୍ଲବରେ ନିଜକୁ ସାମିଲ କରିପାରିଛନ୍ତି। ତେବେ ଏହି ଅବସରରେ ସୁନୀଲ ଗାଭାସ୍କର ପୂଜାରାଙ୍କୁ ଏକ ସ୍ୱତନ୍ତ୍ର ଉପହାର ମଧ୍ୟ ଦେଇଛନ୍ତି। ଏକ special cap (ସ୍ୱତନ୍ତ୍ର ଟୋପି) ଉପହାରରେ ପ୍ରଦାନ କରିଛନ୍ତି। ୨୦୧୦ ମସିହାରେ ଅଷ୍ଟ୍ରେଲିଆ ବିପକ୍ଷରେ ବେଙ୍ଗାଲୁଲୁ ଟେଷ୍ଟରେ ପୂଜାରା ନିଜର ପଦାର୍ପଣ ମ୍ୟାଚ ଖେଳିଥିଲେ। 

ତେବେ ଗାଭାସ୍କରଙ୍କ ଦ୍ୱାରା ଦିଆଯାଇଥିବା ଏହି ସ୍ୱତନ୍ତ୍ର କ୍ୟାପ ନେବା ପାଇଁ ପୂଜାରା ନିଜ ସହିତ ୩ ଜଣ ସ୍ୱତନ୍ତ୍ର ଅତିଥିଙ୍କୁ ସାଙ୍ଗରେ ନେଇ ଆସିଥିଲେ। ଏହି ସମୟରେ ପୂଜାରାଙ୍କ ସହିତ ତାଙ୍କ ପ୍ରଥମ କୋଚ ତଥା ତାଙ୍କ ବାପା ଅରବିନ୍ଦ ପୂଜାରା, ତାଙ୍କ ଧର୍ମପତ୍ନୀ ଓ ଝିଅ ପଡ଼ିଆରେ ଉପସ୍ଥିତ ଥିଲେ। ଏହି ସ୍ୱତନ୍ତ୍ର କ୍ୟାପ ପାଇବା ପରେ ଗାଭାସ୍କରଙ୍କୁ ପୂଜାରା ଧନ୍ୟବାଦ ଜଣାଇଥିଲେ। ପୂଜାରା କହିଥିଲେ କି ଆପଣଙ୍କ ଠାରୁ ଏହି ସମ୍ମାନ ଜନକ କ୍ୟାପ ନେବା ମୋ ପାଇଁ ଭାଗ୍ୟର କଥା। ଏହା ପରେ ଭାରତୀୟ ଦଳ ତାଙ୍କୁ  ଗାର୍ଡ ଅଫ ଅନର ପ୍ରଦାନ କରିଥିଲେ। 

ଏହି କ୍ୟାପ ପାଇବା ପରେ ପୂଜାରା ଆହୁରି କହିଥିଲେ କି ଆପଣଙ୍କ ଭଳି ଦିଗ୍ଗଜ ଖେଳାଳି ମୋତେ ସବୁବେଳେ ପ୍ରେରଣା ଯୋଗାଇ ଆସୁଛନ୍ତି। ଆଗକୁ ମଧ୍ୟ ଯୋଗାଇ ଆସୁଥିବେ ମଧ୍ୟ। ପ୍ରାରମ୍ଭିକ ସମୟରେ ମୁଁ ଭାରତ ପାଇଁ ଖେଳିବାକୁ ସ୍ୱପ୍ନ ଦେଖି ଆସୁଥିଲି। କିନ୍ତୁ କେବେ ମଧ୍ୟ ଭାବିନଥିଲି କି ମୁଁ ଦେଶ ପାଇଁ ୧୦୦ତମ ଟେଷ୍ଟ ମ୍ୟାଚ ଖେଳିବି। ମୋତେ ଲାଗୁଛି କି ଟେଷ୍ଟ କ୍ରିକେଟ ଏହି ଖେଳର ସବୁଠାରୁ ଶାନଦାର ଫର୍ମାଟ ରହିଛି ବୋଲି ସେ କହିଥିଲେ। ସେ ଆହୁରି ମଧ୍ୟ କହିଥିଲେ କି ଖେଳାଳିର ଜୀବନ ଓ ଟେଷ୍ଟ କ୍ରିକେଟ ପ୍ରାୟତଃ ସମାନ। ଯଦି ଆପଣ କଷ୍ଟ ସମୟରେ ଲଢେଇ କରିପାରୁଛନ୍ତି ତେବେ ଆପଣ ସବୁବେଳେ ଶୀର୍ଷରେ ରହିବେ। ସେ ପରିବାର ଓ ନିଜର ବନ୍ଧୁମାନଙ୍କୁ ସହଯୋଗ ପାଇଁ ଧନ୍ୟବାଦ ଦେଇଥିଲେ। 

ସେହିପରି ଅଧିନାୟକ ରୋହିତ ଶର୍ମା କହିଥିଲେ କି ପୂଜାରା ଓ ତାଙ୍କ ପରିବାର ପାଇଁ ଏକ ବଡ଼ ସୁଯୋଗ। ୧୦୦ତମ ଟେଷ୍ଟ ମ୍ୟାଚ ଖେଳିବା ଏତେ ସହଜ ନୁହେଁ, କିନ୍ତୁ ପୂଜାରା ଏକ ଦୀର୍ଘ ସମୟ ଅତିକ୍ରାନ୍ତ କରିସାରିଛନ୍ତି। 

Also Read: IND vs AUS 2nd Test: ଦ୍ୱିତୀୟ ଟେଷ୍ଟ ପାଇଁ ଦଳରେ ହେଲା ବଡ଼ ପରିବର୍ତ୍ତନ, ଜାଣନ୍ତୁ କଣ ରହିଛି ପ୍ଲେଇଂ ଇଲେଭେନ

Also Read: Theunis De Bruyn Retirement: ଦିଲ୍ଲୀ ଟେଷ୍ଟ ପୂର୍ବରୁ ଆସିଲା ବଡ଼ ଖବର, ୩୦ ବର୍ଷୀୟ ଏହି ଖେଳାଳି ହଠାତ୍ ଅନ୍ତର୍ଜାତୀୟ କ୍ରିକଟରୁ ନେଲେ ଅବସର