Asia Cup 2023 : ବର୍ଷା ବାଧକ ସାଜିବାରୁ ରିଜର୍ଭ ଡେରେ ହୋଇଥିବା ଏହି ଖେଳରେ ଟିମ୍ ଇଣ୍ଡିଆ ପାକିସ୍ତାନକୁ ୩୫୬ ରନର ଏକ ବିଶାଳ ବିଜୟ ଲକ୍ଷ୍ୟ ଦେଇଥିଲା । ବିରାଟ କୋହଲି ଓ କେ.ଏଲ ରାହୁଲଙ୍କ ଶତକୀୟ ଇନିଂସ ବଳରେ ପାକିସ୍ତାନ ଆଗରେ ୩୫୭ର ବିଜୟ ଲକ୍ଷ୍ୟ ରହିଥିଲା । କୋହଲି ୧୨୨ ଓ ରାହୁଲ ୧୧୧ ରନ୍ କରି ଅପରାଜିତ ରହିଥିଲେ ।
Trending Photos
Ind vs Pak: କଲମ୍ବୋର ପ୍ରେମଦାସା ଷ୍ଟାଡିୟମଠାରେ ଚାଲିଥିବା ଏସିଆ କପରେ (Asia Cup 2023) ସୁପର-୪ ମ୍ୟାଚରେ ପାକିସ୍ତାନକୁ ୨୨୮ ରନରେ ପରାସ୍ତ କରିଛି ଭାରତ । ବର୍ଷା ବାଧକ ସାଜିବାରୁ ରିଜର୍ଭ ଡେରେ ହୋଇଥିବା ଏହି ଖେଳରେ ଟିମ୍ ଇଣ୍ଡିଆ ପାକିସ୍ତାନକୁ ୩୫୬ ରନର ଏକ ବିଶାଳ ବିଜୟ ଲକ୍ଷ୍ୟ ଦେଇଥିଲା । ବିରାଟ କୋହଲି ଓ କେ.ଏଲ ରାହୁଲଙ୍କ ଶତକୀୟ ଇନିଂସ ବଳରେ ପାକିସ୍ତାନ ଆଗରେ ୩୫୭ର ବିଜୟ ଲକ୍ଷ୍ୟ ରହିଥିଲା । କୋହଲି ୧୨୨ ଓ ରାହୁଲ ୧୧୧ ରନ୍ କରି ଅପରାଜିତ ରହିଥିଲେ ।
ସୂଚନା ଅନୁଯାୟୀ, ଏସିଆ କପର (Asia Cup 2023) ସୁପର-୪ ମ୍ୟାଚରେ ପାରମ୍ପରିକ ପ୍ରତିଯୋଗୀ ପାକିସ୍ତାନକୁ ବଡ଼ ସ୍କୋରରେ ପରସ୍ତା କରିଛି ଟିମ୍ ଇଣ୍ତିଆ (Team India) । ତେବେ ଏହି ମ୍ୟାଚରେ ଶତକ ହାସଲ କରିବା ସହ ଇତିହାସ ରଚିଛନ୍ତି ବିରାଟ କୋହଲି । ଦିନିକିଆ (ODI) କ୍ୟାରିୟରରେ ବିରାଟ ୪୭ତମ ଶତକ ହାସଲ କରିଥିବା ବେଳେ ୧୩ ହଜାର ରନ୍ ପୂରା କରି ଇତିହାସ ରଚିଛନ୍ତି । ଦିନିକିଆରେ ସବୁଠାରୁ ଦ୍ରୁତ ୧୩ ହଜାର ରନ୍ ପୂରା କରିଥିବା ସେ ପ୍ରଥମ ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି । ତେବେ କୋହଲିଙ୍କ (Virat Kohli) ଏହି ରେକର୍ଡ଼ ପରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଓ ଅଷ୍ଟ୍ରେଲିଆର ପୂର୍ବତନ କ୍ୟାପଟେନ୍ ରିକି ପଣ୍ଟିଂ (Ricky Ponting) ପଛରେ ପଡ଼ିଛନ୍ତି ।
ସୋମବାର ଦିନ ଅନୁଷ୍ଠିତ ମ୍ୟାଚରେ ବିରାଟ ୯୮ ରନ୍ ହାସଲ କରିବା ପରେ ସଚିନ ତେନ୍ଦୁଲକରଙ୍କ (Sachin Tendulkar) ରେର୍କଡ଼ ଭାଙ୍ଗିଥିଲେ । ବିରାଟ ମାତ୍ର ୨୬୭ଟି ମ୍ୟାଚ ଖେଳି ୧୩ ହଜାର ରନ୍ ସଂଗ୍ରହ କରିଛନ୍ତି । ଏହା ପୂର୍ବରୁ ସଚିନ ତେନ୍ଦୁଲକର ୩୨୧ ମ୍ୟାଚରେ ୧୩ ହଜାର ଦିନିକିଆ ରନ୍ ପୂରା କରିଥିବା ବେଳେ ରିକି ପଏଣ୍ଟିଂ ମଧ୍ଯ ୩୪୧ ମ୍ୟାଚରେ ୧୩ ହଜାର ରନ୍ ପୂରା କରିଥିଲେ । ବିରାଟ କୋହଲି ଦିନିକିଆରେ ୧୩ ହଜାର ରନ୍ କରିଥିବା ୫ମ ବ୍ୟାଟ୍ସମ୍ୟାନ୍ ହୋଇଥିବା ବେଳେ ଭାରତର ଦ୍ବିତୀୟ ବ୍ୟାଟର ଅଟନ୍ତି । ୧୩ ହଜାର ରନ୍ ହାସଲ କରିଥିବା କ୍ରିକେଟରଙ୍କ ମଧ୍ଯରେ ଶ୍ରୀଲଙ୍କାର କୁମାର ସଙ୍ଗାକାରା (kumar sangakkara) ଓ ସନଥ ଜୟସୁରିଆଙ୍କ ନାଁ ମଧ୍ଯ ରହିଛି ।
13000 ODI runs and counting for Kohli
He also brings up his 47th ODI CENTURY #TeamIndia pic.twitter.com/ePKxTWUTzn
— BCCI (@BCCI) September 11, 2023
ପ୍ରକାଶ ଥାଉ କି, ସୋମବାର ଦିନ ୧୪୭ ରନରୁ ଖେଳ ଆରମ୍ଭ କରିଥିଲା ଟିମ୍ ଇଣ୍ତିଆ । ପ୍ରଥମେ ରାହୁଲ ପରେ ବିରାଟ କୋହଲି ଶତକ ପୂରଣ କରିଥିଲେ । ଉଭୟ ବ୍ୟାଟରଙ୍କ ଅପରାଜିତ ଶତକ ବଳରେ ଭାରତ ୫୦ ଓଭରରେ ୨ ଓ୍ବିକେଟ୍ ହରାଇ ୩୫୬ ରନ୍ ସଂଗ୍ରହ କରିଥିଲା । ବିରାଟ ଅପରାଜିତ ୧୨୨ ରନ କରିଥିବାବେଳେ ରାହୁଲ (Kl Rahul) ଅପରାଜିତ ୧୧୧ ରନ କରିଥିଲେ । ଜବାବରେ ପାକିସ୍ତାନ ଦଳ ୩୨ ଓଭରରେ ୮ ୱିକେଟ୍ ହରାଇ ୧୨୮ ରନ କରିପାରିଥିଲା । କୁଲଦୀପ ଯାଦବ ୫ ୱିକେଟ୍ ନେଇ ପାକିସ୍ତାନର ବ୍ୟାଟିଂ ଅର୍ଡ଼ର ଭାଙ୍ଗିଥିଲେ ।