Shikhar Dhawan: ସନ୍ନ୍ୟାସ ଘୋଷଣା କଲେ କ୍ରିକେଟର ଶିଖର ଧାୱନ, କୋହଭରା କଣ୍ଠରେ ନେଲେ ବିଦାୟ
Advertisement
Article Detail0/zeeodisha/odisha2397582

Shikhar Dhawan: ସନ୍ନ୍ୟାସ ଘୋଷଣା କଲେ କ୍ରିକେଟର ଶିଖର ଧାୱନ, କୋହଭରା କଣ୍ଠରେ ନେଲେ ବିଦାୟ

Shikhar Dhawan: ମୁଁ ଅନେକ ଲୋକଙ୍କୁ, ମୋ ପରିବାର, ମୋ ପିଲାଦିନର ପ୍ରଶିକ୍ଷକ ତାରିକ୍ ସିହ୍ନା, ମଦନ ଶର୍ମାଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି, ଯେଉଁମାନଙ୍କ ଅଧୀନରେ ମୁଁ କ୍ରିକେଟ୍ ଶିଖିଥିଲି। ତା'ପରେ ମୋ ଟିମ୍ ଯେଉଁମାନଙ୍କ ସହ ମୁଁ ବର୍ଷ ବର୍ଷ ଧରି ଖେଳିଥିଲି। ମୁଁ ଏକ ନୂଆ ପରିବାର ପାଇଲି । ନାଁ ମିଳିଲା, ତାସହ ବହୁତ ଭଲ ପାଇବା ମିଳିଲା ।

Shikhar Dhawan: ସନ୍ନ୍ୟାସ ଘୋଷଣା କଲେ କ୍ରିକେଟର ଶିଖର ଧାୱନ, କୋହଭରା କଣ୍ଠରେ ନେଲେ ବିଦାୟ
Shikhar Dhawan: କ୍ରିକେଟ ଜଗତରୁ ବିଦାୟ ନେଇଛନ୍ତି ଟିମ ଇଣ୍ଡିଆର ଷ୍ଟାର ଓପନର୍  ବ୍ୟାଟ୍ସମ୍ୟାନ୍ ଶିଖର ଧାୱନ । ଦଳରୁ ଲଗାତାର ବାଦ୍ ପଡ଼ିବା ପରେ ଅବସର ଗୋଷଣା କରିଛନ୍ତି ଭାରତୀୟ ଦଳର ଏହି ଷ୍ଟାର ଖେଳାଳି । ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ନେଇ ସେ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି । ଏକ ଭିଡିଓ ପୋଷ୍ଟ କରି ସେ ନିଜ ଅବସର ସମ୍ପର୍କରେ ଫ୍ୟାନ୍ସମାନଙ୍କୁ ଜଣାଇଛନ୍ତି । ଭାରତୀୟ କ୍ରିକେଟରେ ଷ୍ଟାର ଓପନରଙ୍କ ତାଲିକାରେ ସ୍ଥାନ ପାଇଥିଲେ ଶିଖର ଧାୱନ । ତେବେ ଲଗାତାର ଟିମ ଇଣ୍ଡିଆରୁ ବାଦ୍ ପଡ଼ିବା ପରେ ବର୍ତ୍ତମାନ କ୍ରିକେଟରୁ ସେ ବିଦାୟ ନେଇଛନ୍ତି । ନିଜ କ୍ୟାରିୟରରେ ସେ ମୋଟ ୩୪ଟି ଟେଷ୍ଟ, ୧୬୭ଟି ଦିନିକିଆ ଖେଳିଥିବା ବେଳେ ୨୨୨ଟି ଆଇପିଏଲ ମ୍ୟାଚ୍ ଖେଳିଛନ୍ତି । 
 
ଶିଖର ଧାୱନ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ 'ଏକ୍ସ'ରେ ସେ ଘରୋଇ ଓ ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଛନ୍ତି। ୩୭ ବର୍ଷୀୟ ଏହି ଖେଳାଳି ୨୦୧୦ରେ ଭାରତୀୟ କ୍ରିକେଟରେ ଡେବ୍ୟୁ କରିଥିଲେ। ନିଜ ୧୩ ବର୍ଷର କ୍ୟାରିୟରରେ ସେ ୩୪ ଟେଷ୍ଟ, ୧୬୭ ଦିନିକିଆ ଓ ୬୮ ଟି-୨୦ ମ୍ୟାଚ୍ ରେ ଭାରତର ପ୍ରତିନିଧିତ୍ୱ କରିଛନ୍ତି।
 
ଅବସର ଘୋଷଣା କରି ଧାୱନ କହିଛନ୍ତି,'ନମସ୍କାର ବନ୍ଧୁଗଣ! ଆଜି ମୁଁ ଏମିତି ଏକ ମୁହୂର୍ତ୍ତରେ ଛିଡ଼ା ହୋଇଛି ଯେଉଁଠାରୁ ମୁଁ ପଛକୁ ଚାହିଁ ଅନେକ ସ୍ମୃତି ଦେଖୁଛି ଏବଂ ଯେତେବେଳେ ମୁଁ ଆଗକୁ ଚାହେଁ, ସମଗ୍ର ଦୁନିଆ । ଭାରତ ପାଇଁ ଖେଳିବାମୋର ସବୁବେଳେ ସମାନ ଗନ୍ତବ୍ୟ ସ୍ଥଳ ଥିଲା ଏବଂ ଏହା ତାହା ହୋଇଥିଲା | ଏଥିପାଇଁ ମୁଁ ଅନେକ ଲୋକଙ୍କୁ, ମୋ ପରିବାର, ମୋ ପିଲାଦିନର ପ୍ରଶିକ୍ଷକ ତାରିକ୍ ସିହ୍ନା, ମଦନ ଶର୍ମାଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି, ଯେଉଁମାନଙ୍କ ଅଧୀନରେ ମୁଁ କ୍ରିକେଟ୍ ଶିଖିଥିଲି। ତା'ପରେ ମୋ ଟିମ୍ ଯେଉଁମାନଙ୍କ ସହ ମୁଁ ବର୍ଷ ବର୍ଷ ଧରି ଖେଳିଥିଲି। ମୁଁ ଏକ ନୂଆ ପରିବାର ପାଇଲି । ନାଁ ମିଳିଲା, ତାସହ ବହୁତ ଭଲ ପାଇବା ମିଳିଲା । 
 
ଶିଖର ଧାୱନଙ୍କ ଟେଷ୍ଟ କ୍ୟାରିୟର
ମୋହାଲିରେ ଅଷ୍ଟ୍ରେଲିଆ ବିପକ୍ଷରେ ଧାୱନ ପ୍ରଥମ ଟେଷ୍ଟ ଖେଳିଥିଲେ। ୨୦୧୩ ରୁ ସେ ଏପର୍ଯ୍ୟନ୍ତ ୩୪ଟି ଟେଷ୍ଟ ମ୍ୟାଚ୍ ଖେଳିସାରିଛନ୍ତି। ଧାୱନଙ୍କୁ ଶେଷ ଥର ପାଇଁ ୨୦୧୮ରେ ଟେଷ୍ଟ ମ୍ୟାଚ୍ ଖେଳିବାର ସୁଯୋଗ ମିଳିଥିଲା। କ୍ରିକେଟର ଦୀର୍ଘତମ ଫର୍ମାଟରେ ସେ ୪୦.୬୧ ହାରାହାରିରେ ୨୩୧୫ ରନ୍ କରିଛନ୍ତି। ଏହି ସମୟରେ ସେ ୭ଟି ଶତକ ଓ ୫ଟି ଅର୍ଦ୍ଧଶତକ ହାସଲ କରିଥିଲେ। ଧାୱନଙ୍କ ସର୍ବୋଚ୍ଚ ସ୍କୋର ହେଉଛି ୧୯୦ ରନ୍ ।
 
ଦିନିକିଆ ଓ ଟି-୨୦ରେ ଧାୱନଙ୍କ ହ୍ୟାଟ୍ରିକ୍
ଶିଖର ଧାୱନ ୨୦୧୦ରେ ବିଶାଖାପାଟଣାରେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ପାଇଁ ପ୍ରଥମ ଦିନିକିଆ ଖେଳିଥିଲେ। ସେ ୧୬୭ ମ୍ୟାଚ୍ ଖେଳି ୬୭୯୩ ରନ୍ କରିଛନ୍ତି। ଧାୱନ ୪୪.୧୧ ହାରାହାରି ଓ ୯୧.୩୫ ଷ୍ଟ୍ରାଇକ୍ ରେଟ୍ ରେ ସ୍କୋର କରିଛନ୍ତି। ତାଙ୍କ ନାମରେ ୧୭ଟି ଶତକ ଓ ୩୯ଟି ଅର୍ଦ୍ଧଶତକ ରହିଛି। ଟି-୨୦ କ୍ୟାରିୟର ବିଷୟରେ କହିବାକୁ ଗଲେ ଧାୱନ ୬୮ ମ୍ୟାଚ୍ ଖେଳି ୧୭୫୯ ରନ୍ କରିଛନ୍ତି। ସେ ୧୧ଟି ଅର୍ଦ୍ଧଶତକ ହାସଲ କରିଛନ୍ତି।
 
ଆଇପିଏଲରେ  ଗର୍ଜିଛି ଧାୱନଙ୍କ ବ୍ୟାଟ୍
ଧାୱନ ମଧ୍ୟ ଆଇପିଏଲରେ ଅନେକ ରନ୍ କରିଛନ୍ତି। ଏହି ଟୁର୍ଣ୍ଣାମେଣ୍ଟ ଇତିହାସରେ ସେ ଅନ୍ୟତମ ସଫଳ ବ୍ୟାଟ୍ସମ୍ୟାନ୍। ସର୍ବାଧିକ ରନ୍ କରିବା କ୍ଷେତ୍ରରେ ସେ ବିରାଟ କୋହଲିଙ୍କ ପରେ ଦ୍ବିତୀୟ ସ୍ଥାନରେ ରହିଛନ୍ତି। ଧାୱନ ୨ ଟି ଆଇପିଏଲ ମ୍ୟାଚରେ ୬୭୬୯ ରନ୍ କରିଛନ୍ତି । ଏଥିରେ ସେ ଦୁଇଟି ଶତକ ଓ ୫୧ଟି ଅର୍ଦ୍ଧଶତକ ହାସଲ କରିଛନ୍ତି। ଧାୱନଙ୍କ ହାରାହାରି ୩୫.୨୬ ଏବଂ ଷ୍ଟ୍ରାଇକ୍ ରେଟ୍ ୧୨୭.୧୪ ରହିଛି।
 
ଶେଷ ଅନ୍ତର୍ଜାତୀୟ ମ୍ୟାଚ୍ ୨୦୨୨ରେ ଖେଳିଥିଲେ
ଧାୱନ ୧୦ ଡିସେମ୍ବର ୨୦୨୨ରେ ବାଂଲାଦେଶ ବିପକ୍ଷରେ ଶେଷ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିଲେ। ଦିନିକିଆ ଫର୍ମାଟ୍ ର ଏହି ମ୍ୟାଚ୍ ଚଟଗାଙ୍ଗରେ ଖେଳାଯାଇଥିଲା। ଧାୱନ ଏହି ମ୍ୟାଚ୍ ରେ ମାତ୍ର ୩ ରନ୍ କରିବାକୁ ସକ୍ଷମ ହୋଇଥିଲେ। ସେହିଭଳି ଧାୱନ ୨୯ ଜୁଲାଇ ୨୦୨୧ରେ କଲମ୍ବୋରେ ଶ୍ରୀଲଙ୍କାରେ ନିଜର ଶେଷ ଟି-୨୦ ମ୍ୟାଚ୍ ଖେଳିଥିଲେ। ଏହି ମ୍ୟାଚ୍ ରେ ସେ ଖାତା ମଧ୍ୟ ଖୋଲି ପାରିନଥିଲେ। ଧାୱନ ୨୦୧୮ ସେପ୍ଟେମ୍ବରରେ ଇଂଲଣ୍ଡ ବିପକ୍ଷରେ ଓଭାଲରେ ଶେଷ ଟେଷ୍ଟ ଖେଳିଥିଲେ। ଏହି ମ୍ୟାଚର ଉଭୟ ଇନିଂସରେ ୩ ଓ ୧ ରନ୍ ହୋଇଥିଲା।

Also See: ସନ୍ନ୍ୟାସ ଘୋଷଣା କଲେ କ୍ରିକେଟର ଶିଖର ଧୱନ, ଦେଖନ୍ତୁ Video

 

Also Read: Jay Shah: ଜୟ ଶାହାଙ୍କ ପରେ BCCI ସମ୍ପାଦକ ପଦରେ ବସିବ କିଏ? ଟପ୍ ଲିଷ୍ଟରେ ଏମାନଙ୍କ ନାଁ...