ENG vs NED: ଇଂଲଣ୍ଡ ରଚିଲା ଇତିହାସ; ଦିନିକିଆ ମ୍ୟାଚର କଲା ସବୁଠୁ ବଡ଼ ସ୍କୋର
Advertisement

ENG vs NED: ଇଂଲଣ୍ଡ ରଚିଲା ଇତିହାସ; ଦିନିକିଆ ମ୍ୟାଚର କଲା ସବୁଠୁ ବଡ଼ ସ୍କୋର

ENG vs NED: ଏହାପୂର୍ବରୁ, ODI କ୍ରିକେଟ୍ ଇତିହାସରେ ସର୍ବାଧିକ ସ୍କୋର କରିବା ରେକର୍ଡ ମଧ୍ୟ ଇଂଲଣ୍ଡ ପାଖରେ ଥିଲା, ଯିଏ ୧୯ ଜୁନ୍ ୨୦୧୮ ରେ ନଟିଂହାମରେ ଅଷ୍ଟ୍ରେଲିଆ ବିପକ୍ଷରେ ୪୮୧ ସ୍କୋର କରିଥିଲା ।

ସାଙ୍କେତିକ ଫଟୋ

Highest Team Total In Mens ODI History: ଇଂଲଣ୍ଡ ଓ ନେଦରଲ୍ୟାଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ODI ସିରିଜର ପ୍ରଥମ ମ୍ୟାଚ୍ ଶୁକ୍ରବାର ଦିନ ଖେଳାଯାଇଛି । ନେଦରଲ୍ୟାଣ୍ଡ ବିପକ୍ଷ ପ୍ରଥମ ODI ରେ ଇଂଲଣ୍ଡ ODI କ୍ରିକେଟ୍ ଇତିହାସରେ ସର୍ବାଧିକ ସ୍କୋର କରିଛି । ଇଂଲଣ୍ଡ ପାଇଁ ଏହି ମ୍ୟାଚରେ ତିନିଜଣ ବ୍ୟାଟ୍ସମ୍ୟାନ୍ ଶତକ ହାସଲ କରିଥିଲେ । ଟସ୍ ଜିତିବା ପରେ ନେଦରଲ୍ୟାଣ୍ଡ ଇଂଲଣ୍ଡକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା ଓ ଇଂଲଣ୍ଡ ବ୍ୟାଟ୍ସମ୍ୟାନ୍ ମାନେ ନେଦରଲ୍ୟାଣ୍ଡର ବୋଲରମାନଙ୍କୁ ଧ୍ୱସ୍ତ କରି ଦେଇଥିଲେ । ଏହି ମ୍ୟାଚ୍‌ରେ ଇଂଲଣ୍ଡ ୪ ୱିକେଟ୍ ହରାଇ ୪୯୮ ରନ୍ ସଂଗ୍ରହ କରିଥିଲା । ODI କ୍ରିକେଟ୍ ଇତିହାସରେ କୌଣସି ଦଳ ଏହା ପୂର୍ବରୁ କରି ନାହାଁନ୍ତି । 

ଏହାପୂର୍ବରୁ, ODI କ୍ରିକେଟ୍ ଇତିହାସରେ ସର୍ବାଧିକ ସ୍କୋର କରିବାର ରେକର୍ଡ ମଧ୍ୟ ଇଂଲଣ୍ଡ ପାଖରେ ଥିଲା, ଯିଏ ୧୯ ଜୁନ୍ ୨୦୧୮ ରେ ନଟିଂହାମରେ ଅଷ୍ଟ୍ରେଲିଆ ବିପକ୍ଷରେ ୪୮୧ ସ୍କୋର କରିଥିଲା । ନେଦରଲ୍ୟାଣ୍ଡ ବିପକ୍ଷରେ ୪୯୮ ରନ୍ ସ୍କୋର କରି ଇଂଲଣ୍ଡ ବର୍ତ୍ତମାନ ନିଜର ରେକର୍ଡ ଭାଙ୍ଗିଛି ।

fallback

ଦିନିକିଆ କ୍ରିକେଟ୍ ଇତିହାସରେ ଇଂଲଣ୍ଡର ତିନୋଟି ସର୍ବାଧିକ ସ୍କୋର ରହିଛି, ଯାହା ୨୦୧୬ରେ ନଟିଂହାମରେ ପାକିସ୍ତାନ ବିପକ୍ଷରେ କରିଥିଲା । ସେହି ମ୍ୟାଚରେ ଇଂଲଣ୍ଡ ୩ ୱିକେଟ୍ ପାଇଁ ୪୪୪ ରନ୍ ସଂଗ୍ରହ କରିଥିଲା । ଇଂଲଣ୍ଡ ପରେ ଶ୍ରୀଲଙ୍କା ରହିଛି, ଯିଏ ODI ରେ ଚତୁର୍ଥ ସର୍ବାଧିକ ସ୍କୋର ରହିଛି । ଶ୍ରୀଲଙ୍କା ୨୦୦୬ ରେ ନେଦରଲ୍ୟାଣ୍ଡ ବିପକ୍ଷରେ ୪୪୩ ସ୍କୋର କରିଥିଲା । ଏହା ପରେ ଦକ୍ଷିଣ ଆଫ୍ରିକା ୨୦୧୫ ରେ ଜୋହାନ୍ସବର୍ଗରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ୪୩୯ ସ୍କୋର କରିଥିଲା ।

ନେଦରଲ୍ୟାଣ୍ଡ ବିପକ୍ଷ ପ୍ରଥମ ODI ରେ ଓପନର୍ ଫିଲିପେ ସଲ୍ଟ ମାତ୍ର ୯୩ ବଲରେ ୧୨୨ ରନ୍ ସଂଗ୍ରହ କରିଥିଲେ । ସେ ୧୪ ଚୌକା ଓ ୩ ଛକା ମାରିଥିଲେ।  ଏଥି ସହିତ ଡେଭିଡ ମାଲାନ ୧୦୯ ବଲରୁ ୯ ଚୌକା ଓ ୩ ଛକା ସହ ୧୨୫ ରନ ସଂଗ୍ରହ କରିଥିବାବେଳେ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଜୋସ୍ ବଟଲର ମଧ୍ୟ ଏହି ମ୍ୟାଚରେ ଏକ ଶତକ ହାସଲ କରିଛନ୍ତି । ବଟଲର ସାତୋଟି ଚୌକା ଓ ୧୪ ଛକା ସହାୟତାରେ ୭୦ ବଲରେ ୧୬୨ ରନର ଅପରାଜିତ ଇନିଂସ ଖେଳିଥିଲେ ।

ଏହା ବି ପଢ଼ନ୍ତୁ: Health Tips: ଓଜନ ବଢିବା ପୂର୍ବରୁ ଶରୀର ଦେଇଥାଏ ଏସବୁ ସଙ୍କେତ; ସମୟ ପୂର୍ବରୁ ରୁହନ୍ତୁ ସତର୍କ

ଏହା ବି ପଢ଼ନ୍ତୁ: Indian Railway Recruitment: ରେଳବାଇର ବଡ ଘୋଷଣା; ଏକ ବର୍ଷ ମଧ୍ୟରେ ନିଯୁକ୍ତି ଦେବ ୧.୫ ଲକ୍ଷ କର୍ମଚାରୀ