IND vs ENG: ତୃତୀୟ ଟେଷ୍ଟରେ ଭାରତର ଲଜ୍ଜାଜନକ ପରାଜୟ, ଇନିଂସ ଓ ୭୬ ରନରେ ପରାସ୍ତ କଲା ଇଂଲଣ୍ଡ
Advertisement
Article Detail0/zeeodisha/odisha974723

IND vs ENG: ତୃତୀୟ ଟେଷ୍ଟରେ ଭାରତର ଲଜ୍ଜାଜନକ ପରାଜୟ, ଇନିଂସ ଓ ୭୬ ରନରେ ପରାସ୍ତ କଲା ଇଂଲଣ୍ଡ

England vs India 3rd Test: ହେଡିଙ୍ଗଲି ଲିଡ୍ସରେ ଖେଳାଯାଇଥିବା ତୃତୀୟ ଟେଷ୍ଟରେ ଇଂଲଣ୍ଡ ଟିମ୍ ଇଣ୍ଡିଆକୁ ଲଜ୍ଜାଜନକ ଭାବେ ପରାସ୍ତ କରିଛି । ଏହା ସହ ଆୟୋଜକ ଟିମ୍ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ସିରିଜକୁ ୧-୧ ରେ ବରାବର କରିନେଇଛି ।

IND vs ENG: ତୃତୀୟ ଟେଷ୍ଟରେ ଭାରତର ଲଜ୍ଜାଜନକ ପରାଜୟ, ଇନିଂସ ଓ ୭୬ ରନରେ ପରାସ୍ତ କଲା ଇଂଲଣ୍ଡ

England vs India 3rd Test: ଇଂଲଣ୍ଡ କ୍ରିକେଟ୍ ଟିମ ଲର୍ଡସରେ ମିଳିଥିବା ପରାଜୟର ପ୍ରତିଶୋଧ ଲିଡ୍ସରେ ନେଇଛି । ହେଡିଙ୍ଗଲି ଲିଡ୍ସରେ ଖେଳାଯାଇଥିବା ତୃତୀୟ ଟେଷ୍ଟରେ (England vs India 3rd Test) ଇଂଲଣ୍ଡ ଟିମ୍ ଇଣ୍ଡିଆକୁ ଲଜ୍ଜାଜନକ ଭାବରେ ପରାସ୍ତ କରିଛି । ଟସ୍ ଜିତିବା ପରେ ବ୍ୟାଟିଂ କରିବାକୁ ଚୟନ କରି ଟିମ୍ ଇଣ୍ଡିଆ (Team India) ପ୍ରଥମ ଇନିଂସରେ ମାତ୍ର ୭୮ ରନ୍ ସ୍କୋର କରିବାରେ ସକ୍ଷମ ହୋଇଥିଲା । ଏହା ପରେ ଇଂଲଣ୍ଡ (England) ବ୍ୟାଟ୍ସମ୍ୟାନ ମାନେ ନିଜର ଉତ୍କୃଷ୍ଟ ପ୍ରଦର୍ଶନ କରି ପ୍ରଥମ ଇନିଂସରେ ୪୩୨ ରନ୍ ସ୍କୋର କରିବା ପରେ ୩୫୪ ରନ୍ ଅଗ୍ରଣୀ ହାସଲ କରିଥିଲା । ଏହାର ଜବାବରେ ତୃତୀୟ ଦିନରେ ବ୍ୟାଟିଂ କରିଥିବା ଟିମ୍ ଇଣ୍ଡିଆ ଚତୁର୍ଥ ଦିନରେ ମାତ୍ର ୨୭୮ ରନ୍ କରି ଅଲଆଉଟ ହୋଇ ଯାଇଥିଲା । ଏହା ସହ ଇଂଲଣ୍ଡ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ସିରିଜରେ ୧-୧ ରେ ବରାବର କରିନେଇଛି ।

ଏହାସହ ଇଂଲଣ୍ଡ ଏକ ଇନିଂସ ଓ ୭୬ ରନରେ ତୃତୀୟ ଟେଷ୍ଟ ଜିତିନେଇଛି । ଇଂଲଣ୍ଡର ଏହି ବିଜୟର ହିରୋ ଦ୍ରୁତ ବୋଲର ଅଲି ରବିନସନ୍ ଥିଲେ । ସେ ପ୍ରଥମ ଇନିଂସରେ ଦୁଇଟି ଓ ଦ୍ୱିତୀୟ ଇନିଂସରେ ପାଞ୍ଚଟି ୱିକେଟ୍ ନେଇଛନ୍ତି । ଏହା ବ୍ୟତୀତ କ୍ରେଗ ଓଭରଟନ୍ ଦ୍ୱିତୀୟ ଇନିଂସରେ ତିନୋଟି ୱିକେଟ୍ ନେଇଛନ୍ତି ।

ଅଧିକ ପଢ଼ନ୍ତୁ: WhatsApp ରେ ଏହି ସାମାନ୍ୟ ଭୁଲ୍ କରି ମହିଳା ହରାଇଲେ ୩ ଲକ୍ଷ ଟଙ୍କା, ଆପଣ ମଧ୍ୟ ଜାଣିରଖନ୍ତୁ

ଦ୍ୱିତୀୟ ଇନିଂସରେ ପାଞ୍ଚଟି ୱିକେଟ୍ ନେଇଛନ୍ତି ଓଲି ରବିନସନ୍
ପ୍ରଥମ ଇନିଂସରେ ମାତ୍ର ଦୁଇଟି ୱିକେଟ୍ ନେଇଥିବା ଲମ୍ବା ଫାଷ୍ଟ ବୋଲର ଓଲି ରବିନ୍ସନ୍ ଦ୍ୱିତୀୟ ଇନିଂସରେ ପାଞ୍ଚଟି ୱିକେଟ୍ ନେଇଥିଲେ । ସେ ରୋହିତ ଶର୍ମା, ଚେତେଶ୍ୱର ପୂଜାରା, ବିରାଟ କୋହଲି ଓ ଋଷଭ ପନ୍ତଙ୍କ ପରି ବଡ ବଡ ବ୍ୟାଟ୍ସମ୍ୟାନଙ୍କ ୱିକେଟ୍ ନେଇଥିଲେ । ଚତୁର୍ଥ ଦିନରେ ଭାରତୀୟ ବ୍ୟାଟ୍ସମ୍ୟାନ୍ ରବିନସନ ବୋଲିଂ ଆଗରେ ସମ୍ପୁର୍ଣ୍ଣ ଅସହାୟ ହୋଇପଡ଼ିଥିଲେ । ରବିନସନ୍ ୨୬ ଓଭରରେ ୬୫ ରନ୍ ଦେଇ ପାଞ୍ଚଟି ୱିକେଟ୍ ନେଇଛନ୍ତି ।

ଅଧିକ ପଢ଼ନ୍ତୁ: ଅର୍ଥ ହେରଫେର ମାମଲାରେ TMC ସାଂସଦ ଅଭିଷେକ ଓ ତାଙ୍କ ପତ୍ନୀ ରୁଜିରା ବାନାର୍ଜୀଙ୍କୁ ସମନ କଲା ED

ଚତୁର୍ଥ ଦିନରେ ଭାରତ ମାତ୍ର ୬୩ ରନ୍ କରି ଆଠଟି ୱିକେଟ୍ ହରାଇଥିଲା
ତୃତୀୟ ଦିନରେ ଭାରତୀୟ ବ୍ୟାଟ୍ସମ୍ୟାନ୍ ଚମତ୍କାର ପ୍ରଦର୍ଶନ କରିଥିଲେ । ତୃତୀୟ ଦିନର ଖେଳ ଶେଷ ହେବା ବେଳକୁ ଭାରତ ଦୁଇଟି ୱିକେଟ୍ ପାଇଁ ୨୧୫ ସ୍କୋର କରିଥିଲା । ଚେତେଶ୍ୱର ପୂଜାରା ୯୧ ରେ ଓ ଅଧିନାୟକ ବିରାଟ କୋହଲି ୪୫ ଅପରାଜିତ ରନ ସହ ଚତୁର୍ଥଦିନର ଖେଳ ଆରମ୍ଭ ହୋଇଥିଲେ । କିନ୍ତୁ ଚତୁର୍ଥ ଦିନରେ ଇଂଲଣ୍ଡ ବୋଲରମାନେ ନୂଆ ବଲରେ ଘାତକ ବୋଲିଂ କରିଥିଲେ । ଇଂଲଣ୍ଡ ବୋଲରମାନେ ନିୟମିତ ବ୍ୟବଧାନରେ ୱିକେଟ୍ ନେଇଥିଲେ । ଚତୁର୍ଥ ଦିନରେ ଭାରତୀୟ ଦଳ ମାତ୍ର ୬୩ ରନ୍ ମଧ୍ୟରେ ଆଠଟି ୱିକେଟ୍ ହରାଇଥିଲା ।

ଅଧିକ ପଢ଼ନ୍ତୁ: Bhavinaben Patel: ୧୨ ମାସ ବୟସରେ ହୋଇଥିଲା ପୋଲିଓ, ପାରାଲିମ୍ପିକ୍ସରେ ରଚିଲେ ଇତିହାସ

ଓଭରଟନ୍ ମଧ୍ୟ ଘାତକ ବୋଲିଂ କରିଥିଲେ
ଓଲି ରବିନସନ ବ୍ୟତୀତ ଫାଷ୍ଟ ବୋଲର କ୍ରେଗ ଓଭରଟନ୍ ମଧ୍ୟ ଚମତ୍କାର ବୋଲିଂ କରିଥିଲେ । ସେ ୪୭ ରନ୍ ଦେଇ ତିନୋଟି ୱିକେଟ୍ ନେଇଛନ୍ତି । ପ୍ରଥମ ଇନିଂସରେ ଓଭରଟନ୍ ମଧ୍ୟ ତିନୋଟି ୱିକେଟ୍ ନେଇଥିଲେ ।