Hockey Player Prabodh Tirkey: ଏପଟେ ହକି ସେପଟେ ପୂର୍ବତନ ହକି ଖେଳାଳିଙ୍କ ଘରୁ ବଡ଼ ଧରଣର ଲୁଟ୍
Advertisement
Article Detail0/zeeodisha/odisha1539466

Hockey Player Prabodh Tirkey: ଏପଟେ ହକି ସେପଟେ ପୂର୍ବତନ ହକି ଖେଳାଳିଙ୍କ ଘରୁ ବଡ଼ ଧରଣର ଲୁଟ୍

Former Hockey Player Prabodh Tirkey: ଚୋରମାନେ ସରକାରୀ ବାସଭବନରେ ଥିବା ପ୍ରବୋଧଙ୍କ ଟିଭି, କମ୍ପ୍ୟୁଟର ଓ ବହୁ ମୂଲ୍ୟର ଅଳଙ୍କାର ଲୁଟି ନେଇଛନ୍ତି। ଏନେଇ ପୂର୍ବତନ ହକି ପ୍ଲେୟାର କମିଶନରେଟ ପୋଲିସ ରେ ଅଭିଯୋଗ କରିଥିଲେ। ତେବେ ପୋଲିସ ଏନେଇ ଛାନଭିନ୍ ଜାରି ରଖିଛି।

Hockey Player Prabodh Tirkey: ଏପଟେ ହକି ସେପଟେ ପୂର୍ବତନ ହକି ଖେଳାଳିଙ୍କ ଘରୁ ବଡ଼ ଧରଣର ଲୁଟ୍

Hockey Player Prabodh Tirkey: ସାରା ରାଜ୍ୟରେ ହକି ମହାକୁମ୍ଭ ଫିଭର ଲୋକଙ୍କୁ ଚଢିଥିବା ବେଳେ ଏପଟେ ହକି ତାରକା ପ୍ରବୋଧ ତିର୍କୀଙ୍କ ଘରେ କଳାକନା ବୁଲାଇଛନ୍ତି ଲୁଟେରା। ରାଜଧାନୀ ଭୁବନେଶ୍ୱରରେ ଥିବା ସରକାରୀ କ୍ୱାର୍ଟରରେ ଚୋରମାନେ ଲୁଟ୍ କରିଥିବା ଖବର ମିଳିଛି। ଭୁବନେଶ୍ୱରର ୟୁନିଟ-୬ ଅଞ୍ଚଳରେ ଥିବା ସରକାରୀ କ୍ୱାର୍ଟରରେ ଏପରି ଘଟଣା ଘଟିଛି। ପ୍ରବୋଧ ତିର୍କୀ ଓ ତାଙ୍କ ପରିବାର ଲୋକ ଘରେ ନଥିବା ବେଳେ ଏଭଳି ଅଘଟଣ ଘଟିଛି ବୋଲି ସୂଚନା ମିଳିଛି। ତେବେ ଖବର ଅନୁଯାୟୀ ଏବେ ହକ ବିଶ୍ୱ କପ୍‌ ଚାଲିଥିବାରୁ ପ୍ରବୋଧ ତିର୍କୀ ରାଉରକେଲାରେ ଅଛନ୍ତି। 

ସେପଟେ ତାଙ୍କ ପରିବାର ଲୋକେ ମଧ୍ୟ ଗାଁକୁ ଯାଇଥିବାରୁ ସରକାରୀ କ୍ୱାର୍ଟରରେ କେହି ରହୁନଥିଲେ। ଏହାର ସୁଯୋଗ ନେଇ ଲୁଟେରା ମାନେ ଶୁକ୍ରବାର ବିଳମ୍ୱିତ ରାତିରେ ତାଙ୍କ ଘରେ କଳାକନା ବୁଲାଇଛନ୍ତି। ସୂଚନାନୁସାରେ, ଚୋରମାନେ ସରକାରୀ ବାସଭବନରେ ଥିବା ପ୍ରବୋଧଙ୍କ ଟିଭି, କମ୍ପ୍ୟୁଟର ଓ ବହୁ ମୂଲ୍ୟର ଅଳଙ୍କାର ଲୁଟି ନେଇଛନ୍ତି। ଏପରିକି ହକିରେ ଜିତିଥିବା ତାଙ୍କର ସ୍ୱର୍ଣ୍ଣପଦକ ଓ ସମ୍ମାନ ପତ୍ର ବି ଲୁଟିନେଇଛନ୍ତି ଲୁଟେରା। ଘଟଣା ସମ୍ପର୍କରେ ଜାଣିବା ପରେ ପ୍ରବୋଧ ଏନେଇ କ୍ୟାପିଟାଲ୍‌ ଥାନାରେ(Capital Police Station) ଲିଖିତ ଅଭିଯୋଗ କରିଛନ୍ତି। ସେପଟେ କମିଶନରେଟ୍‌ ପୋଲିସ(Commissionrate Police) ଅଭିଯୋଗ ପାଇବା ମାତ୍ରେ ବିଭିନ୍ନ ଦିଗରୁ ଘଟଣାର ତଦନ୍ତ ଚଳାଇଛି। ତେବେ ସୂଚନାନୁଯାୟୀ, ଏବେ ଯାଏଁ ଲୁଟେରାଙ୍କ ପତ୍ତା ପାଇନାହିଁ ପୋଲିସ। 

ପ୍ରବୋଧ ତିର୍କି (Prabodh Tirkey) ଜଣେ ଭାରତୀୟ ହକି ଖେଳାଳି ଓ ପୂର୍ବତନ ଅଧିନାୟକ ରହିସାରିଛନ୍ତି। ସେ ଜଣେ ମିଡ଼ଫିଲ୍ଡର (Mid Fielder) ଭାବରେ ଟିମ ଇଣ୍ଡିଆ ପାଇଁ ଖେଳିସାରିଛନ୍ତି । ପ୍ରବୋଧ ତିର୍କୀ ୧୬୧ଟି ଆନ୍ତର୍ଜାତୀୟ ମ୍ୟାଚରେ ଭାରତକୁ ପ୍ରତିନିଧିତ୍ୱ କରିଛନ୍ତି । ଯଦି ତାଙ୍କ ଖେଳ କ୍ୟାରିୟରକୁ ଦେଖାଯାଏ ତେବେ ସେ ଭାରତ ପକ୍ଷରୁ ବେଲଜିୟମ ବିପକ୍ଷରେ ୨୦୦୧ ମସିହାରେ ନିଜର ପ୍ରଥମ ମ୍ୟାଚ ଖେଳିଥିଲେ । ସେ ୨୦୦୪ରେ ଅନୁଷ୍ଠିତ ଅଲମ୍ପିକରେ ଭାରତ ପକ୍ଷରୁ ଖେଳିଥିଲେ । 

୨୦୦୭ରେ ଚେନ୍ନାଇଠାରେ(Chenni) ଅନୁଷ୍ଠିତ ହୋଇଥିବା ଏସୀୟ କ୍ରୀଡାରେ ତାଙ୍କ ନେତୃତ୍ୱରେ ଭାରତ ଚାମ୍ପିୟନ ହୋଇ ଟ୍ରଫି ହାତେଇଥିଲା  ଏହାବ୍ୟତୀତ, ପ୍ରବୋଧ ୨୦୧୦ ଗୁଆଁଝୁ ଏସୀୟ କ୍ରୀଡାରେ କାଂସ୍ୟ, ୨୦୦୭ ଚାମ୍ପିୟନ୍ସ ଗେମ୍ସରେ କାଂସ୍ୟ, ୨୦୦୭ ସୁଲତାନ ଆଜଲାନ ଶାହା ହକିରେ କାଂସ୍ୟ, ୨୦୧୦ ରାଜ୍ୟଗୋଷ୍ଠୀ କ୍ରୀଡାରେ ରୌପ୍ୟ ଜିତିଥିବା ଭାରତୀୟ ଦଳରେ ଖେଳିଥିଲେ ।

Also Read: Hockey World cup 2023: ଏହି ଚାରି ଟିମକୁ କ୍ୱାର୍ଟର ଟିକଟ !, ଜାଣନ୍ତୁ କଣ ରହିଛି ଭାରତର ସ୍ଥିତି

Also Read: Hockey WorldCup 2023: ଭାରତ-ନ୍ୟୁଜିଲାଣ୍ଡ କ୍ରସ ଓଭର ମ୍ୟାଚ୍, ବିଜୟୀ ହେଲେ କ୍ୱାର୍ଟର ଫାଇନାଲକୁ ମିଳିବ ଏଣ୍ଟ୍ରି